ପିସି ଘଟଣା ଅଭିଯୋଗକୁ ଭିତ୍ତିହୀନ କହିଲେ କୋକସରା ବ୍ଲକ ଅଧ୍ୟକ୍ଷା

କୋକସରା, ୨୬।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ ପ୍ରଶାସନ ଦ୍ୱାରା ଗତ ୨୧ ତାରିଖରେ ବ୍ଲକ ସଭାଗୃହ ରେ ଏକ ସ୍କ୍ରିନିଂ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସ୍କ୍ରିନିଂ କମିଟିର ବୈଠକରେ କୋକସରା ବ୍ଲକ ବିଡ଼ିଓ ମନୀଷା ଦାସ ସମେତ କୋକସରା ବ୍ଲକ ଅଧ୍ୟକ୍ଷା ଶବ୍ୟାରାଣୀ ବାଗ ଉପସ୍ଥିତ ରହିଥିଲେ। ଏହି ସମୟରେ ରେଙ୍ଗାଳପାଲି ସମିତି ସଭ୍ୟା ମାଧୁରୀ ନିଆଲ ଅଧ୍ୟକ୍ଷାଙ୍କ ବିରୋଧରେ ପିସି ନେଉଥିବା ଅଭିଯୋଗ କରିଥିଲେ । ବିନା ପିସିରେ କୌଣସି କାମ ହେଉନାହିଁ ବୋଲି ସମିତି ସଭ୍ୟା ଅଭିଯୋଗ କରିଥିଲେ । ଯାହାକୁ ନେଇ ଅଧ୍ୟକ୍ଷା ଓ ସମିତି ସଭ୍ୟାଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା । ପରେ ସମିତି ସଭ୍ୟା ଗୃହ ପରିତ୍ୟାଗ ପରେ ସ୍କ୍ରିନିଂ କମିଟି ସଦସ୍ୟ ଚୟନ ହୋଇଥିଲା । ଏହି ଘଟଣାର ୪ ଦିନ ପରେ ଶୁକ୍ରବାର କୋକସରା ବ୍ଲକ ଅଧ୍ୟକ୍ଷା ଏକ ପ୍ରେସ୍‌ମିଟ କରି ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କ କହିବା ଅନୁସାରେ ସେ କେବେ ମଧ୍ୟ କାହାଠାରୁ କାମ ବାବଦରେ ପିସି ଗ୍ରହଣ କରିନାହାନ୍ତି । ଜାଣିଶୁଣି ତାଙ୍କୁ ୩ ଜଣ ସମିତି ସଭ୍ୟା ସଭ୍ୟ ବଦନାମ କରିବାକୁ ଏହିଭଳି ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି । ଯାହାକୁ ସେ କଡା ବିରୋଧ କରିବା ସହ ଖଣ୍ଡନ କରିଛନ୍ତି । ନିଜ କୋକସରା ବାସଭବନରେରେ ଅଧ୍ୟକ୍ଷା ପ୍ରେସ୍‌ମିଟ କରି ଏହି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨୬ ଜିଲାକୁ ମାଡ଼ିଲାଣି କରୋନା: ଗଞ୍ଜାମରେ ୩୪୧ ସଂକ୍ରମିତ ଚିହ୍ନଟ; ଜାଣନ୍ତୁ କେଉଁ ଜିଲାରେ କେତେ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ଆଉ ୮୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

୧୩ରୁ ଖୋଲିବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ,୧୦ା୯(ସ୍ବ.ପ୍ର.): କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୧୩ ତାରିଖରୁ ଖୋଲିବ। ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।...

ବାଲେଶ୍ୱର ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବାଲେଶ୍ୱର ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ୧୧ଟାରେ ହେଲିକପ୍ଟର ଯୋଗେ ରିଜର୍ଭ ପୋଲିସ ପଡ଼ିଆରେ ପହଞ୍ଚିବେ।...

ପାଗଳ ପୁଅଙ୍କ ଆକ୍ରମଣରେ ବାପା ମୃତ, ମା’ ଗୁରୁତର

ତୁମୁଡ଼ିବନ୍ଧ,୧୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବେଲଘର ଥାନା ଅନ୍ତର୍ଗତ ଝାଲିପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାଗଳ ପୁଅଙ୍କ ଆକ୍ରମଣରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ...

ଓଡ଼ିଶା ଚାଷୀଙ୍କୁ ପର୍ଯ୍ୟାପ୍ତ ୟୁରିଆ ସାର ଯୋଗାଇବାକୁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୮: ରାଜ୍ୟରେ ୟୁରିଆ ସାରର ଅଭାବ ନେଇ ଶୁକ୍ରବାର କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି...

ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମାନସମନ୍ଥନ କାର୍ଯ୍ୟକ୍ରମ:ନାଗରିକ କୈନ୍ଦ୍ରିକ ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜ୍ୟର ଜନସାଧାରଣଙ୍କ ନିକଟରେ ପ୍ରଶାସନ ଉତ୍ତରଦାୟୀ। ନାଗରିକ କେନ୍ଦ୍ରିକ ପ୍ରଶାସନ ପାଇଁ ସମସ୍ତ ଉଦ୍ୟମ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର...

ଅନ୍‌ଲାଇନ ବ୍ୟବସ୍ଥା ଦେଉଛି ଦୁଃଖ

ଝୁମ୍ପୁରା, ୧୦।୯(ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକର ଦୁର୍ଗମ ବଣପାହାଡ଼ ଘେରା ଇଲାକାରେ ଆଜି ବି ଟେଲି ଯୋଗାଯୋଗ ସୁବିଧା ଅପହଞ୍ଚ ହୋଇ ରହିଛି। ଦୁର୍ଗମ ଇଲାକାରେ...

ଷ୍ଟ୍ରଙ୍ଗ୍‌ରୁମ୍‌ ବାହାରେ ପଡ଼ିଛି ଭୋଟ୍‌ କାଗଜ, ଫଳାଫଳକୁ ନେଇ ଆଶଙ୍କାରେ ଜନସାଧାରଣ

କେନ୍ଦ୍ରାପଡ଼ା ଅଫିସ,୨୫ା୨: କେନ୍ଦ୍ରାପଡ଼ା ବ୍ଲକର ଷ୍ଟ୍ରଙ୍ଗରୁମ୍‌ ବାହାରେ ଭୋଟ୍‌ କାଗଜ ପଡ଼ିଛି। ଶୁକ୍ରବାର ଏପରି ଘଟଣା କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ବ୍ଲକର ଷ୍ଟ୍ରଙ୍ଗରୁମ ନିକଟରେ...

Advertisement
Archives

Model This Week