ଅଭିଯୋଗ ସମାଧାନ ପାଇଁ ଖୋଲିବ ୨୪ ଘଣ୍ଟିଆ କଲ୍‌ ସେଣ୍ଟର

ପୁରୀ ଅଫିସ,୭।୧୨: ପୁରୀ ଜିଲା ପୋଲିସ ମୁଖ୍ୟାଳୟରେ ଖୁବ୍‌ଶୀଘ୍ର ୨୪ଘଣ୍ଟିଆ କଲ୍‌ ସେଣ୍ଟର ଖୋଲାଯିବ। ଲୋକଙ୍କ ଅଭିଯୋଗ ସିଧାସଳଖ ଯେଭଳି ତୁରନ୍ତ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଇହେବ ସେଥିଲାଗି ଏଭଳି ଯୋଜନା କରାଯାଇଛି। କଲ ସେଣ୍ଟର ନମ୍ବର ୭୬୫୩୮୯୧୦୩୦ରେ ଲୋକେ ନିଜର ସମସ୍ୟା ଜଣାଇପାରିବେ। ଏହି ନମ୍ବରରେ ଲୋକେ ସିଧାସଳଖ କଲ୍‌ କରି କଥା ହେବା ସହିତ ହ୍ବାଟ୍‌ସ ଆପ୍‌ ଜରିଆରେ ମଧ୍ୟ ମେସେଜ କରିପାରିବେ। ଯଦି କୌଣସି ବ୍ୟକ୍ତି ନିଜର ସମସ୍ୟା ସମ୍ପର୍କରେ ମେସେଜ କରି ଜଣାନ୍ତି ତେବେ ତୁରନ୍ତ ଏହାକୁ ଗ୍ରହଣ କରି ଅଭିଯୋଗକାରୀଙ୍କ ନିକଟରେ ପୋଲିସ ପହଞ୍ଚିବ। ୨୪ ଘଣ୍ଟାର ବିଭିନ୍ନ ଅଭିଯୋଗ ଉପରେ ଏସ୍‌ପି ନିଜେ ସମୀକ୍ଷା କରିବେ। ଏଥିଲାଗି ଏକ ରିସେପଶନ ସେଣ୍ଟର ଡିପିଓ ପୁରୀରେ ପ୍ରତିଷ୍ଠା କରାଯିବ। ସେଠାରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜଣେ ମହିଳା କର୍ମଚାରୀ ରହିବେ। ଛୁଟି ଦିନଗୁଡିକରେ ମଧ୍ୟ ଏହା ଚାଲିବ। ଯଦି କୌଣସି ବ୍ୟକ୍ତି ଡିପିଓ ଆସନ୍ତି ତେବେ ସେ ରିସେପଶନ ସେଣ୍ଟର ଯାଇ ନିଜର ଅଭିଯୋଗ ଦାଖଲ କରିପାରିବେ। ସମସ୍ତ ଅଭିଯୋଗ ଏସ୍‌ପି ନିଜେ ତଦାରଖ କରିବେ। ତାଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍‌ପି ଏହି ଦାୟିତ୍ୱ ତୁଲାଇବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଅଭିଯୋଗର ତଦନ୍ତ କରାଯିବ। ଏଥିଲାଗି କେତେଜଣ ନୋଡାଲ ଅଫିସର ନିୟୋଜିତ ହେବେ। ଡିଏସ୍‌ପି ଏଚଆର୍‌ପିସି ମନୋବ୍ରତା ଶତପଥୀ ଅଭିଯୋଗ ଶୁଣାଣିର ନୋଡାଲ ଅଫିସର ରହିବେ। ଏଚ୍‌ଆର୍‌ପିସି ଇନ୍ସପେକ୍ଟରଙ୍କ ଦ୍ୱାରା ସବୁ ଅଭିଯୋଗ ଡିପିଓକୁ ଆସିବା ୫-ଟି କଲ ସେଣ୍ଟର ନମ୍ବର ଜରିଆରେ ଦାଏର କରିବେ। ଡିଏସ୍‌ପି ଏଚ୍‌ଆରପିସି୍‌ ଧାର୍ଯ୍ୟ ସମୟ ମଧ୍ୟରେ ସବୁ ଅଭିଯୋଗର ତଦାରଖକରି ସମାଧାନ ପାଇଁ ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା କାର୍‌: ଜଣେ ମୃତ, ୩ ଗୁରୁତର

ବାହାନଗା,୧୪।୯(ଡି.ଏନ.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ଓଳିଆପାଟଣା ଠାରେ ଏକ କାର୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି। ଫଳରେ...

ପାଟନାଗଡ଼ ବିଧାୟକ, ନିର୍ବାହୀଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ ଦାବି: ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ଭବାନୀପାଟଣା,୮।୬(ଡ.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟନାଗଡ଼ ନବନିର୍ବାଚିତ ବିଧାୟକ ସରୋଜ ମେହେର ଆଦିବାସୀ ସମ୍ପ୍ରଦାୟର ଜନୈକ କନିଷ୍ଠ ଯନ୍ତ୍ରୀଙ୍କୁ ବେଆଇନ ଭାବେ ସର୍ବସାଧାରଣରେ ଉଠ୍‌ବସ୍‌ କରାଇବା ଓ...

ଆକାଶଙ୍କ ସକ୍ରିୟତାକୁ ନେଇ ଚର୍ଚ୍ଚା

ରସୁଲପୁର,୨୨ା୧୨(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀ ଅଧୀନ ରସୁଲପୁର ବ୍ଲକର ବାହାଦଲାପୁର, ମୁଗୁପାଳ, ନରସିଂହପୁର ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କୋରେଇର ପୂର୍ବତନ ବିଧାୟକ ଆକାଶ...

କିଲୋ ୬ ଟଙ୍କାରେ ସ୍କୁଲ ବହି ବିକ୍ରି ଘଟଣା: ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ପାଟପୁର,୨୪ା୧୨-ଗଞ୍ଜାମ ଜିଲା ପାଟପୁର ଗ୍ରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବହିକୁ ଜଣେ ଶିକ୍ଷୟିତ୍ରୀ ୬ଟଙ୍କା କିଲୋରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଏହାର...

ସଂରକ୍ଷିତ ଜଙ୍ଗଲରେ ଛଡାଗଲା ହରିଣ

ପାଟଣା, ୧୦ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଅସ୍ତଯୋଡି ଗ୍ରାମର ହରିହର ମହାନ୍ତଙ୍କ ଘର ବାଡ଼ି ମଧ୍ୟକୁ ଗୁରୁବାର ଏକ ହରିଣ ପଶି ଆସିଥିଲା। ଖବର...

ପୁଅକୁ ଝୁଲାଇ ମା’ଙ୍କ ଆତ୍ମହତ୍ୟା

ରାୟଗଡ଼ା ଅଫିସ,୨୧ା୨: ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଧୀନ ଜେକେପୁର ଏସ୍‌ପିଟି କଲୋନିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ଏବଂ ତାଙ୍କର ୪...

ଘୁମୁସର ଇତିହାସ ବହୁ ପୁରୁଣା

ଭଞ୍ଜନଗର,୨୬ା୧୨(ଡି.ଏନ.ଏ.)- ଘୁମୁସର ଇତିହାସ ଅତି ପୁରୁଣା। ଏହାର ଅଧିକ ଗବେଷଣା ସହ ପ୍ରଚାର ଓ ପ୍ରସାର ଆବଶ୍ୟକ ବୋଲି ଘୁମୁସର ଗବେଷଣା ପ୍ରତିଷ୍ଠାନର ଦ୍ୱିତୀୟ ବାର୍ଷିକୋତ୍ସବରେ...

ଅଳିଆଗଦାରୁ ବ୍ୟାପି ବାରାହୀ ପାହାଡ଼ରେ ନିଆଁ

ହିଞ୍ଜିଳିକାଟୁ,୭ା୩: ହିଞ୍ଜିଳିକାଟୁ ସହର ନିକଟସ୍ଥ ବାରାହୀ ପାହାଡ଼ରେ ରବିବାର ନିଆଁ ଲାଗିଥିଲା। ଦମକଳ ବାହିନୀ ଓ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ପ୍ରୟାସରେ ନିଆଁକୁ ଆୟତ୍ତ କରାଯାଇଥିଲା।...

Advertisement
Archives

Model This Week