ମଧ୍ୟପ୍ରଦେଶରୁ ୭ ଦାଦନ ଶ୍ରମିକ ଉଦ୍ଧାର

କୋକସରା,୫।୧୧(ଡି.ଏନ.ଏ.)-ଦଲାଲଙ୍କ ଦ୍ୱାରା ପ୍ରତାରିତ ହୋଇ ଠିକାଦାରଙ୍କ ପାଖରେ ଅଟକ ରହି ନିର୍ଯାତନା ଭୋଗୁଥିବା ୭ ଦାଦନ ଶ୍ରମିକଙ୍କୁ ବୁଧବାର କୋକସରା ପୋଲିସ ଉଦ୍ଧାର କରିଛି । ଏହି ଘଟଣାର ମୁଖ୍ୟ କୁହାଯାଉଥିବା ଦାଦନ ଦଲାଲ କୃଷ୍ଣ ଦୁର୍ଗାଙ୍କୁ ପୋଲିସ ଗିରଫ କରିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ବେହେରା ରଏନଗୁଡାର ୨ ଜଣ ଓ ଆମପାଣି ଥାନା ଅଧୀନ ଦାବ୍ରିଗୁଡାର ୫ ଜଣ ଶ୍ରମିକ ରହିଛନ୍ତି । କୋକସରା ପୋଲିସ ସେମାନଙ୍କୁ ମଧ୍ୟପ୍ରଦେଶର ରତଳାମ ଜିଲା ତାଲ ଥାନା ଅଧୀନ କନୱାର ଗ୍ରାମରୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ସୂଚନା ଅନୁସାରେ ବେହେରା ରଏନଗୁଡା ଗ୍ରାମର ଭରତ ମାଝି (୩୫) ଓ ଚତୁର ମାଝି(୩୦)ଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଛତାଗୋଏରା ଗ୍ରାମର ଦାଦନ ଦଲାଲ କୃଷ୍ଣ ଦୁର୍ଗା ଗତ ୧୬ ତାରିଖ ଦିନ ନବରଙ୍ଗପୁର ଜିଲା ଉମରକୋଟରେ କାମ କରିବାକୁ କହି ସାଙ୍ଗରେ ନେଇଥିଲେ ା ହେଲେ ସେହି ୨ ଭାଇଙ୍କୁ ମଧ୍ୟପ୍ରଦେଶର ରତଲାମ ଜିଲା ତାଲ ଥାନା ଅଧୀନ କନୱାର ଗ୍ରାମର ଏକ ବୋରୱାଲ କମ୍ପାନୀର ଠିକାଦାରଙ୍କ ପାଖରେ ୮୦ ହଜାର ଟଙ୍କାରେ ବନ୍ଧକ ପକାଇ ଚାଲି ଆସିଥିଲେ । ପରେ ଭରତ ଓ ଚତୁର ଏ ସଂକ୍ରାନ୍ତରେ ଜାଣିବା ପରେ ପରିବାର ଲୋକଙ୍କୁ କହିଥିଲେ ା ସେମାନଙ୍କ ପରିବାର ପକ୍ଷରୁ ଏ ନେଇ ୨୯ ତାରିଖ ଦିନ କୋକସରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । କୋକସରା ଥାନା ଏଏସଆଇ ଜନ୍ମେଜୟ ବାଗଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ମଧ୍ୟପ୍ରଦେଶରେ ପହଞ୍ଚତ୍ ସ୍ଥାନୀୟ ପୋଲିିସ ସହାୟତାରେ ଭରତ ଓ ଚତୁରଙ୍କୁ ଉଦ୍ଧାର କରିବା ସହ ଆମପାଣି ଥାନା ଅଧୀନରେ ଥିବା ଦାବ୍ରିଗୁଡାର ତୋଫାନ ପାତ୍ର (୩୦), ଯୁଧିଷ୍ଠିର ନାଏକ (୨୦), କୁମୁଦ ମାଝି (୨୫), ସତ୍ୟ ନାଏକ (୨୭), ବାଳ କୃଷ୍ଣ ନାଏକ (୨୧) ଙ୍କୁ ମଧ୍ୟ ଉଦ୍ଧାର କରିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ସୁରକ୍ଷା ନେଇ ସଚେତନତା ଶୋଭାଯାତ୍ରା

ମ.ରାମପୁର,୧୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ମ.ରାମପୁର ସ୍ଥିତ ଦୁର୍ଗାମାଧବ ଉଚ୍ଚ ବିଦ୍ୟାପୀଠ ଛାତ୍ରୀଛାତ୍ରଙ୍କୁ ନେଇ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା ଶୋଭଯାତ୍ରା ହୋଇଯାଇଛି...

ଗାଁରେ ଝାଡ଼ାବାନ୍ତି ବ୍ୟାପିବା ପରେ ଚେତିଲା ପ୍ରଶାସନ

କୋକସରା,୧୮ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର କୋକସରା ପଞ୍ଚାୟତ କୋକସରା ଗ୍ରାମରେ ଗତ କିଛି ଦିନ ହେବ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି...

ଦୁଇ ପୁଅଙ୍କୁ ହତ୍ୟାକରି ମା’ଙ୍କ ଆତ୍ମହତ୍ୟା

ଭବାନୀପାଟଣା,୯।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ବାମୀଙ୍କ ଅନୁପସ୍ଥିତରେ ନିଜର ୨ ପୁଅଙ୍କୁ...

ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୮ା୧୧(ସ୍ବ.ପ୍ର.): ସୋମବାର କଳାହାଣ୍ଡି ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭବାନୀପାଟଣା କୃଷି ମହାବିଦ୍ୟାଳୟ (ଓୟୁଏଟି) ଖେଳ ପଡିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ...

ସଂକ୍ରମଣ ବଢୁଥିଲେ ବି ମାସ୍କ ପିନ୍ଧିବା ହେବ ନାହିଁ ବାଧ୍ୟତାମୂଳକ

ଲଣ୍ଡନ,୬ ।୭: ସାରା ବିଶ୍ୱରେ କରୋନା ମହାମାରୀ ଏବେବି ତା’ର ତାଣ୍ଡବ ରଚି ଚାଲିଛି । ଧିରେ ଧିରେ ଏହି ମହାମାରୀ ସହ ଲୋକେ ବଞ୍ଚିବା...

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ଥାନା ଏଏସ୍‌ଆଇ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଏଏସ୍‌ଆଇ ରାଜ କପୁର ବେହେରା ରବିବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି। ଏକ...

ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ପାଞ୍ଚ ଗାଁର ଲୋକେ

କୋକସରା, ୨୦ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡା ରାଜସ୍ବ ଗ୍ରାମ ଅଧୀନରେ ଥିବା ୫ ଖଣ୍ଡ ଗ୍ରାମର ଲୋକେ ଗତ ୫ବର୍ଷ ହେବ ଆବାସ...

ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଶାଳକାଠ ଜବତ

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ଭବାନୀପାଟଣା ସଦର ରେଞ୍ଜ ପକ୍ଷରୁ ଶୁକ୍ରବାର ସକାଳେ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମୂଲ୍ୟବାନ ଶାଳକାଠ ଜବତ...

Advertisement
Archives

Model This Week