ଆଶାରେ ରହିଗଲା ଆଶାଲତାଙ୍କ ଲାଭ

ବନ୍ତଳା,୧୫ା୧୦(ଦିନେଶ ଦେହୁରୀ): ସ୍ବାମୀଙ୍କ ମୃତ୍ୟୁ ପରେ ପରିବାର ବୋଝ ଉଠାଇବାକୁ ଚାଷକୁ ସାହାରା କରିଥିଲେ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ଆଶାଲତା ପ୍ରଧାନ (୩୮)। ପୈତୃକ ଜମି ଏକ ଏକର ସହ ଭାଗ ସୂତ୍ରରେ ଆଉ ୩ ଏକର ଆଣି ସେଥିରେ କଦଳୀ ଓ ଅନ୍ୟ ପରିବା ଚାଷ କରିଥିଲେ। କିନ୍ତୁ କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁ ଚଳିତ ବର୍ଷ କଦଳୀ ଫସଲ ବିକ୍ରି ହୋଇ ନ ପାରିବାରୁ ତାଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏପରି କି ହଜାରେରୁ ଅଧିକ ପାକଳ କଦଳୀ କାନ୍ଦି ବିଲରେ ପଚି ନଷ୍ଟ ହୋଇଯିବାରୁ ଲାଭ କରିବାର ଆଶା ତାଙ୍କର ଆଶାରେ ରହିଯାଇଛି।
ଆଶାଲତାଙ୍କ କହିବା ଅନୁଯାୟୀ, ସ୍ବାମୀ ଅମର ଅଳ୍ପ କିଛି ଜମିରେ କଦଳୀ ଚାଷ କରୁଥିଲେ। ଅଢ଼େଇ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ହୋଇଯିବାରୁ ସେ ଅସହାୟ ହୋଇଯାଇଥିଲେ। ଗୋଟିଏ ପୁଅ ଓ ଦୁଇ ଝିଅଙ୍କୁ କେମିତି ପାଠ ପଢ଼ାଇ ମଣିଷ କରିବେ ତାହା ଭାବିପାରୁ ନ ଥିଲେ। ଶେଷରେ ସ୍ବାମୀ ଛାଡ଼ିଯାଇଥିବା କଦଳୀ ଚାଷକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ବଡ଼ସ୍କୁଲ ନିକଟ ଜାମ୍ମୁତଇଳାରେ ପାଖାପାଖି ୫ ଏକର ଜମିରେ ସେ ଚାଷ ଆରମ୍ଭ କଲେ। ସେଥିରୁ କେବଳ ୩ ଏକରରେ କଦଳୀ ଓ ଅନ୍ୟ ୨ ଏକରରେ ବାଇଗଣ, ପୋଟଳ, ରାଶି, ଧାନ, ହରଡ଼, କଖାରୁ ଲଗାଇଲେ। ପରିବା ଚାଷରୁ ଅଳ୍ପ କିଛି ଆୟ ହେଉଥିବା ବେଳେ ୪,୫୦୦ ଶହ କଦଳୀ ଗଛରୁ ସେ ଭଲ ଲାଭ ପାଉଥିଲେ। ଗତବର୍ଷ ଖର୍ଚ୍ଚ ବାଦ୍‌ଦେଇ ଅଧିକ ୭୦ ହଜାର ଟଙ୍କା ତାଙ୍କୁ ମିଳିଥିଲା। ତେଣୁ ଆୟ ଆହୁରି ବଢ଼ାଇବା ଆଶାରେ ଫସଲର ଭଲ ଯତ୍ନ ନେଇଥିଲେ। ଦୈନିକ ୮ ରୁ ୧୦ ଜଣ ମଜୁରିଆଙ୍କୁ ଖଟାଇବା ସହ ସାର ବାବଦରେ ୫୦ ହଜାର, କଦଳୀ ଟିଆ ପାଇଁ ୪୦ ହଜାରକୁ ମିଶାଇ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଗୋଟିଏ କଦଳୀ କାନ୍ଦି ୨୦୦ରୁ ୩୫୦ ଟଙ୍କାରେ ବିକ୍ରି ହେଉଥିବାରୁ ଚଳିତବର୍ଷ ହଜାରେରୁ ଅଧିକ କାନ୍ଦି ବିକିବାକୁ ଯୋଜନା କରିଥିଲେ। ହେଲେ ଗତ ମାର୍ଚ୍ଚରୁ କରୋନା ଜନିତ ଲକ୍‌ଡାଉନ୍‌ ଘୋଷଣା ତାଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚାଇଲା। ବିଲରେ ପାକଳ ହୋଇଯାଇଥିବା କଦଳୀ ସବୁ ପାଚି ନଷ୍ଟ ହୋଇଗଲା। ଗାଁ ଲୋକଙ୍କୁ ଯାଚିକରି ସେ ଯାହା ଶହେ ଦୁଇଶହ କାନ୍ଦି ୩୦ରୁ ୫୦ ଟଙ୍କା ଲେଖାଏରେ ବିକ୍ରି କରିପାରିଛନ୍ତି। ବହୁ ଅଭାବ ଅନଟନ ଭିତରେ ଚାଷ କରୁଥିଲେ ମଧ୍ୟ ବ୍ଲକ କୃଷି ଓ ଉଦ୍ୟାନ କୃଷି ଅଫିସ ପକ୍ଷରୁ କୌଣସି ସହଯୋଗ କରାଯାଇ ନାହିଁ। ସରକାରଙ୍କ ପକ୍ଷରୁ କିଛି ସହାୟତା ମିଳିଲେ ଅଧିକ ଜମିରେ ଚାଷ କରିପାରନ୍ତେ ବୋଲି ଆଶାଲତା ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଅନୁଗୋଳ ଉଦ୍ୟାନ କୃଷି ବିଭାଗ ଉପ ନିର୍ଦ୍ଦେଶକ ପଦ୍ମଲୋଚନ ଦାସ କହିଛନ୍ତି, କର୍ମଚାରୀଙ୍କୁ ପଠାଇ ଆଶାଲତାଙ୍କୁ କ’ଣ ସହଯୋଗ କରାଯିବ ତାହା ବୁଝାଯିବ। ଏଥିସହ ବିହନ, ଉଇଡର ଓ ସ୍ପ୍ରେୟର ମେଶିନ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯିବ। କରୋନାରେ କ୍ଷତି ହୋଇଥିବା ବିଷୟରେ ସରକାରଙ୍କୁ ଚିଠି କରି ସହାୟତା ପାଇଁ ନିବେଦନ କରାଯିବ ବୋଲି ଉପ ନିର୍ଦ୍ଦେଶକ ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri