ନାଲ୍‌କୋରେ ଧର୍ମଘଟର ପ୍ରଭାବ

ବଅଁରପାଳ,୨୬ା୧୧(ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଗୁରୁବାର ଦିଆଯାଇଥିବା ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଅନୁଗୋଳ ଜିଲାରେ ଦେଖିବାକୁ ମିଳିଛି। ବିଶେଷକରି ନାଲ୍‌କୋର ସିପିପି ଓ ସ୍ମେଲଟର ପ୍ଲାଣ୍ଟ ସମ୍ମୁଖରେ ସକାଳୁ ଏନ୍‌ଏସ୍‌ସିୟୁ, ଏନ୍‌ଏନ୍‌ଇୟୁ, ସିଟୁ, ନେସ୍‌, ଏନ୍‌କେଏସ୍‌, ନେପୁ, ଏଆଇଟିୟୁସି, ନାଲ୍‌କୋ ନିର୍ମାଣ ମଜଦୁର ସଭା ସମେତ ବହୁ ଶ୍ରମିକ ସଙ୍ଗଠନର ସଦସ୍ୟ ବିକ୍ଷୋଭ କରିଥିଲେ। ଫଳରେ ପ୍ଲାଣ୍ଟ ଭିତରକୁ କୌଣସି ଶ୍ରମିକ ଓ ଅଧିକାରୀ ଯାଇପାରି ନ ଥିଲେ। ଏନ୍‌ଏସ୍‌ସିୟୁ ସାଧାରଣ ସମ୍ପାଦକ ପରେଶ ଜେନା, ବିଭବ ଜେନା, ସୁଜିତ ସେଠ, ବିଭୂତି ଶତପଥୀ, ପ୍ରଣବ ଜେନା, ଏନ୍‌ଏନ୍‌ଇୟୁ ସାଧାରଣ ସମ୍ପାଦକ ରତ୍ନାକର ପରିଡା, କାର୍ଯ୍ୟକାରୀ ସଭାପତି ନିର୍ମଳ ଶତପଥୀ, ଗନ୍ଧର୍ବ ବିଶ୍ୱାଳ, ସୁଶାନ୍ତ ସାମଲ, ନେସ୍‌ର ସାଧାରଣ ସମ୍ପାଦକ ନିର୍ମଳ ସାମଲ, ସଭପତି ପ୍ରଫୁଲ୍ଲ ସାହୁ, ବିଜନ ଦଳବେହେରା, ମନୋଜ ସାଇଁ, ମୁରଲୀଧର ପଣ୍ଡା, ନେପୁର ସାଧାରଣ ସମ୍ପାଦକ ବୈରାଗୀ ସେଠ, କାର୍ଯ୍ୟକାରୀ ସଭାପତି ମାଙ୍ଗିଲାଲ ସାମଲ, ଲିଟୁ ଗଡ଼ନାୟକ, ଜଗନ୍ନାଥ ସେଠ ଓ ବାବୁଲି ସେଠୀ, ପ୍ରଶ୍ନ ମହାନ୍ତି ପ୍ରମୁଖ ଏଥିରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪.୭୩ ଲକ୍ଷ ପିଲା ଖାଇବେ କୃମି ନାଶକ ଔଷଧ

ଅନୁଗୋଳ ଅଫିସ, ୨୦।୭ – ଅଗଷ୍ଟ ୮ ଜାତୀୟ କୃମି ନାଶକ ଦିବସ ଅବସରରେ ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ କିପରି କୃମି...

ଅନୁଗୋଳରେ ପହଞ୍ଚିଲେ ୧୬୫୦ ପ୍ରବାସୀ

ଅନୁଗୋଳ ଅଫିସ,୨୫ା୫: ଗୁଜରାଟ ଭଲସାତରୁ ୧୬୫୦ ପ୍ରବାସୀ ଓଡ଼ିଆଙ୍କୁ ନେଇ ସୋମବାର ଅନୁଗୋଳରେ ପହଞ୍ଚିଛି ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌। ଏଥିରେ ୨୪ଟି ଜିଲା ସମେତ ୧୩ଟି...

ବଢ଼ୁଛି ବିଜୟ ବିଶ୍ୱାସ

ବଇଣ୍ଡା,୧୩।୧:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଉଷ୍ମ ହେଲାଣି ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ। ପୂର୍ବରୁ ଆସନ ସଂରକ୍ଷଣ ସରିଥିବା ବେଳେ ଇତିମଧ୍ୟରେ ପ୍ରାର୍ଥତ୍ପତ୍ର ଦାଖଲ ଓ ଭୋଟଗ୍ରହଣ...

ଜମିକୁ ନିଅଣ୍ଟ ଜଳ

ବଇଣ୍ଡା, ୧୪।୭(ପରିକ୍ଷିତ ସାହୁ) – ଜ୍ୟେଷ୍ଠ ସରିଲା। ଆରମ୍ଭ ହେଲାଣି ଆଷାଢ଼। ବିହନ ବୁଣି ଆକାଶକୁ ଅନାଇଛି ଚାଷୀ। ହେଲେ ନା ହେଉଛି ବର୍ଷା, ନା...

ଫାଇନ୍‌ରେ ନ ଅଟକୁ ଆଇନ

ଅନୁଗୋଳ ଅଫିସ, ୯ା୧୨ – ରାଜ୍ୟରେ କ୍ରମାଗତ ଭାବେ ବଢ଼ୁଛି ସଡ଼କ ଦୁର୍ଘଟଣା ଓ ତଜ୍ଜନିତ ମୃତ୍ୟୁ ହାର। ୨୦୧୯ ବର୍ଷରେ ମୋଟ୍‌ ୧୧,୦୬୪ଟି ଦୁର୍ଘଟଣା...

ମାଛ ମାର୍କେଟ ବନ୍ଦ କଲା ପ୍ରଶାସନ; ପାଳନ ହେଉନି ସାମାଜିକ ଦୂରତା

ଅନୁଗୋଳ ଅଫିସ, ୯।୪: ଅନୁଗୋଳ ପୌରପାଳିକା ଅଧୀନରେ ଥିବା ମାଛ ମାର୍କେଟ (ଆମିଷ ବଜାର)କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ପୌର ନିର୍ବାହୀ ଅଧିକାରୀ ବିନୋଦ...

ଦାମ୍ପତ୍ୟ ଜୀବନ ଆରମ୍ଭ କଲେ ୩୧ ଯୋଡ଼ା କନ୍ୟା ବର

ଅନୁଗୋଳ ଅଫିସ୍‌, ୩୦।୧: ଅନୁଗୋଳ ଗାନ୍ଧୀମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୁଧବାର ସାମୂହିକ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ...

ଝରକା ତାଡ଼ି ଲକ୍ଷାଧିକ ଟଙ୍କା, ସୁନାଗହଣା ଚୋରି

ଅନୁଗୋଳ ଅଫିସ,୨୪।୬: ଅନୁଗୋଳ ଜିଲା ଶିମିଳିପଡ଼ା ଗ୍ରାମର ୨ଟି ଘରୁ ମଙ୍ଗଗଳବାର ବିଳମ୍ବତ ରାତିରେ ଚୋରି ହୋଇଥିଲା। ଏ ନେଇ ବୁଧବାର ସକାଳେ ୨ଘର ମାଲିକ...

Advertisement
Archives

Model This Week