ଆୟୁର୍ବେଦ ଚିକିତ୍ସକଙ୍କ ଦ୍ୱାରା ଅସ୍ତ୍ରୋପଚାରକୁ ବିରୋଧ

ଯାଜପୁର ଅଫିସ,୭ା୧୨: ଆୟୁର୍ବେଦ ଚିକିତ୍ସକମାନେ ରୋଗୀଙ୍କ କେତେକ ନିର୍ଦ୍ଦିଷ୍ଟ ଅସ୍ତ୍ରୋପଚାର କରିପାରିବେ। ଏନେଇ ଗତ ନଭେମ୍ବର ୧୯ରେ ଆୟୁଷ ମନ୍ତ୍ରଣାଳୟ ଅଧୀନ ଭାରତୀୟ ଚିିକିତ୍ସା କେନ୍ଦ୍ରୀୟ ପରିଷଦ(ସିସିଆଇଏମ୍‌) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍‌ଏ) ପକ୍ଷରୁ ସାରା ଦେଶରେ ବିରୋଧ କରାଯାଉଛି। ଏହିମର୍ମରେ ଆଇଏମ୍‌ଏ ଯାଜପୁର ରୋଡ୍‌ ଶାଖା ସଭାପତି ଡା.ହେମନ୍ତ କିଶୋର ସାହୁ ଓ ସମ୍ପାଦକ ଡା. ଗୌରୀ ଶଙ୍କର ଷଡ଼ଙ୍ଗୀ ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଜଣେ ଆୟୁର୍ବେଦ ଚିକିତ୍ସକ ମାତ୍ର ୨ ବର୍ଷରେ ଖେଚୁଡି ଶଲ୍ୟ ଚିକିତ୍ସା ପ୍ରଶିକ୍ଷଣ ଲାଭ କରି ଆୟୁର୍ବେଦ ସ୍ନାତକୋତ୍ତର ଶଲ୍ୟତନ୍ତ୍ର ଓ ଶାଲ୍ୟକତନ୍ତ୍ର ଉପାଧି ହାସଲ କରିପାରିବେ। ଏହିମାନେ ୩୮ପ୍ରକାର ଶଲ୍ୟ ଅପରେଶନ ତଥା କାନ, ନାକ, ଗଳା, ପେଟ ଆଦି ସାଧାରଣ ଓ ସୁପର ସ୍ପେଶାଲିଷ୍ଟ ଅପରେଶନ କରିବାକୁ ଆଇନତଃ ହକଦାର ହେବେ। ଏଥିଯୋଗୁ ଭବିଷ୍ୟତରେ ଯେଉଁ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ତା’ର କୁପରିଣାମ ସର୍ବସାଧାରଣଙ୍କୁ ଭୋଗିବାକୁ ପଡ଼ିବ ଓ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଚିକିତ୍ସା ଏପରି ନିମ୍ନ ଶିକ୍ଷାଗତ ଯୋଗ୍ୟତା ପ୍ରାପ୍ତ ଚିକିତ୍ସକଙ୍କ ଦ୍ୱାରା କରାଗଲେ ଅନେକ ସମସ୍ୟା ସୃଷ୍ଟି ହେବ। ସୁପର ସ୍ପେଶାଲିଷ୍ଟ ଯୋଗ୍ୟତା ନିମନ୍ତେ ଏମବିବିଏସ୍‌ ଶିକ୍ଷା ୬ ବର୍ଷ ପରେ ସ୍ନାତକୋତ୍ତର ଶିକ୍ଷା ୩ ବର୍ଷ ଓ ଉଚ୍ଚ ସ୍ନାତକୋତ୍ତର ଶିକ୍ଷା ୩ବର୍ଷ ଏପରି ୬ବର୍ଷର ଅବଧି ଜରୁରୀ। ଏପରି ଶିକ୍ଷା ସତ୍ତ୍ବେ ପ୍ରବୀଣ ଶଲ୍ୟ ଚିକିତ୍ସକଗଣ ଅସ୍ତ୍ରୋପଚାର ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଭାରତୀୟ ପୁରାତନ ଚିିକିତ୍ସା ପଦ୍ଧତି ଆଧୁନିକ ଚିକିତ୍ସା ପଦ୍ଧତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିବା ସତ୍ତ୍ୱେ ଏହି ୨ଟି ପଦ୍ଧତିକୁ ମିଶ୍ରଣ କରି ଏକ ଖେଚୁଡି ଚିକିତ୍ସା ବ୍ୟବସ୍ଥା ସୃଷ୍ଟି କରିବା ଓ ଉଭୟ ପଦ୍ଧତିକୁ ନଷ୍ଟ କରିବା ସଙ୍ଗେ ସମାନ। ତେଣୁ ଉପରୋକ୍ତ ବିଜ୍ଞପ୍ତିକୁ ବିରୋଧ କରି ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ୍‌ ଶାଖା ପକ୍ଷରୁ ଆସନ୍ତା ୮ତାରିଖରେ ବ୍ୟାସନଗର ସହରର ବିଭିନ୍ନ ସ୍ଥାନରେ ସମସ୍ତ କରୋନା ପ୍ରତିଷେଧକ ବ୍ୟବସ୍ଥା ଆପଣାଇ ପ୍ରତିବାଦ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ସରକାର ନ ଚେତିଲେ ଆସନ୍ତା ୧୧ ତାରିଖ ଶୁକ୍ରବାର ସକାଳ ୬ଟାଠାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ବେସରକାରୀ ଚିକିତ୍ସାଳୟ ବନ୍ଦ ରହିବ ଏବଂ କୌଣସି ଅଣକୋଭିଡ ଚିକିତ୍ସା କରାଯିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ହାତ ଟେକିଲେଣି

ଯୋଡ଼ା,୩୦।୧୧(ଡି.ଏନ୍‌.ଏ.) ଚଳିତବର୍ଷ ମାର୍ଚ୍ଚରେ ଶେଷ ହୋଇଥିବା ରାଜ୍ୟର ବିଭିନ୍ନ ଖଣିମଣ୍ଡଳର ୧୭ଟି ଲୁହାପଥର ଖଣି ପାଇଁ ୨୦୧୯ ଶେଷ ଭାଗରେ ନିଲାମ ଡକାଯାଇଥିଲା। ସେଥିମଧ୍ୟରୁ ଯୋଡ଼ା...

ଶୌଚାଳୟରେ ସନ୍ତାନ ପ୍ରସବ

ଭୁବନ, ୭।୧: ପ୍ରତିଶ୍ରୁତି ଦେଲେ। ଶାରୀରିକ ସମ୍ପର୍କ ରଖିଲେ। ହେଲେ ବିବାହ କରିବା ବେଳକୁ ମୁହଁ ଫେରାଇନେଲେ ଧୋକାବାଜ ପ୍ରେମିକ, ଯାହାର ଫଳ ଭୋଗୁଛନ୍ତି ଜଣେ...

ଗଁ। ରେ ମଦ ବନ୍ଦ କରିବା ଘଟଣା : ମହିଳାଙ୍କୁ ଅବକାରୀ କର୍ମଚାରୀଙ୍କ ଧମକ ଅଭିଯୋଗ

ହାତୀଓଟ,୧ା୮-ପୋଲସରା ବ୍ଲକ ଜକର ପଞ୍ଚାୟତ ଜକର ଗ୍ରାମର ୨୭ ସ୍ବୟଂ ସହାୟିକା ଗୋଷ୍ଠୀ ଓ ଗ୍ରାମବାସୀ ମିଶି ଗ୍ରାମରେ ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ...

ର଼୍ୟାଗିଂ ଘଟଣା: ୬ ଅନ୍ତେବାସୀ ହଷ୍ଟେଲରୁ ବହିଷ୍କୃତ ବହିଷ୍କାର ନିର୍ଦ୍ଦେଶ ପ୍ରତିବାଦରେ ଧାରଣା

କଟକ ଅଫିସ,୧୯।୯: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ମଙ୍ଗଳବାର ହୋଇଥିବା ର଼୍ୟାଗିଂ ଅଭିଯୋଗରେ ୬ଜଣ ଅନ୍ତେବାସୀଙ୍କୁ ହଷ୍ଟେଲରୁ ବହିଷ୍କାର ନିର୍ଦ୍ଦେଶ ହୋଇଛି। ଏହି ନିର୍ଦ୍ଦେଶକୁ ପ୍ରତିବାଦ...

ବ୍ରିଜ୍‌ ଉପରୁ ଖସିପଡ଼ିଲା କାର

ବାଙ୍କୀ,୨୬।୯(ଡି.ଏନ୍‌.ଏ.): କଟକ ଜିଲା ବାଙ୍କୀ ଥାନା ଅଞ୍ଚଳରେ ରବିବାର ସକାଳେ ଏକ କାର ନାଳରେ ବୁଡ଼ି ଯାଇଛି। ନାଳରେ ବନ୍ୟା ପାଣି ଥିବା ଯୋଗୁ କାରଟି...

ପୁରୁଷୋତ୍ତମପୁର ଏନ୍‌ଏସିର ଏହି ୭ ୱାର୍ଡରେ ୧୪୪ ଧାରା ଜାରି

ପୁରୁଷୋତ୍ତମପୁର,୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏଥିରେ ପୁରୁଷୋତ୍ତମପୁର ଏନଏସି୍‌ର ୱାର୍ଡ ନଂ.୧ କନକାସାହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଟି....

ଏସ୍‌ଭିଏମ୍‌ ମହାବିଦ୍ୟାଳୟରେ ୨ ଅଧ୍ୟାପକ ଗଣ୍ଡଗୋଳ ଘଟଣା: ଜଣେ ଅଧ୍ୟାପକଙ୍କ ସହ ୭ ଗିରଫ

ଜଗତ୍‌ସିଂହପୁର ଅଫିସ୍‌,୨୮ା୧: ଜଗତ୍‌ସିଂହପୁରସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକୀ(ଏସ୍‌ଭିଏମ୍‌) ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଅଧ୍ୟାପକ(ରିଡର) ଧୀରେନ ମହାନ୍ତି ଓ ଅଧ୍ୟାପକ ଜଗନ୍ନାଥ ବେହେରାଙ୍କ ମଧ୍ୟରେ ଗତ ୨୫ରେ...

ପିଲାଙ୍କୁ ଇଂଲିଶ ମାଧ୍ୟମ ପାଠପଢା ନାଁରେ ପ୍ରତାରଣା: ଠକେଇର ଶିକାର ଶତାଧିକ ମହିଳା

ଝୁମ୍ପୁରା, ୩୦।୧୧ (ଡି.ଏନ.ଏ.)- ଗ୍ରାାମାଞ୍ଚଳ ପିଲାଙ୍କୁ ଇଂଲିଶ ମାଧ୍ୟମରେ ପାଠ ପଢାଇବା ପ୍ରଲୋଭନ ଦେଖାଇ ଝାଡଖଣ୍ଡ ରାଜ୍ୟର ଜଣେ ବ୍ୟକ୍ତି କେନ୍ଦୁଝର ଜିଲା ଝୁମ୍ପୁରା ଅଞ୍ଚଳରେ...

Advertisement
Archives

Model This Week