ଆମ ଜିଲା ଖବର

ନାଳକୁ ଗାଧୋଇ ଯାଇଥିବା ବେଳେ ପଥର ସନ୍ଧିରେ ଫସିଲା ବାଳକଙ୍କ ଗୋଡ଼: ୪ ଘଣ୍ଟା ନାକେଦମ୍‌ ହେବା ପରେ ଉଦ୍ଧାର

ହରଭଙ୍ଗା,୨।୯(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗାବ୍ଲକ ତିଲେଶ୍ବର ପଞ୍ଚାୟତର ବୁରୁବୁଡା ଗ୍ରାମର ଜଣେ ବାଳକ ନିକଟସ୍ଥ ଲକ୍ଷ୍ମିନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡଟି ପଥର ସନ୍ଧିରେ ରହିଯାଇଥିଲା। ପୂର୍ବାହ୍ନ ୧୧ଟାରୁ ଏପରି ଘଟିଥିବା ବେଳେ ଦୀର୍ଘ ୪ ଘଣ୍ଟାର ପ୍ରଚେଷ୍ଟା ପରେ ଶେଷରେ…

ଟ୍ରକ ସହ ମୁହାଁମୁହିଁ: ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଖସିଲା ବସ୍‌

ଛେଣ୍ଡିପଦା,୨ା୯(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ତୁକୁଡ଼ା ଗ୍ରାମ ନିକଟ ଦେଇ ଯାଇଥିବା ଅନୁଗୋଳ – ସମ୍ବଲପୁର ୫୫ନଂମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଖସିପଡ଼ିଛି। ତେବେ ଏହି ଦୁର୍ଘଟଣାରୁ ୪୦ ଜଣରୁ ଊଦ୍ଧର୍‌ବ…

ଗଞ୍ଜାମରୁ ଅନ୍ୟ ଜିଲାକୁ ଯିବା ପାଇଁ ଆଉ ଦରକାର ପଡ଼ିବନି ପାସ୍‌

ଛତ୍ରପୁର,୨ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରୁ ଅନ୍ୟ ଜିଲାକୁ ଗାଡ଼ିରେ ଯାତ୍ରା କରିବା ପାଇଁ ଅନୁମତି ସହ ପାସ ଆଉ ଦରକାର ପଡ଼ିବନି। ଏହି ନିୟମ ତଥା ବ୍ୟବସ୍ଥାକୁ ଗଞ୍ଜାମ ଜିଲାରୁ ମଙ୍ଗଳବାରଠାରୁ ଉଠାଇ ଦିଆଯାଇଛି। ଗଞ୍ଜାମରେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଏପରି…

ଦ୍ୱିତୀୟ ଥର ଖିଲାପ କଲେ ମାସେ ବନ୍ଦ ହେବ ଦୋକାନ: ଜିଲାପାଳ

ଛତ୍ରପୁର,୨ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ ଆହୁରି କଡ଼ାକଡ଼ି ପାଳନ କରାଯିବ। ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ସେପ୍ଟେମ୍ବରରେ ସତର୍କତା ଜରୁରୀ। ସବୁ ନିୟମ ପାଳନ କଲେ କରୋନାକୁ ହଟାଇ ହେବ। ଦୋକାନୀମାନେ ପଞ୍ଚସୂତ୍ର ପାଳନ ବାଧ୍ୟତାମୂଳକ ବୋଲି…

ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ

ଲଖନପୁର, ୨।୯(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ସରକାରୀ ବାସଭବନ ସମେତ ୬ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବୁଧବାର ଏକସଙ୍ଗେ ଚଢାଉ କରାଯାଇଛି। ଏଥି ମଧ୍ୟ ବ୍ରଜରାଜନଗର ପୌର କାର୍ଯ୍ୟାଳୟ, ଝାରସୁଗୁଡା ମଙ୍ଗଳ…

ଆରମ୍ଭ ହେଲା ପିତୃପକ୍ଷ

ପୁରୀ ଅଫିସ,୨ା୯: ବୁଧବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ। ଏହି ୧୫ ଦିିନରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରାଯାଇଥାଏ। ଏଥିଲାଗି ଶ୍ରୀକ୍ଷେତ୍ରରେ ତିଳ ତର୍ପଣ…

କୋଭିଡ୍‌ ଡ୍ୟୁଟି କରିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହେଲେ ବିପିଏମ୍‌

ପାଟଣା,୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ବିପିଏମ୍‌ ଧୀରେନ କୁମାର ମହନ୍ତ କୋଭିଡ୍‌ ଡ୍ୟୁଟି କରିବାକୁ ଯାଇ ସୋମବାର ବିଳମ୍ବିତ ରାତିରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ, ସାହରପଡ଼ା ବ୍ଲକ ଗଣ୍ଡବେଡ଼ା ଗ୍ରାମରେ…

୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜି ଉଦୟଗିରି ବଡ଼ସାହି ହେଲା କଣ୍ଟେନମେଣ୍ଟ ଜୋନ୍‌

ଜି ଉଦୟଗିରି, ୨।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି ଉଦୟଗିରି ସହରରେ କିଛିଦିନ ହେବ କଣ୍ଟେନମେଣ୍ଟ ଜୋନ୍‌ ହଟିଥିବା ବେଳେ ବୁଧବାର ପୁଣିଥରେ ସହରର ସବୁଠାରୁ ବଡ଼ ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଉକ୍ତ ସାହିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ…

ମଦ ବିକ୍ରିକୁ ବିରୋଧ କରିବାରୁ ଯୁବକକୁ ହତ୍ୟା

ଚୌଦ୍ୱାର, ୨ା୯(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ଥାନା ବାଣିପଦା ପଞ୍ଚାୟତ ହରିଜନ ସାହିରେ ମଦକୁ ବିରୋଧ କରିବାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକକୁ ହତ୍ୟା କରାଯାଇଛି । ସେ ହେଲେ ଉକ୍ତ ସାହିର ସରୋଜ ସାମଲ। ଖବର ପାଇଁ ଚୌଦ୍ୱାର…

ସ୍କୁଟିକୁ ଧକ୍କା ଦେବାରୁ ବସ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

କେନ୍ଦ୍ରାପଡ଼ା ଅଫିସ/ ମାର୍ଶାଘାଇ, ୨।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ ନଂ. କ ଜାତୀୟ ରାଜପଥର ବଡପାଳଠାରେ ବୁଧବାର ସକାଳେ ଏକ ବସ୍‌ ସ୍କୁଟିକୁ ଧକ୍କା ଦେଇଥିଲା। ଏଥିରେ ସ୍କୁଟି ଚାଳକ ହଳଦିଆ ଗ୍ରାମର ବିକାଶ ନାୟକ ଗୁରୁତର…

ଡେଲାଙ୍ଗରେ ଲୁଣାର ଉଗ୍ରରୂପ

ପୁରୀ ଅଫିସ/କଣାସ/ଡେଲାଙ୍ଗ/ନିମାପଡ଼ା (ସ୍ବ.ପ୍ର./ଡି.ଏନ୍‌.ଏ), ୨ା୯ : ଦୟା, ରାଜୁଆ, ଭାର୍ଗବୀ, ଧନୁଆ ପରେ ଏବେ ପୁରୀ ଜିଲାରେ ଲୁଣା ନଦୀ ଉଗ୍ରରୂପ ଧାରଣ କରିଛି। ଲୁଣା ନଦୀର ପାଣି ଡେଲାଙ୍ଗ ବ୍ଲକର ଅନେକ ଅଞ୍ଚଳକୁ ବୁଡ଼ାଇ ଦେଇଛି। ବିଶେଷକରି ଡେଲାଙ୍ଗ-କଣାସ ରାସ୍ତାରେ…

ଓଟିଏମ୍‌ ବଞ୍ଚାଓ ଶ୍ରମିକ ଆନ୍ଦୋଳନକୁ ୧୫ବର୍ଷ

ଚୌଦ୍ୱାର,୨।୯(ଡି.ଏନ୍‌.ଏ.): ୨୦୦୧ରୁ ବନ୍ଦ ହୋଇଯାଇଥିବା ସର୍ବବୃହତ୍‌ କମ୍ପୋଜିଟ ଲୁଗାକଳ ଓଡ଼ିଶା ଟେକ୍ସଟାଇଲ ମିଲ୍‌ (ଓଟିଏମ୍‌)ର ଶ୍ରମିକମାନେ ଚଳାଇଥିବା ଆନ୍ଦୋଳନ ୧୫ବର୍ଷ ପୂରଣ କରି ମଙ୍ଗଳବାରଠାରୁ ୧୬ବର୍ଷରେ ପଦାର୍ପଣ କରିଛି। ମିଲ୍‌ ବନ୍ଦ ହେବା ପରେ ଏଥିରେ କାର୍ଯ୍ୟରତ ୨୨୦୦ରୁ ଊର୍ଦ୍ଧ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?