ସମ୍ବଲପୁର, ୨୬।୧୨: ସମ୍ବଲପୁର ଆର୍‌ସିସିଏଫ୍‌ ସର୍କଲ ଅଧୀନରେ ଥିବା ବନଖଣ୍ଡରେ ହାତୀବଂଶ ଏବେ ବିପଦରେ। ବିଗତ ଦିନର ତଥ୍ୟକୁ ଦେଖିଲେ ଏହା ସ୍ପଷ୍ଟ କୁହାଯାଇପାରିବ। ସରକାରୀ ସ୍ତରରୁ ମିଳିଥିବା ସୂଚନା ଅନୁସାରେ ଏହି ସର୍କଲ ଅଧୀନରେ ଥିବା ୬ ବନଖଣ୍ଡରେ ୧୫୪ ହାତୀଙ୍କ ମୃତ୍ୟୁ ଘଟିଛି। ବାସ୍ତବରେ ଏହି ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଛି। ଏଥିମଧ୍ୟରେ ବିଦ୍ୟୁତ୍‌ ଆଘାତଜନିତ ମୃତ୍ୟୁସଂଖ୍ୟା ଅଧିକ। ରିପୋର୍ଟ ଅନୁଯାୟୀ ସେନ୍‌ସସ୍‌ରେ ମଧ୍ୟ କ୍ରମାଗତ ଭାବେ ହାତୀସଂଖ୍ୟା ହ୍ରାସ ପାଉଥିବାରୁ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରୁଛନ୍ତି।
ହାତୀ ଦାନ୍ତର ବଜାର ଚାହିଦା ଥିବାରୁ ଶିକାରୀମାନେ ହାତୀମାନଙ୍କୁ ଶିକାର କରୁଛନ୍ତି। ଦାନ୍ତ ନେବା ପରେ ସେମାନେ ମୃତହାତୀକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ପୋତି ଦିଅନ୍ତି କିମ୍ବା ପେଟ୍ରୋଲ ଢ଼ାଳି ପୋଡି ଦେଇଥାନ୍ତି। ବନ ବିଭାଗ ପକ୍ଷରୁ ମଧ୍ୟ ମାମଲା ଚପାଇଦେବାକୁ ଉଦ୍ୟମ ହୋଇଥାଏ। ଏହାକୁ ନେଇ ପରିବେଶବିତ୍‌ ଚିନ୍ତା ପ୍ରକଟ କରିଛନ୍ତି। ପ୍ରତିବର୍ଷ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଥାଏ। ଏହାସହ ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥାଏ। ଏହା ସତ୍ତ୍ୱେ ଜିଲାରେ ହାତୀମାନେ ଅସୁରକ୍ଷିତ ରହୁଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ ସମ୍ବଲପୁର ବନଖଣ୍ଡରେ ୨୦୦୧ରୁ ଆଜି ପର୍ଯ୍ୟନ୍ତ ମୋଟ ୨୭ ହାତୀ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ଶିକାରୀମାନେ ବିଛାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୧୨ ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଟ୍ରେନ ଧକ୍କା, ୪ ଗୁଳି ମାଡ଼ରେ, ଅଂଶୁଘାତ ଓ ଅନ୍ୟାନ୍ୟ ରୋଗରେ ୯ ହାତୀ ମୃତ୍ୟୁବରଣ କରିଛନ୍ତି। ସେହିପରି ବାମରା ବନଖଣ୍ଡରେ ୨୦୦୧ରୁ ଏପର୍ଯ୍ୟନ୍ତ ୩୦ ହାତୀଙ୍କ ମୃତ୍ୟୁ ଘଟିଛି।
ବିପଦରେ ହାତୀବଂଶ
ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୬, ଗୁଳି ମାଡ଼ରେ ୩, ରୋଗ, ଦୁର୍ଘଟଣା, ଅଂଶୁଘାତ ଓ ବାର୍ଦ୍ଧକ୍ୟଜନିତ କାରଣରୁ ୨୧ ହାତୀଙ୍କ ମୃତ୍ୟୁ ଘଟିଛି। ସେହିପରି ବରଗଡ ବନଖଣ୍ଡରେ ୧୧ ହାତୀ ମଧ୍ୟରୁ ୬ଟି ବିଦ୍ୟୁତ୍‌ ସଂସ୍ପର୍ଶରେ, ୧ଟି ବିଜୁଳି, ୧ଟି ଗୁଳିମାଡ଼, ୩ଟି ଅନ୍ୟାନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି। ଝାରସୁଗୁଡା ବନଖଣ୍ଡରେ ୧୭ ହାତୀ ମଧ୍ୟରୁ ୬ଟି ବିଦ୍ୟୁତ୍‌ ସଂସ୍ପର୍ଶରେ, ୪ଟି ଟ୍ରେନ ଧକ୍କା, ଅନ୍ୟାନ୍ୟ ରୋଗରେ ୭ଟିର ମୃତ୍ୟୁ ଘଟିଛି। ରେଢ଼ାଖୋଲ ବନଖଣ୍ଡରେ ୨୦ ହାତୀ ମଧ୍ୟରୁ ୩ଟି ବିଦ୍ୟୁତ୍‌ ସଂସ୍ପର୍ଶରେ, ୨ଟି ଗୁଳିମାଡ଼, ୪ ହାତୀମୃତ୍ୟୁର କାରଣ ଜଣାପଡି ନ ଥିବାବେଳେ ୧୧ଟି ଅନ୍ୟାନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି। ସେହିପରି ହୀରାକୁଦ ୱାଇଲ୍ଡଲାଇଫ୍‌୍‌ ଡିଭିଜନରେ କେବଳ ଗୋଟିଏ ହାତୀର ମୃତ୍ୟୁ ଘଟିିଛି। ସେନ୍‌ସସ୍‌ ରିପୋର୍ଟରେ ମଧ୍ୟ ହାତୀସଂଖ୍ୟା ନିରାଶଜନକ ରହିଛି। ୨୦୧୦ରେ ୬ ବନଖଣ୍ଡରେ ୨୪୯ ହାତୀ ଦେଖିବାକୁ ମିଳିଥିଲା। ୨୦୧୨ ସେନ୍‌ସସ୍‌ରେ ଏହି ସଂଖ୍ୟା ୨୨୯କୁ ହ୍ରାସ ପାଇଥିଲା। ସେହିପରି ୨୦୧୫ରେ ୧୩୭, ୨୦୧୭ରେ ୧୮୨ ହାତୀ ଚଳପ୍ରଚଳ କରୁଥିବା ରିପୋର୍ଟ ରହିଥିଲା। ୨୦୧୫-୧୭ ସେନ୍‌ସସ୍‌ରେ ୪୫ ହାତୀ ଅଧିକ ଗଣନା କରାଯାଇଥିଲା। କୋଭିଡ୍‌ କଟକଣା ଯୋଗୁ ୨୦୨୧ରେ ସେନ୍‌ସସ୍‌ କରାଯାଇପାରି ନାହିଁ। ହେଲେ ହାତୀ ସଂଖ୍ୟା ବୃଦ୍ଧି ପାଇଥିବା ଆର୍‌ସିସିଏଫ୍‌ କାର୍ଯ୍ୟାଳୟ ପକ୍ଷରୁ ଦାବି କରାଯାଇଛି।

-ଶୁଭାଶିଷ ପାଢ଼ୀ


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷ ଶେଷସୁଦ୍ଧା ୩୦୦ ଚେକ୍‌ଡ୍ୟାମ୍‌ ସାର

ଭୁବନେଶ୍ୱର,୯ା୮(ବ୍ୟୁରୋ):ରାଜ୍ୟରେ ଗତ ୨ ମାସ ମଧ୍ୟରେ ୪୫ଟି ପୋଲତଳ ଚେକ୍‌ଡ୍ୟାମ୍‌ ନିର୍ମାଣ ସରିଛି। ସେଥିମଧ୍ୟରୁ ୩୧ଟି ପୂର୍ତ୍ତ ଏବଂ ୧୪ଟି ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ...

ସ୍ବାସ୍ଥ୍ୟକେନ୍ଦ୍ରରେ ରହିଲାନି ସାମାଜିକ ଦୂରତ୍ୱ

ରତ୍ନଗିରି,୮।୪(ଡି.ଏନ.ଏ): ସାମାଜିକ ଦୂରତ୍ୱ ରକ୍ଷା କରବା ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି। ଏହାକୁ ପାଳନ କରା ନ ଗଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ...

ପରପାରିରେ ପୂର୍ବତନ ବିଧାୟକ ଅଜିତ ଦାସ

ଭବାନୀପାଟଣା,୪।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାର ପୂର୍ବତନ ବିଧାୟକ ଅଜିତ ଦାସଙ୍କର ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଛି। ଭବାନୀପାଟଣାସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ...

କରୋନା ଯୋଦ୍ଧାଙ୍କ ସୁରକ୍ଷା ଚିନ୍ତା: ସଂକ୍ରମଣ ନିରୋଧୀ ୩ ଶହ ପିପିଇ ପ୍ରଦାନ

ବଲାଙ୍ଗୀର ଅଫିସ,୨୮ା୪- ବଲାଙ୍ଗୀର ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କାର୍ଯ୍ୟ କରିବାକୁ ଥିବା ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‌ଙ୍କ ସକାଶେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ୩...

ସ୍ୟାଟ୍‌କୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଜଣିକିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି

କଟକ ଅଫିସ, ୬।୧୨ :ସ୍ୟାଟ୍‌(ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ) ଉଚ୍ଛେଦ ଉପରେ କେନ୍ଦ୍ର ମୋହର ଲଗାଇବା ପରେ ଏହା ଏକପ୍ରକାର ଅଚଳ ହୋଇପଡ଼ିଛି। ସ୍ୟାଟ୍‌ରେ ଅଚଳାବସ୍ଥା ଯୋଗୁ ଏଠାରେ...

ମୃତ୍ୟୁ ପୂର୍ବରୁ ନିଶାରେ ଥିଲେ ଚିନ୍ମୟୀ: ଭିସେରା ରିପୋର୍ଟ

ସମ୍ବଲପୁର, ୨୫ା୩(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିସୁଟ୍‌ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ପାଣିରେ ବୁଡି ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଓ ଡାଏଟନ୍‌ ରିପୋର୍ଟରେ...

ମାଲକାନଗିରିରେ ହଁ, କୋରାପୁଟରେ ନା

କଳ୍ପତରୁ ମହାନ୍ତି ବୈପାରିଗୁଡ଼ା, ୧୩ା୫: ଦୀର୍ଘବର୍ଷର ଦାବି ସତ୍ତ୍ୱେ କୋରାପୁଟ ଜିଲାରେ ବସବାସ କରୁଥିବା ‘ଦୁରୁଆ’ଙ୍କୁ ମିଳୁନାହିଁ ଆଦିବାସୀ ମାନ୍ୟତା। ପଡ଼ୋଶୀ ମାଲକାନଗିରି ଜିଲାରେ ସମାନ...

‘ସରକାରୀ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନରେ କରୋନା ପ୍ରତିଷେଧକ କଡ଼ାକଡ଼ି କରାଯାଉ’

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ସରକାରୀ କାର୍ଯ୍ୟାଳୟ ଓ ଶିଳ୍ପ କ୍ଷେତ୍ରରେ କରୋନା ପ୍ରତିଷେଧକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ। କାର୍ଯ୍ୟରତ ସମସ୍ତ ଶ୍ରମିକ, କର୍ମଚାରୀଙ୍କ ନିର୍ଦ୍ଧାରିତ ସମୟରେ ରକ୍ତ ନମୁନା...

Advertisement
Archives

Model This Week