ଅବଗତ ଥାଇ ଅବହେଳା

ଅନୁଗୋଳ ଅଫିସ, ୨୭।୧୧ – କରୋନାକୁ ହରାଇବାକୁ ହେଲେ ରୋଗୀଙ୍କୁ ଉତ୍ତମ ଖାଦ୍ୟ ଲୋଡା। ଏଥିପାଇଁ ଆରମ୍ଭରୁ ହିଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କୋଭିଡ୍‌ ହସ୍ପିଟାଲ ଓ କେୟାର ସେଣ୍ଟରଗୁଡ଼ିକରେ ଆକ୍ରାନ୍ତଙ୍କୁ ପୁଷ୍ଟିକର ଆହାର ପ୍ରଦାନ ନିମନ୍ତେ ତାଲିକା ଜାରି କରାଯାଇଛି। କିନ୍ତୁ ଅନୁଗୋଳ ଜିଲା ତାଳଚେରସ୍ଥିତ କୋଭିଡ୍‌ ହସ୍ପିଟାଲରେ ରୋଗୀ ଏବଂ କର୍ମଚାରୀଙ୍କୁ ଖାଦ୍ୟ ପ୍ରଦାନ ଦାୟିତ୍ୱରେ ଥିବା ଏକ ଘରୋଇ ସଂସ୍ଥା ଏଥିରେ ଖିଲାପ କରୁଥିବା ଅଭିଯୋଗ ବଢ଼ିଚାଲିଛି। ଏ ନେଇ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ପଦକ୍ଷେପ ନେବାରେ ଅବହେଳା କରୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି।
ସୂଚନା ଅନୁଯାୟୀ, କୋଭିଡ୍‌ ହସ୍ପିଟାଲରେ ରୋଗୀ ଭର୍ତ୍ତି ହେଲେ ସରକାରଙ୍କ ପକ୍ଷରୁ ତାଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିପାଇଁ ମୁଣ୍ଡପିଛା ଦୈନିକ ୨୪୦ ଟଙ୍କା ବ୍ୟୟ କରାଯାଉଛି। ମେଡିକାଲ କର୍ମଚାରୀଙ୍କ ପାଇଁ ମଧ୍ୟ ସମାନ ଅର୍ଥ ଦିଆଯାଉଛି। କେଉଁ ସମୟରେ କିପରି ଖାଦ୍ୟ ରୋଗୀଙ୍କୁ ପ୍ରଦାନ କରାଯିବ ତାହାର ତାଲିକା ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ସୋମବାର ସକାଳେ ଚା ସାଙ୍ଗକୁ ଇଟିଲି-ସମ୍ବର, ମଙ୍ଗଳବାର ପୁରି-ଘୁଘୁନି, ବୁଧବାର ଉପମା-ଘୁଘୁନି, ଗୁରୁବାର ଉପମା-ଘୁଘୁନି, ଶୁକ୍ରବାର ସିମେଇ ସହ ଉପମା-ଘୁଘୁନି, ଶନିବାର ଚୁଡ଼ା ସନ୍ତୁଳା-ଘୁଘୁନି ଓ ରବିବାର ଚକୁଳି ସାଙ୍ଗକୁ ଆଳୁ ବୁଟ ତରିକାରି ରୋଗୀଙ୍କୁ ଜଳଖିଆରେ ପ୍ରଦାନ କରିବାର ନିର୍ଦ୍ଦେଶ ରହିଛି। ସେହିପରି ଆମିଷ ଖାଉଥିବା ରୋଗୀଙ୍କୁ ମଧ୍ୟାହ୍ନ ଭୋଜନରେ ବୁଧବାର ଚିକେନ ତରକାରି, ଶୁକ୍ରବାର ଅଣ୍ଡା ତରକାରି ଓ ରବିବାର ମାଛ ତରକାରି ଭାତ ସହ ଦେବାକୁ କୁହାଯାଇଛି। ନିରାମିଷାଶୀ ହୋଇଥିଲେ ପନିର ଓ ଛତୁ ତରକାରି ଦେବାକୁ ଖାଦ୍ୟ ତାଲିକାରେ ଉଲ୍ଲେଖ କରାଯାଇଛି। ଅନ୍ୟ ଦିନଗୁଡ଼ିକରେ ଭାତ ସହ ଡାଲି କିମ୍ବା ଡାଲମା, ବେସନ ତରକାରି, ଗୋଳାମିଶା ପରିବା ଭଜା, ଶାଗ, ସନ୍ତୁଳା ଆଦି ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସନ୍ଧ୍ୟାରେ ବିସ୍କୁଟ ସହ ଫଳ କେକ୍‌, ସାଣ୍ଡଉଇଜ୍‌, ବିସ୍କୁଟ, ସିଙ୍ଗଡ଼ା ଓ ଚା ଦେବାକୁ କୁହାଯାଇଛି। ରାତିରେ ଭାତ/ରୁଟି ସହ ଡାଲି, ଡାଲମା, ମିଠା, ମାଲପୁଆ, ଖିରି, ସୁଜି ହାଲୱା, ପରିବା ଭଜା, ତରକାରି, ଛତୁ, ତଡକା, ଘାଣ୍ଟ ଆଦି ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଏହି ସରକାରୀ ନିର୍ଦ୍ଦେଶକୁ ତାଳଚେର କୋଭିଡ୍‌ ହସ୍ପିଟାଲରେ ଠିକ୍‌ ଭାବେ ପାଳନ କରାଯାଉ ନ ଥିବା ଅଭିଯୋଗ ହେଉଛି। କେତେଜଣ ରୋଗୀ ଓ କର୍ମଚାରୀଙ୍କ କହିବା ଅନୁଯାୟୀ, ପ୍ରଥମେ କେତେଦିନ ଖାଦ୍ୟ ଠିକ୍‌ଠାକ୍‌ ପ୍ରଦାନ କରାଯାଉଥିଲା। ହେଲେ ପରବର୍ତ୍ତୀ ସମୟରେ ଖାଦ୍ୟ ଯୋଗାଣ ଦାୟିତ୍ୱରେ ଥିବା ସଂସ୍ଥା ଏଥିରେ ଖିଲାପ କରିଚାଲିଛି। ଏ ନେଇ କିଛିମାସ ତଳେ ଅଭିଯୋଗ ହେବାରୁ ପୂର୍ବତନ ଜିଲାପାଳ ମନୋଜ କୁମାର ମହାନ୍ତି ଉକ୍ତ ସଂସ୍ଥାକୁ ତାଗିଦ୍‌ କରିଥିଲେ। କିନ୍ତୁ ଏବେ ସଂସ୍ଥା ପୁଣି ମନମାନି ଚଳାଇଛି। ଗତ ବୁଧବାର ରୋଗୀ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ ଅନୁଗୋଳର କେତେଜଣ ବୁଦ୍ଧିଜୀବୀ ଏ ନେଇ ଜିଲା ପ୍ରଶାସନ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଟୁଇଟ୍‌ ଯୋଗେ ଅବଗତ କରାଇଛନ୍ତି। ଫଳରେ ଗୁରୁବାର ସଂସ୍ଥା ପକ୍ଷରୁ ଖାଦ୍ୟରେ କିଛିଟା ପରିବର୍ତ୍ତନ କରାଯାଇଥିବା ରୋଗୀ ଓ କର୍ମଚାରୀମାନେ ପ୍ରକାଶ କରିଛନ୍ତି। ଅଭିଯୋଗ ସମ୍ପର୍କରେ ଉକ୍ତ ଖାଦ୍ୟ ଯୋଗାଣ ସଂସ୍ଥା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମତାମତ ମିଳିପାରି ନାହିଁ।

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
କରୋନା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଦେବାର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଛି। କିନ୍ତୁ ଦାୟିତ୍ୱ ନେଇଥିବା ସଂସ୍ଥା ମନଇଚ୍ଛା ଖାଦ୍ୟ ପରଷୁଛି। ଦୀର୍ଘ ୭ ମାସ ମଧ୍ୟରେ କେତେ ରୋଗୀଙ୍କୁ ଏପରି ଅବହେଳା କରାଯାଇଛି ତାହାର ତଦନ୍ତ କରି ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
-ଶଶାଙ୍କ ଶେଖର ପ୍ରଧାନ, ସାମାଜିକ କର୍ମୀ. ଅନୁଗୋଳ
ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ
ତାଳଚେର କୋଭିଡ୍‌ ହସ୍ପିଟାଲରେ ରୋଗୀ ଓ କର୍ମଚାରୀଙ୍କୁ ଅତି ନିମ୍ନମାନର ଖାଦ୍ୟ ପ୍ରଦାନ କରାଯିବା ଅତି ନିନ୍ଦନୀୟ ଘଟଣା। ଉକ୍ତ ସଂସ୍ଥା ସରକାରୀ ନିର୍ଦ୍ଦେଶ ପାଳନ କରୁ ନ ଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଆଗାମୀ ଦିନରେ ଅଭିଯୋଗ ଆସିଲେ ଭାଜପା ପକ୍ଷରୁ ଆନ୍ଦୋଳନ କରାଯିବ।
-ପ୍ରତାପ ଚନ୍ଦ୍ର ପ୍ରଧାନ, ଭାଜପା ନେତା
ପୁଷ୍ଟିକର ଖାଦ୍ୟ ଦିଆ ନ ଯିବା ଚିନ୍ତାଜନକ
କରୋନା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରା ନ ଯିବା ଅତ୍ୟନ୍ତ ଚିନ୍ତାଜନକ। ଏହା କେବଳ ସେମାନଙ୍କ ଶାରୀରିକ ନୁହେଁ ମାନସିକ ଅବସ୍ଥାକୁ ମଧ୍ୟ ଖରାପ କରିବ। ତେଣୁ ଏଥିପ୍ରତି ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଉକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।
-ରୂପାଦୀପ୍ତା ମହାପାତ୍ର, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦକ
ପାଟିରେ ଦେଇହେଉନି ଖାଦ୍ୟ
କୋଭିଡ୍‌ ରୋଗୀଙ୍କୁ ଉକ୍ତ ସଂସ୍ଥା ଯୋଗାଉଥିବା ଖାଦ୍ୟ ଅତି ନିମ୍ନମାନର। ଅଧିକାଂଶ ସମୟରେ ତାହାକୁ ପାଟିରେ ଦେଇହେବ ନାହିଁ। ତେବେ ଉପାୟ ନ ଥିବାରୁ ବାଧ୍ୟହୋଇ ରୋଗୀମାନେ ଭୋକ ବିକଳରେ ତାହାକୁ ଖାଉଛନ୍ତି। ବହୁ ସମୟରେ ଖାଦ୍ୟ ପିଙ୍ଗି ଦେଇ ପାଣି ପିଇ ରହୁଛନ୍ତି।
– ହସ୍ପିଟାଲରୁ ସୁସ୍ଥ ହୋଇଥିବା ବ୍ୟକ୍ତି
ଏଥର ଆଉ କ୍ଷମା ନାହିଁ
ତାଳଚେର କୋଭିଡ୍‌ ହସ୍ପିଟାଲରୁ ବିଭିନ୍ନ ସମୟରେ ଖାଦ୍ୟକୁ ନେଇ ଅଭିଯୋଗ ଆସୁଛି। ଏହି ଦାୟିତ୍ୱରେ ଥିବା ସଂସ୍ଥାକୁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇ ସାରିଛି। ତେବେ ଖାଦ୍ୟ ପ୍ରଦାନରେ ପୁନର୍ବାର ଅବହେଳା ହୋଇଥିବା ଅଭିଯୋଗ ଆସିଥିବାରୁ ଏ ନେଇ ଜିଲାପାଳଙ୍କୁ ଅବଗତ କରାଯାଇଛି। ଏଣିକି ସଂସ୍ଥାକୁ ଆଉ କ୍ଷମା ଦିଆଯିବ ନାହିଁ।
-ଡାକ୍ତର ଅଭୟ କୁମାର ଦାଶ,
ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri