ଗଞ୍ଜାମ ଜିଲାରେ ପାସ୍ ହାର ୮୪.୨୦ ପ୍ରତିଶତ
ବ୍ରହ୍ମପୁର ଅଫିସ,୨୦ା୮- ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଜିଲା ରାଜ୍ୟସ୍ତରରେ ଉତ୍କର୍ଷତା ହାସଲ କରିଛି। ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ରାଜ୍ୟର ମୋଟ ୪୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଗଞ୍ଜାମ…
ଡିଏସ୍ପି ସ୍ତରରେ ଅଦଳବଦଳ
କଟକ ଅଫିସ,୨୦ା୮: ଡିଏସ୍ପି ସ୍ତରରେ ଅଦଳବଦଳ ହୋଇଥିବା ନେଇ ବୁଧବାର ରାଜ୍ୟ ପୋଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କନ୍ଧମାଳ ମୁଖ୍ୟାଳୟ ଡିଏସ୍ପି ଡି. ତିରୁପତି ରାଓ ପଟ୍ଟନାୟକଙ୍କୁ ଜି. ଉଦୟଗିରି ଏସ୍ଡିପିଓ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ପାରଳାଖେମୁଣ୍ଡି ଏସ୍ଡିପିଓ…
କନ୍ଧମାଳରେ ପାସ୍ ହାର ୬୦.୪୪%
ଫୁଲବାଣୀ ଅଫିସ, ୨୦ା୮- କନ୍ଧମାଳ ଜିଲାରେ ଯୁକ୍ତ ୨ ବାଣିଜ୍ୟରେ ପାସ୍ହାର ରହିଛି ୬୦.୪୪ ପ୍ରତିଶତ। ଜିଲାରେ ମୋଟ ୨୨୫ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୬ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ପ୍ରଥମ ଶ୍ରେଣୀରେ, ୩୫ଜଣ…
କରୋନା ବଦଳାଇ ଦେଲା ଜୀବିକା: ପାନ ବିକୁଛନ୍ତି ଯାତ୍ରା କମେଡିଆନ୍
ଭଣ୍ଡାରିପୋଖରୀ, ୨୦ା୮(ଦେବେନ୍ଦ୍ର ଆନ୍ଦିଆ)- କରୋନା ଛଡ଼ାଇ ନେଇଛି ଜୀବନ ଜୀବିକା। କାଲି ଯିଏ ମଞ୍ଚରେ ହସାଇ ଦର୍ଶକଙ୍କୁ ବେଦମ କରୁଥିଲେ, ସେ ଆଜି ରାଜପଥ ପାର୍ଶ୍ୱରେ ଚା’ ପାନ ବିକ୍ରି କରି ପରିବାର ଚଳାଉଛନ୍ତି। ଏମିତି ଜଣେ ପ୍ରତିଷ୍ଠିତ ଯାତ୍ରା ହାସ୍ୟଭିନେତା…
ମହଜୁଦ୍ ଥାଇ ବି ଚାଷୀଙ୍କୁ ଦେଲେନି ସାର
ବୁଗୁଡ଼ା,୨୦ା୮(ଡି.ଏନ୍.ଏ.)- ବୁଗୁଡ଼ାର କେତେକ ସାର ଦୋକାନରେ ସାର ମହଜୁଦ ଥାଇ ମଧ୍ୟ ଚାଷୀଙ୍କୁ ଦିଆଯାଉ ନ ଥିଲା। ଏ ନେଇ ଚାଷୀମାନେ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ପ୍ରଶାସନର ହସ୍ତକ୍ଷେପ ଫଳରେ ଚାଷୀ ସାର ପାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଚାଷ ପାଇଁ…
ସମୁଦ୍ରରେ ଇଲିଶି ତଲାସି
ଭୋଗରଇ, ୨୦।୮(ଡି.ଏନ.ଏ.)-ଶ୍ରାବଣ ଶେଷ ହୋଇ ଭାଦ୍ରବ ହେଲାଣି। ତଥାପି ଜାଲରେ ଧରାପଡୁନି ଆଶାନୁରୂପ ଇଲିଶି। ମୌସୁମୀର ଅନିୟମିତତା ଯୋଗୁ ଚଳିତବର୍ଷ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀମାନେ ଆଶା ଆଶଙ୍କାରେ ରହିଛନ୍ତି। ତଥାପି ମତ୍ସ୍ୟଜୀବୀମାନେ ଆଶା ଛାଡ଼ିନାହାନ୍ତି। ବାଲେଶ୍ୱର ଉପକୂଳ ଉଦୟପୁର, ତାଳସାରୀ,…
୬ ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ: ବୁଢ଼ା, ଟୋକା, ପିଲା, କାଞ୍ଚନ, ଛୁଆ ବେଶରେ ଦର୍ଶନ ଦେବେ
ଭଦ୍ରକ ଅଫିସ,୨୦ା୮- ଆସନ୍ତା ଶନିବାର ଗଣେଶ ପୂଜା। ଜିଲାରେ ମାତ୍ର ୬ଟି ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ। କୋଭିଡ୍ କଟକଣା ମଧ୍ୟରେ ଏହି ପୂଜା ଆୟୋଜନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ପୂର୍ବରୁ ରାଜ୍ୟର…
କାର୍ରେ ପ୍ରେସ୍ ଲେଖି କରୁଥିଲେ ଗଞ୍ଜେଇ ଚାଲାଣ: ୫ ଜଣଙ୍କୁ ବାନ୍ଧିଲା ପୋଲିସ
ଫୁଲବାଣୀ ଅଫିସ, ୧୯ା୮- କନ୍ଧମାଳ ଜିଲାରେ ଚୋରା ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି। ସେପଟେ ଜିଲା ଚାରିପଟେ କରୋନା ପାଇଁ ଚେକିଂ କଡାକଡି କରାଯାଉଛି। ବିନା ପାସ୍ରେ ଗାଡିଗୁଡିକୁ ଛଡା ଯାଉନାହିଁ। ଏଭଳି ସ୍ଥିତିରେ ମଧ୍ୟ ଗଞ୍ଜେଇ ମାଫିଆ…
ନୂଆପଡ଼ା ଏଡିଏମ୍ କରୋନା ଆକ୍ରାନ୍ତ
ନୂଆପଡ଼ା ଅଫିସ,୧୯ା୮-ନୂଆପଡ଼ା ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଜଣକ ପରେ ଜଣେ ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ସଂକ୍ରମଣର ଶିକାର ହେଉଛନ୍ତି। ଅତିରିକ୍ତ ଜିଲାପାଳ (ରାଜସ୍ବ) ରୁଦ୍ରମାଧବ ମହାରଣା କରୋନା ସଂକ୍ରମିତ ହୋଇଥିବା ଜିଲା ମୁଖ୍ୟ…
ନକଲି ମହିଳା ଆଇପିଏସ୍ ଅଫିସର ଗିରଫ
ରାଉରକେଲା ଅଫିସ, ୧୯।୮-ରାଉରକେଲା ଉଦିତନଗର ପୋଲିସ ମଙ୍ଗଳବାର ଜଣେ ନକଲି ମହିଳା ଆଇପିଏସ୍ ଅଫିସରଙ୍କୁ ଧରିଛି। ବୁଧବାର ତାଙ୍କୁ ଗିରଫ କରାଯାଇଛି। ଏହି ମହିଳା ଜଣକ ହେଲେ ଶର୍ମିଷ୍ଠା ବେହେରା। ବୁଧବାର ପୋଲିସ ତାଙ୍କୁ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ…
ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କା ବୃଦ୍ଧି କର: ହାଇକୋର୍ଟ
କଟକ ଅଫିସ,୧୯ା୮-ହୋମଗାର୍ଡମାନଙ୍କ ଭତ୍ତା ବୃଦ୍ଧି କରି ରାଜ୍ୟ ସରକାର ସେମାନଙ୍କୁ ଦୈନିକ ୫୩୩ ଟଙ୍କା ଦିଅନ୍ତୁ। ସେମାନଙ୍କ ମଜୁରିକୁ ନେଇ ହାଇକୋର୍ଟ ବୁଧବାର ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ତିନି ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ…
କଟକରୁ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ,୧୯।୮-କଟକ ସହରରୁ ବୁଧବାର ୧୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୨ରୁ ୧୦୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୬୨ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏସ୍ସିବି ମେଡିକାଲ ଆଇସୋଲେଶନର ଓ୍ବାର୍ଡରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

