ଆମ ଜିଲା ଖବର

ଓପିଜିସି ପ୍ରକଳ୍ପରେ ଯାନ୍ତ୍ରିକ ତ୍ରୁଟି: ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ

ଲଖନପୁର,୧ା୮(ଡି.ଏନ୍‌.ଏ.): ଓଡିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ (ଓପିଜିସି)ର ବନହରପାଲିସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଶନିବାର ସକାଳ ୮.୫୪ ମିନିଟ୍‌ରୁ ୨୧୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଏ ସମ୍ପର୍କରେ ପ୍ରକଳ୍ପର ସୂଚନା ଓ…

ସାମାନ୍ୟ ଥଣ୍ଡାଜ୍ୱରକୁ ନେଇ ମାନସିକ ଚାପଗ୍ରସ୍ତ କନ୍ଧମାଳବାସୀ

କନ୍ଧମାଳ,୧ା୮: କନ୍ଧମାଳ ଜିଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏଥିରୁ ବାଦ୍‌ ପଡ଼ିନାହିଁ ଜିଲାର କୌଣସି ବ୍ଲକ। ବର୍ତ୍ତମାନ ବାଲିଗୁଡ଼ା ସହର ସମେତ ସମଗ୍ର ଅଞ୍ଚଳରେ ଥଣ୍ଡା, କାସ, ଜ୍ୱରକୁ ନେଇ ଅଞ୍ଚଳବାସୀ ଅଧିକ ମାନସିକ ଚାପରେ ରହୁଛନ୍ତି।…

ଜୁଲାଇରେ ୨୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ

ଝାରସୁଗୁଡ଼ା ଅଫିସ,୧ା୮: ଝାରସୁଗୁଡ଼ା ଜିଲା ପୋଲିସ ପକ୍ଷରୁ ଜୁଲାଇ ମାସରେ ମାସ୍କ ନ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ ନ କରିବା ଓ ମୋଟର ଯାନ ଉଲ୍ଲଂଘନ ମାମଲାରେ ୨୧ ଲକ୍ଷ ୭୬ ହଜାର ୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି।…

କଟକ @୯୪୯: ଆଜି ଚିହ୍ନଟ ହେଲେ ଆଉ ୪୩ ଆକ୍ରାନ୍ତ

କଟକ ଅଫିସ,୧।୮: କଟକ ସହରରେ ଶନିବାର ୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪୯କୁ ବୃଦ୍ଧି ପାଇଛି। ସେଥିରୁ ୪୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୬୧ ଆକ୍ଟିଭ୍‌ କେସ୍‌…

କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାରେ ଅବହେଳା: ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଗଞ୍ଜାମ,୧।୮(ଡି.ଏନ୍‌.ଏ.): ଗଞ୍ଜାମ ସହରର ଯୁବ ବ୍ୟବସାୟୀ ତଥା ସମାଜସେବୀ ଲକ୍ଷ୍ମୀନାରାୟଣ ପାତ୍ର (ନାହାଣ)ଙ୍କ କରୋନାରେ ମୃତ୍ୟୁ ଘଟିଛି। କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ…

କରୋନା ନେଲା ଔଷଧ ଦୋକାନୀଙ୍କ ଜୀବନ: ଗଭୀର ଶୋକ ପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡର ବହୁ ପୁରୁଣା ସାହୁ ମେଡିକାଲ ଷ୍ଟୋର ମାଲିକ ସୀମାଞ୍ଚଳ ସାହୁଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ଗତ କିଛିଦିନ ହେଲା ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ପଦ୍ମପୁର ସବ୍‌ଜେଲରେ ପଶିଲା କରୋନା: ବିଚାରାଧୀନ କଏଦୀଙ୍କ ସମେତ ୪ ଆକ୍ରାନ୍ତ

ବରଗଡ଼ ଅଫିସ,୧।୮: ବରଗଡ଼ ଜିଲାରେ ଶନିବାର ପୁଣି ୧୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଜିଲାରେ ପ୍ରଥମ ଥର ପାଇଁ ପଦ୍ମପୁର ସବ୍‌ଜେଲକୁ କରୋନା ପଶିଥିବା ଜଣାପଡିଛି। ଆକ୍ରାନ୍ତଙ୍କ ମଧ୍ୟରେ ପଦ୍ମପୁର ସବ୍‌ଜେଲରେ ଥିବା ଜଣେ ବିଚାରାଧୀନ…

ବ୍ରହ୍ମପୁର ସରକାରୀ ସ୍ବତନ୍ତ୍ର ଆବାସରେ କରୋନା: ୪୫ ନାବାଳକ ପଜିଟିଭ ଚିହ୍ନଟ

ବ୍ରହ୍ମପୁର ଅଫିସ,୧।୮: ଗଞ୍ଜାମ ଜିଲାରେ ଜୁଲାଇ ମାସ ଶେଷ ବେଳକୁ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ଭୟାଭୟ ସ୍ଥିତିରେ ରହିଛି। ଜିଲା ପାଇଁ ଜୁଲାଇ ମାସ ସବୁଠୁ ପ୍ରାଣଘାତୀ ସାବ୍ୟସ୍ତ ହୋଇଛି । ଲକ୍‌ଡାଉନ, ସଟ୍‌ଡାଉନ ଏବଂ ସୀମା ସିଲ୍‌…

କଟକଣା ମଧ୍ୟରେ ଇଦ୍‌

ଭଦ୍ରକ ଅଫିସ,୧।୮: ତ୍ୟାଗ, ବଳିଦାନ ତଥା ସମର୍ପଣର ପର୍ବ ଇଦ୍‌- ଉଲ-ଜୁହାକୁ ଚଳିତ ବର୍ଷ ଭଦ୍ରକ ସହରରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ସହ ପାଳନ କରାଯାଇଛି। କରୋନା କଟକଣା ଯୋଗୁ ଇଦ୍‌ଗାହ ଓ ମସ୍‌ଜିଦରେ ୫ ଜଣ ମଧ୍ୟରେ ନମାଜ ପାଠ ହୋଇଛି।…

ପୁରୀ ମୁଖ୍ୟ ଚିକିତ୍ସାଳୟ ଓଟି ସିଲ୍‌

ପୁରୀ ଅଫିସ: ୧।୮: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଅପରେଶନ ଥିଏଟର (ଓଟିକୁ) ଶନିବାର ସିଲ୍‌ କରାଯାଇଛି। ଜଣେ ଡାକ୍ତର, ଷ୍ଟାପ ନର୍ସ ଓ ଏଏନ୍‌ଏମ କରୋନା ପଜିଟିଭ୍‌ ଚିହ୍ନଟ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ପଦକ୍ଷପ ନେଇଛନ୍ତି। ଓଟି ସିଲ୍‌…

ପୁଣି ଭଦ୍ରକରେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ: ସଙ୍ଗରୋଧକୁ ବଳିଗଲା ସ୍ଥାନୀୟ ସଂକ୍ରମଣ

ଭଦ୍ରକ ଅଫିସ,୧।୮: ଭଦ୍ରକ ଜିଲାରେ ଶନିବାର ପୁଣି ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୭କୁ ବୃଦ୍ଧି ପାଇଛି। ତେବେ ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮ ଜଣ…

ଅମ୍ଳଜାନ ସ୍ତର କମିବା ଯୋଗୁ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି: ଗଞ୍ଜାମ ଜିଲାପାଳ

ବ୍ରହ୍ମପୁର ଅଫିସ, ୧।୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମରେ ସବୁ ପ୍ରବେଶ, ପ୍ରସ୍ଥାନ ପଥ ବନ୍ଦ ରହିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ସୂଚନା ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?