ଶୁଖିଲା ପ୍ରକଳ୍ପ, ମେଣ୍ଟୁନାହିଁ ଶୋଷ

ଯାଜପୁର ଅଫିସ,୨୬ା୧୨: ଗ୍ରାମାଞ୍ଚଳ ଲୋକଙ୍କୁ ସହଜରେ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ନଳକୂପରେ ସୌରଚାଳିତ ପମ୍ପ୍‌ ସଂଯୋଗ କରାଯାଇଛି। ହେଲେ ଅଧିକାଂଶ ପ୍ରକଳ୍ପ ଅଚଳ ହୋଇ ପଡିଥିବାରୁ ଏଥିରେ ଲୋକଙ୍କ ଶୋଷ ମେଣ୍ଟୁ ନ ଥିବା ଅଭିଯୋଗ ହୋଇଛି।
ଗତ ନଭେମ୍ବର ୨୭ରେ ସିଆରସି (କଷ୍ଟମର ରିଲେଶନସିପ୍‌ ସେଣ୍ଟର)ର ରିପୋର୍ଟ ଅନୁଯାୟୀ ରାଜ୍ୟର ୭୩୯ଟି ପ୍ରକଳ୍ପ ଅଚଳ ହୋଇପଡିଥିବା ସୂଚନା ମିଳିଥିଲା। ଏସବୁ ଅଚଳ ପ୍ରକଳ୍ପ ଉପରେ ଆକାଉଣ୍ଟାଣ୍ଟ ଜେନେରାଲ ବା ଏଜି (ଅଡିଟ୍‌) ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିଥିଲେ। ଏହି କ୍ରମରେ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିଥିବା ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି (ଓରେଡା)ର ବିନିଯୋଗ ପତ୍ର(ୟୁସି) ଅନୁଯାୟୀ ପ୍ରକଳ୍ପଗୁଡିକର ସବିଶେଷ ରିପୋର୍ଟ ଦେବାକୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ୨୨ା୧୨ା୨୦୨୦ରେ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ଯାଜପୁର ଜିଲାରେ କାର୍ଯ୍ୟକାରୀ ହୋଇଥିବା ୪୯ଟି ପ୍ରକଳ୍ପ ରହିଛି। ଏନେଇ ୨ଟି ପର୍ଯ୍ୟାୟରେ ଦାଖଲ ହୋଇଥିବା ୧ କୋଟି ୭୮ ଲକ୍ଷ ୧୬ ହଜାର ୪୦୦ ଟଙ୍କାର ୟୁସି ଉପରେ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ପତ୍ରରେ ଦର୍ଶାଯାଇଛି। ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇ ଉଭୟ ଆରଡବ୍ଲ୍ୟୁଏସ୍‌ଏସ୍‌ ଓ ନିର୍ମାଣକାରୀ ସଂସ୍ଥା ଓରେଡାର ସଂପୃକ୍ତ ଅଧିକାରୀମାନେ କାଗଜପତ୍ରରେ ୟୁସି ଦାଖଲ କରି ଅନୁଦାନର ସିଂହଭାଗ ଅର୍ଥ ମିଳିମିଶି ଲୁଟ୍‌ କରିଥିବାରୁ ପ୍ରକଳ୍ପଗୁଡିକ ମାସେ ବି ତିଷ୍ଠି ପାରୁ ନ ଥିବା ଅଭିଯୋଗ ହୋଇଛି।
ଆରଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲାର ୪୯ଟି ସୌରଚାଳିତ ପ୍ରକଳ୍ପ ପାଇଁ ଓରେଡାକୁ ବିଭିନ୍ନ ପର୍ଯ୍ୟାୟରେ ସମୁଦାୟ ୨,୫୧,୬୩,୩୨୫ ଟଙ୍କା ଅଗ୍ରିମ ମିଳିଥିଲା। ଏଥିମଧ୍ୟରୁ ୨ଟି ପର୍ଯ୍ୟାୟରେ ୟୁସି ଦାଖଲ କରାଯାଇଛି। ଗତ ୨୦ା୭ା୨୦୧୯ରେ ଦାଖଲ ହୋଇଥିବା ୟୁସିରେ ୧,୪୯,୦୭,୬୦୦ ଟଙ୍କାର ହିସାବ ଦିଆଯାଇଛି। ଏଥିରେ ୪୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ଦର୍ଶାଯାଇଛି। ସେହିପରି ୪ା୧୧ା୨୦୨୦ରେ ୟୁସିରେ ୮ଟି ପ୍ରକଳ୍ପ ସମ୍ପର୍କରେ ୨୯,୦୮,୮୦୦ ଟଙ୍କାର ହିସାବ ରହିଛି। ତେବେ ଓରେଡାର ତାଲିକା ଅନୁସାରେ ପ୍ରକଳ୍ପଗୁଡିକ ସ୍ଥାପନ କରାଯାଇଛି ସତ, ହେଲେ ଏହିସବୁ ପ୍ରକଳ୍ପ ଜରିଆରେ ସଂପୃକ୍ତ ଗ୍ରାମବାସୀ ଉପକୃତ ହୋଇ ପାରି ନ ଥିବା ପ୍ରକାଶ କରିଛନ୍ତି। ଏନେଇ ୨ା୧୨ା୨୦୨୦ରେ ଧରିତ୍ରୀରେ ମାସେ ବି ତିଷ୍ଠି ପାରିଲାନି ଶୀର୍ଷକ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓରେଡା ଦ୍ୱାରା ଦାଖଲ ୟୁସି ସଂକ୍ରାନ୍ତରେ ସବିଶେଷ ବିବରଣୀ ମାଗିଥିବା ଜଣାପଡ଼ିଛି। ସର୍ବୋଚ୍ଚ ଯନ୍ତ୍ରୀ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ନିର୍ଦ୍ଦିଷ୍ଟ ସୌରଚାଳିତ ପ୍ରକଳ୍ପର ନାମ, ସ୍ଥାନ, ପରିମାଣ ଆଦି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଲୋକଙ୍କୁ ପାନୀୟ ଜଳଯୋଗାଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏନ୍‌ଆରଡିଡବ୍ଲୁପି (ନ୍ୟାଶନାଲ ରୁରାଲ ଡ୍ରିଙ୍କିଙ୍ଗ ୱାଟର ପ୍ରୋଗ୍ରାମ)ରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ହେଲେ ସଂପୃକ୍ତ ଅଧିକାରୀ ଓ ନିର୍ମାଣକାରୀ ତଥା ଠିକା ସଂସ୍ଥା କର୍ମକର୍ତ୍ତାଙ୍କ ଆନ୍ତରିକତାର ଅଭାବ ଓ ଅନୁଦାନର ହରିଲୁଟ ମନୋଭାବ ଯୋଗୁ ଲୋକଙ୍କୁ କେତେକ ସୌରଚାଳିତ ପାନୀୟ ଜଳପ୍ରକଳ୍ପ ମାସେ ବି ଜଳଯୋଗାଇ ପାରିନାହିଁ।
ଜିଲାର ବିଭିନ୍ନ ପ୍ରକଳ୍ପକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏଥିରେ ବଡ଼ଚଣା ବ୍ଲକ ଅସିଆ, ଆକବରବାଦ, ଚଣ୍ଡିତଳ, ଚାରିନଙ୍ଗଳ, ପତରାଜପୁର, ବରଗଡ, ପରିଆ, ବନ୍ଧପାଲି, ସାଳପଡା ଓ ରାଇଝର, ଦାନଗଦି ବ୍ଲକ ଅଙ୍କୁରପାଳ, ଭିତରମାଣିକ, ଗୋଲଗାଁ ଓ ଟୁଙ୍ଗେଇସୁନି, ଧର୍ମଶାଳା ବ୍ଲକର ରଘୁନାଥପୁର, ବୃନ୍ଦାଦେଈପୁର, ବିଛାଖଣ୍ଡି, ଝଟିଆପଡା, ବଡବରିସାହି, ଫଜଲପୁର ଓ ତାଳଜଙ୍ଗା, ସୁକିନ୍ଦା ବ୍ଲକର ଛତାନଗର, ନୂଆଗାଁ, ପାଟଣା, ମିର୍ଗିଚରା ଓ ତଳଙ୍ଗି ଆଦି ଗ୍ରାମର ସୌରଚାଳିତ ପ୍ରକଳ୍ପ ଅଚଳ ହୋଇପଡିଛି। ଏଥିପାଇଁ ଜଳସ୍ତର ଅତିନିମ୍ନ, ମେଶିନ ପାର୍ଟସ ନ ମିଳିବା, ବୋର କୋଲାପ୍ସ, ମଦରବୋର୍ଡ ଚୋରି, ସୋଲାର ପ୍ୟାନେଲ ଭାଙ୍ଗିଯିବା, ପମ୍ପ୍‌ ଓ ମୋଟର ହଜିବା, ସମସ୍ତ ଯନ୍ତ୍ରପାତି ହଜିବା ଇତ୍ୟାଦି କାରଣ ଦର୍ଶାଯାଉଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲା ଆରଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜାଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ ଉଠାଇ ନ ଥିବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ଅଙ୍କିତ ବାଲିୟାନ ହତ୍ୟାକାଣ୍ଡ: ୫ଦିନରେ ପୋଲିସ ଏନକାଉଣ୍ଟରରେ ୨ ସୁଟର ନିହତ

ଚଣ୍ଡିଗଡ଼,୩୧।୮: ଶାମଲି ପୋଲିସ ଏକ ଏନକାଉଣ୍ଟର ସମୟରେ ହରିୟାଣଭି ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟାରେ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗୁଳି କରି ହତ୍ୟା କରିଛି। ଅଭିଯୁକ୍ତମାନଙ୍କୁ ସୁମିତ…

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri