କଲ୍ୟାଣ ମଣ୍ଡପ ନିର୍ମାଣ ବନ୍ଦକୁ ନେଇ ଅସନ୍ତୋଷ

ଡେରାବିଶ,୮।୧୨(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣକୁ ନେଇ ଜିଲା ଚାଷୀ ଶ୍ରମିକ ସଂଘର କର୍ମକର୍ତ୍ତା ସୋମବାର ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଦର୍ଶାଯାଇଛି, ବ୍ଲକ ଅଧୀନ ଚାଟରାଚକଡ଼ା ପଞ୍ଚାୟତ ୫୩ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ। ଏହି ପଞ୍ଚାୟତଟି ବ୍ଲକର ଏକ ପ୍ରମୁଖ ଅଞ୍ଚଳ ହୋଇଥିବାରୁ ଏଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି। ୨୦୧୬ ନଭେମ୍ବର ୧୯ (ବୈଠକ ନଂ-୪୭)ରେ ତତ୍କାଳୀନ ସରପଞ୍ଚ ଗୀତାଞ୍ଜଳି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା। ପରେ ପାଟକୁରାର ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କ ଦ୍ୱାରା ଏହି କଲ୍ୟାଣମଣ୍ଡପର ଶିଳାନ୍ୟାସ ହୋଇଥିଲା। ତତ୍କାଳନୀ ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇ କାମ ଆରମ୍ଭ ହୋଇଥିଲା। ମାତ୍ର ବର୍ତ୍ତମାନର ସରପଞ୍ଚ ପୂର୍ଣ୍ଣାନନ୍ଦ ବେହେରା ଏହି କଲ୍ୟାଣମଣ୍ଡପ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି। କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୨୦୧୬ରେ ୩୩ ଲକ୍ଷ ୭୪ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ମାତ୍ର କ’ଣ ପାଇଁ ଏହି କାର୍ଯ୍ୟ ବନ୍ଦ ରହିଛି ସେ ଦିଗରେ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବା ଦାବିପତ୍ରରେ ଉଲ୍ଲେଖ ରହିଛି। ଏହାର ତଦନ୍ତ କରାଯାଉ ବୋଲି ଜିଲାପାଳଙ୍କ ନିକଟରେ ସଂଘ କର୍ମକର୍ତ୍ତା ଦାବି କରିଛନ୍ତି। ସଂଘର ସଭାପତି ପଣ୍ଡିତ ଶରତ ମିଶ୍ରଙ୍କ ନେତୃତ୍ୱରେ ସମ୍ପାଦକ କୃତିବାସ ଦାସଙ୍କ ସହ ଅନ୍ୟ କର୍ମକର୍ତ୍ତା ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୨ ସପ୍ତାହ ମଧ୍ୟରେ କାମ ଆରମ୍ଭ ନ ହେଲେ ସ୍ଥାନୀୟ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ସଂଘ ପକ୍ଷରୁ ବୋଲି ଚେତାବନୀ ଦିଆଯାଇଛି। ଚାଟରାଚକଡ଼ା ସରପଞ୍ଚ ବେହେରାଙ୍କୁ ପଚାରିବାରୁ ଚଳିତ ମାସରେ ନିର୍ମାଣ କାମ ଆରମ୍ଭ ହେବ କହିଛନ୍ତି। ବିଡ଼ିଓ ଗୋପବନ୍ଧୁ ଭୋସାଗର କହିଛନ୍ତି, କଲ୍ୟାଣମଣ୍ଡପ କାର୍ଯ୍ୟ ବନ୍ଦ ରହିଥିବା ବିଷୟରେ ସେ ଅବଗତ ଅଛନ୍ତି। ଏହି କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?