ଆମ ଜିଲା ଖବର

କାର୍ଯ୍ୟାଳୟ ପାଇଁ ସତର୍କ, ଅନ୍ୟ ଅଞ୍ଚଳ ଚିନ୍ତାନାହିଁ

ଅନୁଗୋଳ ଅଫିସ୍‌, ୨୪ା୭ ମହାମାରୀ କରୋନା ଅନୁଗୋଳରେ କାୟା ମେଲାଇ ଚାଲିଛି। ଦିନକୁ ଦିନ ପଜିଟିଭ୍‌ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେଉଛି। ପୂର୍ବରୁ ପ୍ରବାସୀ ଶ୍ରମିକଙ୍କ ଦେହରେ ଏହି ଭୂତାଣୁ ଚିହ୍ନଟ ହେଉଥିବା ବେଳେ କିଛିଦିନ ହେଲା ଶିଳ୍ପ ସଂସ୍ଥା ଲିଙ୍କ୍‌…

କପିଳାସରେ ଜଳକଷ୍ଟ ସବୁଦିନିଆ

ଢେଙ୍କାନାଳ ଅଫିସ, ୨୪।୭ – ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବିଭାଗୀୟ ଅଧିକାରୀ ଏବଂ ଜିଲା ପ୍ରଶାସନର ଇଚ୍ଛା ଶକ୍ତିର ଅଭାବ ଯୋଗୁ ୨୦୧୭-୧୮ ଆର୍ଥିକ ବର୍ଷରେ ଏଠାରେ ଆରମ୍ଭ…

ନଦୀପାର ବେଳେ ଭାସିଗଲେ ପରିବା ବ୍ୟବସାୟୀ

ଆସିକା,୨୩ା୭(ଡି.ଏନ୍‌.ଏ.)- ଆସିକା ସହର ଉପକଣ୍ଠ ବଡନଦୀ ପାରି ହେଉଥିବାବେଳେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଜଣେ ପରିବା ବ୍ୟବସାୟୀ ନଦୀ ସୁଅରେ ଭାସି ଯାଇଛନ୍ତି। ସେ ହେଲେ ଆଲିପୁର ପଞ୍ଚାୟତ କରାତଳି ଗ୍ରାମର ସନ୍ନ୍ୟାସି ଜେନା (୪୫)। ସନ୍ନ୍ୟାସୀ ଆସିକାରୁ ପରିବା ବ୍ୟବସାୟ…

କୋଭିଡ୍‌ କଟକଣା ଉଲ୍ଲଂଘନ: ଚଢାଉବେଳେ ପୋଲିସକୁ ଆକ୍ରମଣ

ହିଞ୍ଜିଳିକାଟୁ/ଶେରଗଡ,୨୩ା୭(ଡି.ଏନ୍‌.ଏ.): ହିଞ୍ଜିଳି ଥାନା ତଥା ଶେରଗଡ଼ ତହସିଲ ବି.ନୂଆପଲ୍ଲୀରେ ବୁଧବାର କୋଭିଡ୍‌ କଟକଣା ଉଲ୍ଲଘଂନ କରି ଭୋଜି ଚାଲିଥିଲା। ଶେରଗଡ଼ ତହସିଲଦାର ଡ. ଦୟାସିନ୍ଧୁ ପରିଡା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶଙ୍କ ନେତୃତ୍ୱରେ ଚଢାଉ କରି ଭୋଜି ବନ୍ଦ ପାଇଁ…

ପୋଲିସ ଏନ୍‌କାଉଣ୍ଟରରେ ଦୁଇ ମାଓବାଦୀ ମୃତ

ଭୁବନେଶ୍ୱର,୨୩ା୭ (ବ୍ୟୁରୋ): ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସକୁ ଆଉଏକ ସଫଳତା ମିଳିଛି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଅଞ୍ଚଳରେ କୋମ୍ବିଂ ଅପରେଶନ୍‌ବେଳେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟ ଜଣେ ହେଉଛନ୍ତି…

ଛେଣ୍ଡିପଦାରେ ୨୪ ହାତୀ: ଭାଙ୍ଗିଲେ ଘର, ନଷ୍ଟ କଲେ କଦଳୀ ଫସଲ

ଛେଣ୍ଡିପଦା,୨୩।୭(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବୁଧବାର ବିଳମ୍ବିତ ରାତିରେ ଶିମିଳିପାଳ ପଞ୍ଚାୟତ ଚରାକାନି ଗାଁରେ ୨୪ ହାତୀ ପଶି ଲକ୍ଷ ଲକ୍ଷ ଟଙ୍କାର କଦଳୀ ଫସଲ ନଷ୍ଟ କରିବା ସହ…

ଜୟପୁର ଚିଲ୍‌ଡ୍ରେନ୍ସ ହୋମ୍‌ରେ ନାବାଳକଙ୍କ ଆତ୍ମହତ୍ୟା

ଜୟପୁର,୨୩ା୭(ଡି.ଏନ.ଏ./ନି.ପ୍ର.)-କୋରାପୁଟ ଜିଲା ଜୟପୁରସ୍ଥିତ ସରକାରୀ ଚିଲ୍‌ଡ୍ରେନ୍ସ ହୋମ୍‌ (ଶିଶୁ ଯତ୍ନ ଭବନ)ରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଜଗନ୍ନାଥ ପରଜା(୧୨)। ସେ ବାଥ୍‌ରୁମ୍‌ର ସ୍କାଇଲାଇଟରେ ଗାମୁଛା ବାନ୍ଧି ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି। ଅନ୍ୟ ଅନ୍ତେବାସୀ ତାଙ୍କୁ ଦେଖି…

କରୋନାରେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ, ୨୩।୭-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ରୁ ଅବସର ନେବା ପରେ ଜଣେ ସହକାରୀ ଯନ୍ତ୍ରୀ କରୋନା ପରିଚାଳନା କାର୍ଯ୍ୟରେ ନିୟୋଜିତ ଥିଲେ। ଗୁରୁବାର ତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ହେଲେ କୈଳାସ ଚନ୍ଦ୍ର ନାୟକ। ଚିକିତ୍ସାଧୀନ ଅବସ୍ଥାରେ…

ଦିଗପହଣ୍ଡିରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଗଲା ଅନ୍ତିମ ସତ୍କାର

ଦିଗପହଣ୍ଡି,୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଜଣେ କରୋନା ଯୋଦ୍ଧା (ସହକାରୀ ଶିକ୍ଷକ)ଙ୍କ ମୃତ୍ୟୁ ଘଟଣାକୁ ସପ୍ତାହେ ହୋଇଥିବା ବେଳେ ଏବେ ଆଉ ଜଣେ ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ଏସ. ଏ. ନରସିଂହ…

୪ ନାଲ୍‌କୋ କର୍ମଚାରୀଙ୍କୁ କରୋନା

ବଅଁରପାଳ,୨୩ା୭(ଡି.ଏନ୍‌.ଏ.): ନାଲ୍‌କୋ କଲୋନୀ ଅଞ୍ଚଳରେ ପୂର୍ବରୁ କରୋନାରୁ ଜଣେ ଡିଜିଏମଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହ ମିଳାମିଶା କରିଥିବା ୨୪୧ ଜଣଙ୍କର ସ୍ବାବ୍‌ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ପଜିଟିଭ୍‌ ବାହାରିଥିଲା। ପୁନଶ୍ଚ ଗତ ୧୯…

ଏମ୍‌କେସିଜି ଶିଶୁରୋଗ ଚିକିତ୍ସା ୱାର୍ଡରେ ଖୋଲିବ କୋଭିଡ୍‌ ହେଲ୍‌ଥ ସେଣ୍ଟର

ଛତ୍ରପୁର, ୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏମାନଙ୍କ ଚିକିତ୍ସା ପାଇଁ ଅତିରିକ୍ତ କୋଭିଡ୍‌ ହସ୍ପିଟାଲ ଓ ସ୍ବାସ୍ଥ୍ୟ ସେଣ୍ଟରର ଆବଶ୍ୟକତା ପଡୁଛି। ତେଣୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିର ଶିଶୁରୋଗ ଚିକିତ୍ସା ୱାର୍ଡରେ…

ପୁରୁଷୋତ୍ତମପୁର ଏନ୍‌ଏସିର ଏହି ୭ ୱାର୍ଡରେ ୧୪୪ ଧାରା ଜାରି

ପୁରୁଷୋତ୍ତମପୁର,୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏଥିରେ ପୁରୁଷୋତ୍ତମପୁର ଏନଏସି୍‌ର ୱାର୍ଡ ନଂ.୧ କନକାସାହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଟି. ବିଜୟଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ୱାର୍ଡରୁ ୩୫ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?