ଘରଭଙ୍ଗା ସାହାଯ୍ୟ ମିଳିଲାନି

ଯାଜପୁର ଅଫିସ,୭।୧୨: ଗତ ଅଗଷ୍ଟରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ୩ ମାସ ଅତିକ୍ରାନ୍ତ ହୋଇଛି। ଏଥିରେ ଯାଜପୁର ଜିଲାର ୨ ପକ୍କା ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବାବେଳେ ୧୭୦୮ ପକ୍କା ଘର ଅଧିକ ମାତ୍ରାରେ, ୩୧୯ ପକ୍କା ଘର ଆଂଶିକ, ୨୧୧୧୬ କଚ୍ଚା ଘର ଆଂଶିକ ଭାବେ, ୩୪୪୧ କୁଡିଆ ଓ ୧୪୮୯୦ ଗୁହାଳ କ୍ଷତିଗ୍ରସ୍ତ ହୋଇଥିଲା। ଏଥିପାଇଁ ଜିଲାକୁ ଘର ଭଙ୍ଗା ସାହାଯ୍ୟ ବାବଦକୁ ଅଗ୍ରିମ ଭାବେ ୩୨ କୋଟି ୧ ଲକ୍ଷ ୪୨ ହଜାର ୬୦୦ ଟଙ୍କା ମିଳିଛି। କିନ୍ତୁ ପ୍ରକୃତ କ୍ଷତିଗ୍ରସ୍ତ ଲୋକେ ଏଯାଏ ଟଙ୍କାଟିଏ ବି ପାଇନାହାନ୍ତି। ଏହିମର୍ମରେ ଯାଜପୁର ବ୍ଲକ ଏରବାଙ୍କ ଗ୍ରାମ ପଞ୍ଚାୟତର ଇନ୍ଦାରୋଇ, ବାଙ୍କସାହି, ଏରବାଙ୍କ, ରଘୁନାଥପୁର, କାନପୁର, କଳସପୁର ଆଦି ଗ୍ରାମର ଲୋକେ ଘରଭଙ୍ଗା ସାହାଯ୍ୟ ଯୋଗାଇଦେବାକୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜିଲାପାଳଙ୍କୁ ଦେଇଥିବା ଏକ ସ୍ମାରକପତ୍ରରେ କ୍ଷତିଗ୍ରସ୍ତ ଲୋକ ଦର୍ଶାଇଛନ୍ତି ଯେ, ଯାହାର ଘର ଭାଙ୍ଗିଛି ସେମାନଙ୍କ ଘରଭଙ୍ଗା ସହଯୋଗ ତାଲିକାରେ ନାମ ନାହିଁ। ସରକାରଙ୍କ ତରଫରୁ ମିଳିଥିବା ତାରପୋଲିନରେ ଘରଭଙ୍ଗା ଲୋକ ଏବେ ବି ଆଶ୍ରୟ ନେଇଛନ୍ତି। କଳସପୁର ରାଜସ୍ବ ନିରୀକ୍ଷକ (ଆରଆଇ) ଆସି ଫଟୋ ଉଠାଇ ସର୍ଭେ କରି ନେଇଛନ୍ତି। କିନ୍ତୁ କୌଣସି ସହଯୋଗ ଏଯାଏ ମିଳି ନଥିବାରୁ ଖୋଲା ଆକାଶ ତଳେ ଶୀତ ମାସରେ ବହୁ କଷ୍ଟରେ ଦିନ କଟୁଛି। ସ୍ମାରକପତ୍ରରେ ବୈଷ୍ଣବଚରଣ ଦାସ, ପର୍ଶୁରାମ ଦାସ, କାହ୍ନୁଚରଣ ଦାସ, ଚନ୍ଦ୍ରମଣି ମଲ୍ଲିକ, ଧୀରେନ୍ଦ୍ର ମଲ୍ଲିକ, ନୀଳମଣି ଦାସ, ନିରଞ୍ଜନ ଦାସ, ଅଜୟ କୁମାର କିଶୋର ଦାସ, ରୀତିରଞ୍ଜନ ଦାସ, ଅଶୋକ ଦାସ, ପଦ୍ମନାଭ ଦାସ, ଗୟାଧର ଦାସ, ବିଳାସ ଜେନା ପ୍ରମୁଖଙ୍କ ସ୍ବାକ୍ଷର ରହିଛି। ଏହି କ୍ଷତିଗ୍ରସ୍ତ ପରିବାରମାନେ ଏଯାଏ ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଛନ୍ତି। ଖୁବ୍‌ଶୀଘ୍ର ଘରଭଙ୍ଗା ସହାୟତା କ୍ଷତିଗ୍ରସ୍ତ ଲୋକଙ୍କୁ ମିଳିବ ବୋଲି ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପ୍ରତିଶ୍ରୁତି ଦେଇଥିବା ଆବେଦନକାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri