ଦିଗପହଣ୍ଡିରେ ଭାରତ ବନ୍ଦର ପ୍ରଭାବ: ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ

ଦିଗପହଣ୍ଡି,୮।୧୨(ଡି.ଏନ୍‌.ଏ.): ନିଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଡାକରା କ୍ରମେ ମଙ୍ଗଳବାର ଗଞ୍ଜାମ ଜିଲା ଦିଗପହଣ୍ଡିରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହର ମଧ୍ୟଦେଇ ଯାଇଥିବା ରାଞ୍ଚି – ବିଜୟ ୱାଡା ୩୨୬ ନଂ. ଜାତୀୟ ରାଜପଥ ସମେତ ବ୍ରହ୍ମପୁର – ରାୟଗଡ଼ା ୧୭ ନଂ. ରାଜ୍ୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ଆନ୍ଦୋଳନକାରୀ ମାନେ ବସଷ୍ଟାଣ୍ଡଠାରେ ରାଜପଥ ଅବରୋଧକରି ପ୍ରତିବାଦ ସଭା କରିଥିଲେ। ସିପିଆଇ(ଏମ୍‌) ଗଞ୍ଜାମ ଜିଲା କମିଟି ସମ୍ପାଦକ କୈଳାସ ଷଡଙ୍ଗୀ, ଅଶ୍ୱିନୀ କୁମାର ଦାସ, ଉଜ୍ଜଳ ସାହୁ, କୁରେଶୁ ପଣ୍ଡା, ସିପିଆଇ ଗଞ୍ଜାମ ଜିଲା କମିଟି ସହ ସମ୍ପାଦକ ଅଳକ ନାଥ ମିଶ୍ର, ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ରଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ସଭାରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କଟକଣାରେ ଫସି ଯାଇଛନ୍ତି ଆଇଟିବିପି ଯବାନ

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଯୋଗୁ ଜଣେ ଯବାନଙ୍କୁ ହୀନସ୍ତା ହେବାକୁ ପଡିଛି । ଲକ୍‌ଡାଉନ ଘୋଷଣା ପରେ ତାଙ୍କୁ ହୋଟେଲରୁ ଜୋରଜବରଦସ୍ତ ବାହାର କରି ଦିଆଯାଇଥିଲା...

ଜମି ବିବାଦରୁ ଗୁଳି, ବୋମାମାଡ଼

ବଡ଼ମ୍ବା,୭ା୪(ଡି.ଏନ୍‌.ଏ.): ସରକାରୀ ଜମି ଦଖଲକୁ ନେଇ ବଡ଼ମ୍ବା ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଓ ଭଗବତପୁର ଗ୍ରାମବାସୀଙ୍କ ମଧ୍ୟରେ ମଙ୍ଗଳବାର ସକାଳେ ଗୋଷ୍ଠୀସଂଘର୍ଷ ଘଟି ଉଗ୍ରରୂପ ଧାରଣ...

ଅଂଶୁଘାତ ନେଲା ବୃଦ୍ଧଙ୍କ ଜୀବନ, ସହାୟତା ପାଇଁ ଦାବି

ନୟାଗଡ଼ ଅଫିସ,୩୦।୪: ଅଂଶୁଘାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ରଣପୁର ବ୍ଲକ୍‌ ବଳଭଦ୍ରପୁର ପଞ୍ଚାୟତ ଲେଖପଡ଼ା ଗାଁରେ। ଗାଁର...

ଭାଇଙ୍କ ଆଗରେ ଗଲା ଭଉଣୀଙ୍କ ଜୀବନ

ଚିକିଟି,୨୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ମୁଖ୍ୟ ବଜାର ନିକଟରେ ଶନିବାର ଏକ ଟ୍ରକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିକିଟି ବ୍ଲକ...

କେରେଡ଼ାଗଡ଼ରେ ରଥଯାତ୍ରା

ରାଜନଗର, ୨।୭(ଡି.ଏନ.ଏ.): କରୋନା ମହାମାରୀର ଦୁଇବର୍ଷ ପରେ ରାଜନଗରର କେରେଡ଼ାଗଡ଼ ଶ୍ରୀଜଗନ୍ନାଥ ଜୀଉଙ୍କ ପବିତ୍ର ରଥଯାତ୍ରା ଶୁକ୍ରବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କୋଭିଡ୍‌ କଟକଣା...

କନ୍ତପଡା ୪୮ ଘଣ୍ଟା ଶଟ୍‌ଡାଉନ

ବଇଣ୍ଡା, ୧୧ା୫(ଡି.ଏନ.ଏ.)- ଅନୁଗୋଳରେ ୧୫ କରୋନା ରୋଗୀ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ଆଠମଲ୍ଲିକ ବ୍ଲକ କନ୍ତପଡା ସରପଞ୍ଚ ସୁଜ୍ଞାନୀ ପ୍ରଧାନ ଜିଲାପାଳଙ୍କ କ୍ଷମତା...

ସ୍ତ୍ରୀ ମୃତଦେହକୁ ଟ୍ରଲିରେ ବୋହିନେଲେ ସ୍ବାମୀ

ଉଦଳା,୧୭ା୧୨(ଡି.ଏନ୍‌.ଏ.)- ସ୍ତ୍ରୀଙ୍କ ମୃତଦେହକୁ ତାଙ୍କ ସ୍ବାମୀ ଟ୍ରଲିରେ ରଖି ବୋହି ନେବା ଭଳି ଏକ ଘଟଣା ପଦାକୁ ଆସିଛି। ସୋମବାର ସନ୍ଧ୍ୟାରେ ମୃତଦେହକୁ ଟ୍ରଲିରେ ନିଆଯାଉଥିବା...

ଯାତ୍ରୀବାହୀ ବସ୍‌ରେ ନିଆଁ

ଉଦଳା,୧୦।୪: ମୟୂରଭଞ୍ଜ ଜିଲା ଉଦଳା ବସ୍‌ଷ୍ଟାଣ୍ଡଠାରୁ ୧ କି.ମି. ଦୂର ଉଦଳା-କପ୍ତିପଦା କେନାଲ ଛକ ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ଯାଇଥିଲା।...

Advertisement
Archives

Model This Week