ଗାଁ ଶ୍ମଶାନରେ କାଳିଆକୁ ବିଦାୟ

ଫୁଲବାଣୀ ଅଫିସ, ୨୭।୧୧: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗା, କାଳିଆଙ୍କ ମଧ୍ୟରୁ କାଳିଆ ବୁଧବାର କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ ଓ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲା। ଗୁରୁବାର ମୃତଦେହ ଆସି ପହଞ୍ଚିବା ପରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ଅନ୍ୟପକ୍ଷରେ କଟକରେ ଏକାକୀ ରହିଥିବା ଜଗା କାହାକୁ କିଛି କହି ନ ପାରି ଭାଇକୁ ଝୁରି ହେଉଛି । ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଗୁରୁବାର ସକାଳେ ମିଲୁପଡ଼ାରେ କାଳିଆର ମୃତଦେହ ପହଞ୍ଚିଥିଲା । ଗ୍ରାମବାସୀ ଏକାଠି ହୋଇ ତା’ର ଅନ୍ତିମ ସଂସ୍କାର ପାଇଁ ଯୋଗାଡ଼ କରିଥିଲେ ା ଫିରିଙ୍ଗିିଆ ବିଡିଓଙ୍କ ଦାୟିତ୍ୱରେ ଥିବା ଶାନ୍ତନୁ ନାୟକ ପହଞ୍ଚି କାଳିଆଙ୍କ ପରିବାରକୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଥିଲେ। ପରେ ପରମ୍ପରା ଅନୁସାରେ ଗାଁ ଶ୍ମଶାନରେ ମୃତଦେହ ସତ୍କାର କରାଯାଇଥିଲା । କାଳିଆଙ୍କ ମା’ ପୁଷ୍ପାଞ୍ଜଳି କହଁର ଓ ବାପା ଭୂୟାଁ କହଁରଙ୍କ ଆଖିରୁ ଲୁହ ଶୁଖୁ ନ ଥିଲା। ସେପଟେ ଜଗା ଏକୁଟିଆ ଥିବାରୁ ତାକୁ ମଧ୍ୟ ଝୁରି ହେଉଥିଲେ। ରୀତି ଅନୁସାରେ କାଳିଆର ସମସ୍ତ କର୍ମ ସରିବା ପରେ ସେମାନେ ଜଗା ପାଖକୁ ଯିବେ। ଏଥିପାଇଁ କିଛିଦିନ ସେମାନଙ୍କୁ ଗାଁରେ ରହିବାକୁ ହେବ। କାଳିଆଙ୍କ ମୃତ୍ୟୁକୁ ନେଇ ତାଙ୍କ ମା’ ଭାଙ୍ଗି ପଡିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଛନ୍ତି। ନିଜ ଯୋଡ଼ାମୁଣ୍ଡ ପିଲାଙ୍କୁ ଅଲଗା କରିବା ପାଇଁ ସେ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଜଗା କିପରି ସମ୍ପୂର୍ଣ୍ଣ ଭଲ ହୋଇ ଫେରିବ ସେ ନେଇ ଚିନ୍ତିତ ଥିବା କହିଛନ୍ତି।
ସୂଚନାଯୋଗ୍ୟ, ଯୋଡ଼ାମୁଣ୍ଡ ଶିଶୁ ଜଗା, କାଳିଆଙ୍କୁ ୩ ବର୍ଷ ପୂର୍ବେ ଦିଲ୍ଲୀ ଏମ୍‌ସରେ ଅସ୍ତ୍ରୋପଚାର କରାଯାଇ ଅଲଗା କରାଯାଇଥିଲା। ଗତବର୍ଷ ସେମାନେ ଏମ୍‌ସରୁ ଡିସଚାର୍ଜ ହୋଇଥିଲେ। ଓଡ଼ିଶା ଫେରିବା ପରେ ଉଭୟଙ୍କୁ କଟକ ଏସ୍‌ସିବି ମେଡିକାଲ ଓ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଜଗା ସ୍ବାସ୍ଥ୍ୟରେ ସୁଧାର ଆସିଥିବା ବେଳେ କାଳିଆ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହୁ ନ ଥିଲା । ତେଣୁ ତାକୁ ଅନେକ ସମୟରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଗତ ଦୁଇ ଦିନ ହେବ ତାର ହାତ ଗୋଡ଼ ଫୁଲିଯିବା ସହ ନିଃଶ୍ୱାସ ନେବାରେ ଅସୁବିଧା ହେଉଥିଲା ।ବୁଧବାର ରାତିରେ ଚିକିତ୍ସିତ ଅବସ୍ଥାରେ କାଳିଆ ଆଖି ବୁଜିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri