ପ୍ରକଳ୍ପ ପ୍ରଭାବିତ ୪ ମୌଜାବାସୀ ରଖିଲେ ମତ

ପୁରୀ ଅଫିସ,୧୫ା୧୦:ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ିତୋଳିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିଲାଗି ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ ହୋଇଛି। ଏଥିମଧ୍ୟରେ ଶ୍ରୀସେତୁ ଏକ ମେଗା ପ୍ରକଳ୍ପ। ରାଜ୍ୟର ଏହି ପ୍ରଥମ ଟ୍ରମ୍ପେଟ ସେତୁ ପୁରୀରେ ତିଆରି ହେବ। ଏହାର ଜମି ଅଧିଗ୍ରହଣ ଓ ପୁନଃ ଥଇଥାନ ସମ୍ପର୍କିତ ସାମାଜିକ ପ୍ରଭାବ ଆକଳନର ଜନଶୁଣାଣି ବୁଧବାର ଅତିରିକ୍ତ ଜିଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ୪ଟି ମୌଜା (ସମଙ୍ଗ, ମାଟିତୋଟା, ଦାଣ୍ଡିମାଳସାହି ଓ ମାର୍କଣ୍ଡେଶ୍ୱର ସାହି)ର ଲୋକେ ଜନଶୁଣାଣିରେ ଯୋଗଦେଇ ସେମାନଙ୍କ ମତ ରଖିଛନ୍ତି। ପ୍ରକଳ୍ପ ଦ୍ୱାରା ସେମାନଙ୍କର ଯେଉଁ କ୍ଷତି ହେଉଛି ତାହାର ଭରଣା ପାଇଁ କ’ଣ ଚାହାନ୍ତି ସେ ସମ୍ପର୍କରେ ସରକାରୀ ଅଧିକାରୀଙ୍କୁ ଜଣାଇଛନ୍ତି। ଜଗନ୍ନାଥବଲ୍ଲଭ ପରିସରରେ ରହିଆସୁଥିବା ଦାଣ୍ଡିମାଳ ସାହିର ୩୦ ପରିବାର ଥଇଥାନ ଦାବି କରିଛନ୍ତି। ସେମାନେ ଥିବା ସ୍ଥାନରୁ ହଟିଯିବେ, କିନ୍ତୁ ସେମାନଙ୍କୁ ଜଗନ୍ନାଥବଲ୍ଲଭର ଅନ୍ୟ କୌଣସି ସ୍ଥାନରେ ଥଇଥାନ କରାଯାଉ ବୋଲି କହିଛନ୍ତି। ସରକାରଙ୍କ ଘୋଷଣା ଅନୁଯାୟୀ ପୁନଃ ଥଇଥାନ ନୀତି ପାଳନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
ପ୍ରଥମେ ସମଙ୍ଗ ମୌଜା ପାଇଁ ସମଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଜନଶୁଣାଣି ହୋଇଥିଲା। ସେହିପରି ମାର୍କଣ୍ଡେଶ୍ୱର ମୌଜା ପାଇଁ ମା’ ବିଶେଶ୍ୱରୀ ଠାକୁରାଣୀ ପୀଠ, ମାଟିତୋଟା ନିମନ୍ତେ ମାଟିତୋଟା କୋଠଘର ଏବଂ ଦାଣ୍ଡିମାଳ ସାହି ପାଇଁ ଜଗନ୍ନାଥ ବଲ୍ଲଭ ମଠ ପ୍ରାଙ୍ଗଣରେ ଶୁଣାଣି କରାଯାଇଥିଲା। ଏଥିରେ ଜମି ଅଧିଗ୍ରହଣର ଉଦ୍ଦେଶ୍ୟ ସାମାଜିକ, ଅର୍ଥନୈତିକ, ପରିବେଶ, ସାଂସ୍କୃତିକ ପ୍ରଭାବ ଓ ଲାଭ ସମ୍ପର୍କରେ ଅବଗତ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ବ୍ୟକ୍ତିଗତ କାରଣରୁ ଯେଉଁମାନେ ଭାଗ ନେଇପାରି ନ ଥିଲେ ସେମାନଙ୍କ ଲାଗି ଅପରାହ୍ନ ୫ଟାରୁ ୬ଟା ମଧ୍ୟରେ ଗୁଗଲ ମିଟ୍‌ ମାଧ୍ୟମରେ ଜନଶୁଣାଣି ଆୟୋଜନ ହୋଇଥିଲା। ଏଥିରେ ସ୍ବତନ୍ତ୍ର ଭୂ ଅର୍ଜନ ଅଧିକାରୀ କୈଳାସ ଚନ୍ଦ୍ର ନାୟକ, ଉପଜିଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ରାଜସ୍ବ ଉପପ୍ରଶାସକ ସୁବ୍ରତ ବେହେରା, ଭୂ ଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନା, ତହସିଲଦାର ରବୀନ୍ଦ୍ର ପ୍ରଧାନ, ଆଦ୍ରା କନ୍‌ସଲଟିଂ ପ୍ରାଇଭେଟ ଲିମିଟେର ପରିଚାଳନା ନିର୍ଦ୍ଦେଶକ ରତିକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସେତୁ ପୁରୀ-ଭୁବନେଶ୍ୱର ୩୧୬ନଂ. ଜାତୀୟ ରାଜପଥର ବାଇପାସ୍‌ ଠାରୁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ହେବାକୁ ଥିବା ପିଲିଗ୍ରୀମ ସେଣ୍ଟରକୁ ସଂଯୋଗ କରାଯିବ। ଏଥିପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ପୁରୀର ଉପରୋକ୍ତ ୪ଟି ମୌଜାର ବେସରକାରୀ ଓ ସରକାରୀ ଜମି ମିଶି ୩୭ ଏକର ୯୮୪ ଡେସିମିଲ ଅଧିଗ୍ରହଣ କରାଯିବ। ରାଜ୍ୟ ସରକାର କିଛି ସେରକାରୀ ଜମି କିଣିସାରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?