କପିଳାସ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର: ଶିକ୍ଷକଙ୍କୁ ବାନ୍ଧିଲା ବନବିଭାଗ

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଓ କଙ୍କଡ଼ାହାଡ ଥାନା କଳସପୁର ଅଞ୍ଚଳ ବନବିଭାଗ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ୧ ହରିଣ ଛାଲ, ୧ ହାତୀ ଦାନ୍ତ, ୧ ହରିଣ ସିଂଘ, ୧ ବାର୍‌ହା ମୁଣ୍ଡ, ୨ କଇଁଛ ଖୋଳପା, ୧ ଧନୁ ଓ ତୀର ୫, ଭାଲୁ ନଖ ୯, ବାଘ ଦାନ୍ତ ୮ ଓ ଖପୁର ୧, ୨ ଫାର୍ସା ଜବତ ହୋଇଛି। ଏହି ଘଟଣାରେ ବନବିଭାଗ ପକ୍ଷରୁ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କଙ୍କଡ଼ାହାଡ଼ ଥାନା କଳଶପୁର ଗ୍ରାମର ଅନନ୍ତ ମୁର୍ମୁ(୬୦), ଲକ୍ଷ୍ମଣ ମୁର୍ମୁ (୫୫), ଗଅନ୍ଦିଆ ଥାନା ଜାମୁନାଳିଆ ଗ୍ରାମର ନରେନ୍ଦ୍ର କୁୁମାର ବିଘି (୪୦)। ଗିରଫଙ୍କ ମଧ୍ୟରେ ନରେନ୍ଦ୍ର କଟକ ଜିଲା ଟାଙ୍ଗି ବ୍ଲକ ସାଳଗାଁ ଉଚ୍ଚ ପ୍ରାଥମିକ ସ୍କୁଲରେ ଶିକ୍ଷକ ଥିବା ବନବିଭାଗ ପକ୍ଷରୁ ଜଣାପଡ଼ିଛି। କୌଣସି ସୂତ୍ରରୁ ଖବର ପାଇବା ପରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ନିର୍ଦ୍ଦେଶରେ ସହକାରୀ ବନ ସଂରକ୍ଷକ ରଶ୍ମିରଞ୍ଜନ ସ୍ବାଇଁ ଓ କପିଳାଶ ରେଞ୍ଜର ଗୌତମ ପ୍ରଧାନ ବନ କର୍ମଚାରୀଙ୍କ ସହ ଏହି ଚଢ଼ାଉ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସେନା ସହ ଲଢ଼ି ଶହୀଦ ହୋଇଥିବା ନନ୍ଦୁରାମଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା

ରାଇରଙ୍ଗପୁର,୨୦।୬(ଡି.ଏନ୍‌.ଏ.): ପୂର୍ବ ଲଦାଖ ସୀମା ଗଲଓ୍ବାନ୍‌ ଉପତ୍ୟକାରେ ଚାଇନା ସେନା ସଂଘର୍ଷରେ ଦେଶ ପାଇଁ ଶହୀଦ ଓଡ଼ିଆ ଯବାନ ରାଇରଙ୍ଗପୁର ବିଜାତଳା ବ୍ଲକ ବଡ଼ ଚମ୍ପାଉଦା...

ପୋଲିସ ହାତରେ ହତ୍ୟା କରାଇ ପାଗଳ କହୁଛନ୍ତି

ଭୁବନେଶ୍ୱର,୩୦।୧(ବ୍ୟୁରୋ):ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସଙ୍କୁ ଜଣେ ପୋଲିସ କର୍ମଚାରୀ ସର୍ଭିସ ବନ୍ଧୁକରେ ଗୁଳି କରି ସର୍ବସମ୍ମୁଖରେ ହତ୍ୟା...

ବିଦ୍ୟୁତ୍‌ କର୍ମଚାରୀଙ୍କୁ ରାତି ତମାମ ଅଟକ ରଖିଲେ ଗ୍ରାମବାସୀ

ଜଗନ୍ନାଥପ୍ରସାଦ,୨୫।୪(ଡି.ଏନ.ଏ.): ବିଦ୍ୟୁତ୍‌କାଟ ଓ ଲୋ ଭୋଲ୍‌ଟେଜକୁ ନେଇ ଜଗନ୍ନାଥପ୍ରସାଦ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ କାର୍ଯ୍ୟାଳୟଠାରେ ଦୁଇ ଗ୍ରାମବାସୀ ଓ ବିଦ୍ୟୁତ୍‌ କର୍ମଚାରୀଙ୍କ...

କଟକଣାକୁ ବେଖାତିର: ନିଷିଦ୍ଧାଞ୍ଚଳରେ ଚକ୍କର କାଟୁଛି ଟ୍ରଲର

ପୁରୀ ଅଫିସ, ୧୦ା୧୨: ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଲଗାଯାଇଛି। ଅଲିଭ୍‌ ରିଡ୍‌ଲେଙ୍କ ଆଗମନ ଏବଂ ଅଣ୍ଡାଦାନ...

ରାଜ୍ୟରେ ପୁଣି ୩୩୨ କରୋନା ପଜିଟିଭ୍‌ ଚିହ୍ନଟ, ୪ ମୃତ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟରେ ପୁଣି ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୩...

ପୁରୀରେ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ

ପୁରୀ, ୧୩।୫: ଶ୍ରୀମନ୍ଦିରରେ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଶୁକ୍ରବାର ପହଞ୍ଚିଛନ୍ତି। ଏଏସ୍‌ଆଇର ହାଇକୋର୍ଟରେ ସତ୍ୟପାଠ ପରେ...

କଂଗ୍ରେସ ନେତାଙ୍କ ଗାଡ଼ି ଜାଳି ଦେଲେ

ନବରଙ୍ଗପୁର/କୋଡ଼ିଙ୍ଗା,୨୦।୨(ବି.ପ୍ର./ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଅଧୀନ ଡଙ୍ଗରା ଗାଁର ବ୍ୟବସାୟୀ ତଥା କଂଗ୍ରେସ ନେତା କେ. ଝାଡେଶ୍ୱର ରାଓଙ୍କ ଘର ବାଉଣ୍ଡାରିରେ...

ବନ୍ୟାଜଳ ଘେରରେ କଣାସ ଅଞ୍ଚଳବାସୀ

କଣାସ,୧୭ା୮(ସ୍ବ.ପ୍ର.): ରାଜ୍ୟରେ ଲଘୁଚାପଜନିତ ବର୍ଷା ଯୋଗୁ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପରୁ ମୁଣ୍ଡରେ ବନ୍ୟାଜଳ ସମେତ ଲଗାଣ ବର୍ଷା ଯୋଗୁ ପୁରୀ...

Advertisement
Archives

Model This Week