ନାଲ୍‌କୋରେ ଧର୍ମଘଟର ପ୍ରଭାବ

ବଅଁରପାଳ,୨୬ା୧୧(ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଗୁରୁବାର ଦିଆଯାଇଥିବା ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଅନୁଗୋଳ ଜିଲାରେ ଦେଖିବାକୁ ମିଳିଛି। ବିଶେଷକରି ନାଲ୍‌କୋର ସିପିପି ଓ ସ୍ମେଲଟର ପ୍ଲାଣ୍ଟ ସମ୍ମୁଖରେ ସକାଳୁ ଏନ୍‌ଏସ୍‌ସିୟୁ, ଏନ୍‌ଏନ୍‌ଇୟୁ, ସିଟୁ, ନେସ୍‌, ଏନ୍‌କେଏସ୍‌, ନେପୁ, ଏଆଇଟିୟୁସି, ନାଲ୍‌କୋ ନିର୍ମାଣ ମଜଦୁର ସଭା ସମେତ ବହୁ ଶ୍ରମିକ ସଙ୍ଗଠନର ସଦସ୍ୟ ବିକ୍ଷୋଭ କରିଥିଲେ। ଫଳରେ ପ୍ଲାଣ୍ଟ ଭିତରକୁ କୌଣସି ଶ୍ରମିକ ଓ ଅଧିକାରୀ ଯାଇପାରି ନ ଥିଲେ। ଏନ୍‌ଏସ୍‌ସିୟୁ ସାଧାରଣ ସମ୍ପାଦକ ପରେଶ ଜେନା, ବିଭବ ଜେନା, ସୁଜିତ ସେଠ, ବିଭୂତି ଶତପଥୀ, ପ୍ରଣବ ଜେନା, ଏନ୍‌ଏନ୍‌ଇୟୁ ସାଧାରଣ ସମ୍ପାଦକ ରତ୍ନାକର ପରିଡା, କାର୍ଯ୍ୟକାରୀ ସଭାପତି ନିର୍ମଳ ଶତପଥୀ, ଗନ୍ଧର୍ବ ବିଶ୍ୱାଳ, ସୁଶାନ୍ତ ସାମଲ, ନେସ୍‌ର ସାଧାରଣ ସମ୍ପାଦକ ନିର୍ମଳ ସାମଲ, ସଭପତି ପ୍ରଫୁଲ୍ଲ ସାହୁ, ବିଜନ ଦଳବେହେରା, ମନୋଜ ସାଇଁ, ମୁରଲୀଧର ପଣ୍ଡା, ନେପୁର ସାଧାରଣ ସମ୍ପାଦକ ବୈରାଗୀ ସେଠ, କାର୍ଯ୍ୟକାରୀ ସଭାପତି ମାଙ୍ଗିଲାଲ ସାମଲ, ଲିଟୁ ଗଡ଼ନାୟକ, ଜଗନ୍ନାଥ ସେଠ ଓ ବାବୁଲି ସେଠୀ, ପ୍ରଶ୍ନ ମହାନ୍ତି ପ୍ରମୁଖ ଏଥିରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?