ମା’, ବାପାଙ୍କୁ ହାଣିଲା ପୁଅ

ନୂଆଗାଁ, ୨୬।୧୨ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଖୁଣ୍ଟଗାଁ ପଞ୍ଚାୟତ ଅନ୍ତର୍ଗତ ବିଶପୁର ଗ୍ରାମରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ସାନପୁଅର ବିବାହ ଲାଗି ଜମି ବିକ୍ରି କଥା କହିବାରୁ ବଡ଼ପୁଅ ପନିକିରେ ମା’ବାପାଙ୍କୁ ହାଣିଛି। ପନିକି ସହ ଶିଳପୁଆରେ ଆକ୍ରମଣ ଯୋଗୁ ବୃଦ୍ଧ ମା’, ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମୋନବଧ ସିଂ (୬୫) ଓ ତାଙ୍କ ସ୍ତ୍ରୀ ଲୀଲା ସିଂ (୬୦)। ପୋଲିସ ବଡ଼ପୁଅ ଜୟ ସିଂ(୪୦)ଙ୍କୁ ଗିରଫ କରିଛି।
ବିଶପୁର ଗ୍ରାମର ମୂଳବାସିନ୍ଦା ମୋନବଧ ସପରିବାର ରହନ୍ତି। ଜୟ ଓ ସାନପୁଅ ସୁନୀଲ ମଧ୍ୟ ମା’ବାପାଙ୍କ ସହ ରହନ୍ତି। ଜୟ ବିବାହିତ। ସୁନୀଲ ଥିଲେ ଅବିବାହିତ। ସୁନୀଲଙ୍କ ବିବାହ ପାଇଁ କୁଆଡେ ଝିଅ ଖୋଜା ଚାଲିଥିଲା। ସେପଟେ ଜୟ ଅଧିକାଂଶ ସମୟରେ ବାହାର ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ମଝିରେ ମଝିରେ ବିଶପୁରସ୍ଥିତ ନିଜ ଗାଁକୁ ଆସୁଥିଲେ। କିଛି ମାସ ପୂର୍ବରୁ ଜୟ ଗାଁକୁ ଫେରିଥିଲେ। ଏହି ସମୟରେ ସୁନୀଲଙ୍କ ବିବାହ କଥା ତାଙ୍କ ମା’ ଲୀଲା ଉଠାଇ ଥିଲେ। ସୁନୀଲଙ୍କ ବିବାହ ପାଇଁ ଜମି ବିକିବା ଲାଗି ଘରେ ଆଲୋଚନା ଚାଲିଥିଲା। ସେ ସମୟରେ ପରିବାର ମଧ୍ୟରେ କିଛି ଅସନ୍ତୋଷ ଦେଖା ଦେଇଥିଲା। ଶୁକ୍ରବାର ସକାଳେ ମଧ୍ୟ ଅନୁରୂପ ଭାବେ ଜମି
ମା’, ବାପାଙ୍କୁ …
ବିକ୍ରିକୁ ନେଇ ଲୀଳା ଘରେ ଆଲୋଚନା କରୁଥିବାବେଳେ ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ ପୁଅ ଜୟ ମା’ ଓ ବାପାଙ୍କୁ ପନିକି ଓ ଶିଳପୁଆରେ ଆକ୍ରମଣ କରିଥିଲେ। ଏଥିରେ ମା’ ଓ ବାପା ଉଭୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ଘଟଣାସ୍ଥଳରେ ହିଁ ପ୍ରଚୁର ରକ୍ତସ୍ରାବ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିଲା। ଜୟଙ୍କ ଉଗ୍ରରୂପ ଦେଖି ଘରେ ଥିବା ତାଙ୍କ ସ୍ତ୍ରୀ ଭୟଭୀତ ହୋଇ ପଡିଥିଲେ। ଘଟଣାସ୍ଥଳକୁ ଯାଇ ଜୟଙ୍କୁ ବାରଣ କରିଥିଲେ। ଜୟ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ତାଙ୍କ ହାତରେ ଗଭୀର କ୍ଷତ ହୋଇଥିବା କୁହାଯାଉଛି। ଘଟଣା ସମୟରେ ସୁନୀଲ ଘରେ ନ ଥିଲେ।
ଖବରପାଇ ବିଶ୍ରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାରେ ବ୍ୟବହୃତ ପନିକି, ଶିଳପୁଆ ଆଦିକୁ ଜବତ କରିଛି। ଏ ନେଇ ବିଶ୍ରା ଥାନାରେ ଏକ ହତ୍ୟା ମାମଲା (ନଂ. ୧୬୪/୨୦) ରୁଜୁ ହୋଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଦଳ ମଧ୍ୟ ପହଞ୍ଚତ୍ ତଦନ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

୫ ମାସ ହେଲା ଅନ୍ତେବାସୀଙ୍କୁ ମିଳିନି ପ୍ରି-ମାଟ୍ରିକ୍ ସ୍କଲାରସିପ୍, ହଷ୍ଟେଲ ଚଳାଇବା ପାଇଁ ପରିଚାଳକ ବାର ଦୁଆର ଶୁଣ୍ଢି ପିଣ୍ଡା

କୁଆଁରମୁଣ୍ଡା,୧୯।୮(ମହେନ୍ଦ୍ର କୁମାର ସାହୁ): ଗଣଶିକ୍ଷା ବିଭାଗ ଅଧୀନ ରେଗୁଲାର ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ର ଗତ ଜୁଲାଇ ମାସରେ ୪ ମାସର ପିଏମଏସ( Pre Matric Scholarship) ମିଳିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri