ଅନୁଗୋଳର ନୂତନ ଜିଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ସିଦ୍ଧାର୍ଥ ସ୍ବାଇଁ
ଅନୁଗୋଳ ଅଫିସ,୧୪ା୯: ଅନୁଗୋଳ ଜିଲାରେ ନୂତନ ଜିଲାପାଳ ଭାବେ ୨୦୧୪ ବ୍ୟାଚ୍ର ଆଇଏଏସ୍ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ଜିଲା କାର୍ଯ୍ୟାଳୟଠାରେ ସେ ପୂର୍ବତନ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଠାରୁ ଦାୟିତ୍ୱ ଗ୍ରହଣ ଅବସରରେ ସରକାରୀ…
ଟ୍ରକ୍ ଜାମରେ ଫସିଲେ ପରୀକ୍ଷାର୍ଥୀ
କେନ୍ଦୁଝର,୧୪ା୯(ସ୍ବ.ପ୍ର.): ସୋମବାର ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏନ୍ଏଚ୍ -୪୯ରେ ଲୁହାପଥର ବୋଝେଇ ଟ୍ରକ୍ ଜାମ ଯୋଗୁ ବାଂଶପାଳ ବ୍ଲକ ଅଞ୍ଚଳରୁ ପରୀକ୍ଷା ଦେବାକୁ ଆସିଥିବା ପ୍ରାୟ ୫୦ ପରୀକ୍ଷାର୍ଥୀ ଡଙ୍ଗପାଣି-ଅଞ୍ଜର ରାସ୍ତାରେ ଫସିଯାଇଥିଲେ। ପରେ ଖବର ପାଇ ପରୀକ୍ଷା…
ମୋବାଇଲ ପଡିଯିବାରୁ ଡ୍ୟାମ୍କୁ ଡେଇଁଲେ ଇଞ୍ଜିନିୟର, ଆଉ ତା’ପରେ
ବଗିଆପଡା,୧୪।୯(ସ୍ବ.ପ୍ର):ବୌଦ୍ଧ ଜିଲା ବଗିଆପଡା ଫାଣ୍ଡି ଅନ୍ତର୍ଗତ ପାଲଝର ଡ୍ୟାମକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲା ମେଗା ଜଳସେଚନ ପ୍ରକଳ୍ପରେ କାର୍ଯ୍ୟରତ ଯୁବ ଇଞ୍ଜିନିୟର ତାମିଲନାଡୁର ମୁକୁନ୍ଦମ(୨୨) ନିଜ ୨ ସହକର୍ମୀଙ୍କ…
ଡକାୟତି ଯୋଜନା, ୫ ଗିରଫ
ପୁରୀ ଅଫିସ,୧୪।୯: ପୁରୀ ସହରରେ ଡକାୟତି ପାଇଁ ଯୋଜନା କରୁଥିବା ୫ଜଣଙ୍କୁ ତାଳବଣିଆ ପୋଲିସ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧାର ଜଗବନ୍ଧୁ ବାରିକ, ସମଙ୍ଗରାର ମୁନା ପ୍ରଧାନ, ଗଦାଧରପାଟଣାର ତ୍ରିନାଥ ନାୟକ, ଜଗତ୍ସିଂହପୁରର ପ୍ରଶାନ୍ତ ଭୋଇ ଓ ମଙ୍ଗଳାଘାଟ ପାଇକସାହିର…
ଦିଗପହଣ୍ଡିରେ ସାର ସମସ୍ୟା: ପୁଣି ତେଜିଲା ଚାଷୀ ଆନ୍ଦୋଳନ
ଦିଗପହଣ୍ଡି,୧୪।୯(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିରେ ସାର ଯୋଗାଣ ଦାବିରେ ଗତ ଗୁରୁବାର ସହରର ବହୁସଂଖ୍ୟକ ଚାଷୀ ଆନ୍ଦୋଳନ କରିବାସହ ରାସ୍ତା ଅବରୋଧ କରିଥିଲେ। ଶୁକ୍ରବାର ସୁଦ୍ଧା ଚାଷୀଙ୍କୁ ସାର ଯୋଗାଣ କରାଯିବ ବୋଲି ସ୍ଥାନୀୟ ପୋଲିସ – ପ୍ରଶାସନିକ ଅଧିକାରୀମାନେ ପ୍ରତିଶ୍ରୁତି…
ଡିଏଫଓଙ୍କ କ୍ୱାର୍ଟର ମରାମତିରେ ଅର୍ଥ ଅପବ୍ୟୟ ଅଭିଯୋଗ: ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି
ନୟାଗଡ ଅଫିସ,୧୪।୯: ନୟାଗଡ଼ ଡିଏଫଓଙ୍କ କ୍ୱାର୍ଟର ମରାମତି ଓ ନୟାଗଡ଼ ରେଞ୍ଜରଙ୍କ ପୁରୁଣା କାର୍ଯ୍ୟାଳୟ ସଫେଇରେ ଅର୍ଥ ଅପବ୍ୟୟ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ସରକାରୀ ଅନୁଦାନ ଖର୍ଚ୍ଚର ଠିକ୍ ସମୀକ୍ଷା ହେଉ ନ ଥିବାରୁ ଅପବ୍ୟୟକୁ ରୋକା ଯାଇ…
ବେଣୀପୁର ଘାଇ ମରାମତିରେ ଅନିୟମିତତା: ବାଲିବସ୍ତାରେ ପୋତା ହେଉଛି
କେନ୍ଦ୍ରାପଡା ଅଫିସ୍/ଡେରାବିଶ (ସ୍ବ.ପ୍ର,), ୧୪।୯: କେନ୍ଦ୍ରାପଡା ଜଳସମ୍ପଦ ବିଭାଗ ଅଧୀନ ଡେରାବିଶ ବ୍ଲକ ବେଣୀପୁରଠାରେ ବିରୂପା ନଦୀ ଘେରିବନ୍ଧ ଗତ ବନ୍ୟାରେ ଭାଙ୍ଗିଯାଇଛି। ପ୍ରାୟ ୧୦୦ଫୁଟର ଏହି ଘାଇ ବିଭାଗ ପକ୍ଷରୁ ମରାମତି ଆରମ୍ଭ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟରେ ଅନିୟମିତତା…
ଧାବିକା ଦୂତୀ ଚାନ୍ଦଙ୍କୁ ବରଗଡରେ ସମ୍ବର୍ଦ୍ଧନା
ବରଗଡ ଅଫିସ,୧୪।୯: ଓଡିଶାର ଗର୍ବ ଓ ଗୌରବ ଅର୍ଜୁନ ପୁରସ୍କାରପ୍ରାପ୍ତ ଅଲିମ୍ପିଆନ ଧାବିକା ଦୂତୀ ଚାନ୍ଦଙ୍କୁ ସୋମବାର ବରଗଡରେ ସମ୍ବର୍ଦ୍ଧିତ କରାଯାଇଛି। ମାଷ୍ଟର୍ସ ଗେମ୍ସ ଆସୋସିଏସନ, ଓଡିଶା ପକ୍ଷରୁ ବରଗଡ଼ର ଅଗ୍ରଗାମୀ ଯୁବକ ସଂଘ ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହରେ…
ପଶ୍ଚିମ ଓଡ଼ିଶାରେ ଥମୁନି କରୋନା ପଜିଟିଭ୍ ସଂଖ୍ୟା, କଳାହାଣ୍ଡିରେ ଗୋଟିଏ ଦିନରେ ୮୦
ଭବାନୀପାଟଣା,୧୩।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲାରେ ଅତି ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାସହ ପଜିଟିଭ୍ ସଂଖ୍ୟା ଦୁଇ ହଜାର ଅତିକ୍ରମ କରିଛି। ଗତ ୧୨ ତାରିଖରେ ଜିଲାରେ ୮୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଳାହାଣ୍ଡିରେ କରୋନା…
ବରଗଡ଼ରେ ପୁଣି ୧୪୬ କରୋନା ପଜିଟିଭ୍ : ଏକ ସେବାଶ୍ରମର ୮ ଶିଶୁ ଆକ୍ରାନ୍ତ
ବରଗଡ଼ ଅଫିସ,୧୩ା୯: ଜିଲାରେ ରବିବାର ପୁଣି ୧୪୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ସହର ଉପକଣ୍ଠ ବରଡୋଲ ସିମେଣ୍ଟ ନଗର ନିକଟ ବିମଳାଦେବୀ ସେବାଶ୍ରମର ୧୧ ଜଣ ଅନ୍ତେବାସୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣ ଶିଶୁ…
ଖୋଲିଲା ବ୍ଲୁ ଫ୍ଲାଗ୍ ବେଳାଭୂମି
ପୁରୀ ଅଫିସ, ୧୩।୯: ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବ୍ଲୁ ଫ୍ଲାଗ ବେଳାଭୂମି। ଶନିବାରଠାରୁ ପର୍ଯ୍ୟଟକମାନେ ଟିକେଟ୍ କାଟି ଏହି ପାଇଲଟ୍ ବ୍ଲୁ ଫ୍ଲାଗ ବେଳାଭୂମି ବୁଲିଛନ୍ତି। ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମିଲ କରିବା ପାଇଁ ଏହି…
ଏଟିଏମ୍ ଲୁଟ୍ ଉଦ୍ୟମ
ଭଦ୍ରକ ଅଫିସ,୧୩ା୯: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣିତାଲ ଛକରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ୍ ଶନିବାର ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଛି। ଗ୍ୟାସ କଟର ସାହାଯ୍ୟରେ ଏହାର ଚେଚିସ ବକ୍ସକୁ କଟା ଯାଇଥିବାର ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳ ପୋଲିସ…

