ମହିଳାଙ୍କୁ ଦଳି ମାରିଦେଲା ହାତୀ

ଲହୁଣୀପଡା, ୫।୧୧ (ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ବାଙ୍କୀ ରେଞ୍ଜ କୁଚେଇତା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଦନ୍ତାହାତୀ ଦଳି ମାରି ଦେଇଛି। ମୃତ ମହିଳା ହେଲେ କୁଚେଇତା ଗ୍ରାମର ପାଣ୍ଡରା ମୁଣ୍ଡାଙ୍କ ସ୍ତ୍ରୀ ମନିକା (୪୨)।  ବୁଧବାର ବିଳମ୍ବିତ ରାତିରେ ପାଣ୍ଡରା ଓ ତାଙ୍କ ସ୍ତ୍ରୀ ମନିକା ନିଜ ଧାନ ବିଲ ଜଗିବା ପାଇଁ ଯାଉଥିଲେ। ଏହି ସମୟରେ ଉକ୍ତ ଅଞ୍ଚଳରେ ବୁଲୁଥିବା ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ପାଣ୍ଡରା ପ୍ରାଣ ବିକଳରେ ଦୌଡି ପଳାଇଥିଲେ। ତାଙ୍କ ସ୍ତ୍ରୀ ଦୌଡି ନ ପାରି ତଳେ ପଡିଯାଇଥିଲେ। ତାଙ୍କୁ ଦନ୍ତାହାତୀ ଦଳି ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri