ଫିରିଙ୍ଗିଆ ବିଡିଓଙ୍କ ସ୍ତ୍ରୀଙ୍କ ଆତ୍ମହତ୍ୟା

ଫୁଲବାଣୀ ଅଫିସ, ୫ା୧୧- କନ୍ଧମାଳ ଜିଲା ଫିରିଙ୍ଗିଆ ବିଡିଓ ରଶ୍ମୀରଞ୍ଜନ ମହନ୍ତଙ୍କ ସ୍ତ୍ରୀ ସରିତା ସାମଲ(୩୧)ବୁଧବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି।
ବିଡିଓ ମହନ୍ତ ବୁଧବାର କୌଣସି ଏକ ମିଟିଂରେ ଜିଲାପାଳଙ୍କ କାର୍ଯ୍ୟାଳୟ ଫୁଲବାଣୀକୁ ଆସି ସନ୍ଧ୍ୟାରେ ଘରକୁ ଫେରିଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବିଡିଓ ତାଙ୍କ ପୁଅକୁ ଧରି ଘର ବାହାରକୁ ବୁଲିବାକୁ ଆସିଥିଲେ। କିଛି ସମୟ ପରେ ସେ ଘରକୁ ଯାଇ ଦେଖିବା ବେଳକୁ କବାଟ ଭିତରପଟୁ ବନ୍ଦ ଥିଲା। ସେ ପତ୍ନୀ ସରିତାଙ୍କୁ ଡାକିଥିଲେ ମଧ୍ୟ ଶୁଣି ନ ଥିଲେ। କବାଟ ଫାଙ୍କରେ ଦେଖିଲା ବେଳକୁ ସେ ନିଜ ଓଢ଼ଣୀରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। ବ୍ଲକ କର୍ମଚାରୀଙ୍କ ସହ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯିବା ପରେ ଫିରିଙ୍ଗିଆ ମେଡିକାଲରେ ଭର୍ତି କରାଯାଇଥିଲା। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫିରିଙ୍ଗିଆ ଥାନାଧିକାରୀ ପି.ଶ୍ୟାମସୁନ୍ଦର ରାଓ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ୧୩/୨୦ରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି ବୋଲି ଥାନାଧିକାରୀ ରାଓ ସୁଚନା ଦେଇଛନ୍ତି। ସୁଚନାଯୋଗ୍ୟ ଉଭୟଙ୍କର ଗତ ୩ ବର୍ଷ ପୁର୍ବେ ପ୍ରେମ ବିବାହ ହୋଇଥିଲା। ସେମାନଙ୍କର ଗୋଟିଏ ୨ ବର୍ଷର ପୁଅ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri