କଲ୍ୟାଣ ମଣ୍ଡପ ନିର୍ମାଣ ବନ୍ଦକୁ ନେଇ ଅସନ୍ତୋଷ

ଡେରାବିଶ,୮।୧୨(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣକୁ ନେଇ ଜିଲା ଚାଷୀ ଶ୍ରମିକ ସଂଘର କର୍ମକର୍ତ୍ତା ସୋମବାର ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଦର୍ଶାଯାଇଛି, ବ୍ଲକ ଅଧୀନ ଚାଟରାଚକଡ଼ା ପଞ୍ଚାୟତ ୫୩ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ। ଏହି ପଞ୍ଚାୟତଟି ବ୍ଲକର ଏକ ପ୍ରମୁଖ ଅଞ୍ଚଳ ହୋଇଥିବାରୁ ଏଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି। ୨୦୧୬ ନଭେମ୍ବର ୧୯ (ବୈଠକ ନଂ-୪୭)ରେ ତତ୍କାଳୀନ ସରପଞ୍ଚ ଗୀତାଞ୍ଜଳି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା। ପରେ ପାଟକୁରାର ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କ ଦ୍ୱାରା ଏହି କଲ୍ୟାଣମଣ୍ଡପର ଶିଳାନ୍ୟାସ ହୋଇଥିଲା। ତତ୍କାଳନୀ ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇ କାମ ଆରମ୍ଭ ହୋଇଥିଲା। ମାତ୍ର ବର୍ତ୍ତମାନର ସରପଞ୍ଚ ପୂର୍ଣ୍ଣାନନ୍ଦ ବେହେରା ଏହି କଲ୍ୟାଣମଣ୍ଡପ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି। କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୨୦୧୬ରେ ୩୩ ଲକ୍ଷ ୭୪ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ମାତ୍ର କ’ଣ ପାଇଁ ଏହି କାର୍ଯ୍ୟ ବନ୍ଦ ରହିଛି ସେ ଦିଗରେ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବା ଦାବିପତ୍ରରେ ଉଲ୍ଲେଖ ରହିଛି। ଏହାର ତଦନ୍ତ କରାଯାଉ ବୋଲି ଜିଲାପାଳଙ୍କ ନିକଟରେ ସଂଘ କର୍ମକର୍ତ୍ତା ଦାବି କରିଛନ୍ତି। ସଂଘର ସଭାପତି ପଣ୍ଡିତ ଶରତ ମିଶ୍ରଙ୍କ ନେତୃତ୍ୱରେ ସମ୍ପାଦକ କୃତିବାସ ଦାସଙ୍କ ସହ ଅନ୍ୟ କର୍ମକର୍ତ୍ତା ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୨ ସପ୍ତାହ ମଧ୍ୟରେ କାମ ଆରମ୍ଭ ନ ହେଲେ ସ୍ଥାନୀୟ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ସଂଘ ପକ୍ଷରୁ ବୋଲି ଚେତାବନୀ ଦିଆଯାଇଛି। ଚାଟରାଚକଡ଼ା ସରପଞ୍ଚ ବେହେରାଙ୍କୁ ପଚାରିବାରୁ ଚଳିତ ମାସରେ ନିର୍ମାଣ କାମ ଆରମ୍ଭ ହେବ କହିଛନ୍ତି। ବିଡ଼ିଓ ଗୋପବନ୍ଧୁ ଭୋସାଗର କହିଛନ୍ତି, କଲ୍ୟାଣମଣ୍ଡପ କାର୍ଯ୍ୟ ବନ୍ଦ ରହିଥିବା ବିଷୟରେ ସେ ଅବଗତ ଅଛନ୍ତି। ଏହି କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଡ୍ରାଇଭରକୁ ଗୁଳି କରି ହତ୍ୟା, କାରଣ ଅସ୍ପଷ୍ଟ

ନୟାଗଡ଼ ଅଫିସ,୨୨।୯: ନୟାଗଡ଼ ଜିଲା ଗଣିଆ ଥାନାର ରାସଙ୍ଗ ଜଙ୍ଗଲରେ ଗୁରୁବାର ଜଣେ ଟ୍ରାକ୍ଟର ଡ୍ରାଇଭରକୁ ଗୁଳି କରି ହତ୍ୟା କରାଯାଇଛି। ସେ ହେଲେ ରାସଙ୍ଗ...

ମୋହନାରେ ଜିତିଲା କଂଗ୍ରେସ

ମୋହନା,୨୪।୫(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ୫୩,୭୦୫ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି...

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ ଅଫିସ୍‌, ୧୬।୧୨ : ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ଆରମ୍ଭ ହୋଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ...

କରୋନା ଯୁଦ୍ଧରେ କର୍ତ୍ତବ୍ୟରତ ମହିଳା ଅଧିକାରୀ, ଧନ୍ୟବାଦ ଜଣାଇଲା ଜିଲା ପ୍ରଶାସନ

ବନ୍ତ,୧୬ା୪(ଡି.ଏନ୍‌.ଏ.) : ମହାମାରୀ କରୋନା ଲକ୍‌ଡାଉନ୍‌ ସମୟରେ ରାତିରେ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଥିବା ବେଳେ ଭଦ୍ରକ ଜିଲା ବନ୍ତ ବ୍ଲକର...

କଳାହାଣ୍ଡିରେ ବନ୍ୟା ବିତ୍ପାତ : ଅଞ୍ଚଳବାସୀ ଆତଙ୍କିତ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ମଙ୍ଗଳପୁରସ୍ଥିତ ହାତୀ ବ୍ୟାରେଜର ୪ଟି ରେଡିଏଲ୍‌ ଗେଟ ଖୋଲାଯାଇଛି। ୩୨୦ କ୍ୟୁସେକ୍‌ ବନ୍ୟା ଜଳ ହାତୀକୁ...

ନ୍ୟାୟ ପାଇଁ ଛାତ୍ରୀଛାତ୍ରଙ୍କ ୧୬ କି.ମି. ପଦଯାତ୍ରା

ସମ୍ବଲପୁର,୬ା୧୧(ବ୍ୟୁରୋ):ସମନ୍ବିତ ବା ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ଯୁବତୀ ଯୁବକଙ୍କୁ ସରକାର ଚାକିରି ଦେବା ପାଇଁ କୌଣସି ସୁବିଧା କରି ନାହାନ୍ତି। କିଛି ଦିନ ତଳେ ଶିକ୍ଷକ...

୮ ଶିଶୁଙ୍କ ଥଇଥାନ ବ୍ୟବସ୍ଥା

ଅନୁଗୋଳ ଅଫିସ, ୪।୧: ଅନୁଗୋଳ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ସୋମବାର ଆଠମଲ୍ଲିକ ବ୍ଲକ ଗସ୍ତରେ ଯାଇ ଯତ୍ନ ଓ ସୁରକ୍ଷା...

ଜମିରେ ଶଢୁଛି ପାଚିଲା ଧାନ

ବାଲେଶ୍ୱର ଅଫିସ, ୧୧।୧୦-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକରେ ଚାଷୀମାନେ ଖରିଫ ଚାଷ କରି ଚିନ୍ତାରେ ପଡ଼ିଛନ୍ତି। ନିମ୍ନମାନର ବିହନ ସେମାନଙ୍କ ପାଇଁ କାଳ ପାଲଟିଛି। ନିର୍ଦ୍ଧାରିତ...

Advertisement
Archives

Model This Week