ଏସ୍‌ସିବିରେ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ବିଳମ୍ବ ହେବ

କଟକ ଅଫିସ,୨୧।୯: ଏସ୍‌ସିବିରେ ପ୍ରସ୍ତାବିତ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ କିଛିଦିନ ବିଳମ୍ବ ଘଟିବ। ଏହା ଆସନ୍ତା ୨୧ ତାରିଖରେ ଲୋକାର୍ପଣ ହେବାର ଥିଲା। କିନ୍ତୁ ୬ଦିନ ପରେ ଏହା ଲୋକାର୍ପଣ ହେବ ବୋଲି ବିଭାଗ ପକ୍ଷରୁ ସୂଚନ ମିିଳିଛି। ରବିବାର ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଜରୁରୀ ବୈଠକ ବସିଥିଲା। ଏଥିରେ ଆର୍‌ଡିସି ଅନିଲ କୁମାର ସାମଲ ଅଧ୍ୟକ୍ଷତା କରିଥିବାବେଳେ ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷ ଡା. ଦତ୍ତେଶ୍ୱର ହୋତା ଏବଂ କେତେଜଣ ବରିଷ୍ଠ ଡାକ୍ତର ଉପସ୍ଥିତ ଥିଲେ। ପ୍ରସ୍ତାବିତ ହସ୍ପିଟାଲ କିଭଳି ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ, ରୋଗୀ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଥିଲେ ବି ସଂପ୍ରସାରିତ ଆଇସିୟୁ ବେଡ୍‌ ପାଇଁ କିଛି କାମ ବାକି ରହିଛି। ତେଣୁ ଏହା ଆଉ ପ୍ରାୟ ୫ରୁ ୬ ଦିନ ଲାଗିପାରେ ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି। ଏହା ବ୍ୟତୀତ ଅକ୍ସିଜେନ ଯୋଗାଣ ଏବଂ ଅନ୍ୟାନ୍ୟ କିଛି କାମ ମଧ୍ୟ ବାକି ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁର, ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ

କଟକ ଅଫିସ, ୧୩।୪: କଟକ ଜିଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣାକୁ ସୋମବାର ହଟାଇ ଦିଆଯାଇଛି। ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ ୧୨...

ଶୁଣିଲେନି ନେତା, ପ୍ରଶାସକ: ରାସ୍ତା ମରାମତି କଲେ ଗ୍ରାମବାସୀ

ଖଇରା, ୨୪।୮(ଡି.ଏନ.ଏ.)-ରାସ୍ତା ମରାମତି ପାଇଁ ବାରମ୍ବାର ସ୍ଥାନୀୟ ନେତାଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ନିବେଦନ କଲେ ମଧ୍ୟ କୌଣସି ସୁଫଳ ମିଳିଲାନି। ଶେଷରେ ସରକାରଙ୍କ...

ମା’ ହିଙ୍ଗୁଳାଙ୍କ ମନ୍ଦିର ନିମନ୍ତେ ଭକ୍ତଙ୍କ ଦାନ, ରତ୍ନମୁଦ ଉତ୍ସବରୁ ମିଳିଲା ୨୩ ଲକ୍ଷ

ତାଳଚେର,୯ା୭(ନି.ପ୍ର.)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେବା ସହ...

ବିଓଆଇର ମୋବାଇଲ ବ୍ୟାଙ୍କିଙ୍ଗ ସେବା ଆରମ୍ଭ

ବେଗୁନିଆପଡା,୨୧ା୪(ଡି.ଏନ.ଏ.)-କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଗଞ୍ଜାମ ଜିଲାପାଳ ଏ ଦିଗରେ ବହୁ କଟକଣା ମଧ୍ୟ ଜାରି କରିଛନ୍ତି। କିନ୍ତୁ...

ବର୍ଷକରେ ୬ ବିଡିଓଙ୍କ ବଦଳି: ବ୍ଲକରେ ଉନ୍ନୟନ କାମ ବାଧାପ୍ରାପ୍ତ

ବାହାନଗା, ୨୨।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ବିଚିତ୍ର ନୀତି ଦେଖିବାକୁ ମିଳିଛି ା ୨୦୧୮-୨୦୧୯ ବର୍ଷକ ମଧ୍ୟରେ ୬ଜଣ ବିଡିଓ ଆସିଲେଣି। ତେବେ କେହି ସ୍ଥାୟୀ...

କରାଟେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ବେଲ୍ଟ ପ୍ରଦାନ

ଟିଟିଲାଗଡ଼, ୨ା୬ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଟିଟିଲାଗଡ କରାଟେ ସଂଘ ପକ୍ଷରୁ ଉତ୍କଲ କରାଟେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ଓ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଏ ନେଇ...

କାଳୀପୂଜା ପ୍ରସ୍ତୁତି ଆରମ୍ଭ : ମୂର୍ତ୍ତି ନିର୍ମାଣ ପାଇଁ ଉଠିଲା ମାଟି

ଯାଜପୁର ରୋଡ,୧୪ା୧୦(ନି.ପ୍ର.): କାଳୀପୂଜାକୁ ସରସ ସୁନ୍ଦର କରିବା ନେଇ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶାସ୍ତ୍ର ଅନୁସାରେ କୁମାର ପୂର୍ଣ୍ଣିମା...

ବିଦ୍ୟୁତ୍‌ ଖୁଣ୍ଟତଳୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଝାରସୁଗୁଡା ଅଫିସ/ଲଖନପୁର, ୧୭।୯(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଇଟାଭଟା ପଡ଼ାର ଏକ ବିଦ୍ୟୁତ୍‌ ଖୁଣ୍ଟତଳେ ପଡ଼ିଥିବା ଜଣେ ଯୁବକଙ୍କ କ୍ଷତବିକ୍ଷତ ଶରୀରକୁ ମଙ୍ଗଳବାର...

Coronavirus Update

Archives

Model This Week

Why Dharitri