ଆଶାରେ ରହିଗଲା ଆଶାଲତାଙ୍କ ଲାଭ

ବନ୍ତଳା,୧୫ା୧୦(ଦିନେଶ ଦେହୁରୀ): ସ୍ବାମୀଙ୍କ ମୃତ୍ୟୁ ପରେ ପରିବାର ବୋଝ ଉଠାଇବାକୁ ଚାଷକୁ ସାହାରା କରିଥିଲେ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ଆଶାଲତା ପ୍ରଧାନ (୩୮)। ପୈତୃକ ଜମି ଏକ ଏକର ସହ ଭାଗ ସୂତ୍ରରେ ଆଉ ୩ ଏକର ଆଣି ସେଥିରେ କଦଳୀ ଓ ଅନ୍ୟ ପରିବା ଚାଷ କରିଥିଲେ। କିନ୍ତୁ କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁ ଚଳିତ ବର୍ଷ କଦଳୀ ଫସଲ ବିକ୍ରି ହୋଇ ନ ପାରିବାରୁ ତାଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏପରି କି ହଜାରେରୁ ଅଧିକ ପାକଳ କଦଳୀ କାନ୍ଦି ବିଲରେ ପଚି ନଷ୍ଟ ହୋଇଯିବାରୁ ଲାଭ କରିବାର ଆଶା ତାଙ୍କର ଆଶାରେ ରହିଯାଇଛି।
ଆଶାଲତାଙ୍କ କହିବା ଅନୁଯାୟୀ, ସ୍ବାମୀ ଅମର ଅଳ୍ପ କିଛି ଜମିରେ କଦଳୀ ଚାଷ କରୁଥିଲେ। ଅଢ଼େଇ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ହୋଇଯିବାରୁ ସେ ଅସହାୟ ହୋଇଯାଇଥିଲେ। ଗୋଟିଏ ପୁଅ ଓ ଦୁଇ ଝିଅଙ୍କୁ କେମିତି ପାଠ ପଢ଼ାଇ ମଣିଷ କରିବେ ତାହା ଭାବିପାରୁ ନ ଥିଲେ। ଶେଷରେ ସ୍ବାମୀ ଛାଡ଼ିଯାଇଥିବା କଦଳୀ ଚାଷକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ବଡ଼ସ୍କୁଲ ନିକଟ ଜାମ୍ମୁତଇଳାରେ ପାଖାପାଖି ୫ ଏକର ଜମିରେ ସେ ଚାଷ ଆରମ୍ଭ କଲେ। ସେଥିରୁ କେବଳ ୩ ଏକରରେ କଦଳୀ ଓ ଅନ୍ୟ ୨ ଏକରରେ ବାଇଗଣ, ପୋଟଳ, ରାଶି, ଧାନ, ହରଡ଼, କଖାରୁ ଲଗାଇଲେ। ପରିବା ଚାଷରୁ ଅଳ୍ପ କିଛି ଆୟ ହେଉଥିବା ବେଳେ ୪,୫୦୦ ଶହ କଦଳୀ ଗଛରୁ ସେ ଭଲ ଲାଭ ପାଉଥିଲେ। ଗତବର୍ଷ ଖର୍ଚ୍ଚ ବାଦ୍‌ଦେଇ ଅଧିକ ୭୦ ହଜାର ଟଙ୍କା ତାଙ୍କୁ ମିଳିଥିଲା। ତେଣୁ ଆୟ ଆହୁରି ବଢ଼ାଇବା ଆଶାରେ ଫସଲର ଭଲ ଯତ୍ନ ନେଇଥିଲେ। ଦୈନିକ ୮ ରୁ ୧୦ ଜଣ ମଜୁରିଆଙ୍କୁ ଖଟାଇବା ସହ ସାର ବାବଦରେ ୫୦ ହଜାର, କଦଳୀ ଟିଆ ପାଇଁ ୪୦ ହଜାରକୁ ମିଶାଇ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଗୋଟିଏ କଦଳୀ କାନ୍ଦି ୨୦୦ରୁ ୩୫୦ ଟଙ୍କାରେ ବିକ୍ରି ହେଉଥିବାରୁ ଚଳିତବର୍ଷ ହଜାରେରୁ ଅଧିକ କାନ୍ଦି ବିକିବାକୁ ଯୋଜନା କରିଥିଲେ। ହେଲେ ଗତ ମାର୍ଚ୍ଚରୁ କରୋନା ଜନିତ ଲକ୍‌ଡାଉନ୍‌ ଘୋଷଣା ତାଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚାଇଲା। ବିଲରେ ପାକଳ ହୋଇଯାଇଥିବା କଦଳୀ ସବୁ ପାଚି ନଷ୍ଟ ହୋଇଗଲା। ଗାଁ ଲୋକଙ୍କୁ ଯାଚିକରି ସେ ଯାହା ଶହେ ଦୁଇଶହ କାନ୍ଦି ୩୦ରୁ ୫୦ ଟଙ୍କା ଲେଖାଏରେ ବିକ୍ରି କରିପାରିଛନ୍ତି। ବହୁ ଅଭାବ ଅନଟନ ଭିତରେ ଚାଷ କରୁଥିଲେ ମଧ୍ୟ ବ୍ଲକ କୃଷି ଓ ଉଦ୍ୟାନ କୃଷି ଅଫିସ ପକ୍ଷରୁ କୌଣସି ସହଯୋଗ କରାଯାଇ ନାହିଁ। ସରକାରଙ୍କ ପକ୍ଷରୁ କିଛି ସହାୟତା ମିଳିଲେ ଅଧିକ ଜମିରେ ଚାଷ କରିପାରନ୍ତେ ବୋଲି ଆଶାଲତା ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଅନୁଗୋଳ ଉଦ୍ୟାନ କୃଷି ବିଭାଗ ଉପ ନିର୍ଦ୍ଦେଶକ ପଦ୍ମଲୋଚନ ଦାସ କହିଛନ୍ତି, କର୍ମଚାରୀଙ୍କୁ ପଠାଇ ଆଶାଲତାଙ୍କୁ କ’ଣ ସହଯୋଗ କରାଯିବ ତାହା ବୁଝାଯିବ। ଏଥିସହ ବିହନ, ଉଇଡର ଓ ସ୍ପ୍ରେୟର ମେଶିନ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯିବ। କରୋନାରେ କ୍ଷତି ହୋଇଥିବା ବିଷୟରେ ସରକାରଙ୍କୁ ଚିଠି କରି ସହାୟତା ପାଇଁ ନିବେଦନ କରାଯିବ ବୋଲି ଉପ ନିର୍ଦ୍ଦେଶକ ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri