ଶୁଖିଲା ପ୍ରକଳ୍ପ, ମେଣ୍ଟୁନାହିଁ ଶୋଷ

ଯାଜପୁର ଅଫିସ,୨୬ା୧୨: ଗ୍ରାମାଞ୍ଚଳ ଲୋକଙ୍କୁ ସହଜରେ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ନଳକୂପରେ ସୌରଚାଳିତ ପମ୍ପ୍‌ ସଂଯୋଗ କରାଯାଇଛି। ହେଲେ ଅଧିକାଂଶ ପ୍ରକଳ୍ପ ଅଚଳ ହୋଇ ପଡିଥିବାରୁ ଏଥିରେ ଲୋକଙ୍କ ଶୋଷ ମେଣ୍ଟୁ ନ ଥିବା ଅଭିଯୋଗ ହୋଇଛି।
ଗତ ନଭେମ୍ବର ୨୭ରେ ସିଆରସି (କଷ୍ଟମର ରିଲେଶନସିପ୍‌ ସେଣ୍ଟର)ର ରିପୋର୍ଟ ଅନୁଯାୟୀ ରାଜ୍ୟର ୭୩୯ଟି ପ୍ରକଳ୍ପ ଅଚଳ ହୋଇପଡିଥିବା ସୂଚନା ମିଳିଥିଲା। ଏସବୁ ଅଚଳ ପ୍ରକଳ୍ପ ଉପରେ ଆକାଉଣ୍ଟାଣ୍ଟ ଜେନେରାଲ ବା ଏଜି (ଅଡିଟ୍‌) ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିଥିଲେ। ଏହି କ୍ରମରେ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିଥିବା ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି (ଓରେଡା)ର ବିନିଯୋଗ ପତ୍ର(ୟୁସି) ଅନୁଯାୟୀ ପ୍ରକଳ୍ପଗୁଡିକର ସବିଶେଷ ରିପୋର୍ଟ ଦେବାକୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ୨୨ା୧୨ା୨୦୨୦ରେ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ଯାଜପୁର ଜିଲାରେ କାର୍ଯ୍ୟକାରୀ ହୋଇଥିବା ୪୯ଟି ପ୍ରକଳ୍ପ ରହିଛି। ଏନେଇ ୨ଟି ପର୍ଯ୍ୟାୟରେ ଦାଖଲ ହୋଇଥିବା ୧ କୋଟି ୭୮ ଲକ୍ଷ ୧୬ ହଜାର ୪୦୦ ଟଙ୍କାର ୟୁସି ଉପରେ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ପତ୍ରରେ ଦର୍ଶାଯାଇଛି। ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇ ଉଭୟ ଆରଡବ୍ଲ୍ୟୁଏସ୍‌ଏସ୍‌ ଓ ନିର୍ମାଣକାରୀ ସଂସ୍ଥା ଓରେଡାର ସଂପୃକ୍ତ ଅଧିକାରୀମାନେ କାଗଜପତ୍ରରେ ୟୁସି ଦାଖଲ କରି ଅନୁଦାନର ସିଂହଭାଗ ଅର୍ଥ ମିଳିମିଶି ଲୁଟ୍‌ କରିଥିବାରୁ ପ୍ରକଳ୍ପଗୁଡିକ ମାସେ ବି ତିଷ୍ଠି ପାରୁ ନ ଥିବା ଅଭିଯୋଗ ହୋଇଛି।
ଆରଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲାର ୪୯ଟି ସୌରଚାଳିତ ପ୍ରକଳ୍ପ ପାଇଁ ଓରେଡାକୁ ବିଭିନ୍ନ ପର୍ଯ୍ୟାୟରେ ସମୁଦାୟ ୨,୫୧,୬୩,୩୨୫ ଟଙ୍କା ଅଗ୍ରିମ ମିଳିଥିଲା। ଏଥିମଧ୍ୟରୁ ୨ଟି ପର୍ଯ୍ୟାୟରେ ୟୁସି ଦାଖଲ କରାଯାଇଛି। ଗତ ୨୦ା୭ା୨୦୧୯ରେ ଦାଖଲ ହୋଇଥିବା ୟୁସିରେ ୧,୪୯,୦୭,୬୦୦ ଟଙ୍କାର ହିସାବ ଦିଆଯାଇଛି। ଏଥିରେ ୪୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ଦର୍ଶାଯାଇଛି। ସେହିପରି ୪ା୧୧ା୨୦୨୦ରେ ୟୁସିରେ ୮ଟି ପ୍ରକଳ୍ପ ସମ୍ପର୍କରେ ୨୯,୦୮,୮୦୦ ଟଙ୍କାର ହିସାବ ରହିଛି। ତେବେ ଓରେଡାର ତାଲିକା ଅନୁସାରେ ପ୍ରକଳ୍ପଗୁଡିକ ସ୍ଥାପନ କରାଯାଇଛି ସତ, ହେଲେ ଏହିସବୁ ପ୍ରକଳ୍ପ ଜରିଆରେ ସଂପୃକ୍ତ ଗ୍ରାମବାସୀ ଉପକୃତ ହୋଇ ପାରି ନ ଥିବା ପ୍ରକାଶ କରିଛନ୍ତି। ଏନେଇ ୨ା୧୨ା୨୦୨୦ରେ ଧରିତ୍ରୀରେ ମାସେ ବି ତିଷ୍ଠି ପାରିଲାନି ଶୀର୍ଷକ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓରେଡା ଦ୍ୱାରା ଦାଖଲ ୟୁସି ସଂକ୍ରାନ୍ତରେ ସବିଶେଷ ବିବରଣୀ ମାଗିଥିବା ଜଣାପଡ଼ିଛି। ସର୍ବୋଚ୍ଚ ଯନ୍ତ୍ରୀ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ନିର୍ଦ୍ଦିଷ୍ଟ ସୌରଚାଳିତ ପ୍ରକଳ୍ପର ନାମ, ସ୍ଥାନ, ପରିମାଣ ଆଦି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଲୋକଙ୍କୁ ପାନୀୟ ଜଳଯୋଗାଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏନ୍‌ଆରଡିଡବ୍ଲୁପି (ନ୍ୟାଶନାଲ ରୁରାଲ ଡ୍ରିଙ୍କିଙ୍ଗ ୱାଟର ପ୍ରୋଗ୍ରାମ)ରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ହେଲେ ସଂପୃକ୍ତ ଅଧିକାରୀ ଓ ନିର୍ମାଣକାରୀ ତଥା ଠିକା ସଂସ୍ଥା କର୍ମକର୍ତ୍ତାଙ୍କ ଆନ୍ତରିକତାର ଅଭାବ ଓ ଅନୁଦାନର ହରିଲୁଟ ମନୋଭାବ ଯୋଗୁ ଲୋକଙ୍କୁ କେତେକ ସୌରଚାଳିତ ପାନୀୟ ଜଳପ୍ରକଳ୍ପ ମାସେ ବି ଜଳଯୋଗାଇ ପାରିନାହିଁ।
ଜିଲାର ବିଭିନ୍ନ ପ୍ରକଳ୍ପକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏଥିରେ ବଡ଼ଚଣା ବ୍ଲକ ଅସିଆ, ଆକବରବାଦ, ଚଣ୍ଡିତଳ, ଚାରିନଙ୍ଗଳ, ପତରାଜପୁର, ବରଗଡ, ପରିଆ, ବନ୍ଧପାଲି, ସାଳପଡା ଓ ରାଇଝର, ଦାନଗଦି ବ୍ଲକ ଅଙ୍କୁରପାଳ, ଭିତରମାଣିକ, ଗୋଲଗାଁ ଓ ଟୁଙ୍ଗେଇସୁନି, ଧର୍ମଶାଳା ବ୍ଲକର ରଘୁନାଥପୁର, ବୃନ୍ଦାଦେଈପୁର, ବିଛାଖଣ୍ଡି, ଝଟିଆପଡା, ବଡବରିସାହି, ଫଜଲପୁର ଓ ତାଳଜଙ୍ଗା, ସୁକିନ୍ଦା ବ୍ଲକର ଛତାନଗର, ନୂଆଗାଁ, ପାଟଣା, ମିର୍ଗିଚରା ଓ ତଳଙ୍ଗି ଆଦି ଗ୍ରାମର ସୌରଚାଳିତ ପ୍ରକଳ୍ପ ଅଚଳ ହୋଇପଡିଛି। ଏଥିପାଇଁ ଜଳସ୍ତର ଅତିନିମ୍ନ, ମେଶିନ ପାର୍ଟସ ନ ମିଳିବା, ବୋର କୋଲାପ୍ସ, ମଦରବୋର୍ଡ ଚୋରି, ସୋଲାର ପ୍ୟାନେଲ ଭାଙ୍ଗିଯିବା, ପମ୍ପ୍‌ ଓ ମୋଟର ହଜିବା, ସମସ୍ତ ଯନ୍ତ୍ରପାତି ହଜିବା ଇତ୍ୟାଦି କାରଣ ଦର୍ଶାଯାଉଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲା ଆରଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜାଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ ଉଠାଇ ନ ଥିବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?