ଆମ ଜିଲା ଖବର

ମା’, ବାପାଙ୍କ ସମେତ ଏକମାତ୍ର ପୁଅର ଜୀବନ ନେଲା କରୋନା: କେବଳ ସୁସ୍ଥ ହୋଇ ଘରକୁ ଫେରିଲେ ବୋହୂ

ଦିଗପହଣ୍ଡି,୨୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡରେ ଇଲୋକ୍ଟ୍ରୋନିକ୍ସ ଦୋକାନ କରିଥିବା ଇ. ଜିତେନ୍ଦ୍ର ପାତ୍ର(୪୧)ଙ୍କ କରୋନାରେ ମୃତ୍ୟୁ ଘଟିଛି। ସୋମବାର ଶୀତଳାପଲ୍ଲୀସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଛନ୍ତି। ରବିବାର ତାଙ୍କ ବାପା ଇ. କୃଷ୍ଣ ପାତ୍ରଙ୍କ…

ଗଞ୍ଜାମ ଜିଲାରୁ କନ୍ଧମାଳକୁ ଅବାଧ ପ୍ରବେଶ କରୁଛନ୍ତି ମାଛ ବେପାରୀ

ରାଇକିଆ,୨୧।୭(ଡି.ଏନ୍‌.ଏ.): ଗଞ୍ଜାମରୁ କନ୍ଧମାଳ ଜିଲାକୁ ଆସିବା ପାଇଁ କଟକଣା ଜାରି କରାଯାଇଛି । ଗଞ୍ଜାମ ଜିଲାରେ କରୋନାସ୍ଥିତି ସଙ୍ଗୀନ ଥିବାରୁ ଜିଲାବାସୀଙ୍କୁ ଜରୁରୀ କାରଣ ନ ଥିଲେ କନ୍ଧମାଳକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ତଥାପି ଲୁଚି ଛୁପି ମାଛ…

ବରଗଡ଼ରୁ ପୁଣି ୪ କରୋନା ପଜିଟିଭ ଚିହ୍ନଟ

ବରଗଡ଼ ଅଫିସ,୨୧।୭: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ୪ଜଣ ନୂଆ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ଜଣ ମହିଳା ଥିବାବେଳେ ୨ ପୁରୁଷ ରହିଛନ୍ତି। ସେଥିମଧ୍ୟରୁ ବରପାଲି ବ୍ଳକ ଟିଙ୍ଗିପାଲି ଗ୍ରାମରୁ ୨ଜଣ ରହିଥିବା ବେଳେ ବରଗଡ…

କରୋନାକୁ ହରାଇ ପୁଣି କାର୍ଯ୍ୟରେ ଯୋଗଦେଲେ ୧୨ ପୋଲିସ କର୍ମଚାରୀ; ଆମେ ଗର୍ବିତ : ଗଞ୍ଜାମ ଏସ୍‌ପି

ଛତ୍ରପୁର,୨୧।୭(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଅଧୀନ ଆସିକା ଓ ବୁଗୁଡ଼ା ଥାନା ଅଞ୍ଚଳରେ କୋଭିଡ -୧୯ ମୁକାବିଲା କରୁଥିବା ବେଳେ ୧୨ ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ସେମାନେ କରୋନାକୁ ହରାଇ ସାମବାର ସୁସ୍ଥ ହେବା ସହ ପୁଣି…

କରୋନା ଯୁଦ୍ଧରେ ସଫଳ ହେଲେ ଗଞ୍ଜାମର ୯୫ ବର୍ଷୀୟ ବୃଦ୍ଧ

ଛତ୍ରପୁର, ୨୧।୭(ଡି.ଏନ୍‌.ଏ.): କରୋନା ଯୁଦ୍ଧ ଲଢ଼ି ସଫଳ ହୋଇଛନ୍ତି ୯୫ ବର୍ଷୀୟ ବୃଦ୍ଧ ଉଦୟନାଥ ବିଷୋୟୀ। ତାଙ୍କ ଘର ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଚାକୁଣ୍ଡା ଗାଁ ସାରାବାଡ଼ି ରେ। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଶିତଳାପଲିସ୍ଥିତ…

ଷଡ଼ଯନ୍ତ୍ରର ଶିକାର ବ୍ୟାସନଗର ସହର

ଯାଜପୁର ରୋଡ୍‌,୨୧।୭(ଡି.ଏନ୍‌.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗର ସବୁକ୍ଷେତ୍ରରେ ଅବହେଳିତ ଓ ଷଡଯନ୍ତ୍ରର ଶିକାର ବୋଲି ଅଭିଯୋଗ ହୋଇଆସୁଛି। ରାସ୍ତା, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଶିକ୍ଷା ଆଦି କ୍ଷେତ୍ରରେ ସହରକୁ ଅଣଦେଖା କରାଯାଉଛି। ଏପରିକି ସହରର ୫ହଜାରରୁ ଉର୍ଦ୍ଧ୍ୱ ପ୍ରଜା…

ଶିଳ୍ପାୟନର ଯକ୍ଷ୍ମା ଅବଦାନ

ଯାଜପୁର ଅଫିସ,୨୧।୭: ଯାଜପୁର ଜିଲାରେ ୧୯୯୫ରୁ ଦ୍ରୁତ ଶିଳ୍ପାୟନ ଘଟିଛି। ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତା କୂଳରେ ୧୫ରୁ ଉର୍ଦ୍ଧ୍ୱ ଇସ୍ପାତ ଓ ସିମେଣ୍ଟ କାରଖାନା ସାଙ୍ଗକୁ କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି। ଏହାସହିତ ସୁକିନ୍ଦା ବ୍ଲକ ଅଞ୍ଚଳରେ…

ପରୀକ୍ଷାମୂଳକ ଭାବେ ଗଡ଼ିଲା ଇଞ୍ଜିନ

ଚଣ୍ଡିଖୋଲ, ୨୧।୭ (ଡି.ଏନ୍‌.ଏ): ହରିଦାସପୁର-ପାରାଦୀପ ରେଳପଥ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ବେଳେ ସୋମବାର ଏଥିରେ ପ୍ରଥମକରି ରେଳ ବିକାଶ ନିଗମ ଲିମିଟେଡ (ଆର୍‌ଭିଏନ୍‌ଏଲ୍‌) ପକ୍ଷରୁ ପରୀକ୍ଷାମୂଳକ ଭାବେ ଏକ ଇଞ୍ଜିନ ଗଡ଼ିଛି। ଚଳିତ ମାସ ଶେଷ ସୁଦ୍ଧା ଏହି ରେଳପଥରେ…

ଶ୍ରୀମୁଖରେ ଝଲସିଲା ରତ୍ନ ଚିତା

ପୁରୀ ଅଫିସ,୨୧।୭: ପବିତ୍ର ଚିତାଲାଗି ଅମାବାସ୍ୟା ତିଥିରେ ସୋମବାର ଶ୍ରୀମନ୍ଦିରରେ ଚିତା ଲାଗି ନୀତି ସମ୍ପନ୍ନ ହୋଇଛି। ତିନିଠାକୁରଙ୍କୁ ଦଇତାପତି ସେବକମାନେ ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଇଛନ୍ତି। ମହାପ୍ରଭୁଙ୍କ ଶ୍ରୀମୁଖରେ ଝଲସି ଉଠିଛି ରତ୍ନଚିତା। ଶ୍ରୀମନ୍ଦିରରେ ସକାଳଧୂପ ଓ ଭୋଗମଣ୍ଡପ…

ଲକ୍‌ଡାଉନ: ୨ଟା ଯାଏ ଖୋଲିବ ଆର୍‌ଟିଓ

କଟକ ଅଫିସ,୨୧।୭: ରାଜ୍ୟର ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲା ସହ ରାଉରକେଲା ସହରାଞ୍ଚଳରେ ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି କରିଛନ୍ତି। ଏଣୁ ଏହି ଅଞ୍ଚଳରେ ଥିବା ପରିବହନ କାର୍ଯ୍ୟାଳୟଗୁଡ଼ିକ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା…

ମାନ୍ୟତା ମିଳିଲେ ଗୁରୁତ୍ୱ ବଢ଼ିବ

ବାଲେଶ୍ୱର ଅଫିସ, ୨୧।୭: ପରିବେଶ ସନ୍ତୁଳନ ରକ୍ଷା ସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ସରକାର ସମୁଦ୍ର ଉପକୂଳରେ ଜଙ୍ଗଲ ସୃଷ୍ଟି କରିବାକୁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ବିଶେଷ କରି ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ (ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ ଜୋନ୍‌…

ଏଯାଏ ସୁଧୁରିନି ଜୀବନଜୀବିକା

କେନ୍ଦୁଝର, ୨୧ା୭(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଗରିବ ଓ ବନବାସୀ କରୋନା କଟକଣାରେ ପେଷି ହୋଇ ପଡ଼ିଛନ୍ତି। କଟକଣା କୋହଳ କରାଯାଉଥିଲେ ହେଁ ଉପଯୁକ୍ତ ଯାତାୟାତ ସୁବିଧା ନ ଥିବା ଏବଂ ପ୍ରଶାସନିକ ନିଷ୍ପତ୍ତି ବିଷୟରେ ଜାଣିପାରୁ ନ ଥିବା କାରଣରୁ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?