ପଡ଼ିଆ,୨୬ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ପଡ଼ିଆ ବ୍ଲକ ନିଲିଗୁଡ଼ା ପଞ୍ଚାୟତ ପୁରୁଣା ନିଲିଗୁଡ଼ା ଗ୍ରାମରେ ଶୁକ୍ରବାର ଘଟିଛି ଏକ ଦୁଃଖଦ ଘଟଣା। ଗୁରୁବାର ମଧ୍ୟରାତ୍ରିରେ ପୁରୁଣା ନିଲିଗୁଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ସ୍ତ୍ରୀଙ୍କ ଆଗରେ ସ୍ବାମୀ ଜଳିଯାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବରପାଇ ସରପଞ୍ଚ ବୁଦୁରା କାର୍ତ୍ତାମି, ତହସିଲଦାର ଶଶାଙ୍କ ଶେଖର ମିଶ୍ର, ଥାନା ଅଧିକାରୀ ରଞ୍ଜନ କୁମାର ମାଝି, ଆର୍ଆଇ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। କ୍ଷୟକ୍ଷତି ଆକଳନ ପରେ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର କହିଛନ୍ତି।
ଖବରରୁ ଜଣାପଡ଼ିଛି ଗ୍ରାମର ଇର୍ମା ପଡିଆମୀ ଓ ତାଙ୍କ ସ୍ତ୍ରୀ ଯୋଗୀ ଗୁରୁବାର ଜମିରେ କଟାହୋଇଥିବା ଧାନ ବୋହି ଖଳାକୁ ଆଣିଥିଲେ। ପରେ ରୋଷେଇ କରି ଖାଇସାରି ଉଭୟେ ଶୋଇପଡ଼ିଥିଲେ। ମାତ୍ର ମଧ୍ୟରାତ୍ରିରେ ବିଦ୍ୟୁତ୍ ଶର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ତାଙ୍କ ଘର ପୋଡ଼ିଯାଇଥିଲା। ନିଆଁ ଧାସରେ ଯୋଗୀଙ୍କ ନିଦ ଭାଙ୍ଗିଯାଇଥିଲା। ସେ ପୁଅକୁ ଧରି ବାହାରକୁ ଦୌଡ଼ି ଆସିଥିଲେ। ମାତ୍ର ବାହାରେ କିଛି ସମୟ ପରେ ଇର୍ମାଙ୍କୁ ଖୋଜି ପାଇ ନ ଥିଲେ। ଇର୍ମା ଘର ଭିତରେ ହିଁ ରହିଯାଇଥିଲେ। ସ୍ବାମୀ ଇର୍ମା ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜାଣି ସେ କାନ୍ଦିବାକୁ ଲାଗିଲେ। ତାଙ୍କ କାନ୍ଦ ଏବଂ ପାଟି ଶୁଣି ଗ୍ରାମବାସୀ ପହଞ୍ଚତ୍ଥିଲେ। ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ଜଳିସାରିଥିଲା। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଶୁକ୍ରବାର ମୋଟୁ ତହସିଲଦାର, ଆର୍ଆଇ ଯୋଗୀଙ୍କୁ ଶାଢ଼ି,କମ୍ବଳ ଏବଂ କିଛି ଅର୍ଥ ସହାୟତା ଦେଇଛନ୍ତି। କ୍ଷୟକ୍ଷତି ଆକଳନ ପରେ ସରକାରୀ ବ୍ୟବସ୍ଥା ଅନୁସାରେ ସହାୟତା ମିଳିବ ବୋଲି ତହସିଲଦାର ମିଶ୍ର ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ମାଲକାନଗିରି View All

ଭୋଟବାକ୍ସରେ ବନ୍ଦ ହେଲା ୫୧୫ ପ୍ରାର୍ଥୀଙ୍କ ଭାଗ୍ୟ
କୋକସରା,୨୦ା୨(ଡି.ଏନ୍.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ରବିବାର ଶେଷ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ ହୋଇଥିବା...

କୃଷକ ସଭାର ଗଣଧାରଣା
ଛତ୍ରପୁର,୮ା୬(ଡି.ଏନ୍.ଏ.)- ବିଭିନ୍ନ ଦାବି ନେଇ ଓଡିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଶୁକ୍ରବାର ଛତ୍ରପୁର ସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣା...

ବନ ବିଭାଗ ପକ୍ଷରୁ ଚଢ଼ାଉ: ବ୍ୟାପକ ଶାଗୁଆନ କାଠ ଜବତ
ଲୋଇସିଂହା,୨୫।୧(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ବନ ବିଭାଗ ସ୍କ୍ବାଡ୍ ପକ୍ଷରୁ ସାଲେଭଟାର ଡୁଡୁକା ରାସ୍ତାରେ ଥିବା ଜଣେ ବ୍ୟବସାୟୀଙ୍କ ଘରେ ଶନିବାର ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ...

ଭବିଷ୍ୟତ ଚିନ୍ତାରେ ୫,୨୨୭ ଛାତ୍ରୀଛାତ୍ର
ଢେଙ୍କାନାଳ ଅଫିସ, ୨୭।୫ – ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷାରେ ସକ୍ଷମ କରାଇବାକୁ କାର୍ଯ୍ୟକାରୀ ହେଉଛି ଅନେକ ଯୋଜନା। ସେମାନଙ୍କ ହାତରେ...

ଶ୍ରମିକଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ମହିଳା ଗୋଷ୍ଠୀ
ବନ୍ତ, ୧ା୪(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ପଶ୍ଚିମବଙ୍ଗ ରାଜ୍ୟ ତଥା ଅନ୍ୟ ଜିଲାରୁ ଆସି କାମ କରୁଥିବା କେତେକ ଶ୍ରମିକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ...

କଟକରୁ ୩ ପଜିଟିଭ ଚିହ୍ନଟ: ଅଛନ୍ତି ୨ କ୍ୱାରାଣ୍ଟାଇନ, ୧ ସ୍ଥାନୀୟ ଅଞ୍ଚଳର
କଟକ ଅଫିସ, ୬।୭: କଟକ ସହରରୁ ସୋମବାର ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ କ୍ୱାରାଣ୍ଟାଇନରେ ଥିବା ବେଳେ ଅନ୍ୟ ଜଣେ...

ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ, ଗୁରୁତର ପୁଅ ମେଡିକାଲରେ
ଫୁଲବାଣୀ ଅଫିସ, ୯।୭: ଫୁଲବାଣୀ ସଦର ଥାନା ବ୍ରହ୍ମପୁର ଜାତୀୟ ରାଜପଥର ତିଲକପଡା ଛକରେ ଏକ ଟ୍ରାକ୍ଟର ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ଜନତା ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ
ନିରାକାରପୁର/ଟାଙ୍ଗୀ(ଖୋର୍ଦ୍ଧା),୮ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା କୁହୁଡ଼ିସ୍ଥିତ ଜନତା ମହାବିଦ୍ୟାଳୟର ୩୪ତମ ପ୍ରତିଷ୍ଠା ଦିବସ ବୁଧବାର କଲେଜ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ଏହାର ଅଧ୍ୟକ୍ଷ...