କୋଟିଏ ଟଙ୍କାର ରାସ୍ତାରେ ବସୁଛି ହାଟ

ଯାଜପୁର ଅଫିସ/ଯାଜପୁର ରୋଡ୍‌, ୨୧।୯ (ଡି.ଏନ୍‌.ଏ.): କର୍ମବର୍ଦ୍ଧିଷ୍ଣୁ ଯାଜପୁର ସହରର ଟ୍ରାଫିକ ସମ୍ଭାଳିବାକୁ ସହରରେ ନୂତନ ବିକଳ୍ପ ରାସ୍ତା ପ୍ରତି ଧ୍ୟାନ ଦିଆଯାଉନାହିଁ। ଜିଲା ପ୍ରଶାସନ, କଳିଙ୍ଗନଗର ଉନ୍ନୟନ ପରିଷଦ ଓ ଯାଜପୁର ମ୍ୟୁନିସିପାଲିଟିର ଏ ଦିଗରେ ସମନ୍ବିତ ଉଦ୍ୟମ ନାହିଁ କି ଦୂରଦୃଷ୍ଟି ନାହିଁ। ପ୍ରତିଦିନ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ଧବଳଗିରି, ଚୋରଦା ଛକ, ନହକା ଛକ, ଦଳାଛକ, ଡାକବଙ୍ଗଳା ଛକକୁ ଯାତାୟାତ ନେଇ ଅନେକ ଚର୍ଚ୍ଚା ହେଉଛି। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ୧ କୋଟି ଟଙ୍କା ବିନିମୟରେ ନହକାଛକଠାରୁ ବାଇପାସ୍‌ ଛକ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ନିର୍ମାଣ ହୋଇଛି। କିନ୍ତୁ ଏହି ରାସ୍ତା ଯାତାୟାତକୁ ସହଜ କରିବା ପରିବର୍ତ୍ତେ ଆହୁରି ଜଟିଳ କରିଛି। ଜିଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣ ଯୋଗୁ ଗ୍ରୀନ୍‌ ମାର୍କେଟ ଓ ଗଣେଶ ବଜାର ରାସ୍ତାକଡ଼ରେ ବସୁଥିବା ଡେଲି ମାର୍କେଟକୁ ଉଠାଇ ନିଆଯାଇ ଉକ୍ତ ନୂତନ ରାସ୍ତାର ଏକ ପାର୍ଶ୍ୱରେ ଥଇଥାନ କରାଯାଇଛି। ଫଳରେ ରାସ୍ତାର ଅନ୍ୟ ପାର୍ଶ୍ୱ ଦେଇ କମ୍ପାନୀ ବସ୍‌, ପରିବହନ ଟ୍ରକ ଆଦି ଚଳାଚଳ ଯୋଗୁ ଟ୍ରାଫିକ୍‌ ସମସ୍ୟା ଉତ୍କଟ ହେବା ସହ ନିୟମିତ ଭାବେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ତେଣୁ ଖୁବଶୀଘ୍ର ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି
ପ୍ରକାଶଥାଉ କି, ଯାଜପୁର ସହରକୁ ଆସିବାକୁ ସାଧାରଣ ଭାବରେ ଧବଳଗିରି ଛକ, ନହକା ଛକ, ଗୋପବନ୍ଧୁ ଛକ, ଦଳାଛକ, ଡାକବଙ୍ଗଳା ଛକ ଦେଇ ଯାଇଥିବା ରାସ୍ତା ବ୍ୟବହୃତ ହୋଇଥାଏ। ପାଣିକୋଇଲି ପଟରୁ ଯାଜପୁରରୋଡ୍‌ ସହରକୁ ପ୍ରବେଶ କରିବାକୁ ହେଲେ ଦଳାଛକ ଦେଇ ନହକା ଛକ ଓ ଗଣେଶ ମାର୍କେଟ ରାସ୍ତା ରହିଛି। ସେହିପରି କଳିଙ୍ଗନଗର ଶିଳ୍ପାଞ୍ଚଳ ପଟରୁ ସହରକୁ ପ୍ରବେଶ କରିବାକୁ ଚୋର୍ଦ୍ଦା, ବାଇପାସ୍‌ ରାସ୍ତା ଦେଇ ଗୋପବନ୍ଧୁ ଛକକୁ ରାସ୍ତା ରହିଛି। ଅନ୍ୟପକ୍ଷେ ଯାଜପୁର-କେନ୍ଦୁଝର ରୋଡ୍‌ ରେଲୱେ ଷ୍ଟେଶନକୁ ଯିବାକୁ ହେଲେ ଗୋପବନ୍ଧୁ ଛକ ଦେଇ ଯିବାକୁ ପଡ଼େ। ଯାଜପୁର ସହର ଦେଇ କେନ୍ଦୁଝର ରାସ୍ତାକୁ ପହଞ୍ଚତ୍ବାକୁ ହେଲେ ସେହି ନହକା ଛକ, ଚୋର୍ଦ୍ଦାଛକ କିମ୍ବା ଗୋପବନ୍ଧୁ ଛକ ଦେଇ ଅଗ୍ନିଶମ ବିଭାଗ ସମ୍ମୁଖ ଗୋଳେଇ ଛକରେ ମିଶିବାକୁ ପଡ଼େ। ସମ୍ପ୍ରତି ନିର୍ମାଣାଧୀନ ମିଲିଟାରୀ ଛକରୁ ଅଗ୍ନିଶମ ବିଭାଗ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ନୂତନ ଭାବେ ନିର୍ମାଣ ହୋଇଥିବା ବାଇପାସ୍‌ ଛକରୁ ନହକା ଛକ ଦେଇ ପ୍ରାୟ ସମସ୍ତ ଭାରିଯାନ ଚଳାଚଳ ହେଉଛି। କିନ୍ତୁ ଜିଲା ପ୍ରଶାସନର ତରବରିଆ ନିଷ୍ପତ୍ତି ଯୋଗୁ ଏହି ନୂତନ ଚାରିଥାକିଆ ରାସ୍ତା ପନିପରିବା ବଜାର ପାଲଟିଛି। ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବା ସହ ଅନ୍ୟପାର୍ଶ୍ୱରେ ଉଭୟ ଦିଗରୁ ଭାରିଯାନ ସହ କାର, ବାଇକ୍‌ ଆଦି ଚଳାଚଳ କରୁଛି। ଏଥିପ୍ରତି କାହାରି ନିଘା ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି। କରୋନା ଯୋଗୁ ଅସ୍ଥାୟୀ ଭାବେ ଏହି ରାସ୍ତାକୁ ପନିପରିବା ବଜାର ଉଠିଯାଇଥିଲେ ହେଁ ଏବେ ଅନ୍ୟ ସମସ୍ତ ବ୍ୟବସ୍ଥାକୁ ପ୍ରାୟ ସ୍ବାଭାବିକ କରାଯାଇଛି। କିନ୍ତୁ କୋଟିଏ ଟଙ୍କାର ରାସ୍ତାର ଉଚିତ ବ୍ୟବହାର ହୋଇପାରି ନ ଥିବାରୁ ରାସ୍ତା ମଝିରେ ନିର୍ମାଣ ହୋଇଥିବା ମିଡିଆନ ଏକ ପ୍ରକାର ଡ୍ରେନ ପାଲଟିଛି। ପଚାଶଢ଼ା ପନିପରିବା ସେଥିରେ ପକାଇ ଦିଆଯାଉଥିବାରୁ ଉତ୍କଟ ଗନ୍ଧ ବାହାରି ଆଖପାଖ ପରିବେଶକୁ ପ୍ରଦୂଷିତ କରୁଛି। ଆଗାମୀ ଦୁର୍ଗାପୂଜା ପୂର୍ବରୁ ଏଥିପ୍ରତି ପ୍ରଶାସନ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌରପରିଷଦର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନହକା ରାସ୍ତାରେ ବଜାର ବସାଯାଇଛି। ଆଗାମୀ ଦିନରେ ବଜାର ବସେଇବାକୁ ଚୋର୍ଦ୍ଦା ମାଛ ମାର୍କେଟ ଏବଂ କୋପଣ୍ଡରେ ଭେଣ୍ଡିଂ ଜୋନ୍‌ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଖୁବଶୀଘ୍ର ଟେଣ୍ଡର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri