ନୂଆଗାଁ, ୨୬।୧୨ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଖୁଣ୍ଟଗାଁ ପଞ୍ଚାୟତ ଅନ୍ତର୍ଗତ ବିଶପୁର ଗ୍ରାମରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ସାନପୁଅର ବିବାହ ଲାଗି ଜମି ବିକ୍ରି କଥା କହିବାରୁ ବଡ଼ପୁଅ ପନିକିରେ ମା’ବାପାଙ୍କୁ ହାଣିଛି। ପନିକି ସହ ଶିଳପୁଆରେ ଆକ୍ରମଣ ଯୋଗୁ ବୃଦ୍ଧ ମା’, ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମୋନବଧ ସିଂ (୬୫) ଓ ତାଙ୍କ ସ୍ତ୍ରୀ ଲୀଲା ସିଂ (୬୦)। ପୋଲିସ ବଡ଼ପୁଅ ଜୟ ସିଂ(୪୦)ଙ୍କୁ ଗିରଫ କରିଛି।
ବିଶପୁର ଗ୍ରାମର ମୂଳବାସିନ୍ଦା ମୋନବଧ ସପରିବାର ରହନ୍ତି। ଜୟ ଓ ସାନପୁଅ ସୁନୀଲ ମଧ୍ୟ ମା’ବାପାଙ୍କ ସହ ରହନ୍ତି। ଜୟ ବିବାହିତ। ସୁନୀଲ ଥିଲେ ଅବିବାହିତ। ସୁନୀଲଙ୍କ ବିବାହ ପାଇଁ କୁଆଡେ ଝିଅ ଖୋଜା ଚାଲିଥିଲା। ସେପଟେ ଜୟ ଅଧିକାଂଶ ସମୟରେ ବାହାର ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ମଝିରେ ମଝିରେ ବିଶପୁରସ୍ଥିତ ନିଜ ଗାଁକୁ ଆସୁଥିଲେ। କିଛି ମାସ ପୂର୍ବରୁ ଜୟ ଗାଁକୁ ଫେରିଥିଲେ। ଏହି ସମୟରେ ସୁନୀଲଙ୍କ ବିବାହ କଥା ତାଙ୍କ ମା’ ଲୀଲା ଉଠାଇ ଥିଲେ। ସୁନୀଲଙ୍କ ବିବାହ ପାଇଁ ଜମି ବିକିବା ଲାଗି ଘରେ ଆଲୋଚନା ଚାଲିଥିଲା। ସେ ସମୟରେ ପରିବାର ମଧ୍ୟରେ କିଛି ଅସନ୍ତୋଷ ଦେଖା ଦେଇଥିଲା। ଶୁକ୍ରବାର ସକାଳେ ମଧ୍ୟ ଅନୁରୂପ ଭାବେ ଜମି
ମା’, ବାପାଙ୍କୁ …
ବିକ୍ରିକୁ ନେଇ ଲୀଳା ଘରେ ଆଲୋଚନା କରୁଥିବାବେଳେ ଏଥିରେ ଉତ୍କ୍ଷିପ୍ତ ହୋଇ ବଡ ପୁଅ ଜୟ ମା’ ଓ ବାପାଙ୍କୁ ପନିକି ଓ ଶିଳପୁଆରେ ଆକ୍ରମଣ କରିଥିଲେ। ଏଥିରେ ମା’ ଓ ବାପା ଉଭୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ଘଟଣାସ୍ଥଳରେ ହିଁ ପ୍ରଚୁର ରକ୍ତସ୍ରାବ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିଲା। ଜୟଙ୍କ ଉଗ୍ରରୂପ ଦେଖି ଘରେ ଥିବା ତାଙ୍କ ସ୍ତ୍ରୀ ଭୟଭୀତ ହୋଇ ପଡିଥିଲେ। ଘଟଣାସ୍ଥଳକୁ ଯାଇ ଜୟଙ୍କୁ ବାରଣ କରିଥିଲେ। ଜୟ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ତାଙ୍କ ହାତରେ ଗଭୀର କ୍ଷତ ହୋଇଥିବା କୁହାଯାଉଛି। ଘଟଣା ସମୟରେ ସୁନୀଲ ଘରେ ନ ଥିଲେ।
ଖବରପାଇ ବିଶ୍ରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାରେ ବ୍ୟବହୃତ ପନିକି, ଶିଳପୁଆ ଆଦିକୁ ଜବତ କରିଛି। ଏ ନେଇ ବିଶ୍ରା ଥାନାରେ ଏକ ହତ୍ୟା ମାମଲା (ନଂ. ୧୬୪/୨୦) ରୁଜୁ ହୋଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଦଳ ମଧ୍ୟ ପହଞ୍ଚତ୍ ତଦନ୍ତ କରିଛି।
Posted inଅପରାଧ, ଆମ ଜିଲା ଖବର, ସୁନ୍ଦରଗଡ଼ View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

