ବୃକ୍ଷ ପ୍ରେମରେ ଛାତ୍ର, ଅଧ୍ୟାପକ

ଖୋର୍ଦ୍ଧା ଅଫିସ,୬ା୧୧: କରୋନା ମହାମାରୀ ଯୋଗୁ ଦୀର୍ଘ ୮ମାସ ଧରି ରାଜ୍ୟର ସମସ୍ତ ସ୍କୁଲ, କଲେଜରେ ପାଠପଢ଼ା ବନ୍ଦ ରହିଛି। କରୋନା ମୁକାବିଲା ଲାଗି ସାମୂହିକ କାର୍ଯ୍ୟ ଉପରେ କଟକଣା ଲଗାଯିବା ସହ ବିନା କାରଣରେ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିଲା। ଏହି ସମୟରେ କଲେଜ ପରିସରରେ ଲଗାଯାଇଥିବା ଫୁଲ ଏବଂ ଔଷଧୀୟ ଗଛର ଯତ୍ନ ନେଉଛନ୍ତି ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗୀୟ ମୁଖ୍ୟ ପ୍ରଫେସର ମନୋଜ ରାଉତ ଏବଂ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ର ବିଶ୍ୱରଞ୍ଜନ ପ୍ରଧାନ। ଉଭୟଙ୍କ ଏହି କାର୍ଯ୍ୟକୁ କଲେଜ ଅଧ୍ୟକ୍ଷ, ପ୍ରଫେସର, ଅଧ୍ୟାପକ ଏବଂ ସ୍ଥାନୀୟ ଲୋକେ ପ୍ରଂଶସା କରିଛନ୍ତି। ପ୍ରକାଶ ଯେ, କରୋନା ଯୋଗୁ ଗତ ମାର୍ଚ୍ଚ ମାସରେ ସରକାର କଲେଜ ବନ୍ଦ ଲାଗି ଘୋଷଣା କରିବା ପରେ କ୍ୟାମ୍ପସ ପରିସରରେ ରହିଥିବା ଗଛର କିପରି ଯତ୍ନ ନିଆଯିବ, ସେନେଇ ପ୍ରଫେସର ରାଉତ ଚିନ୍ତାରେ ପଡିଯାଇଥିଲେ। ଏ ଟ୍ରି ନିଡ୍‌ସ ମାଇଣ୍ଡ ନଟ୍‌ ମନି(ଗୋଟିଏ ବୃକ୍ଷ ମନ ଚାହେଁ ଅର୍ଥ ନୁହେଁ) ପ୍ରଫେସର ରାଉତଙ୍କ ଏହି ଆହ୍ବାନକୁ ନୟାଗଡ଼ ଜିଲା ଚମ୍ପାଗଡ଼ ପଞ୍ଚାୟତ ଶ୍ରୀକୃଷ୍ଣପୁର ନିବାସୀ ଛାତ୍ର ବିଶ୍ୱରଞ୍ଜନ ଚାଲେଞ୍ଜ ଭାବେ ଗ୍ରହଣ କରିଥିଲେ। ପରେ ଘର ଭଡ଼ା ନେଇ କ୍ୟାମ୍ପସରେ ଲାଗିଥିବା ଗଛଗୁଡିକର ଯତ୍ନ ନେଉଛନ୍ତି। ପାଖରେ ସ୍ବଳ୍ପ ଟଙ୍କା ଥିଲେ ମଧ୍ୟ କ୍ୟାମ୍ପସରେ ସବୁଜ ବଳୟ ଲାଗି ଅଣ୍ଟା ଭିଡିଛନ୍ତି। ସକାଳ ଏବଂ ସନ୍ଧ୍ୟାରେ ଗଛରେ ପାଣି ଦେବା ସହ, ଅନାବନା ଗଛ, ଘାସ ଓପାଡୁଛନ୍ତି। କ୍ୟାମ୍ପସକୁ ଏକ ସୁନ୍ଦର ସବୁଜ ପରିବେଶ ସୃଷ୍ଟି କରିଛନ୍ତି। ଏଥିସହିତ କ୍ୟାମ୍ପସ ଆଗରେ ବୁଲୁଥିବା ଗୋରୁ ଓ ବୁଲା କୁକୁରଙ୍କ ସେବା କରିବାକୁ ମଧ୍ୟ ସେ ଭୁଲି ନାହାନ୍ତି। ତାଙ୍କ ସେବା ଲାଗି ପ୍ରଫେସର ରାଉତ ମଧ୍ୟ ଆଗେଇ ଆସିଛନ୍ତି। କରୋନା ସମୟରେ ଉଭୟ ଗଛଗୁଡିକ ଯତ୍ନ ନେଉଛନ୍ତି। ଘଣ୍ଟା ଘଣ୍ଟା ଧରି ବଗିଚାରେ ସମୟ ଅତିବାହିତ କରୁଛନ୍ତି। ପରିବେଶ ସୁରକ୍ଷା ଲାଗି ବିଶ୍ୱରଞ୍ଜନ ଏବଂ ପ୍ରଫେସର ରାଉତ ଯୁବ ସମାଜ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଧମାଳରେ ଦୁଇଦିନିଆ ଶଟ୍‌ଡାଉନ୍‌: ରାସ୍ତାଘାଟ ଶୂନ୍‌ଶାନ୍‌

ବାଲିଗୁଡ଼ା,୪ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲାର ସମସ୍ତ ୧୭୮ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ପଡ଼ୋଶୀ ଗଞ୍ଜାମ ଓ ଗଜପତି ଜିଲାରେ ସଂକ୍ରମଣ ଦିନକୁଦିନ...

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା: ଏସ୍‌ପିଙ୍କଠାରୁ ସୁରକ୍ଷା ଲୋଡିଲେ ମୃତକଙ୍କ ପୁଅ

ବଲାଙ୍ଗୀର ଅଫିସ, ୧୭ା୯: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମ ପଞ୍ଚାୟତର ଚିଟିକାମାଲ ଗାଁରେ ଗୁଣିଗାରେଡି ସନ୍ଦେହରେ ସୋମବାର...

କରୋନା ମୁକାବିଲା: ସାଇକେଲରେ ସଚେତନତା ବାର୍ତ୍ତା ବାଣ୍ଟିଲା ଓଲଟପୁର ପୋଲିସ

କଣ୍ଟାପଡ଼ା, ୧୭।୪(ଡି.ଏନ୍‌.ଏ.): ମହାମାରୀ କରୋନାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ। ଏ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ମେ’ ୩ ତାରିଖ...

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

କୋକସରା୧।୧୦(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମୂଷାପାଲି ପଞ୍ଚାୟତ ଛିଲିପାମାଲ ଗ୍ରାମର ଜଣେ ଯୁବକଙ୍କ ବଜ୍ରଘାତରେ ମୃତ୍ୟୁ ହୋଇଛି। ଏ ନେଇ ପରିବାର ଓ...

ଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ୩ ଗିରଫ

ଧାମନଗର, ୬।୧୧ (ଡି.ଏନ.ଏ.):  ଭଦ୍ରକ ଜିଲା ଧାମନଗର ବ୍ଲକ ଦଇପୁର ଅଞ୍ଚଳର ଜଣେ ଛାତ୍ରୀଙ୍କୁ ମଙ୍ଗଳବାର ଆକ୍ରମଣ କରାଯାଇଥିଲା। ପରେ ତାଙ୍କୁ ଆଣି ଧାମନଗର ମେଡିକାଲରେ...

ରାସ୍ତାରେ ନିଆଁ ଲଗାଇ ସେକି ହେଉଥିବା ବେଳେ ଚଢ଼ିଗଲା କାର: ୩ ଗୁରୁତର

ଦେବଗଡ଼,୨୯ା୧୨(ଡ଼ି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ କାଇବେଙ୍କ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରବଳ ଶୀତ ଯୋଗୁ...

ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍‌ ସହ ଗ୍ୟାସ ଟ୍ୟାଙ୍କର ଧକ୍କା: ଜଣେ ମୃତ, ୧୦ ଆହତ

ବଇଣ୍ଡା,୧୯।୫(ଡି.ଏନ୍‌.ଏ.)-କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ହାଇସ୍କୁଲ ନିକଟରେ ମଙ୍ଗଳବାର ସକାଳେ ପ୍ରବାସୀଙ୍କୁ ନେଇ କୋଲକତା ଯାଉଥିବା ଏକ ବସ୍‌ ସହ ଗ୍ୟାସ...

ଛାତ୍ରାବାସରେ ମସାଜ୍‌ର ମଜା ନେଉଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ

ବାରିପଦା ଅଫିସ,୨୩।୧- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଖେରଣା ସ୍ଥିତ ଈଶ୍ୱରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ଛାତ୍ରମାନେ ମସାଜ କରୁଥିବାର ଏକ ଭିଡିଓ...

Advertisement
Archives

Model This Week