ଅବଗତ ଥାଇ ଅବହେଳା

ଅନୁଗୋଳ ଅଫିସ, ୨୭।୧୧ – କରୋନାକୁ ହରାଇବାକୁ ହେଲେ ରୋଗୀଙ୍କୁ ଉତ୍ତମ ଖାଦ୍ୟ ଲୋଡା। ଏଥିପାଇଁ ଆରମ୍ଭରୁ ହିଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କୋଭିଡ୍‌ ହସ୍ପିଟାଲ ଓ କେୟାର ସେଣ୍ଟରଗୁଡ଼ିକରେ ଆକ୍ରାନ୍ତଙ୍କୁ ପୁଷ୍ଟିକର ଆହାର ପ୍ରଦାନ ନିମନ୍ତେ ତାଲିକା ଜାରି କରାଯାଇଛି। କିନ୍ତୁ ଅନୁଗୋଳ ଜିଲା ତାଳଚେରସ୍ଥିତ କୋଭିଡ୍‌ ହସ୍ପିଟାଲରେ ରୋଗୀ ଏବଂ କର୍ମଚାରୀଙ୍କୁ ଖାଦ୍ୟ ପ୍ରଦାନ ଦାୟିତ୍ୱରେ ଥିବା ଏକ ଘରୋଇ ସଂସ୍ଥା ଏଥିରେ ଖିଲାପ କରୁଥିବା ଅଭିଯୋଗ ବଢ଼ିଚାଲିଛି। ଏ ନେଇ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ପଦକ୍ଷେପ ନେବାରେ ଅବହେଳା କରୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି।
ସୂଚନା ଅନୁଯାୟୀ, କୋଭିଡ୍‌ ହସ୍ପିଟାଲରେ ରୋଗୀ ଭର୍ତ୍ତି ହେଲେ ସରକାରଙ୍କ ପକ୍ଷରୁ ତାଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିପାଇଁ ମୁଣ୍ଡପିଛା ଦୈନିକ ୨୪୦ ଟଙ୍କା ବ୍ୟୟ କରାଯାଉଛି। ମେଡିକାଲ କର୍ମଚାରୀଙ୍କ ପାଇଁ ମଧ୍ୟ ସମାନ ଅର୍ଥ ଦିଆଯାଉଛି। କେଉଁ ସମୟରେ କିପରି ଖାଦ୍ୟ ରୋଗୀଙ୍କୁ ପ୍ରଦାନ କରାଯିବ ତାହାର ତାଲିକା ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ସୋମବାର ସକାଳେ ଚା ସାଙ୍ଗକୁ ଇଟିଲି-ସମ୍ବର, ମଙ୍ଗଳବାର ପୁରି-ଘୁଘୁନି, ବୁଧବାର ଉପମା-ଘୁଘୁନି, ଗୁରୁବାର ଉପମା-ଘୁଘୁନି, ଶୁକ୍ରବାର ସିମେଇ ସହ ଉପମା-ଘୁଘୁନି, ଶନିବାର ଚୁଡ଼ା ସନ୍ତୁଳା-ଘୁଘୁନି ଓ ରବିବାର ଚକୁଳି ସାଙ୍ଗକୁ ଆଳୁ ବୁଟ ତରିକାରି ରୋଗୀଙ୍କୁ ଜଳଖିଆରେ ପ୍ରଦାନ କରିବାର ନିର୍ଦ୍ଦେଶ ରହିଛି। ସେହିପରି ଆମିଷ ଖାଉଥିବା ରୋଗୀଙ୍କୁ ମଧ୍ୟାହ୍ନ ଭୋଜନରେ ବୁଧବାର ଚିକେନ ତରକାରି, ଶୁକ୍ରବାର ଅଣ୍ଡା ତରକାରି ଓ ରବିବାର ମାଛ ତରକାରି ଭାତ ସହ ଦେବାକୁ କୁହାଯାଇଛି। ନିରାମିଷାଶୀ ହୋଇଥିଲେ ପନିର ଓ ଛତୁ ତରକାରି ଦେବାକୁ ଖାଦ୍ୟ ତାଲିକାରେ ଉଲ୍ଲେଖ କରାଯାଇଛି। ଅନ୍ୟ ଦିନଗୁଡ଼ିକରେ ଭାତ ସହ ଡାଲି କିମ୍ବା ଡାଲମା, ବେସନ ତରକାରି, ଗୋଳାମିଶା ପରିବା ଭଜା, ଶାଗ, ସନ୍ତୁଳା ଆଦି ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସନ୍ଧ୍ୟାରେ ବିସ୍କୁଟ ସହ ଫଳ କେକ୍‌, ସାଣ୍ଡଉଇଜ୍‌, ବିସ୍କୁଟ, ସିଙ୍ଗଡ଼ା ଓ ଚା ଦେବାକୁ କୁହାଯାଇଛି। ରାତିରେ ଭାତ/ରୁଟି ସହ ଡାଲି, ଡାଲମା, ମିଠା, ମାଲପୁଆ, ଖିରି, ସୁଜି ହାଲୱା, ପରିବା ଭଜା, ତରକାରି, ଛତୁ, ତଡକା, ଘାଣ୍ଟ ଆଦି ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଏହି ସରକାରୀ ନିର୍ଦ୍ଦେଶକୁ ତାଳଚେର କୋଭିଡ୍‌ ହସ୍ପିଟାଲରେ ଠିକ୍‌ ଭାବେ ପାଳନ କରାଯାଉ ନ ଥିବା ଅଭିଯୋଗ ହେଉଛି। କେତେଜଣ ରୋଗୀ ଓ କର୍ମଚାରୀଙ୍କ କହିବା ଅନୁଯାୟୀ, ପ୍ରଥମେ କେତେଦିନ ଖାଦ୍ୟ ଠିକ୍‌ଠାକ୍‌ ପ୍ରଦାନ କରାଯାଉଥିଲା। ହେଲେ ପରବର୍ତ୍ତୀ ସମୟରେ ଖାଦ୍ୟ ଯୋଗାଣ ଦାୟିତ୍ୱରେ ଥିବା ସଂସ୍ଥା ଏଥିରେ ଖିଲାପ କରିଚାଲିଛି। ଏ ନେଇ କିଛିମାସ ତଳେ ଅଭିଯୋଗ ହେବାରୁ ପୂର୍ବତନ ଜିଲାପାଳ ମନୋଜ କୁମାର ମହାନ୍ତି ଉକ୍ତ ସଂସ୍ଥାକୁ ତାଗିଦ୍‌ କରିଥିଲେ। କିନ୍ତୁ ଏବେ ସଂସ୍ଥା ପୁଣି ମନମାନି ଚଳାଇଛି। ଗତ ବୁଧବାର ରୋଗୀ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ ଅନୁଗୋଳର କେତେଜଣ ବୁଦ୍ଧିଜୀବୀ ଏ ନେଇ ଜିଲା ପ୍ରଶାସନ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଟୁଇଟ୍‌ ଯୋଗେ ଅବଗତ କରାଇଛନ୍ତି। ଫଳରେ ଗୁରୁବାର ସଂସ୍ଥା ପକ୍ଷରୁ ଖାଦ୍ୟରେ କିଛିଟା ପରିବର୍ତ୍ତନ କରାଯାଇଥିବା ରୋଗୀ ଓ କର୍ମଚାରୀମାନେ ପ୍ରକାଶ କରିଛନ୍ତି। ଅଭିଯୋଗ ସମ୍ପର୍କରେ ଉକ୍ତ ଖାଦ୍ୟ ଯୋଗାଣ ସଂସ୍ଥା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମତାମତ ମିଳିପାରି ନାହିଁ।

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
କରୋନା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଦେବାର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଛି। କିନ୍ତୁ ଦାୟିତ୍ୱ ନେଇଥିବା ସଂସ୍ଥା ମନଇଚ୍ଛା ଖାଦ୍ୟ ପରଷୁଛି। ଦୀର୍ଘ ୭ ମାସ ମଧ୍ୟରେ କେତେ ରୋଗୀଙ୍କୁ ଏପରି ଅବହେଳା କରାଯାଇଛି ତାହାର ତଦନ୍ତ କରି ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
-ଶଶାଙ୍କ ଶେଖର ପ୍ରଧାନ, ସାମାଜିକ କର୍ମୀ. ଅନୁଗୋଳ
ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ
ତାଳଚେର କୋଭିଡ୍‌ ହସ୍ପିଟାଲରେ ରୋଗୀ ଓ କର୍ମଚାରୀଙ୍କୁ ଅତି ନିମ୍ନମାନର ଖାଦ୍ୟ ପ୍ରଦାନ କରାଯିବା ଅତି ନିନ୍ଦନୀୟ ଘଟଣା। ଉକ୍ତ ସଂସ୍ଥା ସରକାରୀ ନିର୍ଦ୍ଦେଶ ପାଳନ କରୁ ନ ଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଆଗାମୀ ଦିନରେ ଅଭିଯୋଗ ଆସିଲେ ଭାଜପା ପକ୍ଷରୁ ଆନ୍ଦୋଳନ କରାଯିବ।
-ପ୍ରତାପ ଚନ୍ଦ୍ର ପ୍ରଧାନ, ଭାଜପା ନେତା
ପୁଷ୍ଟିକର ଖାଦ୍ୟ ଦିଆ ନ ଯିବା ଚିନ୍ତାଜନକ
କରୋନା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରା ନ ଯିବା ଅତ୍ୟନ୍ତ ଚିନ୍ତାଜନକ। ଏହା କେବଳ ସେମାନଙ୍କ ଶାରୀରିକ ନୁହେଁ ମାନସିକ ଅବସ୍ଥାକୁ ମଧ୍ୟ ଖରାପ କରିବ। ତେଣୁ ଏଥିପ୍ରତି ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଉକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।
-ରୂପାଦୀପ୍ତା ମହାପାତ୍ର, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦକ
ପାଟିରେ ଦେଇହେଉନି ଖାଦ୍ୟ
କୋଭିଡ୍‌ ରୋଗୀଙ୍କୁ ଉକ୍ତ ସଂସ୍ଥା ଯୋଗାଉଥିବା ଖାଦ୍ୟ ଅତି ନିମ୍ନମାନର। ଅଧିକାଂଶ ସମୟରେ ତାହାକୁ ପାଟିରେ ଦେଇହେବ ନାହିଁ। ତେବେ ଉପାୟ ନ ଥିବାରୁ ବାଧ୍ୟହୋଇ ରୋଗୀମାନେ ଭୋକ ବିକଳରେ ତାହାକୁ ଖାଉଛନ୍ତି। ବହୁ ସମୟରେ ଖାଦ୍ୟ ପିଙ୍ଗି ଦେଇ ପାଣି ପିଇ ରହୁଛନ୍ତି।
– ହସ୍ପିଟାଲରୁ ସୁସ୍ଥ ହୋଇଥିବା ବ୍ୟକ୍ତି
ଏଥର ଆଉ କ୍ଷମା ନାହିଁ
ତାଳଚେର କୋଭିଡ୍‌ ହସ୍ପିଟାଲରୁ ବିଭିନ୍ନ ସମୟରେ ଖାଦ୍ୟକୁ ନେଇ ଅଭିଯୋଗ ଆସୁଛି। ଏହି ଦାୟିତ୍ୱରେ ଥିବା ସଂସ୍ଥାକୁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇ ସାରିଛି। ତେବେ ଖାଦ୍ୟ ପ୍ରଦାନରେ ପୁନର୍ବାର ଅବହେଳା ହୋଇଥିବା ଅଭିଯୋଗ ଆସିଥିବାରୁ ଏ ନେଇ ଜିଲାପାଳଙ୍କୁ ଅବଗତ କରାଯାଇଛି। ଏଣିକି ସଂସ୍ଥାକୁ ଆଉ କ୍ଷମା ଦିଆଯିବ ନାହିଁ।
-ଡାକ୍ତର ଅଭୟ କୁମାର ଦାଶ,
ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

ଚଳଚଞ୍ଚଳ କ୍ୟାମ୍ପସ  ସରିଲା ନାମାଙ୍କନ, ବୈଧ ପ୍ରାର୍ଥୀ ତାଲିକାକୁ ଅପେକ୍ଷା

ଖୋର୍ଦ୍ଧା,୯।୧୦(ପ୍ରଭାତ ପାଣିଗ୍ରାହୀ): ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସ୍‌ରେ ଛାତ୍ର ସଂସଦନିବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ…

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?