ମଧ୍ୟପ୍ରଦେଶରୁ ୭ ଦାଦନ ଶ୍ରମିକ ଉଦ୍ଧାର

କୋକସରା,୫।୧୧(ଡି.ଏନ.ଏ.)-ଦଲାଲଙ୍କ ଦ୍ୱାରା ପ୍ରତାରିତ ହୋଇ ଠିକାଦାରଙ୍କ ପାଖରେ ଅଟକ ରହି ନିର୍ଯାତନା ଭୋଗୁଥିବା ୭ ଦାଦନ ଶ୍ରମିକଙ୍କୁ ବୁଧବାର କୋକସରା ପୋଲିସ ଉଦ୍ଧାର କରିଛି । ଏହି ଘଟଣାର ମୁଖ୍ୟ କୁହାଯାଉଥିବା ଦାଦନ ଦଲାଲ କୃଷ୍ଣ ଦୁର୍ଗାଙ୍କୁ ପୋଲିସ ଗିରଫ କରିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ବେହେରା ରଏନଗୁଡାର ୨ ଜଣ ଓ ଆମପାଣି ଥାନା ଅଧୀନ ଦାବ୍ରିଗୁଡାର ୫ ଜଣ ଶ୍ରମିକ ରହିଛନ୍ତି । କୋକସରା ପୋଲିସ ସେମାନଙ୍କୁ ମଧ୍ୟପ୍ରଦେଶର ରତଳାମ ଜିଲା ତାଲ ଥାନା ଅଧୀନ କନୱାର ଗ୍ରାମରୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ସୂଚନା ଅନୁସାରେ ବେହେରା ରଏନଗୁଡା ଗ୍ରାମର ଭରତ ମାଝି (୩୫) ଓ ଚତୁର ମାଝି(୩୦)ଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଛତାଗୋଏରା ଗ୍ରାମର ଦାଦନ ଦଲାଲ କୃଷ୍ଣ ଦୁର୍ଗା ଗତ ୧୬ ତାରିଖ ଦିନ ନବରଙ୍ଗପୁର ଜିଲା ଉମରକୋଟରେ କାମ କରିବାକୁ କହି ସାଙ୍ଗରେ ନେଇଥିଲେ ା ହେଲେ ସେହି ୨ ଭାଇଙ୍କୁ ମଧ୍ୟପ୍ରଦେଶର ରତଲାମ ଜିଲା ତାଲ ଥାନା ଅଧୀନ କନୱାର ଗ୍ରାମର ଏକ ବୋରୱାଲ କମ୍ପାନୀର ଠିକାଦାରଙ୍କ ପାଖରେ ୮୦ ହଜାର ଟଙ୍କାରେ ବନ୍ଧକ ପକାଇ ଚାଲି ଆସିଥିଲେ । ପରେ ଭରତ ଓ ଚତୁର ଏ ସଂକ୍ରାନ୍ତରେ ଜାଣିବା ପରେ ପରିବାର ଲୋକଙ୍କୁ କହିଥିଲେ ା ସେମାନଙ୍କ ପରିବାର ପକ୍ଷରୁ ଏ ନେଇ ୨୯ ତାରିଖ ଦିନ କୋକସରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । କୋକସରା ଥାନା ଏଏସଆଇ ଜନ୍ମେଜୟ ବାଗଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ମଧ୍ୟପ୍ରଦେଶରେ ପହଞ୍ଚତ୍ ସ୍ଥାନୀୟ ପୋଲିିସ ସହାୟତାରେ ଭରତ ଓ ଚତୁରଙ୍କୁ ଉଦ୍ଧାର କରିବା ସହ ଆମପାଣି ଥାନା ଅଧୀନରେ ଥିବା ଦାବ୍ରିଗୁଡାର ତୋଫାନ ପାତ୍ର (୩୦), ଯୁଧିଷ୍ଠିର ନାଏକ (୨୦), କୁମୁଦ ମାଝି (୨୫), ସତ୍ୟ ନାଏକ (୨୭), ବାଳ କୃଷ୍ଣ ନାଏକ (୨୧) ଙ୍କୁ ମଧ୍ୟ ଉଦ୍ଧାର କରିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ…

ଗାଁ ରାସ୍ତାରେ ଆଣ୍ଠୁଏ ପାଣି: କପା-ଧାନ ଚାଷ ନଷ୍ଟ ଆଶଙ୍କା

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଯୋଗୁ ସମଗ୍ର…

ଭବାନୀପାଟଣା-ତାସିଗୁଡ଼ା ଓଏସଆରଟିସି ବସ୍ ବନ୍ଦ: ଲାଭଜନକ ରୁଟ୍‌ରେ ସେବା ଠପ୍, ଆସନ୍ତା ଶନିବାର ସୁଦ୍ଧା…

ଥୁଆମୂଳ ରାମପୁର, ୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ସଦର ମହକୁମା ଭବାନୀପାଟଣାରୁ ଥୁଆମୂଳ ରାମପୁର ଓ ଗୁଣପୁର ଦେଇ ତାସିଗୁଡ଼ା ପର୍ଯ୍ୟନ୍ତ ଚାଲୁଥିବା ସରକାରୀ (ଓଏସଆରଟିସି)…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri