ରାସ୍ତା ପାଇଁ ଗ୍ରାମ୍ୟ ଜଙ୍ଗଲ ପଦା

ସମ୍ବଲପୁର,୨୮ା୧୧(ବ୍ୟୁରୋ): ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରେ ନୂତନ ରାସ୍ତା ନିର୍ମାଣ ସହିତ ପ୍ରଶସ୍ତୀକରଣ କାମ ଚାଲିଛି। ଆବଶ୍ୟକ ଅନୁମତି ନେଇ ଠିକା ସଂସ୍ଥା ଗଛ କାଟିବାର ନିୟମ ରହିଛି। ହେଲେ ଏହି ସୁଯୋଗରେ ବିନା ଅନୁମତିରେ ଗ୍ରାମ୍ୟ ଜଙ୍ଗଲରୁ ଶତାଧିକ ଗଛ କଟାଯିବା ଓ ମାଟି ଖନନ କରାଯାଉଥିବା ଅଭିଯୋଗ ହେଉଛି। ସମ୍ବଲପୁର-ତିଲେଇବଣି ରାସ୍ତା କାମରେ ଏଭଳି ବେଆଇନ କାମ ଚାଲିଛି। ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେ ମଧ୍ୟ ଠିକାସଂସ୍ଥା ଜରିମାନା ଦେଇ ପୁଣି ବେଆଇନ କାର୍ଯ୍ୟ ଚାଲୁ ରଖିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଯୁଯୁମୁରା ଓ ଜମନିକରା ତହସିଲ ପକ୍ଷରୁ ବିଭିନ୍ନ ସମୟରେ ଠିକା ସଂସ୍ଥାର ଏପରି ବେଆଇନ ମାଟି ଖନନ ଉପରେ ନଜର ରଖାଯାଇଛି। ଯଦି କୌଣସି ସମୟରେ ଠିକା ସଂସ୍ଥାର ବେଆଇନ କାମ ଧରାପଡୁଛି ଜରିମାନା କରାଯାଉଛି। ହେଲେ ଏହାର କୌଣସି ପ୍ରଭାବ ଠିକା ସଂସ୍ଥା ଉପରେ ପଡୁନାହିଁ। ଏପରି କି ଗ୍ରାମବାସୀ ଓ ବନ ସୁରକ୍ଷା ସମିତି ଏହାକୁ ବିରୋଧ କଲେ କମ୍ପାନୀ କର୍ମଚାରୀମାନେ ଗଣ୍ଡଗୋଳ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ନିୟମ ଅନୁଯାୟୀ, ମାଟି ଉଠାଇବା ପାଇଁ ସ୍ଥାନୀୟ ତହସିଲରୁ ପ୍ରଥମେ ଅନୁମତି ନେବାକୁ ପଡିବ। ରାଜସ୍ବ ବିଭାଗ ପକ୍ଷରୁ ସର୍ଭେ କରାଯାଇ ସରକାରୀ ଜମିରୁ ମାଟି ଉଠାଇବା ପାଇଁ ଅନୁମତି ମିଳିବ। ଏଥିପାଇଁ ସ୍ଥାନୀୟ ପଞ୍ଚାୟତରୁ ନୋ ଅବ୍‌ଜେକଶନ ସାଟିର୍ଫିକେଟ ନେବାକୁ ପଡିବ। ଯେତେ ପରିମାଣ ମାଟି ଉଠାଇବା ପାଇଁ ଅନୁମତି ମିଳିବ ସେଥିପାଇଁ ରୟାଲିଟି ପୂର୍ବରୁ ଜମା କରିବାକୁ ପଡିବ। ହେଲେ ଠିକା କମ୍ପାନୀ ଏଭଳି ନ କରି ଗଳାବାଟକୁ ଆପଣାଇଛି। ରୟତି ଜମିରେ ମାଟି ଖନନ କଲେ ଅନୁରୂପ ଭାବେ କଡା ନିୟମ ରହିଛି। ହେଲେ ଅନେକ ସ୍ଥାନରେ ଠିକା ସଂସ୍ଥା କେତେଜଣ ରାଜସ୍ବ କର୍ମଚାରୀଙ୍କୁ ହାତ କରି ନିଜର ଫାଇଦା ଉଠାଉଛନ୍ତି। ବନ ବିଭାଗ ଓ ରାଜସ୍ବ ବିଭାଗର ସମନ୍ବୟ ଅଭାବ ଯୋଗୁ ଠିକାସଂସ୍ଥାଙ୍କ ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଉଛି ବୋଲି ଅଭିଯୋଗ ହୋଇଛି। ଯୁଯୁମୁରା ତହସିଲ ବାରିବନ୍ଧ ( ନୀଳଡୁଙ୍ଗିରୀ)ରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଏଭଳି ମାଟି ଖନନ କରାଯିବା ସହ ଶତାଧିକ ଗଛ କାଟି ଦିଆଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହି ଗ୍ରାମ୍ୟ ଜଙ୍ଗଲ ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ଅଧୀନରେ ରହିଛି ।
ଏ ସମ୍ପର୍କରେ ଯୁଯୁମୁରା ତହସିଲଦାର ସୁମନ ମିଞ୍ଜଙ୍କୁ ପଚାରିବାରୁ ଗ୍ରାମ୍ୟ ଜଙ୍ଗଲରେ ମାଟି ଖନନ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଚଢାଉ କରାଯାଇ ଠିକାସଂସ୍ଥାଠାରୁ ୩ ଲକ୍ଷ ୬୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ମାଟି ଉଠାଣ ବନ୍ଦ କରାଯାଇଥିଲା। ଏବେ ଯଦି ମାଟି ଉଠାଉଥିବା ଅଭିଯୋଗ ହେଉଛି ପୁଣି ଥରେ ଚଢାଉ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri