ସରକାରୀ ଯୋଜନା ପାଲଟିଛି ସାତସପନ: ଜରିପାଲ ତଳେ ବିତୁଛି ବୃଦ୍ଧାଙ୍କ ଜୀବନ

କାକଟପୁର,୭।୧୨(ଡି.ଏନ୍‌.ଏ.): ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇ ଦେଉଛନ୍ତି। କିନ୍ତୁ ସେହି ଯୋଜନା ପ୍ରାୟ ସମୟରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଯାହାର ଉଦାହରଣ ଦେଖିବାକୁ ମିଳିଛି କାକଟପୁର ବ୍ଲକ ଓଥକା ପଞ୍ଚାୟତ ଅନ୍ତର୍ଗତ ଚନପୁର ଗ୍ରାମର ୭୦ ବର୍ଷୀୟ ବତାସୀ କାଣ୍ଡୀଙ୍କ କ୍ଷେତ୍ରରେ। ସ୍ବାମୀ ଓ ପିଲାଛୁଆ ନ ଥିବାବେଳେ ଏକାକି ଅସହାୟ ଅବସ୍ଥାରେ ଏକ ଜରିପାଲ ତଳେ ହିଁ ସେ ଜୀବନ କାଟୁଛନ୍ତି। ବୟସ ହୋଇଯାଇଥିବାରୁ ପେଟକୁ ଦିଓଳି ଦିମୁଠା ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡୁଛି। ସରକାରଙ୍କ ଏତେ ଯୋଜାନା ଥାଇ ମଧ୍ୟ ତାଙ୍କୁ କୌଣସି ଗୋଟିଏରେ ମଧ୍ୟ ନଁା ନାହିଁ। ପକ୍କା ଘର ଯେମିତି ବତାସୀ ମାଉସୀ ପାଇଁ ସାତ ସପନ ପାଲଟିଛି। ଘର ଖଣ୍ଡିଏ ପାଇଁ ବତାସୀ ମାଉସୀ ସ୍ଥାନୀୟ ସରପଞ୍ଚଙ୍କଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ନେହୁରା ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ନୀରବ ସାଜିଛି। ଫନୀ ସମୟରେ ବତାସୀଙ୍କ ଘର ଭାଙ୍ଗି ଯାଇଥିଲା। ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ପକ୍କାଘର, ବିଭିନ୍ନ ସହାୟତା ମିଳିଥିଲେ ମଧ୍ୟ ବତାସୀ ମାଉସୀ ସେଥିରୁ ବଞ୍ଚତ୍ତ ହୋଇଥିଲେ। ବାରମ୍ବାର ଅଭିଯୋଗସତ୍ତ୍ୱେ କେବଳ ଆଶ୍ୱସନା ମିଳୁଥିଲେ ମଧ୍ୟ ସହୟତା ମିଳିପାରୁନି। ଏପରି କି ତାଙ୍କ ପାଖରେ ରାଶନ କାର୍ଡ, ଭତ୍ତା ମଧ୍ୟ ନ ଥିବାରୁ ବେଳେବେଳେ ଓପାସରେ ହିଁ ଦିନ କାଟୁଛନ୍ତି। ବ୍ଲକ ପ୍ରଶାସନର ଏଭଳି ଆନ୍ତରିକତା ଅଭାବ ଯୋଗୁ ସାଧାରଣରେ ଜନଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ଓଥକା ସରପଞ୍ଚ ଯୁଗଳକିଶୋର ରାଉତଙ୍କୁ ପଚାରିବାରୁ ମତାମତ ଦେବା
ପାଇଁ ଏହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହକି ଟିମ୍‌ର ଗେରୁଆ ଜର୍ସିକୁ ନେଇ ବିବାଦ

ଆସନ୍ତା ଅଗଷ୍ଟ ୧୫ରୁ ୩୦ ଯାଏ ନେଦରଲ୍ୟାଣ୍ଡ୍ସ ଏବଂ ବେଲଜିୟମରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ବିଶ୍ୱକପ୍‌ରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌ ସେମାନଙ୍କର…

ରାହା ଖୋଜୁଛନ୍ତି ବନ୍ୟା ବିପନ୍ନ

ଭୁବନେଶ୍ୱର,୧ା୮ (ରବିନାରାୟଣ ଜେନା): ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଉତ୍ତରରୁ ପଶ୍ଚିମ ଏବଂ ଉପକୂଳ ଓଡ଼ିଶାରେ ବନ୍ୟା ଯୋଗୁ ୭ଲକ୍ଷରୁ ଊର୍ଦ୍ଧ୍ୱ…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

କାନପୁର ପ୍ରକଳ୍ପର କପର ଡ୍ୟାମ୍‌ ଭାଙ୍ଗିଲା: ତଳିଆ ଅଞ୍ଚଳକୁ ସତର୍କ ସୂଚନା

ଯୋଡ଼ା/ ଚମ୍ପୁଆ, ୧ା୮(ମାନସ ମହାନ୍ତି/ମହେଶ୍ୱର ଦାସ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ରେ ନିର୍ମାଣାଧୀନ କାନପୁର ପ୍ରକଳ୍ପର ଅସ୍ଥାୟୀ ମାଟିବନ୍ଧ ବା କପର ଡ୍ୟାମ୍‌ଟି ଲଗାଣ ବର୍ଷା ଫଳରେ…

ପିଏମ ମୋଦିଙ୍କ ନୂଆ ଭିଡିଓ ବାର୍ତ୍ତା: କହିଲେ-ମୋତେ ଗାଳି ଦେଇଥିବା ପିଲାମାନଙ୍କୁ…

ନୂଆଦିଲ୍ଲୀ,୧।୮: ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅନେକ ପିଲା ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ, ଯେଉଁଥିପାଇଁ ସେମାନେ ଭାଜପା ସମର୍ଥକଙ୍କ ଟାର୍ଗେଟକୁ…

ଗାଧୋଇବା ବେଳେ ହଠାତ ବଢ଼ିଗଲା ପାଣିର ସ୍ରୋତ, ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ…

କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ…

ସାଙ୍ଗମାନଙ୍କ ସହ ଶୋଇଥିଲେ, ସାପ କାମୁଡ଼ାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଅଞ୍ଚଳରେ…

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତର ବାର୍ଷିକୋଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାପ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri