ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ: ପରିବେଶ ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ ହେବ

କେନ୍ଦ୍ରାପଡା ଅଫିସ/ରାଜକନିକା/ଆଳି,୪ା୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ବରୁଣାଡିହାଠାରେ ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପରୁ ଭଦ୍ରକ ଜିଲାକୁ ପାନୀୟ ଜଳ ଯୋଗାଣ ନେଇ ବିବାଦ ଏକ ଭିନ୍ନ ସ୍ଥିତିରେ ପହଞ୍ଚତ୍ଛି। ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏହି ପ୍ରକଳ୍ପରୁ ଭଦ୍ରକକୁ ପାଣି ଯୋଗାଣ ସପକ୍ଷରେ ଭିତରକନିକା ପରିବେଶ ସମ୍ବେଦନଶୀଳ(ଇକୋ ସେନ୍‌ସେଟିଭ) ଜୋନ୍‌ ମନିଟରିଂ କମିଟିର ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସେହିପରି ରାଜକନିକା ବ୍ଲକ ବ୍ରାହ୍ମଣୀଡିହାଠାରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଆନ୍ଦୋଳନର ଆଗାମୀ ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ପ୍ରକଳ୍ପ ସପକ୍ଷ ପାଇଁ ପ୍ରସ୍ତାବ ଆଗତ କରାଯାଇ ଆଲୋଚନା ହୋଇଥିଲା। ତେବେ ସଦସ୍ୟଙ୍କ ବିରୋଧ ପରେ ପରିବେଶ ଉପରେ ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ଅପରପକ୍ଷରେ ଖରସ୍ରୋତା ନଦୀକୁ ଶୁଖିବାକୁ ଦିଆଯିବନାହିଁ ବୋଲି ସଂଗ୍ରାମ ସମିତିର
ଆଲୋଚନା ପରେ ନିଷ୍କର୍ଷ ବାହାରିଛି।
ବରୁଣାଡିହାସ୍ଥିତ ଖରସ୍ରୋତା ନଦୀର ଏହି ପ୍ରକଳ୍ପରୁ ଭଦ୍ରକ ଜିଲାର ବାସୁଦେବପୁର, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ୯୧ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ବସୁଧା ଯୋଜନାରେ ୮୯୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆହାଟଠାରେ ଜଳ ବିଶୋଧନ ପ୍ରଣାଳୀର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଭିନ୍ନ ଅଞ୍ଚଳକୁ ପାଇପ ବିଛାଇବା କାମ ଚାଲିଛି। ତେବେ ବରୁଣାଡିହା ଓ ନୂଆହାଟ ଅଞ୍ଚଳ ଭିତରକନିକା ଇକୋ ସେନ୍‌ସେଟିଭ ଜୋନରେ ରହିଥିବାରୁ ମନିଟରିଂ କମିଟିର ସୁପାରିସ ଆବଶ୍ୟକ। ପ୍ରକଳ୍ପ ଆରମ୍ଭ ପୂର୍ବରୁ ଭିତରକନିକା ପ୍ରତି ପଡୁଥିବା ପ୍ରଭାବ ସମ୍ପର୍କରେ ମନିଟରିଂ କମିଟିରେ ଆଲୋଚନା ହୋଇ ନ ଥିବାରୁ କମିଟି ସଦସ୍ୟ ସ୍ବେଚ୍ଛାସେବୀ ଶ୍ରୀକାନ୍ତ ନାୟକ ବିରୋଧ କରିଛନ୍ତି। ଏହି ଯୋଜନାରେ ବର୍ଷା ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବାକୁ ଥିବାବେଳେ କେଉଁ ତଥ୍ୟ ଉପରେ ପ୍ରକଳ୍ପ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ଉଠାଇବାକୁ ଥିବା ଜଳର ପରିମାଣ, ସ୍ଥାନୀୟ କୃଷି ଓ ଭିତରକନିକାର ଜୈବ ବିବିଧତା ନଷ୍ଟ ଉପରେ ବିରୋଧ ହୋଇଥିଲେ ମଧ୍ୟ ପ୍ରକଳ୍ପର ଆବଶ୍ୟକତା ଦର୍ଶାଇ ଆଲୋଚନା ହୋଇଥିଲା। ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସ୍‌ପି ନୀତିଶେଖର, ଡିଏଫ୍‌ଓ ବିକାଶ ରଞ୍ଜନ ଦାଶଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ଥିଲେ। ସେହିପରି ସ୍ଥାନୀୟ କୃଷି ଓ ଭିତରକନିକାର ଜୈବ ବିବିଧତା ନଷ୍ଟ ଆଶଙ୍କାରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ସଂଗ୍ରାମ ସମିତି ସଭାପତି ଦୁର୍ଯ୍ୟୋଧନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, ଦୋଳଗୋବିନ୍ଦ ନାୟକ, ସଂଗ୍ରାମ ସମିତି ସମ୍ପାଦକ ବିଧାନ ଚନ୍ଦ୍ର ଦାସ, କର୍ମକର୍ତ୍ତା କାଳିପ୍ରସାଦ ନାୟକ, ସବିତା ବରଜ, ଉମେଶ ମଲ୍ଲ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ୫୦୦ରୁ ଅଧିକ ସ୍ଥାନୀୟ ଅଧିବାସୀ ଉପସ୍ଥିତ ରହି ନିଜ ମତ ଦେବା
ସହ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri