କ୍ଷୀରକୁ ମିଳୁନି ସରକାରୀ ଦର

ବଇଣ୍ଡା,୬ା୧୧ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବଢ଼ାଇବା ପାଇଁ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗୁଡ଼ିକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ହେଲେ ସରକାରୀ ଦରରେ ସେମାନଙ୍କଠାରୁ କିପରି ସମସ୍ତ ଉତ୍ପାଦିତ ଦୁଗ୍ଧ କିଣାଯାଇପାରିବ ତାହା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ସରକାରୀ ଯୋଜନାରେ ଗାଈପାଳନ କରିଥିଲେ ବି ଏହାର ଲାଭ ମିଳୁ ନ ଥିବା ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ଚାଷୀମାନେ ଅଭିଯୋଗ କରିଛନ୍ତି। ବିଶେଷକରି କିଶୋରନଗର ବ୍ଲକରେ ଓମ୍‌ଫେଡ୍‌ର ଆଦୌ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ନ ଥିବାରୁ ଏଠାକାର ଚାଷୀ ଓ ଏସ୍‌ଏଚ୍‌ଜିମାନେ ଆଖପାଖ ଗ୍ରାମ, ବଜାରରେ କମ୍‌ ମୂଲ୍ୟରେ କ୍ଷୀର, ଛେନା ବିକି କ୍ଷତି ସହୁଥିବା କହିଛନ୍ତି।
ଆଠମଲ୍ଲିକ ବ୍ଲକରେ ଦୈନିକ ୧୧ ହଜାର ୫୦ ଲିଟର କ୍ଷୀର ଉତ୍ପାଦନ ହେଉଛି। ସେହିପରି କିଶୋରନଗର ବ୍ଲକରେ ୯ ହଜାର ୬୫ ଲିଟର ଚାଷୀମାନେ ଉତ୍ପାଦନ କରୁଛନ୍ତି। କିନ୍ତୁ ଓମ୍‌ଫେଡ୍‌ ପକ୍ଷରୁ କେବଳ ଆଠମଲ୍ଲିକ ବ୍ଲକରୁ କ୍ଷୀର ସଂଗ୍ରହ କରାଯାଉଛି। ଆଠମଲ୍ଲିକ ସଦର ଓ ଅଏଡାଠାରେ ଦୁଇଟି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ କରାଯାଇଥିଲେ ମଧ୍ୟ ସେଥିରୁ ଅଏଡାସ୍ଥିତ ଭଣ୍ଡାର ଦେଢ଼ବର୍ଷ ହେବ ଅଚଳ ହୋଇପଡ଼ିଛି। ବାରମ୍ବାର ଦାବି ସତ୍ତ୍ୱେ ତାହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। କିଶୋରନଗର ବ୍ଲକର କିଶୋରନଗର ଓ ବଇଣ୍ଡାଠାରେ ୨ଟି ଶୀତଳୀକରଣ କେନ୍ଦ୍ର ନିର୍ମାଣ ପାଇଁ ଦୀର୍ଘବର୍ଷରୁ ଦାବି ହୋଇଆସୁଛି। ୨୦୧୪ ଡିସେମ୍ବର ୧୫ରେ ତତ୍‌କାଳୀନ ବିଧାୟକ, ଜିଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଏଠାକାର ହଜାର ହଜାର ଦୁଗ୍ଧ ଚାଷୀ ଓ ଏସ୍‌ଏଚ୍‌ଜି ଉତ୍ପାଦିତ କ୍ଷୀରକୁ ସରକାରୀ ଦରରେ ଓମଫେଡ୍‌କୁ ବିକିବାର ସୁଯୋଗ ପାଇପାରୁ ନାହନ୍ତି। ସ୍ଥାନୀୟ ବଜାରକୁ ସେମାନେ କ୍ଷୀର ଓ ଛେନା ଯୋଗାଉଥିଲେ ବି ଏଥିରେ କ୍ଷତି ସହିବାକୁ ପଡ଼ୁଥିବା କହିଛନ୍ତି। ଏପରି କି ଗାଈଙ୍କୁ ଦାନା କିଣି ଦେଇପାରୁ ନ ଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉପଖଣ୍ଡ ଭାରପ୍ରାପ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ତପନ ବେଉରା କହିଛନ୍ତି, କିଶୋରନଗର ବ୍ଲକର ଯେଉଁ ପଞ୍ଚାୟତରୁ ସର୍ବାଧିକ ଉତ୍ପାଦନ ହେଉଛି ସେଠାରୁ କ୍ଷୀର ସଂଗ୍ରହ କରିବାକୁ ଓମ୍‌ଫେଡ୍‌କୁ ପ୍ରସ୍ତାବ ଦିଆଯାଇଛି। ଆଠମଲ୍ଲିକ ଉପଜିଲାପାଳ ଲଳିତମୋହନ ବେହେରା କହିଛନ୍ତି, ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ। ଆଠମଲ୍ଲିକ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଇନ୍‌ଚାର୍ଜ ପ୍ରେମାକାନ୍ତ ହୋତା କହିଛନ୍ତି, କିଶୋରନଗର ବ୍ଲକରେ ଶୀତଳଭଣ୍ଡାର ନିର୍ମାଣର ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଏବେ କମ୍‌ ପରିମାଣର ଦୁଗ୍ଧ ଉତ୍ପାଦନ ହେଉଛି। ଅଧିକ ଉତ୍ପାଦନ ହେଲେ ସଂଗ୍ରହ କରାଯିବାର ବ୍ୟବସ୍ଥା ହେବ ବୋଲି ହୋତା ପ୍ରକାଶ କରିଛନ୍ତି।
ଉଚିତ ଦର ମିଳୁନି
ସରକାରୀ ଯୋଜନାରେ ଗୋପାଳନ କରୁଥିବା ଚାଷୀଙ୍କୁ ସହଯୋଗ ମିଳୁନାହିଁ। ପ୍ରତିଦିନ ୧୫ ଲିଟରରୁ ଅଧିକ କ୍ଷୀର ଉତ୍ପାଦନ କରୁଥିଲେ ମଧ୍ୟ ସରକାର ସଂଗ୍ରହ କରୁନାହାନ୍ତି। ଫଳରେ ଗଁା ଓ ବଜାରରେ କମ୍‌ ଦରରେ ବିକିବାକୁ ବାଧ୍ୟ ହେଉଛି। -କୁମୁଦ ସାହୁ,
ଲୁହାମୁଣ୍ଡା, କିଶୋରନଗର
ସବ୍‌ସିଡି ଯୋଗାନ୍ତୁ ସରକାର
ଆଠମଲ୍ଲିକର ଅନେକ ଚାଷୀ ଗୋପାଳନକୁ ଜୀବିକା କରିଛନ୍ତି। ହେଲେ ସରକାରଙ୍କ ପକ୍ଷରୁ ସବ୍‌ସିଡି ମାଧ୍ୟମରେ ଦାନା ଯୋଗାଇ ଦିଆଯାଉନାହିଁ। ଅଏଡାସ୍ଥିତ ଦୁଗ୍ଧ ଶୀତଳଭଣ୍ଡାର ଅଚଳ ଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି। -ପ୍ରଦୀପ ପ୍ରଧାନ, ପତକା, ଆଠମଲ୍ଲିକ
ଚାଷୀଙ୍କୁ ଅଣଦେଖା କରାଯାଉଛି
ଗୋପାଳନ କରୁଥିବା ଚାଷୀଙ୍କୁ ଅଣଦେଖା କରାଯାଉଛି। ଉତ୍ପାଦିତ ଦୁଗ୍ଧ ସରକାରୀ ମୂଲ୍ୟରେ ବିକ୍ରି ହୋଇପାରୁନାହିଁ। ଏଥିଯୋଗୁ କ୍ଷତି ସହିବାକୁ ପଡୁଛି। ସରକାର କିଶୋରନଗରରେ ଶୀତଳଭଣ୍ଡାର ନିର୍ମାଣ କରନ୍ତୁ। -ସତ୍ୟାନନ୍ଦ ସାହୁ, ତୁରୁଡା, କିଶୋରନଗର
କ୍ଷୀର ପଇସା ଦାନାକୁ ନିଅଣ୍ଟ
ଯେତିକି କ୍ଷୀର ଉତ୍ପାଦନ ହେଉଛି ତାହା ବିକିଲେ ଦାନାକୁ ନିଅଣ୍ଟ ପଡ଼ୁଛି। ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସବ୍‌ସିଡି ବ୍ୟବସ୍ଥା ମଧ୍ୟ ନାହିଁ। ଏଥିପ୍ରତି ଦୃଷ୍ଟି ଦିଆଗଲେ କିଶୋରନଗର ବ୍ଲକର ଦୁଗ୍ଧ ଚାଷୀମାନେ ଉପକୃତ ହୁଅନ୍ତେ। -ଧ୍ରୁବ କଠାର, ସଞ୍ଜାମୁରା, କିଶୋରନଗର
ଓମ୍‌ଫେଡ ଦୁଗ୍ଧ କିଣୁ
ବଇଣ୍ଡାଠାରେ ଦୁଗ୍ଧ ଶୀତଳଭଣ୍ଡାର ନିର୍ମାଣ ପାଇଁ ବହୁବାର ଦାବି ହୋଇଛି। ହେଲେ ସରକାର ଦୃଷ୍ଟି ଦେଉନାହାନ୍ତି। ଚାଷୀଙ୍କଠାରୁ ଓମ୍‌ଫେଡ୍‌ ମାଧ୍ୟମରେ କ୍ଷୀର କିଣାହେଲେ ଚାଷୀ ଲାଭବାନ ହେବେ। -ମାଧବ ସାହୁ, ଇଚ୍ଛାପୁର, କିଶୋରନଗର
ଶୀତଳଭଣ୍ଡାର ନିର୍ମାଣ ହେଉ
ଆଠମଲ୍ଲିକ ବ୍ଲକର ୧୧ ପଞ୍ଚାୟତର ଚାଷୀଙ୍କ ପାଇଁ ଠାକୁରଗଡଠାରେ ଦୁଗ୍ଧ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି। ଏ ନେଇ ଜିଲା ପରିଷଦ ସଦସ୍ୟା ପୂର୍ବରୁ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। କିନ୍ତୁ ପଦକ୍ଷେପ ନିଆଯାଉ ନାହିଁ। -ସୁରେଶ ଚନ୍ଦ୍ର ଦେହୁରୀ, ଆମ୍ବଶରମୁଣ୍ଡା, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri