ଆମ ଜିଲା ଖବର

ସାମ୍ପ୍ରତିକ ସ୍ଥିତିରେ ଶ୍ରୀମନ୍ଦିର ନ ଖୋଲୁ

ପୁରୀ ଅଫିସ, ୧୦ । ୧୦: ମହାମାରୀ କରୋନା ପାଇଁ ବନ୍ଦ ଥିବା ରାଜ୍ୟର ବିଭିନ୍ନ ଧାର୍ମିିକସ୍ଥଳ ଖୋଲିବା ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଖୋଲିବା ସଂକ୍ରାନ୍ତରେ ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ…

ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

କଟକ ଅଫିସ,୧୦ । ୧୦: କଟକ ଦଶହରା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟରେ ଚାଲିଥିବା ମାମଲାରେ ଶୁକ୍ରବାର ଶୁଣାଣି ହୋଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ୪ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ ସପକ୍ଷରେ ରାଜ୍ୟ…

କୋଭିଡ ଆଇନ ଉଲ୍ଲଂଘନ ପ୍ରସଙ୍ଗ: କ୍ଷମା ମାଗିଲେ ବିଧାୟକ ଉମା

ପୁରୀ ଅଫିସ,୧୦ା୧୦: କୋଭିଡ୍‌ ଆଇନ ଉଲ୍ଲଂଘନ କରିଥିବାରୁ ଶେଷରେ କ୍ଷମା ମାଗିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ। ଶନିବାର ବିଧାୟକ ସାମନ୍ତରାୟ କହିଛନ୍ତି, କରୋନା ସଂକ୍ରମିତ ଥାଇ ସ୍ବର୍ଗଦ୍ୱାରରେ ପହଞ୍ଚତ୍ବା ମୋର ଭୁଲ୍‌ ଥିଲା। ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ…

ବରଗଡ଼ରୁ ୯୫ ନୂଆ କରୋନା ପଜିଟିଭ୍‌: ରହିଛନ୍ତି ୩ ଶିଶୁ

ବରଗଡ଼ ଅଫିସ,୧୦।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ଜିଲାରେ ପୁଣି ୯୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୧ଜଣ ମହିଳା ଓ ୭୪ ଜଣ ପୁରୁଷ ଅଛନ୍ତି। ସେହିପରି ନୂଆ ଆକ୍ରାନ୍ତ…

ସ୍କୁଲରେ ଶିକ୍ଷା ପୂର୍ବରୁ ଦକ୍ଷତା ଟେଷ୍ଟ

ଅନୁଗୋଳ ଅଫିସ, ୧୦।୧୦ କରୋନା କାରଣରୁ ଗତ ମାର୍ଚ୍ଚରୁ ସ୍କୁଲ ବନ୍ଦ ହେବା ପରେ କେବଳ ଅନ୍‌ଲାଇନ୍‌ ଶିକ୍ଷା ହିଁ ଏକମାତ୍ର ଭରସା ପାଲଟିଛି। ହେଲେ ବିଭିନ୍ନ କାରଣରୁ ଅନୁଗୋଳ ଜିଲାର ହଜାର ହଜାର ଛାତ୍ରୀଛାତ୍ରଙ୍କ ନିକଟରେ ଏହି ଶିକ୍ଷା ପହଞ୍ଚିପାରି…

କଟକଣାରେ ହେବ ବଳଦଯାତ୍ରା

ଭୁବନ, ୧୦।୧୦(ଡି.ଏନ.ଏ.) କଟକଣା ମଧ୍ୟରେ ପାଳିତ ହେବ ଢେଙ୍କାନାଳ ଜିଲା ଭୁବନର ପ୍ରସିଦ୍ଧ ବଳଦଯାତ୍ରା। କରୋନା ସଂକ୍ରମଣ ବଢୁଥିବାରୁ ଚଳିତବର୍ଷ କେବଳ ୨ ସମାଜର ବଳଦକୁ ଶୋଭାଯାତ୍ରାରେ ବାହାର କରିବାକୁ ଅନୁମତି ମିଳିଛି। ନିରାଡ଼ମ୍ବର ଭାବେ ଯାତ୍ରା ସମ୍ପନ୍ନ କରିବାକୁ ପ୍ରଶାସନ…

‘ଖେଲୋ ଇଣ୍ଡିଆ’ ଅଧୀନକୁ ଯିବ ସାଇ କ୍ରୀଡ଼ା ଛାତ୍ରାବାସ

ଢେଙ୍କାନାଳ ଅଫିସ, ୧୦।୧୦ ଢେଙ୍କାନାଳରେ ଥିବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଛାତ୍ରାବାସ ‘ଖେଲୋ ଇଣ୍ଡିଆ’ ଅଧୀନକୁ ଯିବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଗୁରୁବାର ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ଏକ ପ୍ରତିନିଧି ମଣ୍ଡଳୀ ପରଖିଛନ୍ତି। ସେମାନେ ଭାରତ…

ସଂକ୍ରିଗୁଡ଼ା ଯିବାକୁ ଆଣ୍ଠୁଏ କାଦୁଅ

ଜୁନାଗଡ,୧୦।୧୦(ଡି.ଏନ୍‌.ଏ.) – କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରଭାଟି ପଞ୍ଚାୟତ ସଂକ୍ରିଗୁଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଦୀର୍ଘବର୍ଷ ହେବ ଏହି ରାସ୍ତା ମରାମତି କରାଯାଇ ନ ଥିବାରୁ ଏପରି ସମସ୍ୟା ଦେଖାଦେଇଛି। ଏହାକୁ ନେଇ ଗ୍ରାମବାସୀଙ୍କ…

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୫ କୋର୍ଟଚାଲାଣ

ମାଲକାନଗିରି/ପଡିଆ,୯ା୧୦(ଡି.ଏନ.ଏ)-ମାଲକାନଗିରି ଜିଲାରେ ଗୁଣି ଗାରେଡି ସନ୍ଦେହରେ ହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଏ ସମ୍ପର୍କରେ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ ସଚେତନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗତ ଏକମାସ…

ଠିକାଦାରଙ୍କୁ ଗୁଳି ମାଡ: ୩ ଗିରଫ

ନୂଆପଡା ଅଫିସ/ଖଡିଆଳ,୯ା୧୦-ନୂଆପଡ଼ା ଜିଲା ଖଡିଆଳ ସହରରେ ଶୁକ୍ରବାର ସନ୍ଧ୍ୟାରେ ଏକ ଠିକାକାମକୁ ନେଇ ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଛି। ପବନ ଅଗ୍ରୱାଲ (୫୫)ନାମକ ଏହି ଠିକାଦାରଙ୍କ ହାତରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ପୋଲିସ ଗିରିରାଜ ମାଝି(୩୪), ଶୋଭା…

ଭିଜିଲାନ୍ସ ଜାଲରେ ଏନ୍‌ଏଚ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ

ନୂଆପଡା ଅଫିସ,୯ା୧୦: ନୂଆପଡ଼ା ଜିଲା ଗୋହିରାପଦର ଗ୍ରାମ ନିକଟରେ ଏକ ପେଟ୍ରୋଲ ପମ୍ପ ସ୍ଥାପନ ସକାଶେ ଏନଓସି (ନୋ ଅବଜେକ୍ସନ ସାର୍ଟିଫିକେଟ) ପ୍ରଦାନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଏନ୍‌ଏଚ୍‌ (ଜାତୀୟ ରାଜପଥ) ବିଭାଗ…

ପରଲୋକରେ ବରିଷ୍ଠ ସାମାଜିକ କର୍ମୀ ରଘୁନାଥ ମିଶ୍ର

ପାଟଣା,୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟସ୍ଥିତ ସାମନ୍ତରାୟପୁର ଶାସନର ବରିଷ୍ଠ ସାମାଜିକ କର୍ମୀ ଓ ଜିଲାର ଜଣାଶୁଣା ବୁଦ୍ଧିଜୀବୀ ରଘୁନାଥ ମିଶ୍ରଙ୍କର ଶୁକ୍ରବାର ସକାଳେ ଦେହାନ୍ତ ଘଟିଛି। ମାତ୍ର ୯୦ ବର୍ଷ ବୟସରେ ସେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ତାଙ୍କ ବିୟୋଗରେ ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?