ବୌଦ୍ଧ ଜିଲାପାଳଙ୍କ ପୁରୁଣା କୋଠା ହେବ ସଂଗ୍ରହାଳୟ

ବୌଦ୍ଧ, ୪ା୧୨(ସ୍ବ.ପ୍ର.)
ବୌଦ୍ଧ ଜିଲାପାଳଙ୍କ ପୁରୁଣା କୋଠା ସଂଗ୍ରହାଳୟ ହେବାକୁ ଯାଉଛି ା ଏଥିପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି ା ତଦନୁଯାୟୀ ପ୍ରାଥମିକ କାମ ଆରମ୍ଭ ହୋଇଯାଇଛି ା ଏହି ସଂଗ୍ରହାଳୟରେ ଜିଲାର ଏତିହ୍ୟ, କଳା, ସଂସ୍କୃତି ଓ ପରମ୍ପରା ସଂପର୍କିତ ବିଭିନ୍ନ ତଥ୍ୟ ଓ ସାମଗ୍ରୀ ସଂରକ୍ଷିତ ରଖିବାକୁ ବ୍ୟବସ୍ଥା କରାଯିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି ା ବୁଦ୍ଧଙ୍କ ନାମରେ ନାମିତ ଏହି ଜିଲାରେ ସପ୍ତମ ଶତାବ୍ଦୀରେ ଭଞ୍ଜ ରାଜାଙ୍କ ଦ୍ୱାରା ନିର୍ମିତ ବିରଳ ଗନ୍ଧରାଢୀ ମନ୍ଦିର ଅଛି ା ଏହାଛଡା ନବମ ଶତାବ୍ଦୀରେ ସୋମବଂଶୀଙ୍କ ଦ୍ୱାରା ନିର୍ମିତ ରାମେଶ୍ୱର ମନ୍ଦିର ପ୍ରାଚୀନ ଇତିହାସର ମୁକସାକ୍ଷୀ ଭାବେ ବିଦ୍ୟମାନ ରହିଛି। ଅନ୍ୟପକ୍ଷରେ ଯଦି କାହା ପାଖରେ କିଛି ପୁରାତନ କୀର୍ତ୍ତିରାଜି ଅଛି , ସେସବୁ ପ୍ରଶାସନକୁ ଦେବାକୁ ଜିଲାପାଳ ଅନୁରୋଧ କରିଛନ୍ତି ା
ଓଡିଶା ଇତିହାସରେ ପୁରାତନ ଗଡଜାତ ଅଞ୍ଚଳ ଭାବେ ବୌଦ୍ଧ ଜିଲାର ସ୍ବତନ୍ତ୍ର ସ୍ଥାନ ରହିଛି ା ବହୁ ପ୍ରାଚୀନ କାଳରୁ ଏଠାରେ ସଭ୍ୟତା ବିକଶିତ ହୋଇଛି ା ଏକଦା ୧୨୦ ବର୍ଗ ମାଇଲ ଅଞ୍ଚଳ ବ୍ୟାପ୍ତ ଥିବା ବୌଦ୍ଧ ଗଡଜାତ ରାଜ୍ୟ ଉଡ୍ର ମଣ୍ଡଳର ପ୍ରମୁଖ ସ୍ଥାନ ଥିଲା ା ଏହି ଅଞ୍ଚଳ ପୁରାତନ କାଳରୁ କେତେବେଳେ ଯଯାତିନଗର ତ କେତେବେଳେ ଝାରଖଣ୍ଡ ନାମରେ ନାମିତ ହୋଇଛି ା ପରବର୍ତ୍ତୀ ସମୟରେ ବୌଦ୍ଧ ନାମରେ ନାମିତ ହୋଇ ଅନେକ ପ୍ରାଚୀନ ଇତିହାସର ମୁକସାକ୍ଷୀ ପାଲଟିଛି। ୧୯୯୪ ଜାନୁୟାରୀ ୧ ତାରିଖରେ ବୌଦ୍ଧ ନୂତନ ଜିଲା ଭାବରେ ମାନ୍ୟତା ପାଇଥିଲା ା ଜିଲା ଗଠନ ପରେ ଅନେକ ନୂତନ କାର୍ଯ୍ୟାଳୟ ଖୋଲାଯାଇଛି ା ହେଲେ ରାଜାଙ୍କ କଚେରୀ ଭାବରେ ପରିଚିତ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ତାର ସ୍ବତନ୍ତ୍ରତା ଏବେ ବି ବଜାୟ ରଖିଛି ା ଏହି ନାଲିକୋଠା ଆସନ୍ତା ମାସରେ ଶହେ ବର୍ଷ ପୂରଣ କରିବାକୁ ଯାଉଛି ା ୧୯୨୧ରେ ତତ୍କାଳୀନ ରାଜାଙ୍କ ଦ୍ୱାରା ନିର୍ମିତ ଏହି କଚେରୀ କୋଠା ବୌଦ୍ଧ ଉପଖଣ୍ଡ ଗଠନ ସମୟରୁ ପ୍ରଶାସନିକ କୋଠା ଭାବରେ ମାନ୍ୟତା ପାଇଥିଲା। ଜିଲା ହେବା ପୂର୍ବରୁ ଉକ୍ତ କୋଠାରେ ଏସ୍‌ଡିଜେଏମ୍‌ କୋର୍ଟ , ଅନ୍ୟସବୁ ନ୍ୟାୟାଳୟ ଓ କାର୍ଯ୍ୟାଳୟ ଖୋଲା ଯାଇଥିଲା। ବୌଦ୍ଧ ଜିଲା ହେବା ପରେ ଏହି କୋଠା ଜିଲାପାଳଙ୍କ କାର୍ଯ୍ୟାଳୟ ଭାବରେ ପରିଚିତ ହୋଇଥିଲା। ଜିଲା ଗଠନର ୨୫ ବର୍ଷ ପୂର୍ତ୍ତି ଅବସରରେ ନୂତନ କୋଠାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇଥିଲା ା କେତେକ କାର୍ଯ୍ୟାଳୟର ନିଜସ୍ବ କୋଠା ହୋଇ ପାରି ନ ଥିବାରୁ ବାହାରେ ଭଡାରେ ଚାଲୁଥିବା କାର୍ଯ୍ୟାଳୟଗୁଡିକ ବର୍ତ୍ତମାନ ଏହି କୋଠାରେ କାର୍ଯ୍ୟ କରୁଛି।
ତେବେ ଏହି ଶତାୟୁ କୋଠା ଏବେ ନୂଆ ପରିଚୟରେ ପରିଚିତ ହେବାକୁ ଯାଉଛି। ନିକଟରେ ଅନୁଷ୍ଠିତ ଜିଲା ସଂସ୍କୃତି ପରିଷଦ ବୈଠନରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ପୁରୁଣା କୋଠାକୁ ସଂଗ୍ରହାଳୟରେ ପରିଣତ କରିବାକୁ ନିଷ୍ପତ୍ତିି ଗ୍ରହଣ କରାଯାଇଛି ା ଏଠାରେ କାର୍ଯ୍ୟ କରୁଥିବା ସରକାରୀ କାର୍ଯ୍ୟାଳୟଗୁଡିକ ତୁରନ୍ତ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି। ପ୍ରଶାସନର ଏହି କାର୍ଯ୍ୟକୁ ସାଧାରଣରେ ସ୍ବାଗତ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଘାତକ ହେଉଛି ସହରାଞ୍ଚଳ ପ୍ରଦୂଷଣ

ଭୁବନେଶ୍ୱର, ୫ା୬(ବ୍ୟୁରୋ): ବଡ଼ ବଡ଼ ସହରରେ ଏବେ ନିଃଶ୍ୱାସ ପ୍ରଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ଆଉ ବିଶୁଦ୍ଧ ବାୟୁ ଟିକେ ମିଳିବ ନାହିଁ। ହୁ...

୩ମାସ ଶିଶୁର ରେଟିନା ଅସ୍ତ୍ରୋପଚାର

ଭୁବନେଶ୍ୱର,୨୩।୫ (ବ୍ୟୁରୋ): ଜଣେ ୩ ମାସର ଶିଶୁଠାରେ ସଫଳ ରେଟିନା ଅସ୍ତ୍ରୋପଚାର କରି କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ (କିମ୍ସ) ଡାକ୍ତର ପ୍ରଶଂସା ସାଉଁଟିଛନ୍ତି।...

ରଥଗଡ଼ାରେ ଟଳିପଡ଼ିଲେ ବୃଦ୍ଧ

ଢେଙ୍କାନାଳ ଅଫିସ, ୨୧।।୬(ରତନ ନାୟାର): ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଇଁ ଆସିଥିଲେ ଗଁାରୁ ସହରକୁ। ଚକାନୟନକୁ ଦେଖୁ ଦେଖୁ ଉଡ଼ିଗଲା ଜୀବନ। ପବିତ୍ର ଘୋଷଯାତ୍ରାରେ...

ଓଏସଆରଟିସିର ଟୋଲ ଫ୍ରି ନମ୍ବର

ଭୁବନେଶ୍ୱର, ୨-୯(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି) ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ୨୪ ଘଣ୍ଟିଆ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ...

ଯୁବପିଢ଼ି ବିବେକାନୁମୋଦିତ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ

ଜଗତସିଂହପୁର, ୮ା୮(ପ୍ରମୋଦ କୁମାର ନାୟକ): ଗଣମାଧ୍ୟମଠାରୁ ସାମ୍ବାଦିକତାର ମହତ୍ତ୍ୱ ଶିଖିବାର ଅଛି, ଯାହା ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀଙ୍କ ନିର୍ଭୀକତା ଓ ସ୍ପଷ୍ଟବାଦିତାରୁ ସ୍ପଷ୍ଟ ଅନୁମେୟ।...

ରାଜ୍ୟରେ ଆଜି ୩୨୭୮ କରୋନା ଆକ୍ରାନ୍ତ ସୁସ୍ଥ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୩।୯(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୩୨୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୧୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୩୬୮, କଟକରୁ...

୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷା

ଭଦ୍ରକ ଅଫିସ,୨୩ା୫: ଗୁରୁବାର ୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ନିର୍ଣ୍ଣୟ ହେବ। ୫ ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ପ୍ରାର୍ଥୀ ଚୂଡାନ୍ତ ହେବ।...

ସୁବ୍ରମଣ୍ୟମଙ୍କ ଦାୟିତ୍ୱ ନେଲା ଜିଲା ପ୍ରଶାସନ

ବାରିପଦା ଅଫିସ,୩।୭: ମୟୂରଭଞ୍ଜ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ସାହାଯ୍ୟ ପାଇବା ଆଶାରେ ଯାଇଥିବା ଦିବ୍ୟାଙ୍ଗ ସୁବ୍ରମଣ୍ୟମ ପାତ୍ରଙ୍କୁ ବାହାର ଜିଲାର ଲୋକ କହି ସୋମବାର...

Advertisement
Archives

Model This Week