ଜିଲାପାଳଙ୍କ ବାସଭବନ ପାର୍ଶ୍ୱରେ ଜମିଛି ପାଣି, ପରିବା ବ୍ୟବସାୟୀ ବି ଭୋଗୁଛନ୍ତି ଦୁର୍ଦ୍ଦଶା

ଛତ୍ରପୁର,୧୫ା୧୦(ଡି.ଏନ୍‌.ଏ.): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ ବାସଭବନ ପାର୍ଶ୍ୱରେ ଗୁରୁବାର ବର୍ଷା ପାଣି ଜମି ରହିଛି। ଫଳରେ ଯାତାୟାତରେ ଅସୁବିଧା ହୋଇଛି। ପ୍ରତି ଥର ବର୍ଷା ହେଲେ ଉକ୍ତ ସ୍ଥାନରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଜମି ରହୁଥିବା ଦେଖିବାକୁ ମିଳୁଛି। ପରେ ମୋଟର ଲଗାଇ ଏହି ପାଣିକୁ ନିଷ୍କାସନ କରିବାକୁ ପଡୁଛି। ଆବଶ୍ୟକୀୟ ଡ୍ରେନ୍‌ ବ୍ୟବସ୍ଥା ନ ଥିବାରୁ ଏପରି ପରିସ୍ଥିତି ସର୍ବଦା ସୃଷ୍ଟି ହେଉଥିବା ଜଣାପଡ଼ିଛି। ପୂର୍ବରୁ ଛତ୍ରପୁର ପରିବା ମାର୍କେଟ ସମ୍ମୁଖ ରାସ୍ତା ଉପରେ ଜବରଦଖଲ କରି ପରିବା ଓ ମାଛ ବିକ୍ରି ହେଉଥିଲା। କରେନା ଗାଇଡଲାଇନ୍‌ ଅନୁଯାୟୀ ସାମାଜିକ ଦୂରତାକୁ ପାଳନ କରିବା ପରିପ୍ରେକ୍ଷୀରେ ଉକ୍ତ ସ୍ଥାନରୁ ପରିବା ବିକ୍ରି ଉଚ୍ଛେଦ କରି ଜିଲାପାଳଙ୍କ ବାସଭବନ ପାର୍ଶ୍ୱ ରାସ୍ତାର ଉଭୟ ପାର୍ଶ୍ୱକୁ ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ପାଣି ଜମିବାରୁ ପରିବା ବିକାଳିମାନେ ପାଣି ଘେରରେ ରହିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଲାଇସେନ୍ସରେ ଚାଲିଛି କରତକଳ :ଧ୍ୱଂସପାଉଛି ଗ୍ରାମ୍ୟ ଜଙ୍ଗଲ

ବାଲିଆପାଳ, ୨୪ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ଛତୁ ଫୁଟିଲା ଭଳି ବିନା ଲାଇସେନ୍ସରେ ଏବେ କରତକଳମାନ ଚାଲୁଛି। ଫଳରେ ଗ୍ରାମ୍ୟଜଙ୍ଗଲ ଦିନକୁ ଦିନ...

ଗାନ୍ଧୀ ବିଶେଷାଙ୍କ ଲୋକାର୍ପିତ କଲେ ରାଜ୍ୟପାଳ

ପୁରୀ ଅଫିସ,୨୯।୨: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ତ୍ରୈମାସିକ ସାହିତ୍ୟ ପତ୍ରିକା ସୁଲେଖା ପକ୍ଷରୁ ଗାନ୍ଧୀ ବିଶେଷାଙ୍କ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ବିଭିନ୍ନ କବି...

ଶ୍ୱଶୁରଙ୍କୁ ଆକ୍ରମଣ ମାମଲା, ବୋହୂ ଗଲେ ଜେଲ

ଦିଗପହଣ୍ଡି,୨୩ା୧୦(ଡି.ଏନ.ଏ.): ଶ୍ୱଶୁରଙ୍କୁ ଆକ୍ରମଣ ମାମଲାରେ ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ଗୋପୀନାଥପୁରର ରୀନା କୁମାରୀ ସାହୁଙ୍କୁ ବୁଧବାର କେ.ନୂଆଗାଁ ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ...

ଦୁର୍ଘଟଣା: ଯୋଡ଼ା ପୌରପାଳିକାର ୫ କର୍ମଚାରୀ ଆହତ

ଯୋଡ଼ା,୨୫ା୧(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କରଣସାହିଠାରେ ଗୁରୁବାର ରାତିରେ ଏକ ବୋଲେରୋ ଦୁର୍ଘଟଣାରେ ଯୋଡ଼ା ପୌରପାଳିକାର ୫ କର୍ମଚାରୀ ଆହତ...

କଟକରେ କଟକଣା ଉଲ୍ଲଂଘନ: ୨୪ ଘଣ୍ଟାରେ ୫୫ ବାଇକ ଜବତ, ୪,୩୫,୦୦୦ ଟଙ୍କା ଜରିମାନା ଆଦାୟ

କଟକ ଅଫିସ,୪।୪- କରୋନା ଭୁତାଣୁର ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି। ଏହିସବୁ କଟକଣା ଉଲଘଂନ ଅଭିଯୋଗରେ କଟକ...

କୁଟୁରା ଶିକାର, ୧୨ ଗିରଫ

କଣିହାଁ,୭ା୨(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବନାଞ୍ଚଳ ତରଫରୁ କୁଟୁରା ଶିକାର ଅଭିଯୋଗରେ ୧୨ ଜଣଙ୍କୁ ଗିରଫ ପରେ ଶନିବାର ରାତିରେ କୋର୍ଟ ଚାଲାଣ କରାଯାଇଛି। ରେଞ୍ଜ...

୮ମ ଜିଲା ମହୋତ୍ସବ ଉଦ୍‌ଘାଟିତ, ସୁପ୍ତ ପ୍ରତିଭା ଜାଗ୍ରତ କରିବା ମହୋତ୍ସବର ଲକ୍ଷ୍ୟ

ଅନୁଗୋଳ ଅଫିସ୍‌, ୧୨।୨ – ଅନୁଗୋଳ ଷ୍ଟାଡିୟମଠାରେ ମଙ୍ଗଳବାର ୮ମ ଜିଲା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ...

ଆଜି ଶ୍ରୀମନ୍ଦିରରେ ବନକଲାଗି: ୪ ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ଅଫିସ,୧୫।୧୨: ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ବନକଲାଗି ନୀତି...

Advertisement
Archives

Model This Week