ଧାନ ବଦଳରେ ଗ୍ରସେରି: ରମେଶଙ୍କ ଭ୍ରାମ୍ୟମାଣ ଦୋକାନ

କେନ୍ଦୁଝର,୨୭ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ)-ପୁରାତନ ଯୁଗରେ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଶସ୍ୟ ଉତ୍ପାଦନ ହେଉଥିଲା। କିନ୍ତୁ ତାକୁ ବିକିବାକୁ ଉପଯୁକ୍ତ ବଜାର ବ୍ୟବସ୍ଥା ନ ଥିଲା। ବର୍ତ୍ତମାନ ଦେଶ ଅତ୍ୟାଧୁନିକ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଲୋକେ ସବୁ କ୍ଷେତ୍ରରେ ଡିଜିଟାଲଇଜେସନକୁ ଅନୁସରଣ କରୁଛନ୍ତି। ଘରେ ବସି ଅନଲାଇନ୍‌ ମାଧ୍ୟମରେ ସବୁ ଜିନିଷ କିଣାକିଣି କରିପାରୁଛନ୍ତି। କିନ୍ତୁ କେନ୍ଦୁଝର ଜିଲାର ତେଲକୋଇ ବ୍ଲକ ଅଞ୍ଚଳରେ ଏବେ ବି ପୁରାତନ ଅଦଳବଦଳ ବ୍ୟବସ୍ଥା ରହିଛି।
ଏଠାରେ ବହୁ ଚାଷୀ ଅଭାବୀ ଧାନ ବିକ୍ରିର ଶିକାର ହେଉଛନ୍ତି । କେଉଁଠି ଧାନ ବିକି ଠିକ ସମୟରେ ପଇସା ପାଉନାହାନ୍ତି ତ କେଉଁଠି ଧାନ ବିକି ନିର୍ଦ୍ଧାରିତ ମୂଲ୍ୟ ପାଇ ପାରୁନାହାନ୍ତି। ଏଭଳି ଅବ୍ୟବସ୍ଥା ମଧ୍ୟରେ ତେଲକୋଇ ବ୍ଲକ ଅଞ୍ଚଳର ଚାଷୀମାନେ ଧାନ ବିକିବା ପାଇଁ ଭିନ୍ନ ତଥା ପାରମ୍ପରିକ ଅଦଳବଦଳ ବ୍ୟବସ୍ଥାକୁ ଆପଣାଇଛନ୍ତି। ତେଲକୋଇ ଅଞ୍ଚଳରେ ବାହାର ଅଞ୍ଚଳରୁ ଆସୁଥିବା ଜଣେ ବ୍ୟବସାୟୀ ଭ୍ୟାନରେ ପନିପରିବା, ଗ୍ରସେରୀ, ମୁଢି, ଆଳୁ, ପିଆଜ ଆଣି ସେସବୁ ବଦଳରେ ଧାନ କିଣିନେଉଛନ୍ତି।
ଅନୁଗୋଳ ଜିଲା ଛେଣ୍ଡିପଦା ଗ୍ରାମର ବ୍ୟବସାୟୀ ରମେଶ ସାମଲଙ୍କ ଭ୍ରାମ୍ୟମାଣ ଦୋକାନ। ସେ କହିବାନୁଯାୟୀ ଏଭଳି ଗ୍ରାମାଞ୍ଚଳକୁ ଯାଇ ପନିପରିବା ତଥା ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ, ମୁଢି ଚୁଡ଼ା ଆଦି ବିକିଥାନ୍ତି ା ଗ୍ରାମାଞ୍ଚଳରେ ଟଙ୍କା ପଇସାର ଅଭାବ ଥିବାରୁ ସେସବୁର ମୂଲ୍ୟ ବାବଦକୁ ଟଙ୍କା ପଇସା ବଦଳରେ ଧାନ ଦେଇଥାନ୍ତି ା ଗ୍ରାମାଞ୍ଚଳର ଲୋକେ ସେମାନଙ୍କ ବଳକା ଧାନକୁ ବଦଳାଇ ସୁବିଧାରେ ଘର ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇ ଖୁସି ହୋଇଥାନ୍ତି। ରମେଶଙ୍କ ଭଳି ବହୁ ଛୋଟ ଛୋଟ ବ୍ୟବସାୟୀ ବିଭିନ୍ନ ଗ୍ରାମ ତଥା ସାପ୍ତାହିକ ହାଟ ବୁଲି ଧାନ/ଚାଉଳ ବଦଳରେ ବାସନ କୁସନ, ତେଲଲୁଣ ଆଦି ଅଦଳବଦଳ କରି ନେଇଥାନ୍ତି। ପଇସା ବଦଳରେ ଧାନ ଦେଉ ା ଏଣୁ ସୁବିଧାରେ ଓ ପାଖରେ ସବୁ କିଛି ମିଳୁଛି। ଫଳରେ ଏହି ଅଦଳବଦଳ ବ୍ୟବସ୍ଥା ଫଳପ୍ରଦ ହେଉଛି ବୋଲି ସ୍ଥାନୀୟ ଲୋକ କୁହନ୍ତି ା
ଏଠାରେ ସୂଚନାଯୋଗ୍ୟ ଯେ ତେଲକୋଇ ବ୍ଲକ ଅଞ୍ଚଳରେ ଧାନ ଚାଷ ଭଲ ହୋଇଥାଏ। ଲୋକମାନେ ଚାଷ କରି ଜୀବିକା ନିର୍ବାହ କରିଥାନ୍ତି ା କିନ୍ତୁ ଅନେକ ସମୟରେ ପାଖରେ ଧାନ କ୍ରୟ କେନ୍ଦ୍ର ନ ଥିବାରୁ ଧାନ ବିକି ପାରନ୍ତି ନାହିଁ ା ଧାନ ବିକ୍ରୟ କେନ୍ଦ୍ରକୁ ଯାଇ ଧାନ ବିକିବା ସମୟ ସାପେକ୍ଷ ଓ ବ୍ୟୟ ବହୁଳ ହୋଇଥାଏ। ସେଠାରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ା ସେହିପରି ଧାନ ବିକିଲେ ପରିବାର ଚଳିବ ା ଏଣୁ ଆବଶ୍ୟକତା ଥିଲେ ମଧ୍ୟ ଅନେକ ସମୟରେ ଠିକ ସମୟରେ ଧାନ ପଇସା ମିଳେ ନାହିଁ ା ଏଣୁ ଏଭଳି ପରିସ୍ଥିତିରେ ଧାନ ବଦଳରେ ଘର ପାଖରେ ବିଭିନ୍ନ ପ୍ରକାରର ଜରୁରୀ ସାମଗ୍ରୀ ପାଇବା ସୁବିଧା ଜନକ ହୋଇଥାଏ ବୋଲି ଚାଷୀ ମାନେ ମତବ୍ୟକ୍ତ କରନ୍ତି। କେବଳ ତେଲକୋଇ ନୁହେଁ କେନ୍ଦୁଝର ଜିଲାର ବିଭିନ୍ନ ସାପ୍ତାହିକ ହାଟ ମାନଙ୍କରେ ମଧ୍ୟ ଏଭଳି ପାରମ୍ପରିକ ଅଦଳ ବଦଳ ବ୍ୟବସାୟ ଚାଲେ। ବର୍ତ୍ତମାନ ସମୟରେ ଏହି ପ୍ରଥା ହଜିବାକୁ ବସିଥିବାବେଳେ କେତେକ ଆଦିବାସୀ ଅଞ୍ଚଳରେ ବିଶେଷ କରି ଗରିବ ଶ୍ରେଣୀର ଲୋକମାନେ ଏବେ ମଧ୍ୟ ଏହାକୁ ଛାଡିପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri