ଆଜି ନାଗାର୍ଜୁନ ବେଶ
ପୁରୀ ଅଫିସ, ୨୭।୧୧: ଶୁକ୍ରବାର ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ରତ୍ନସିଂହାସନରେ ଏହି ବୀର ବେଶରେ ସଜେଇ ହେବେ ଦାରୁଦିଅଁ। ୨୫ ବର୍ଷ ପରେ ପଡ଼ିିଥିବା ଏହି ଦୁର୍ଲଭ ବେଶକୁ କିନ୍ତୁ ଏଥର ଭକ୍ତ ଦେଖିପାରିବେନି। କରୋନା ମହାମାରୀ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ…
ଗାଁ ଶ୍ମଶାନରେ କାଳିଆକୁ ବିଦାୟ
ଫୁଲବାଣୀ ଅଫିସ, ୨୭।୧୧: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗା, କାଳିଆଙ୍କ ମଧ୍ୟରୁ କାଳିଆ ବୁଧବାର କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍ସିବି) ମେଡିକାଲ ଓ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲା। ଗୁରୁବାର ମୃତଦେହ…
କୋକସରା ଭାଜପା ପକ୍ଷରୁ ସମ୍ବିଧାନ ଦିବସ ପାଳିତ
କୋକସରା, ୨୭।୧୧ (ଡି.ଏନ.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ଭାରତୀୟ ଜନତା ଦଳ ଓ ଆମପାଣି ଜୋନ ପକ୍ଷରୁ ସମ୍ବିଧାନ ଦିବସ ଟେମରା ଓ ଦରଲୀପଡାରେ ପାଳନ କରାଯାଇଛି। ଡ଼. ଆମ୍ବେଡକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଭାଜପା ସଦସ୍ୟମାନେ…
ବର୍ଷେ ହେବ ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ
କୋକସରା, ୨୭।୧୧ (ଡି.ଏନ.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପାଣିଗାଁ ଶବରପଡାରେ ଥିବା ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆଜକୁ ୧ ବର୍ଷରୁ ଅଧିକ ହେବ ଅଚଳ ହୋଇ ପଡିଛି। ଫଳରେ ଗାଁର ପ୍ରାୟ ୨୦ରୁ…
ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧୀ ନୀତିକୁ ବିରୋଧ
ଜୁନାଗଡ଼, ୨୭।୧୧ (ଡି.ଏନ.ଏ.) – କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧୀ ନୀତି ବିରୋଧରେ ଗୁରୁବାର ସାରା ଦେଶରେ ବନ୍ଦ ପାଳନ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଜୁନାଗଡ଼ଠାରେ ବନ୍ଦ ପାଳନ କରାଯାଇଥିଲା। ସକାଳେ ବିଭିନ୍ନ ସଙ୍ଗଠନ…
ଭାଜପା ପକ୍ଷରୁ ସମ୍ବିଧାନ ଦିବସ ପାଳିତ
ଜୁନାଗଡ଼, ୨୭।୧୧ (ଡି.ଏନ.ଏ.) – କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାବସପୁର ମଣ୍ଡଳସ୍ଥିତ ଚକୁଳି ଗ୍ରାମଠାରେ ଗୁରୁବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ସମ୍ବିଧାନ ପ୍ରଣେତା ଡ. ବି ଆର ଆମ୍ବେଡକରଙ୍କ ଫୋଟୋ ଚିତ୍ରରେ ଫୁଲମାଲ ଦିଆଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।…
ଅବଗତ ଥାଇ ଅବହେଳା
ଅନୁଗୋଳ ଅଫିସ, ୨୭।୧୧ – କରୋନାକୁ ହରାଇବାକୁ ହେଲେ ରୋଗୀଙ୍କୁ ଉତ୍ତମ ଖାଦ୍ୟ ଲୋଡା। ଏଥିପାଇଁ ଆରମ୍ଭରୁ ହିଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟରଗୁଡ଼ିକରେ ଆକ୍ରାନ୍ତଙ୍କୁ ପୁଷ୍ଟିକର ଆହାର ପ୍ରଦାନ ନିମନ୍ତେ ତାଲିକା…
ଧାନ ବଦଳରେ ଗ୍ରସେରି: ରମେଶଙ୍କ ଭ୍ରାମ୍ୟମାଣ ଦୋକାନ
କେନ୍ଦୁଝର,୨୭ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ)-ପୁରାତନ ଯୁଗରେ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଶସ୍ୟ ଉତ୍ପାଦନ ହେଉଥିଲା। କିନ୍ତୁ ତାକୁ ବିକିବାକୁ ଉପଯୁକ୍ତ ବଜାର ବ୍ୟବସ୍ଥା ନ ଥିଲା। ବର୍ତ୍ତମାନ ଦେଶ ଅତ୍ୟାଧୁନିକ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଲୋକେ ସବୁ କ୍ଷେତ୍ରରେ ଡିଜିଟାଲଇଜେସନକୁ ଅନୁସରଣ କରୁଛନ୍ତି।…
ରାସ୍ତାରେ ବାଘଛୁଆ: ଭିଡିଓ ଭାଇରାଲ
ଚୌଦ୍ୱାର,୨୬ା୧୧(ଡି.ଏନ୍.ଏ.):କଟକ ବନଖଣ୍ଡ ଅଧୀନ ଡାଳିଯୋଡ଼ା ଫରେଷ୍ଟ ରେଞ୍ଜର ରାମଚନ୍ଦ୍ରପୁରଶାସନ ଗ୍ରାମ ନିକଟ ଫାର୍ମହାଉସ ରାସ୍ତାରେ ୨ଟି ବାଘଛୁଆ ବୁଲୁଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଫଳରେ ଉକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି…
ନକଲି ଘିଅ କାରଖାନାରେ ଚଢ଼ାଉ : ୫୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ
କଟକସଦର,୨୬।୧୧(ଡି.ଏନ୍.ଏ.)- କଟକସଦର ଥାନା ହରିଅନ୍ତା ପଞ୍ଚାୟତ ଉଲ୍ଲାର ଗ୍ରାମରେ ଥିବା ଏକ ନକଲି ଘିଅ କାରଖାନାରେ ପୋଲିସ ଗୁରୁବାର ଚଢ଼ାଉ କରି ବିଭିନ୍ନ ନାମୀଦାମୀ ଘିଅ କମ୍ପାନୀର ଲୋଗୋ, ଜରି ପ୍ୟାକେଟ, ନକଲି ଘିଅ ପ୍ରସ୍ତୁତ ପାଇଁ ସାମଗ୍ରୀ, ଓଜନ ଯନ୍ତ୍ରୀ…
ପାରିବାରିକ କଳହକୁ କେନ୍ଦ୍ର କରି ତଣ୍ଟି କାଟିଦେଲେ ଯୁବକ
ଛେଣ୍ଡିପଦା,୨୬ା୧୧(ଡି.ଏନ.ଏ.)- ଛେଣ୍ଡିପଦା ଥାନା ବରସାହି ପଞ୍ଚାୟତ ରଙ୍ଗମାଟିଆ ସାହିର ଖକନ ବେହେରା(୪୭) ଗୁରୁବାର ନିଜ ଘର ପୋଡ଼ିଦେବା ସହ ତଣ୍ଟି କାଟି ଗୁରୁତର ହେବା ଚର୍ଚ୍ଚାର ବିଷୟ ହୋଇଛି। ପାରିବାରିକ କଳହକୁ କେନ୍ଦ୍ରକରି ଖକନ ଏପରି କରିଥିବା ପୋଲିସ ସୂଚନା ଦେଇଛି।…
ନାଲ୍କୋରେ ଧର୍ମଘଟର ପ୍ରଭାବ
ବଅଁରପାଳ,୨୬ା୧୧(ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଗୁରୁବାର ଦିଆଯାଇଥିବା ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଅନୁଗୋଳ ଜିଲାରେ ଦେଖିବାକୁ ମିଳିଛି। ବିଶେଷକରି ନାଲ୍କୋର ସିପିପି ଓ ସ୍ମେଲଟର ପ୍ଲାଣ୍ଟ ସମ୍ମୁଖରେ ସକାଳୁ ଏନ୍ଏସ୍ସିୟୁ,…

