ବୌଦ୍ଧ ଜିଲାପାଳଙ୍କ ପୁରୁଣା କୋଠା ହେବ ସଂଗ୍ରହାଳୟ

ବୌଦ୍ଧ, ୪ା୧୨(ସ୍ବ.ପ୍ର.)
ବୌଦ୍ଧ ଜିଲାପାଳଙ୍କ ପୁରୁଣା କୋଠା ସଂଗ୍ରହାଳୟ ହେବାକୁ ଯାଉଛି ା ଏଥିପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି ା ତଦନୁଯାୟୀ ପ୍ରାଥମିକ କାମ ଆରମ୍ଭ ହୋଇଯାଇଛି ା ଏହି ସଂଗ୍ରହାଳୟରେ ଜିଲାର ଏତିହ୍ୟ, କଳା, ସଂସ୍କୃତି ଓ ପରମ୍ପରା ସଂପର୍କିତ ବିଭିନ୍ନ ତଥ୍ୟ ଓ ସାମଗ୍ରୀ ସଂରକ୍ଷିତ ରଖିବାକୁ ବ୍ୟବସ୍ଥା କରାଯିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି ା ବୁଦ୍ଧଙ୍କ ନାମରେ ନାମିତ ଏହି ଜିଲାରେ ସପ୍ତମ ଶତାବ୍ଦୀରେ ଭଞ୍ଜ ରାଜାଙ୍କ ଦ୍ୱାରା ନିର୍ମିତ ବିରଳ ଗନ୍ଧରାଢୀ ମନ୍ଦିର ଅଛି ା ଏହାଛଡା ନବମ ଶତାବ୍ଦୀରେ ସୋମବଂଶୀଙ୍କ ଦ୍ୱାରା ନିର୍ମିତ ରାମେଶ୍ୱର ମନ୍ଦିର ପ୍ରାଚୀନ ଇତିହାସର ମୁକସାକ୍ଷୀ ଭାବେ ବିଦ୍ୟମାନ ରହିଛି। ଅନ୍ୟପକ୍ଷରେ ଯଦି କାହା ପାଖରେ କିଛି ପୁରାତନ କୀର୍ତ୍ତିରାଜି ଅଛି , ସେସବୁ ପ୍ରଶାସନକୁ ଦେବାକୁ ଜିଲାପାଳ ଅନୁରୋଧ କରିଛନ୍ତି ା
ଓଡିଶା ଇତିହାସରେ ପୁରାତନ ଗଡଜାତ ଅଞ୍ଚଳ ଭାବେ ବୌଦ୍ଧ ଜିଲାର ସ୍ବତନ୍ତ୍ର ସ୍ଥାନ ରହିଛି ା ବହୁ ପ୍ରାଚୀନ କାଳରୁ ଏଠାରେ ସଭ୍ୟତା ବିକଶିତ ହୋଇଛି ା ଏକଦା ୧୨୦ ବର୍ଗ ମାଇଲ ଅଞ୍ଚଳ ବ୍ୟାପ୍ତ ଥିବା ବୌଦ୍ଧ ଗଡଜାତ ରାଜ୍ୟ ଉଡ୍ର ମଣ୍ଡଳର ପ୍ରମୁଖ ସ୍ଥାନ ଥିଲା ା ଏହି ଅଞ୍ଚଳ ପୁରାତନ କାଳରୁ କେତେବେଳେ ଯଯାତିନଗର ତ କେତେବେଳେ ଝାରଖଣ୍ଡ ନାମରେ ନାମିତ ହୋଇଛି ା ପରବର୍ତ୍ତୀ ସମୟରେ ବୌଦ୍ଧ ନାମରେ ନାମିତ ହୋଇ ଅନେକ ପ୍ରାଚୀନ ଇତିହାସର ମୁକସାକ୍ଷୀ ପାଲଟିଛି। ୧୯୯୪ ଜାନୁୟାରୀ ୧ ତାରିଖରେ ବୌଦ୍ଧ ନୂତନ ଜିଲା ଭାବରେ ମାନ୍ୟତା ପାଇଥିଲା ା ଜିଲା ଗଠନ ପରେ ଅନେକ ନୂତନ କାର୍ଯ୍ୟାଳୟ ଖୋଲାଯାଇଛି ା ହେଲେ ରାଜାଙ୍କ କଚେରୀ ଭାବରେ ପରିଚିତ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ତାର ସ୍ବତନ୍ତ୍ରତା ଏବେ ବି ବଜାୟ ରଖିଛି ା ଏହି ନାଲିକୋଠା ଆସନ୍ତା ମାସରେ ଶହେ ବର୍ଷ ପୂରଣ କରିବାକୁ ଯାଉଛି ା ୧୯୨୧ରେ ତତ୍କାଳୀନ ରାଜାଙ୍କ ଦ୍ୱାରା ନିର୍ମିତ ଏହି କଚେରୀ କୋଠା ବୌଦ୍ଧ ଉପଖଣ୍ଡ ଗଠନ ସମୟରୁ ପ୍ରଶାସନିକ କୋଠା ଭାବରେ ମାନ୍ୟତା ପାଇଥିଲା। ଜିଲା ହେବା ପୂର୍ବରୁ ଉକ୍ତ କୋଠାରେ ଏସ୍‌ଡିଜେଏମ୍‌ କୋର୍ଟ , ଅନ୍ୟସବୁ ନ୍ୟାୟାଳୟ ଓ କାର୍ଯ୍ୟାଳୟ ଖୋଲା ଯାଇଥିଲା। ବୌଦ୍ଧ ଜିଲା ହେବା ପରେ ଏହି କୋଠା ଜିଲାପାଳଙ୍କ କାର୍ଯ୍ୟାଳୟ ଭାବରେ ପରିଚିତ ହୋଇଥିଲା। ଜିଲା ଗଠନର ୨୫ ବର୍ଷ ପୂର୍ତ୍ତି ଅବସରରେ ନୂତନ କୋଠାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇଥିଲା ା କେତେକ କାର୍ଯ୍ୟାଳୟର ନିଜସ୍ବ କୋଠା ହୋଇ ପାରି ନ ଥିବାରୁ ବାହାରେ ଭଡାରେ ଚାଲୁଥିବା କାର୍ଯ୍ୟାଳୟଗୁଡିକ ବର୍ତ୍ତମାନ ଏହି କୋଠାରେ କାର୍ଯ୍ୟ କରୁଛି।
ତେବେ ଏହି ଶତାୟୁ କୋଠା ଏବେ ନୂଆ ପରିଚୟରେ ପରିଚିତ ହେବାକୁ ଯାଉଛି। ନିକଟରେ ଅନୁଷ୍ଠିତ ଜିଲା ସଂସ୍କୃତି ପରିଷଦ ବୈଠନରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ପୁରୁଣା କୋଠାକୁ ସଂଗ୍ରହାଳୟରେ ପରିଣତ କରିବାକୁ ନିଷ୍ପତ୍ତିି ଗ୍ରହଣ କରାଯାଇଛି ା ଏଠାରେ କାର୍ଯ୍ୟ କରୁଥିବା ସରକାରୀ କାର୍ଯ୍ୟାଳୟଗୁଡିକ ତୁରନ୍ତ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି। ପ୍ରଶାସନର ଏହି କାର୍ଯ୍ୟକୁ ସାଧାରଣରେ ସ୍ବାଗତ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri