ପ୍ରଯୋଜକ ବୀରକିଶୋର ମହାପାତ୍ରଙ୍କ ପରଲୋକ

କଟକ ଅଫିସ,୨୧।୯: ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ତଥା ନାଟ୍ୟକାର ବୀରକିଶୋର ମହାପାତ୍ର(୯୨)ଙ୍କର ଶନିବାର ରାତିରେ ମଧୁସୂଦନ ନଗରସ୍ଥ ବାସଭବନରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମହାପାତ୍ର ବୋର୍ଡ ଅଫ୍‌ ରେଭିନ୍ୟୁରେ ଉଚ୍ଚପଦସ୍ଥ କର୍ମଚାରୀ ରହିବା ସହ ଜଣେ ସଫଳ ମଞ୍ଚ କଳାକାର ଭାବେ ପ୍ରତିଷ୍ଠା ଲାଭ କରିଥିଲେ। ପ୍ରଶାନ୍ତ ନନ୍ଦଙ୍କ ଫିଲ୍ମ ‘ବାପା’ ଓ ‘ଗୋଲାମ ଗିରି’ରେ ସେ ଅଭିନୟ କରିଥିଲେ। କଟକ ଦୂରଦର୍ଶନରେ ପ୍ରସାରିତ କେତେକ ନାଟକରେ ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ତାଙ୍କର ଅନେକ ରଚନା ମଧ୍ୟରୁ ‘କଚେରି ଛକ ଓ ଅନ୍ୟାନ୍ୟ ନାଟକ’ ପୁସ୍ତକ ପାଠକୀୟ ଆଦୃତି ପାଇଛି। ସେ ୧୯୯୯ରେ ‘ମା ପରି କିଏ ହେବ’ ସିନେମା ନିର୍ମାଣ କରି ପ୍ରଶଂସା ସାଉଁଟିି ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ହୃଦୟ ବିହାରୀ ମହାପାତ୍ର, ପୁତ୍ରବଧୂ କଲ୍ୟାଣୀ, ନାତି ଚିରଞ୍ଜୀବୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସତୀଚଉରା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁତ୍ର ହୃଦୟ ମୁଖାଗ୍ନି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସୁନାବେଶ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାରିପଦା ଅଫିସ,୧୨।୭ : ଦିତୀୟ ଶ୍ରୀକ୍ଷେତ୍ର ବାରିପଦାର ମାଉସୀ ମା’ ମନ୍ଦିରରେ ଶୁକ୍ରବାର ଠାକୁରମାନେ ଜନ୍ମବେଦିରେ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ଆଡ଼ପମଣ୍ଡପରେ ଠାକୁରମାନଙ୍କ ସୁନାବେଶ...

ଏଫ୍‌ଏମ୍‌ ମେଡିକାଲ କଲେଜ ହସ୍ପିଟାଲରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର ଅଫିସ,୨୮ା୩: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ରାଜ୍ୟ ସରକାର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସାମୟିକ ଭାବେ ନିଯୁକ୍ତି ଦେବା ଲାଗି ପଦକ୍ଷେପ ନେବାକୁ...

ସନ୍ତୁଳିତ ଜୀବନଯାପନ ଉଚ୍ଚ ରକ୍ତଚାପକୁ ଦୂର କରିପାରିବ

ସୋନପୁର,୧୮।୫(ନି.ପ୍ର.) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା ତାଲିମ କେନ୍ଦ୍ରଠାରେ ଅନୁଷ୍ଠିତ...

ଜେଲରେ ପ୍ରେମୀ ଯୁଗଳଙ୍କ ବିବାହ

ଠାକୁରମୁଣ୍ଡା,୨୦ା୧(ଡି.ଏନ୍‌.ଏ.)- ଜେଲରେ ହେଲା ପ୍ରେମୀ ଯୁଗଳଙ୍କ ବିବାହ। ପ୍ରେମିକାଙ୍କୁ ବରଣମାଳା ଦେଇ ଜୀବନସାଥୀର ସ୍ବୀକୃତି ଦେଲେ ବଳାତ୍କାର ଅଭିଯୁକ୍ତ ପ୍ରେମିକ। ମୟୂରଭଞ୍ଜ ଜିଲା କରଞ୍ଜିଆ ଜେଲରେ...

ଥଇଥାନ ଦାବିରେ ମାଛ, ମାଂସ ବିକ୍ରେତା ସଂଘର ଆନ୍ଦୋଳନ ଧମକ: ସୋମବାରଠାରୁ ଦୋକାନ ବନ୍ଦ ନିଷ୍ପତ୍ତି

ପାଲଲହଡା,୨୦।୧୧(ଡି.ଏନ.ଏ.)-ଥଇଥାନ ଦାବିରେ ପାଲଲହଡା ସଦର ମହକୁମାସ୍ଥିତ ମାଛ, ମାଂସ ବିକ୍ରେତା ସଂଘ ପକ୍ଷରୁ ଆନ୍ଦୋଳନ ଧମକ ଦିଆଯାଇଛି। ଆସନ୍ତା ସୋମବାରଠାରୁ ସଦର ମହକୁମାଠାରେ ଥିବା ସମସ୍ତ...

ପ୍ରବାସୀଙ୍କ ପାଇଁ ପଞ୍ଚାୟତ ଶଟଡାଉନ୍‌

କଣିହଁା,୨୩ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହଁା ବ୍ଲକ ବଜ୍ରକୋଟ ପଞ୍ଚାୟତକୁ ଶନିବାର ୫୩ ପ୍ରବାସୀ ଫେରିଛନ୍ତି। ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ନେବା ଓ ସେଠାରେ ଉପଯୁକ୍ତ ଭାବେ...

ଗଞ୍ଜାମରେ ଗୋ’ ପାଇଲଟ୍‌ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୪୦ଚାଷୀ ସାମିଲ

ଛତ୍ରପୁର,୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚାଷୀଙ୍କ ପାଇଁ ମୋ’ ଗୋ ଧନ ଯୋଜନାରେ ଗୁହାଳ ଘର ନିର୍ମାଣ ହେବ। ଏହି ଯୋଜନାରେ ଗୋମୂତ୍ର ଷ୍ଟୋରେଜ୍‌ ୟୁନିଟ୍‌, ବାୟୋ...

ବିପଦ୍‌ ଅବସ୍‌ତାରେ ବାଲସି ସ୍ବାସ୍ଥ୍ୟସେବା କେନ୍ଦ୍ର

କେସିଙ୍ଗା, ୨୮।୫ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବାର ବାଲସି ସ୍ବାସ୍ଥ୍ୟସେବା କେନ୍ଦ୍ର ବହୁତ ବଛର ହେଲା...

Advertisement


Archives

Model This Week

Why Dharitri