ଆମ୍ବୁଲାନ୍ସରେ ମିଳିଲାନି ଅକ୍ସିଜେନ୍‌: ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ଆନନ୍ଦପୁର,୨୮। ୧୧(ସ୍ବ.ପ୍ର.)-ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାରୀ ସ୍ତରରେ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି। ହେଲେ ଆମ୍ବୁଲାନ୍ସରେ ଦାୟିତ୍ୱରେ ରହୁଥିବା କର୍ମଚାରୀଙ୍କ ଅବହେଳା ଯୋଗୁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାଟି ଘଟିଛି ନନ୍ଦିପଦା ଥାନା ଖେତୁଆଳି ଗ୍ରାମରେ। ଏହାକୁ ନେଇ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘସିପୁରା ପୋଲିସ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଛି। ମା’ ଆଖି ଆଗରେ ଝିଅଟି ଛଟପଟ ହୋଇ ପ୍ରାଣ ହରାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ବସନ୍ତ ବେହେରାଙ୍କ ଝିଅ ଶ୍ୱାସଜନିତ ସମସ୍ୟାରେ ଗୁରୁତର ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିଲେ। ହେଲେ ବାଟରେ ଝିଅର ଶ୍ୱାସଜନିତ ରୋଗ ଅଧିକ ବଢିଯିବାରୁ ତାଙ୍କ ମା’ ଅକ୍ସିଜେନ୍‌ ଲଗାଇବାକୁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ବାରମ୍ବାର କହିଥିଲେ। ହେଲେ ସେଥିପ୍ରତି ଗୁରୁତ୍ୱ ଦିଆଯାଇ ନ ଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି। ଶିଶୁ ଡାକ୍ତରଖାନାରେ ପହଞ୍ଚତ୍ବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ୬ ପିତ୍ତଳ ନାଗ, ଦିଗପହଣ୍ଡିରେ ଚର୍ଚ୍ଚା

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଚକ୍ରପୁର ଗାଁ ନିକଟ କେନାଲରୁ ୬ ଟି ପିତ୍ତଳ ନିର୍ମିତ ନାଗ ମିଳିଛି। ଗ୍ରାମର…

କେନ୍ଦୁଝରରେ ଚାଞ୍ଚଲ୍ୟ, ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଜାମୁଡ଼ିହା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ…

ଶିଳ୍ପ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ

ବଲାଙ୍ଗୀର,୧୬।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ମଙ୍ଗଳବାର ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ…

ଭାତହାଣ୍ଡିର ଚାଷୀଙ୍କୁ ହତାଦର, ମାସେ ପରେ ବି ମିଳିପାରିନି ଟୋକନ

ବରଗଡ଼,୧୬।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି । ଆଉ ୨ସପ୍ତାହ ପରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ…

ପାଉଁଶ ବୋଝେଇ ହାଇୱାକୁ ପିଟିଲା ବାଇକ୍, ଡ଼ାକ୍ତରଖାନା ନେବା ବେଳେ ଅଧାବାଟରେ ମୃତ୍ୟୁ

ଲାଞ୍ଜିଗଡ,୧୬।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ହାଇୱା ସହିତ ବାଇକ ଧକ୍କା ହୋଇଛି । ଚିକିତ୍ସାଧୀନ…

କ୍ଷଣିକରେ ଖୁସି ପାଲଟିଲା ଦୁଃଖ, ରୋଟାଭେଟରରେ କାଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ନୀଳଗିରି,୧୬।୬(ପ୍ରଶାନ୍ତ କୁମାର ବିଶ୍ବାଳ): ରୋଟାଭେଟରରେ କାଟି ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନୂଆ ରୋଟାଭେଟର ଆଣି ଖୁସିରେ ଟ୍ରାଏଲ କରିବା ପରେ ବନ୍ଦକରିବାକୁ ଯାଇ…

ବିଏମ୍‌ସିରେ ବଢୁଛି କୁକୁର କାମୁଡ଼ା, ୨ ମାସରେ….

ଭୁବନେଶ୍ୱର,୧୫।୬ (ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ୨୦୩୦ ସୁଦ୍ଧା ଜଳାତଙ୍କ ମୁକ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ଇତିମଧ୍ୟରେ ବିଏମ୍‌ସି ପକ୍ଷରୁ ୭୫ ପ୍ରତିଶତ…

ରାସ୍ତାରେ ଉପୁଡ଼ି ପଡିଥିବା ଗଛକୁ ଯାଇ ପିଟିହେଲେ ଅଟୋ-ପିକଅପ୍, ୯…

ନନ୍ଦପୁର,୧୬।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଦେଇ ଯାଇଥିବା ଏମଡିଆର ୫୫ ରାସ୍ତାର ସୀମାଦ୍ରୀ ମଣ୍ଡପ ସମ୍ମୁଖରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri