ଆସନ୍ତା ଜୁଲାଇରେ କ୍ଷତିପୂରଣ ମିଳିବା ସମ୍ଭାବନା

ରସୁଲପୁର,୪ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଞ୍ଚଳରେ ଗତ ଅଗଷ୍ଟ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଧାନଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମିଳିବ ସହାୟତା। ଏନେଇ ବ୍ଲକ ଅଞ୍ଚଳରେ କ୍ଷେତ୍ର ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହି ବୀମାରାଶି ୨୦୨୧ ଜୁଲାଇରେ ମିଳିବା ସମ୍ଭାବନା ବୋଲି ବ୍ଲକ କୃଷି ଅଧିକାରୀ ଭାଗ୍ୟଧର ସାହୁ ପ୍ରକାଶ କରିଛନ୍ତି। ଫଳରେ ଏହାକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କାରଣ ସହାୟତା ପ୍ରଦାନ ପାଇଁ ଅନୁନ୍ୟ ବର୍ଷେ ଲାଗିଯାଉଛି। ଅର୍ଥାତ୍‌ ୨୦୨୦-୨୧ କୃଷି ବର୍ଷ ଖରିଫ ଋତୁର କ୍ଷତି ଭରଣା ୨୦୨୧-୨୨ ବର୍ଷ ଖରିଫରେ ମିଳିବାକୁ ଚାଷୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଚାଷୀ ଋଣ କରି ଚାଷ କରୁଥିବାରୁ କ୍ଷତିଗ୍ରସ୍ତ ହେଉଛନ୍ତି। ତେବେ ଫସଲ ବୀମା ସହାୟତା ପ୍ରଦାନରେ ବିଳମ୍ବ କରାଯାଉଥିବାରୁ ଏହି ଅବିଧି ମଧ୍ୟରେ ଋଣ ଉପରୁ ସୁଧ ଛାଡ କରାଯିବା
ପାଇଁ ଚାଷୀଙ୍କ ପକ୍ଷରୁ ଦାବି କରାଯାଉଛି।
ବ୍ଲକର ୨୮ ପଞ୍ଚାୟତରେ ୩ଟି ବିଭାଗ ପକ୍ଷରୁ ସର୍ବେକ୍ଷଣ ଆରମ୍ଭ ହୋଇଛି। ସେଥିମଧ୍ୟରୁ ତହସିଲ ପକ୍ଷରୁ ୧୫, କୃଷି ବିଭାଗ ପକ୍ଷରୁ ୬ ଓ ପରିସଂଖ୍ୟାନ ବିଭାଗ ପକ୍ଷରୁ ୭ ପଞ୍ଚାୟତରେ ଧାନ ଫସଲର ଅମଳକୁ ଯାଞ୍ଚ କରାଯାଉଛି। ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ସୁପରଭାଇଜର ମହେଶ୍ୱର ସେଠୀ, ରାଜସ୍ବ ନିରୀକ୍ଷକ ଓ ବୀମା ଅଧିକାରୀ କ୍ଷେତକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ରିପୋର୍ଟ ପ୍ରଦାନ କରାଯିବ ବୋଲି ସର୍ବେକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ସୂଚାନା ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନରେ ଥିବାରୁ ମା’ଙ୍କୁ ପୁଅ ଦେଇପାରିଲେନି ମୁଖାଗ୍ନି

ନବରଙ୍ଗପୁର,୧୪।୫(ବି.ପ୍ର.)- କରୋନା କେବଳ ମଣିଷ ମଣିଷ ଭିତରେ ଦୂରତା ବଢ଼ାଇନାହିଁ। ଏହି ଭୂତାଣୁ ସଂକ୍ରମଣର ଆଶଙ୍କା ଯୋଗୁ ନିଜ ମା’ର ଶେଷ ଦର୍ଶନ କରିପାରିଲାନି କ୍ୱାରାଣ୍ଟାଇନରେ...

ଜୋର୍‌ ଧରିଲା ଆନନ୍ଦପୁର ଜିଲା ଦାବି

ଆନନ୍ଦପୁର,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡକୁ ଜିଲା ଦାବି ଜୋର ଧରିଛି। ଲୋକଙ୍କ ମୌଳିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ସାଧାରଣ ଜନତା ଏବେ ଜିଲା ଦାବିର...

୪ ବଖରା ଜଳିଗଲା

ହାଟଡିହୀ, ୧୭।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅରା ଗ୍ରାମରେ ଅଗ୍ନିକାଣ୍ଡ ଘଟି ବେଣୁଧର ପଣ୍ଡାଙ୍କ ୪ବଖରା ଜଳିଯାଇଛି। ଅଗ୍ନିକାଣ୍ଡ କେମିତି ଘଟିଲା ତାହାର କାରଣ ଜଣାପଡ଼ିନି।...

ଅଙ୍ଗନଓ୍ବାଡି କେନ୍ଦ୍ରରେ ଝୁଲିଲା ତାଲା

କୁଆମରା,୨୫ା୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଆରପଟା ପଞ୍ଚାୟତ ଧାଇଁଡିଆ ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରକୁ ନେଇ ପୁଣି ବିବାଦ ଦେଖାଦେଇଛି। ଉକ୍ତ ଅଙ୍ଗନଓ୍ବାଡିର...

ପୁନଃ ଭୋଟଗଣତି ଦାବିରେ ଗଣଧାରଣା

ସିମୁଳିଆ, ୪।୩(ଡି.ଏନ.ଏ.) – ବାଲେଶ୍ୱର ଜିଲା ସିମୁଳିଆ-ଖଇରା ନିର୍ବାଚନମଣ୍ଡଳୀ ଅଧୀନ ସିମୁଳିଆ ବ୍ଲକ ୪୦ନଂ. ଜୋନ୍‌ ମାର୍କୋଣା ପଞ୍ଚାୟତରେ ପୁନଃ ଭୋଟଗଣନା ଦାବିରେ ଗୁରୁବାର ସରପଞ୍ଚ...

ବଜାରରେ ପରିବା ଦର ଆକାଶଛୁଆଁ

ବୁଗୁଡ଼ା,୧୩।୧୦(ଡି.ଏନ୍‌.ଏ.): ବୁଗୁଡ଼ା ସହରରେ ପରିବା ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏହା ସିଧାସଳଖ ଲୋକଙ୍କ ପକେଟକୁ ମାଡ଼ କରିଛି। ତେବେ ଦର...

ସମସ୍ୟା ସମାଧାନ ନ ହେଲେ ଭୋଟ ବର୍ଜନ

ସାରସକଣା,୧୯ା୧(ଡି.ଏନ.ଏ.) – ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଭୂରୁଷାଣି ପଞ୍ଚାୟତ ଅନ୍ତର୍ଗତ ମାଗ୍‌ତାଡିହି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ପ୍ରଶାସନିକ ଅବହେଳା କାରଣରୁ ଆଦିବାସୀ...

୧୪ରେ ଇନ୍ଦ୍ରାବତୀ ମେଗାଲିପ୍ଟ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୧୦।୧: କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଚୂଡାନ୍ତ ହୋଇସାରିଛି।...

Advertisement
Archives

Model This Week