ଆମ ଜିଲା ଖବର

ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି, କଂଗ୍ରେସ ପ୍ରାର୍ଥୀ

ବାଲେଶ୍ୱର ଅଫିସ,୧୫ା୧୦: ବାଲେଶ୍ୱର ଉପନିର୍ବାଚନ ପାଇଁ ଗୁରୁବାର ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାଲେଶ୍ୱର ଉପଜିଲାପାଳଙ୍କ ଅଫିସରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଏବଂ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।…

ଖାଦ୍ୟ ବିଷାକ୍ତରୁ ୩ ଭାଇଭଉଣୀଙ୍କ ଜୀବନ ଗଲା, ଦୁଇ ଗୁରୁତର

ମାଲକାନଗିରି,୧୫ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା କଚେଲି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଖାଦ୍ୟ ବିଷାକ୍ତରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଭଉଣୀ ଓ ଜଣେ ଭାଇ ରହିଛନ୍ତି। ଗୁରୁତର…

ବଗଲା ଜମି ମାମଲା: ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ ଅଫିସ/ପୁରୀ ଅଫିସ,୧୫ା୧୦: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମାମଲାରେ ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ବଗଲା ଧର୍ମଶାଳା ଜମିରେ ଜଗନ୍ନାଥଙ୍କ ସତ୍ତ୍ୱ ନେଇ ହାଇକୋର୍ଟ ଏହି ଜବାବ ମାଗିଛନ୍ତି। ଆସନ୍ତା ନଭେମ୍ବର ୨ରେ…

ଜିଲାପାଳଙ୍କ ବାସଭବନ ପାର୍ଶ୍ୱରେ ଜମିଛି ପାଣି, ପରିବା ବ୍ୟବସାୟୀ ବି ଭୋଗୁଛନ୍ତି ଦୁର୍ଦ୍ଦଶା

ଛତ୍ରପୁର,୧୫ା୧୦(ଡି.ଏନ୍‌.ଏ.): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ ବାସଭବନ ପାର୍ଶ୍ୱରେ ଗୁରୁବାର ବର୍ଷା ପାଣି ଜମି ରହିଛି। ଫଳରେ ଯାତାୟାତରେ ଅସୁବିଧା ହୋଇଛି। ପ୍ରତି ଥର ବର୍ଷା ହେଲେ ଉକ୍ତ ସ୍ଥାନରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଜମି ରହୁଥିବା ଦେଖିବାକୁ…

ଗଞ୍ଜାମ ବ୍ଲକର ଅଧିକାଂଶ ଗ୍ରାମ ପାଣି ଘେରରେ

ଗଞ୍ଜାମ,୧୫।୧୦(ଡି.ଏନ.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ବ୍ଲକ ଅଂଚଳର ବିଭିନ୍ନ ଗ୍ରାମ ପାଣି ଘେରରେ ଥିବା ଦେଖିବାକୁ ମିଳିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଋଷୁକୁଲ୍ୟା ନଦୀରେ ବନ୍ୟା ଜଳ ପ୍ରଭାହିତ…

ପିଲିବନ୍ଧର ଗାର୍ଡଓ୍ବାଲ ଧସିଲା

ଛତ୍ରପୁର,୧୫ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିରେ ଥିବା ବ୍ରିଟିଶ ଅମଳର ପିଲିବନ୍ଧର ଗାର୍ଡୱାଲ ଗୁରୁବାର ଧସିଯାଇଛି। ବର୍ଷକ ତଳେ ନୂଆ କରି ଉକ୍ତ ଗାର୍ଡଓ୍ବାଲ ନିର୍ମାଣ କରାଯାଇଥିଲା ା ନିମ୍ନମାନର କାମ ଯୋଗୁ ନିର୍ମାଣର ବର୍ଷକ ପରେ ଉକ୍ତ ଗାର୍ଡଓ୍ବାଲ ଧସିଯାଇଛି…

କରୋନାରେ ଆଖିବୁଜିଲେ ପ୍ରଧାନଶିକ୍ଷକ; ଶୋକପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧୫।୧୦(ଡି.ଏନ.ଏ.) ଦିଗପହଣ୍ଡି ବ୍ଳକ ଫାସିଗୁଡ଼ା ସରକାରୀ ହାଇସ୍କୁଲର ନବନିଯୁକ୍ତ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ କରୋନାରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ପରଲୋକ ଖବର ପାଇ ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ,…

ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ଜଣେ ଅଟକ

କଟକ ଅଫିସ/ତିର୍ତ୍ତୋଲ (ଡି.ଏନ.ଏ),୧୫ା୧୦: ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ଚାଉଳିଆଗଞ୍ଜ ଥାନା ପୋଲିସ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସେ ମୁଖ୍ୟ ଅଭିଯୁକ୍ତଙ୍କ ସହଯୋଗୀ ତଥା ସମ୍ପୃକ୍ତ ଚିକେନ୍‌ ସେଣ୍ଟରର ମାଲିକ ବୋଲି ଜଣାପଡ଼ିଛି। ତେବେ ମୁଖ୍ୟ ଅଭିଯୁକ୍ତ…

ପ୍ରକଳ୍ପ ପ୍ରଭାବିତ ୪ ମୌଜାବାସୀ ରଖିଲେ ମତ

ପୁରୀ ଅଫିସ,୧୫ା୧୦:ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ିତୋଳିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିଲାଗି ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ ହୋଇଛି। ଏଥିମଧ୍ୟରେ ଶ୍ରୀସେତୁ ଏକ ମେଗା ପ୍ରକଳ୍ପ। ରାଜ୍ୟର ଏହି ପ୍ରଥମ ଟ୍ରମ୍ପେଟ ସେତୁ ପୁରୀରେ ତିଆରି ହେବ। ଏହାର…

ଶେଷ ହେଉନି ପାଲା କଳାକାରଙ୍କ ସଂଘର୍ଷ

ବଇଣ୍ଡା, ୧୫ା୧୦ (ପରିକ୍ଷିତ ସାହୁ): ବର୍ଷକ ୧୨ ମାସରୁ ୯ ମାସ ବିତୁଥିଲା ଧର୍ମ ଚର୍ଚ୍ଚାରେ। କିଏ ମାନସିକ ପୂରଣ ପାଇଁ ଖୋଜୁଥିଲେ ତ ଆଉ କିଏ ଏକୋଇଶିଆ ପାଲା ପରିବେଷଣ ନିମନ୍ତେ ବଇନା ଦେବାକୁ ପହଞ୍ଚିଯାଉଥିଲେ ଗାୟକଙ୍କ ଦୁଆରେ। ହେଲେ…

ଲୋକଙ୍କ ସମସ୍ୟା ଦୂର କର, ଆବଶ୍ୟକତା ପୂରଣ କର

ଜୁନାଗଡ଼,୧୫।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭାଜପା ପକ୍ଷରୁ ବୁଧବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ଦାବିପତ୍ର ସ୍ଥାନୀୟ ବିଡ଼ିଓ ଦୁଲାରାମ ମାରାଣ୍ଡିଙ୍କୁ ପ୍ରଦାନ କରାଯାଇଛି। ମହାମାରୀ କରୋନା ସାରା ଦେଶକୁ ଆକ୍ରାନ୍ତ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଅଢେଇ…

ଆଶାରେ ରହିଗଲା ଆଶାଲତାଙ୍କ ଲାଭ

ବନ୍ତଳା,୧୫ା୧୦(ଦିନେଶ ଦେହୁରୀ): ସ୍ବାମୀଙ୍କ ମୃତ୍ୟୁ ପରେ ପରିବାର ବୋଝ ଉଠାଇବାକୁ ଚାଷକୁ ସାହାରା କରିଥିଲେ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ଆଶାଲତା ପ୍ରଧାନ (୩୮)। ପୈତୃକ ଜମି ଏକ ଏକର ସହ ଭାଗ ସୂତ୍ରରେ ଆଉ ୩ ଏକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?