ଶେଷ ହେଉନି ପାଲା କଳାକାରଙ୍କ ସଂଘର୍ଷ

ବଇଣ୍ଡା, ୧୫ା୧୦ (ପରିକ୍ଷିତ ସାହୁ): ବର୍ଷକ ୧୨ ମାସରୁ ୯ ମାସ ବିତୁଥିଲା ଧର୍ମ ଚର୍ଚ୍ଚାରେ। କିଏ ମାନସିକ ପୂରଣ ପାଇଁ ଖୋଜୁଥିଲେ ତ ଆଉ କିଏ ଏକୋଇଶିଆ ପାଲା ପରିବେଷଣ ନିମନ୍ତେ ବଇନା ଦେବାକୁ ପହଞ୍ଚିଯାଉଥିଲେ ଗାୟକଙ୍କ ଦୁଆରେ। ହେଲେ କରୋନା କାରଣରୁ ୬ ମାସ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଛି। ଫଳରେ ସଂକଟରେ ପଡ଼ିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ୩ଶହ ପାଲା କଳାକାର। ସରକାର ପାଲା ପରିବେଷଣ ପାଇଁ ଅନୁମତି ଦେଉ ନ ଥିବାରୁ ଶେଷ ହେଉନି ଏହି କଳାକାରମାନଙ୍କ ସଂଘର୍ଷ।
ଉପଖଣ୍ଡର ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ରହିଛି ମୋଟ୍‌ ୫୨ଟି ପାଲା ଦଳ। ଗାୟକ, ବାୟକ ଓ ଅନ୍ୟ ସହଯୋଗୀଙ୍କୁ ମିଶାଇ ୩ ଶହ କଳାକାର ଏହି ଦଳର ସଦସ୍ୟ। କେବଳ ବର୍ଷା ୩ ମାସ ଛାଡିଦେଲେ ଅନ୍ୟ ସମୟରେ ବିଭିନ୍ନ ସ୍ଥାନରେ ଏମାନେ ପାଲା ପରିବେଷଣ କରିଥାନ୍ତି। ସରକାରଙ୍କ ବହୁ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଜରିଆରେ ମଧ୍ୟ ରୋଜଗାର ପାଇଥାନ୍ତି। ପର୍ବପର୍ବାଣି, ପୂଜା, ଯାନିଯାତ୍ରା ବେଳେ ବିଭିନ୍ନ ସହରରୁ ଏହି କଳାକାରମାନଙ୍କୁ ଡାକରା ମିଳେ। କେଉଁଠି ୫ ଦିନ ତ ଆଉ କେଉଁଠି ୭ ଦିନ ଧରି ଗୋଟିଏ ଲେଖାଏ ଦଳ ପାଲା ପରିବେଷଣ କରନ୍ତି। ବିଶେଷକରି ବାଦୀ ପାଲାର ଅଧିକ ଆଦର ଥିବାରୁ ଗୋଟିଏ ସ୍ଥାନରେ ଏକାଧିକ ଗାୟକ ନିଜ ଧାର୍ମିକ ଜ୍ଞାନର ଗଭୀରତା ଦେଖାଇଥାନ୍ତି। କିନ୍ତୁ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଗତ ମାର୍ଚ୍ଚରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଥିବାରୁ ଉପଖଣ୍ଡ ପାଲା କଳାକାରମାନଙ୍କ ରୋଜଗାର ବାଟ ବନ୍ଦ ହୋଇଯାଇଛି। ଫଳରେ ପରିବାର ଚଳାଇବା ପାଇଁ ସେମାନଙ୍କୁ ଦୈନିକ ସଂଘର୍ଷ କରିବାକୁ ପଡ଼ୁଛି। ଯାହାଙ୍କ ଧର୍ମ ଚର୍ଚ୍ଚା ହଜାର ହଜାର ଶ୍ରୋତାଙ୍କ ମନମୁଗ୍ଧ କରୁଥିଲା ସେହି ଗାୟକମାନଙ୍କ ମଧ୍ୟରୁ ଏବେ କିଏ ପରିବା ବେପାର କରୁଛନ୍ତି ତ ଆଉ କିଏ ଗଁା ଗଁା ବୁଲି ମନୋହରି ସାମଗ୍ରୀ ବିକୁଛନ୍ତି। ପାଲା କଳାକାରମାନଙ୍କୁ ଏପରି ଦୁର୍ଦ୍ଦଶାରୁ ରକ୍ଷା କରିବାକୁ ସରକାର ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବାକୁ ଦାବି ହେଉଛି। ଏ ନେଇ କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ କହିଛନ୍ତି, ପାଲା ପରିବେଷଣ ପାଇଁ ସରକାରୀ ସ୍ତରରେ ଅନୁମତି ଆସିନାହିଁ। ଅନୁମତି ମିଳିଲେ ପାଲା କଳାକାରମାନଙ୍କୁ ଏଥିପାଇଁ ସୁଯୋଗ ପ୍ରଦାନ କରାଯିବ।
ପରିବାର ଚଳାଇବା କଷ୍ଟକର ହେଉଛି
କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପାଲା ଏକ ମାଧ୍ୟମ। ହେଲେ କରୋନା ଯୋଗୁ ଉପଖଣ୍ଡର ୩ଶହ କଳାକାରଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରାଯାଉ।
-ଶ୍ରୀକାନ୍ତ ମାହାର (ଗାୟକ), ରଞ୍ଜନା, ମାଧପୁର
ରୋଜଗାର ପାଇଁ ଅଟୋ ଚଳାଉଛି
ଦୀର୍ଘ ୬ ମାସ ହେବ ପାଲା କଳାକାରମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଫଳରେ ଆର୍ଥିକ ସ୍ଥିତି ଜଟିଳ ହୋଇପଡ଼ିଛି। ତେଣୁ ପେଶା ବଦଳାଇ ଅଟୋ ଚଳାଇ ପରିବାର ପାଇଁ କିଛି ରୋଜଗାର କରିବାକୁ ବାଧ୍ୟ ହୋଇଛି।
-ଜଗତମୋହନ ମିଶ୍ର (ଗାୟକ), ବଇଣ୍ଡା
ପରିବା ବିକି ପରିବାର ଚଳାଉଛି
ପାଲାରେ ଗାୟକଙ୍କୁ ସହଯୋଗ କରି ବାର୍ଷିକ ୩୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଥିଲି। ଲକ୍‌ଡାଉନ୍‌ ଯୋଗୁ ପାଲାକୁ ଅନୁମତି ମିଳୁ ନ ଥିବାରୁ ଆୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ତେଣୁ ବାଧ୍ୟ ହୋଇ ପରିବା ବିକି ପରିବାର ଚଳାଉଛି।
-ବିନୟ ସ୍ବାଇଁ, ହଣ୍ଡପା
ମନୋହରି ସାମଗ୍ରୀ ବିକୁଛି
ବର୍ଷ ତମାମ କଳା ପରିବେଷଣ କରୁଥିଲୁ। କିନ୍ତୁ କରୋନା ଜୀବିକା ଛଡ଼ାଇ ନେଇଥିବାରୁ ଏବେ ଗଁା ଗଁା ବୁଲି ମନୋହରି ସାମଗ୍ରୀ ବିକ୍ରି କରୁଛି। ଭତ୍ତା ପାଇଁ ଆବେଦନ କରିଛି। ସରକାର ପାଲା କଳାକାରମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରନ୍ତୁ।
-ଗଦାଧର ମେହେର (ଗାୟକ), ଡାବାରାପାଲି, ଆଠମଲ୍ଲିକ
ମନ୍ଦିରରେ ପୂଜକ ସାଜିଛି
ବର୍ଷକୁ ୯ ମାସ ବିଭିନ୍ନ ସ୍ଥାନରେ ପାଲା ପରିବେଷଣ ପାଇଁ ଡାକରା ମିଳୁଥିଲା। ୬ ମାସ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ଆୟ କିଛି ନାହିଁ। ତେଣୁ ଗଁା ମନ୍ଦିରରେ ପୂଜକ ସାଜି ଯାହା କିଛି ରୋଜଗାର କରୁଛି।
– ଶମ୍ଭୁନାଥ ମହାପାତ୍ର (ଗାୟକ), ବଡ଼ବର, ଆଠମଲ୍ଲିକ
କାମ ମିଳୁ ନ ଥିବାରୁ ଘରେ ବସିଛି
ପାଲା ଆମ ଜୀବନ ଥିଲା। ତେଣୁ ପରିବାର ଚଳାଇବାରେ ଅସୁବିଧା ହେଉ ନ ଥିଲା। କିନ୍ତୁ ସରକାରଙ୍କ ଅନୁମତି ନ ଥିବାରୁ ରୋଜଗାରର ବାଟ ବନ୍ଦ ହୋଇଯାଇଛି। ୬ ମାସ ହେଲା କାମଧନ୍ଦା ବି କିଛି ମିଳୁନାହିଁ। ଘରେ ବସି ରହିବା ଛଡ଼ା ଉପାୟ ନାହିଁ।
ଭ୍ରମରବର ମିଶ୍ର, ବଡ଼ଗୋବିନ୍ଦପୁର, କିଶୋରନଗର


Enter your email to get our daily news in your inbox.

All Right Reserved By Dharitri.Com

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri