ଘରଭଙ୍ଗା ସାହାଯ୍ୟ ମିଳିଲାନି

ଯାଜପୁର ଅଫିସ,୭।୧୨: ଗତ ଅଗଷ୍ଟରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ୩ ମାସ ଅତିକ୍ରାନ୍ତ ହୋଇଛି। ଏଥିରେ ଯାଜପୁର ଜିଲାର ୨ ପକ୍କା ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବାବେଳେ ୧୭୦୮ ପକ୍କା ଘର ଅଧିକ ମାତ୍ରାରେ, ୩୧୯ ପକ୍କା ଘର ଆଂଶିକ, ୨୧୧୧୬ କଚ୍ଚା ଘର ଆଂଶିକ ଭାବେ, ୩୪୪୧ କୁଡିଆ ଓ ୧୪୮୯୦ ଗୁହାଳ କ୍ଷତିଗ୍ରସ୍ତ ହୋଇଥିଲା। ଏଥିପାଇଁ ଜିଲାକୁ ଘର ଭଙ୍ଗା ସାହାଯ୍ୟ ବାବଦକୁ ଅଗ୍ରିମ ଭାବେ ୩୨ କୋଟି ୧ ଲକ୍ଷ ୪୨ ହଜାର ୬୦୦ ଟଙ୍କା ମିଳିଛି। କିନ୍ତୁ ପ୍ରକୃତ କ୍ଷତିଗ୍ରସ୍ତ ଲୋକେ ଏଯାଏ ଟଙ୍କାଟିଏ ବି ପାଇନାହାନ୍ତି। ଏହିମର୍ମରେ ଯାଜପୁର ବ୍ଲକ ଏରବାଙ୍କ ଗ୍ରାମ ପଞ୍ଚାୟତର ଇନ୍ଦାରୋଇ, ବାଙ୍କସାହି, ଏରବାଙ୍କ, ରଘୁନାଥପୁର, କାନପୁର, କଳସପୁର ଆଦି ଗ୍ରାମର ଲୋକେ ଘରଭଙ୍ଗା ସାହାଯ୍ୟ ଯୋଗାଇଦେବାକୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜିଲାପାଳଙ୍କୁ ଦେଇଥିବା ଏକ ସ୍ମାରକପତ୍ରରେ କ୍ଷତିଗ୍ରସ୍ତ ଲୋକ ଦର୍ଶାଇଛନ୍ତି ଯେ, ଯାହାର ଘର ଭାଙ୍ଗିଛି ସେମାନଙ୍କ ଘରଭଙ୍ଗା ସହଯୋଗ ତାଲିକାରେ ନାମ ନାହିଁ। ସରକାରଙ୍କ ତରଫରୁ ମିଳିଥିବା ତାରପୋଲିନରେ ଘରଭଙ୍ଗା ଲୋକ ଏବେ ବି ଆଶ୍ରୟ ନେଇଛନ୍ତି। କଳସପୁର ରାଜସ୍ବ ନିରୀକ୍ଷକ (ଆରଆଇ) ଆସି ଫଟୋ ଉଠାଇ ସର୍ଭେ କରି ନେଇଛନ୍ତି। କିନ୍ତୁ କୌଣସି ସହଯୋଗ ଏଯାଏ ମିଳି ନଥିବାରୁ ଖୋଲା ଆକାଶ ତଳେ ଶୀତ ମାସରେ ବହୁ କଷ୍ଟରେ ଦିନ କଟୁଛି। ସ୍ମାରକପତ୍ରରେ ବୈଷ୍ଣବଚରଣ ଦାସ, ପର୍ଶୁରାମ ଦାସ, କାହ୍ନୁଚରଣ ଦାସ, ଚନ୍ଦ୍ରମଣି ମଲ୍ଲିକ, ଧୀରେନ୍ଦ୍ର ମଲ୍ଲିକ, ନୀଳମଣି ଦାସ, ନିରଞ୍ଜନ ଦାସ, ଅଜୟ କୁମାର କିଶୋର ଦାସ, ରୀତିରଞ୍ଜନ ଦାସ, ଅଶୋକ ଦାସ, ପଦ୍ମନାଭ ଦାସ, ଗୟାଧର ଦାସ, ବିଳାସ ଜେନା ପ୍ରମୁଖଙ୍କ ସ୍ବାକ୍ଷର ରହିଛି। ଏହି କ୍ଷତିଗ୍ରସ୍ତ ପରିବାରମାନେ ଏଯାଏ ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଛନ୍ତି। ଖୁବ୍‌ଶୀଘ୍ର ଘରଭଙ୍ଗା ସହାୟତା କ୍ଷତିଗ୍ରସ୍ତ ଲୋକଙ୍କୁ ମିଳିବ ବୋଲି ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପ୍ରତିଶ୍ରୁତି ଦେଇଥିବା ଆବେଦନକାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଧର୍ମ ପଚାରି କଲେ ଗୁଳି

ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ଚେନ୍ନାଇରେ କାମ କରୁଥିବାବେଳେ ଆନନ୍ଦଙ୍କ ମୃତ୍ୟୁ, ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଗଞ୍ଜାମ,୧।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ମହନତା। ଦିନକୁ ଦିନ ବିଧାୟକ ନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆସ୍ଥା ମଧ୍ୟ…

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri