ସ୍ତ୍ରୀଙ୍କ ସମ୍ମୁଖରେ ସ୍ବାମୀ ଜୀବନ୍ତ ଦଗ୍ଧ

ପଡ଼ିଆ,୨୬ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ପଡ଼ିଆ ବ୍ଲକ ନିଲିଗୁଡ଼ା ପଞ୍ଚାୟତ ପୁରୁଣା ନିଲିଗୁଡ଼ା ଗ୍ରାମରେ ଶୁକ୍ରବାର ଘଟିଛି ଏକ ଦୁଃଖଦ ଘଟଣା। ଗୁରୁବାର ମଧ୍ୟରାତ୍ରିରେ ପୁରୁଣା ନିଲିଗୁଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ସ୍ତ୍ରୀଙ୍କ ଆଗରେ ସ୍ବାମୀ ଜଳିଯାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବରପାଇ ସରପଞ୍ଚ ବୁଦୁରା କାର୍ତ୍ତାମି, ତହସିଲଦାର ଶଶାଙ୍କ ଶେଖର ମିଶ୍ର, ଥାନା ଅଧିକାରୀ ରଞ୍ଜନ କୁମାର ମାଝି, ଆର୍‌ଆଇ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। କ୍ଷୟକ୍ଷତି ଆକଳନ ପରେ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର କହିଛନ୍ତି।
ଖବରରୁ ଜଣାପଡ଼ିଛି ଗ୍ରାମର ଇର୍ମା ପଡିଆମୀ ଓ ତାଙ୍କ ସ୍ତ୍ରୀ ଯୋଗୀ ଗୁରୁବାର ଜମିରେ କଟାହୋଇଥିବା ଧାନ ବୋହି ଖଳାକୁ ଆଣିଥିଲେ। ପରେ ରୋଷେଇ କରି ଖାଇସାରି ଉଭୟେ ଶୋଇପଡ଼ିଥିଲେ। ମାତ୍ର ମଧ୍ୟରାତ୍ରିରେ ବିଦ୍ୟୁତ୍‌ ଶର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ତାଙ୍କ ଘର ପୋଡ଼ିଯାଇଥିଲା। ନିଆଁ ଧାସରେ ଯୋଗୀଙ୍କ ନିଦ ଭାଙ୍ଗିଯାଇଥିଲା। ସେ ପୁଅକୁ ଧରି ବାହାରକୁ ଦୌଡ଼ି ଆସିଥିଲେ। ମାତ୍ର ବାହାରେ କିଛି ସମୟ ପରେ ଇର୍ମାଙ୍କୁ ଖୋଜି ପାଇ ନ ଥିଲେ। ଇର୍ମା ଘର ଭିତରେ ହିଁ ରହିଯାଇଥିଲେ। ସ୍ବାମୀ ଇର୍ମା ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜାଣି ସେ କାନ୍ଦିବାକୁ ଲାଗିଲେ। ତାଙ୍କ କାନ୍ଦ ଏବଂ ପାଟି ଶୁଣି ଗ୍ରାମବାସୀ ପହଞ୍ଚତ୍ଥିଲେ। ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ଜଳିସାରିଥିଲା। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଶୁକ୍ରବାର ମୋଟୁ ତହସିଲଦାର, ଆର୍‌ଆଇ ଯୋଗୀଙ୍କୁ ଶାଢ଼ି,କମ୍ବଳ ଏବଂ କିଛି ଅର୍ଥ ସହାୟତା ଦେଇଛନ୍ତି। କ୍ଷୟକ୍ଷତି ଆକଳନ ପରେ ସରକାରୀ ବ୍ୟବସ୍ଥା ଅନୁସାରେ ସହାୟତା ମିଳିବ ବୋଲି ତହସିଲଦାର ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri