‘ପରୀକୁ ବଳି ଦିଆଯାଇଥିବା ସନ୍ଦେହ’

ନୟାଗଡ଼ ଅଫିସ,୪ା୧୨:ଏସ୍‌ଆଇଟି (ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌) ଦ୍ୱାରା ପରୀ ହତ୍ୟା ଘଟଣାର ତଦନ୍ତ ଚାଲୁରହିଛି। ଏପରିସ୍ଥଳେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ତଦନ୍ତ ପାଇଁ ଗୁରୁବାର ଯଦୁପୁରରେ ପହଞ୍ଚତ୍ଥିଲେ। ସେ ପରୀର ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ, ଗଁାର କେତେଜଣ ଲୋକ ଓ ବାବୁଲା ନାୟକଙ୍କୁ ପୃଥକ୍‌ ଭାବେ ପଚରାଉଚୁରା କରି ଫେରିଛନ୍ତି। ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ ପରୀକୁ ବଳିଦିଆଯାଇଥିବା ସନ୍ଦେହ କରାଯାଉଛି ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ହତ୍ୟା ପୂର୍ବରୁ ପରୀ ଗାଇଥିବା ଗୀତ, ହସ୍ତାକ୍ଷର ଓ ଅଙ୍କକଷାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏ ନେଇ ପରୀର ମା’ କୁହନ୍ତି, ଜାନୁୟାରୀ ୨୬ ପୂର୍ବରୁ ଝିଅ ସ୍କୁଲରେ ଜାତୀୟ ସଙ୍ଗୀତ ଜନ-ଗଣ-ମନ ଅଧିନାୟକ ଗୀତ ଗାଇବା ପାଇଁ ଘରେ ପ୍ରସ୍ତୁତ ହେଉଥିଲା। ସେ ଏହାର ଭିଡିଓ ବି କରିଥିଲା। ଏବେ ଭିଡିଓକୁ ଦେଖିଲେ ପରୀ ମରିଥିବା ପରି ଲାଗୁନି। ସେ ଭଲ ପାଠ ପଢୁଥିଲା, ହେଲେ ବେଶି ଖେଳେ। ଏହି ଖେଳ ତା’ ପାଇଁ କାଳ ହେଲା ବୋଲି କହି କାନ୍ଦି ପକାଇଥିଲେ। ସେହିଭଳି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ନିର୍ଦ୍ଦୋଷ। ମୁଁ ଗଞ୍ଜେଇ, ବ୍ରାଉନସୁଗାର ବ୍ୟବସାୟ କରେନି କି ମନୁଷ୍ୟର ଅଙ୍ଗପ୍ରତ୍ୟଙ୍ଗ ବିକ୍ରିରେ ସାମିଲ ନାହିଁ। ପରୀ ହତ୍ୟାକାଣ୍ଡରେ ମୁଁ ସାମିଲ ନାହିଁ। ମନ୍ତ୍ରୀ କିଛି ଜାଣିନାହାନ୍ତି। ତାଙ୍କୁ ଅଯଥାରେ ବିବାଦକୁ ଟଣାଯାଉଛି। ଘଟଣାର ତଦନ୍ତ କରାଯାଇ ଦୋଷୀକୁ଼ ଉପଯୁକ୍ତ ଦଣ୍ଡ ଦିଆଯାଉ। ମୁଁ ସବୁ ପ୍ରକାର ତଦନ୍ତକୁ ସ୍ବାଗତ କରୁଛି। ମୋର ଯଦି ଭୁଲ୍‌ ଅଛି ମୋତେ ଗିରଫ କରାଯାଉ। ମୁଁ ଗଁାରେ ଅଛି। ଦୋଷୀ ସାବ୍ୟସ୍ତ ହେଲେ ମୁଁ ସରେଣ୍ଡର କରିବି। ଆୟୋଗ ଅଧ୍ୟକ୍ଷା ପ୍ରଧାନ କୁହନ୍ତି, ପରୀ ହତ୍ୟାକାଣ୍ଡ ଏକ ଦୁଃଖଦ ଓ ଚାଞ୍ଚଲ୍ୟକର ଘଟଣା। ଆମେ ଏ ନେଇ ଏସ୍‌ଆଇଟି ସହ ଆଲୋଚନା କରିବୁ। ଏସ୍‌ଆଇଟିକୁ ମଧ୍ୟ ପକ୍ଷ କରିବୁ। ସେ ଆମକୁ ରିପୋର୍ଟ ଦେବେ। ଆମେ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବୁ। ପରୀକୁ ବଳି କିମ୍ବା ଅନ୍ୟ କାରଣରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏଭଳି ଘଟଣା ସହର ନୁହେଁ, ଗଁାରେ ଘଟିଛି। ଏଣୁ ବାହାରେ ଶିଶୁଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ଏ ଦିଗରେ ଅଧିକ ସଚେନତା ଦରକାର। ଯଦି କିଛି ଶିଶୁ ନିଖୋଜ ଥିବେ ତେବେ ତଦନ୍ତର ଅଗ୍ରଗତି ପାଇଁ ସେମାନଙ୍କ ସମ୍ପର୍କରେ ପୋଲିସ ଓ ଜିଲା ପ୍ରଶାସନକୁ ପରାମର୍ଶ ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri