ରାସ୍ତା ପାଇଁ ଗ୍ରାମ୍ୟ ଜଙ୍ଗଲ ପଦା

ସମ୍ବଲପୁର,୨୮ା୧୧(ବ୍ୟୁରୋ): ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରେ ନୂତନ ରାସ୍ତା ନିର୍ମାଣ ସହିତ ପ୍ରଶସ୍ତୀକରଣ କାମ ଚାଲିଛି। ଆବଶ୍ୟକ ଅନୁମତି ନେଇ ଠିକା ସଂସ୍ଥା ଗଛ କାଟିବାର ନିୟମ ରହିଛି। ହେଲେ ଏହି ସୁଯୋଗରେ ବିନା ଅନୁମତିରେ ଗ୍ରାମ୍ୟ ଜଙ୍ଗଲରୁ ଶତାଧିକ ଗଛ କଟାଯିବା ଓ ମାଟି ଖନନ କରାଯାଉଥିବା ଅଭିଯୋଗ ହେଉଛି। ସମ୍ବଲପୁର-ତିଲେଇବଣି ରାସ୍ତା କାମରେ ଏଭଳି ବେଆଇନ କାମ ଚାଲିଛି। ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେ ମଧ୍ୟ ଠିକାସଂସ୍ଥା ଜରିମାନା ଦେଇ ପୁଣି ବେଆଇନ କାର୍ଯ୍ୟ ଚାଲୁ ରଖିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଯୁଯୁମୁରା ଓ ଜମନିକରା ତହସିଲ ପକ୍ଷରୁ ବିଭିନ୍ନ ସମୟରେ ଠିକା ସଂସ୍ଥାର ଏପରି ବେଆଇନ ମାଟି ଖନନ ଉପରେ ନଜର ରଖାଯାଇଛି। ଯଦି କୌଣସି ସମୟରେ ଠିକା ସଂସ୍ଥାର ବେଆଇନ କାମ ଧରାପଡୁଛି ଜରିମାନା କରାଯାଉଛି। ହେଲେ ଏହାର କୌଣସି ପ୍ରଭାବ ଠିକା ସଂସ୍ଥା ଉପରେ ପଡୁନାହିଁ। ଏପରି କି ଗ୍ରାମବାସୀ ଓ ବନ ସୁରକ୍ଷା ସମିତି ଏହାକୁ ବିରୋଧ କଲେ କମ୍ପାନୀ କର୍ମଚାରୀମାନେ ଗଣ୍ଡଗୋଳ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ନିୟମ ଅନୁଯାୟୀ, ମାଟି ଉଠାଇବା ପାଇଁ ସ୍ଥାନୀୟ ତହସିଲରୁ ପ୍ରଥମେ ଅନୁମତି ନେବାକୁ ପଡିବ। ରାଜସ୍ବ ବିଭାଗ ପକ୍ଷରୁ ସର୍ଭେ କରାଯାଇ ସରକାରୀ ଜମିରୁ ମାଟି ଉଠାଇବା ପାଇଁ ଅନୁମତି ମିଳିବ। ଏଥିପାଇଁ ସ୍ଥାନୀୟ ପଞ୍ଚାୟତରୁ ନୋ ଅବ୍‌ଜେକଶନ ସାଟିର୍ଫିକେଟ ନେବାକୁ ପଡିବ। ଯେତେ ପରିମାଣ ମାଟି ଉଠାଇବା ପାଇଁ ଅନୁମତି ମିଳିବ ସେଥିପାଇଁ ରୟାଲିଟି ପୂର୍ବରୁ ଜମା କରିବାକୁ ପଡିବ। ହେଲେ ଠିକା କମ୍ପାନୀ ଏଭଳି ନ କରି ଗଳାବାଟକୁ ଆପଣାଇଛି। ରୟତି ଜମିରେ ମାଟି ଖନନ କଲେ ଅନୁରୂପ ଭାବେ କଡା ନିୟମ ରହିଛି। ହେଲେ ଅନେକ ସ୍ଥାନରେ ଠିକା ସଂସ୍ଥା କେତେଜଣ ରାଜସ୍ବ କର୍ମଚାରୀଙ୍କୁ ହାତ କରି ନିଜର ଫାଇଦା ଉଠାଉଛନ୍ତି। ବନ ବିଭାଗ ଓ ରାଜସ୍ବ ବିଭାଗର ସମନ୍ବୟ ଅଭାବ ଯୋଗୁ ଠିକାସଂସ୍ଥାଙ୍କ ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଉଛି ବୋଲି ଅଭିଯୋଗ ହୋଇଛି। ଯୁଯୁମୁରା ତହସିଲ ବାରିବନ୍ଧ ( ନୀଳଡୁଙ୍ଗିରୀ)ରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଏଭଳି ମାଟି ଖନନ କରାଯିବା ସହ ଶତାଧିକ ଗଛ କାଟି ଦିଆଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହି ଗ୍ରାମ୍ୟ ଜଙ୍ଗଲ ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ଅଧୀନରେ ରହିଛି ।
ଏ ସମ୍ପର୍କରେ ଯୁଯୁମୁରା ତହସିଲଦାର ସୁମନ ମିଞ୍ଜଙ୍କୁ ପଚାରିବାରୁ ଗ୍ରାମ୍ୟ ଜଙ୍ଗଲରେ ମାଟି ଖନନ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଚଢାଉ କରାଯାଇ ଠିକାସଂସ୍ଥାଠାରୁ ୩ ଲକ୍ଷ ୬୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ମାଟି ଉଠାଣ ବନ୍ଦ କରାଯାଇଥିଲା। ଏବେ ଯଦି ମାଟି ଉଠାଉଥିବା ଅଭିଯୋଗ ହେଉଛି ପୁଣି ଥରେ ଚଢାଉ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri