ବିପଦରେ ହାତୀବଂଶ

ସମ୍ବଲପୁର, ୨୬।୧୨: ସମ୍ବଲପୁର ଆର୍‌ସିସିଏଫ୍‌ ସର୍କଲ ଅଧୀନରେ ଥିବା ବନଖଣ୍ଡରେ ହାତୀବଂଶ ଏବେ ବିପଦରେ। ବିଗତ ଦିନର ତଥ୍ୟକୁ ଦେଖିଲେ ଏହା ସ୍ପଷ୍ଟ କୁହାଯାଇପାରିବ। ସରକାରୀ ସ୍ତରରୁ ମିଳିଥିବା ସୂଚନା ଅନୁସାରେ ଏହି ସର୍କଲ ଅଧୀନରେ ଥିବା ୬ ବନଖଣ୍ଡରେ ୧୫୪ ହାତୀଙ୍କ ମୃତ୍ୟୁ ଘଟିଛି। ବାସ୍ତବରେ ଏହି ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଛି। ଏଥିମଧ୍ୟରେ ବିଦ୍ୟୁତ୍‌ ଆଘାତଜନିତ ମୃତ୍ୟୁସଂଖ୍ୟା ଅଧିକ। ରିପୋର୍ଟ ଅନୁଯାୟୀ ସେନ୍‌ସସ୍‌ରେ ମଧ୍ୟ କ୍ରମାଗତ ଭାବେ ହାତୀସଂଖ୍ୟା ହ୍ରାସ ପାଉଥିବାରୁ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରୁଛନ୍ତି।
ହାତୀ ଦାନ୍ତର ବଜାର ଚାହିଦା ଥିବାରୁ ଶିକାରୀମାନେ ହାତୀମାନଙ୍କୁ ଶିକାର କରୁଛନ୍ତି। ଦାନ୍ତ ନେବା ପରେ ସେମାନେ ମୃତହାତୀକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ପୋତି ଦିଅନ୍ତି କିମ୍ବା ପେଟ୍ରୋଲ ଢ଼ାଳି ପୋଡି ଦେଇଥାନ୍ତି। ବନ ବିଭାଗ ପକ୍ଷରୁ ମଧ୍ୟ ମାମଲା ଚପାଇଦେବାକୁ ଉଦ୍ୟମ ହୋଇଥାଏ। ଏହାକୁ ନେଇ ପରିବେଶବିତ୍‌ ଚିନ୍ତା ପ୍ରକଟ କରିଛନ୍ତି। ପ୍ରତିବର୍ଷ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଥାଏ। ଏହାସହ ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥାଏ। ଏହା ସତ୍ତ୍ୱେ ଜିଲାରେ ହାତୀମାନେ ଅସୁରକ୍ଷିତ ରହୁଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ ସମ୍ବଲପୁର ବନଖଣ୍ଡରେ ୨୦୦୧ରୁ ଆଜି ପର୍ଯ୍ୟନ୍ତ ମୋଟ ୨୭ ହାତୀ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ଶିକାରୀମାନେ ବିଛାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୧୨ ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଟ୍ରେନ ଧକ୍କା, ୪ ଗୁଳି ମାଡ଼ରେ, ଅଂଶୁଘାତ ଓ ଅନ୍ୟାନ୍ୟ ରୋଗରେ ୯ ହାତୀ ମୃତ୍ୟୁବରଣ କରିଛନ୍ତି। ସେହିପରି ବାମରା ବନଖଣ୍ଡରେ ୨୦୦୧ରୁ ଏପର୍ଯ୍ୟନ୍ତ ୩୦ ହାତୀଙ୍କ ମୃତ୍ୟୁ ଘଟିଛି।
ବିପଦରେ ହାତୀବଂଶ
ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୬, ଗୁଳି ମାଡ଼ରେ ୩, ରୋଗ, ଦୁର୍ଘଟଣା, ଅଂଶୁଘାତ ଓ ବାର୍ଦ୍ଧକ୍ୟଜନିତ କାରଣରୁ ୨୧ ହାତୀଙ୍କ ମୃତ୍ୟୁ ଘଟିଛି। ସେହିପରି ବରଗଡ ବନଖଣ୍ଡରେ ୧୧ ହାତୀ ମଧ୍ୟରୁ ୬ଟି ବିଦ୍ୟୁତ୍‌ ସଂସ୍ପର୍ଶରେ, ୧ଟି ବିଜୁଳି, ୧ଟି ଗୁଳିମାଡ଼, ୩ଟି ଅନ୍ୟାନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି। ଝାରସୁଗୁଡା ବନଖଣ୍ଡରେ ୧୭ ହାତୀ ମଧ୍ୟରୁ ୬ଟି ବିଦ୍ୟୁତ୍‌ ସଂସ୍ପର୍ଶରେ, ୪ଟି ଟ୍ରେନ ଧକ୍କା, ଅନ୍ୟାନ୍ୟ ରୋଗରେ ୭ଟିର ମୃତ୍ୟୁ ଘଟିଛି। ରେଢ଼ାଖୋଲ ବନଖଣ୍ଡରେ ୨୦ ହାତୀ ମଧ୍ୟରୁ ୩ଟି ବିଦ୍ୟୁତ୍‌ ସଂସ୍ପର୍ଶରେ, ୨ଟି ଗୁଳିମାଡ଼, ୪ ହାତୀମୃତ୍ୟୁର କାରଣ ଜଣାପଡି ନ ଥିବାବେଳେ ୧୧ଟି ଅନ୍ୟାନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି। ସେହିପରି ହୀରାକୁଦ ୱାଇଲ୍ଡଲାଇଫ୍‌୍‌ ଡିଭିଜନରେ କେବଳ ଗୋଟିଏ ହାତୀର ମୃତ୍ୟୁ ଘଟିିଛି। ସେନ୍‌ସସ୍‌ ରିପୋର୍ଟରେ ମଧ୍ୟ ହାତୀସଂଖ୍ୟା ନିରାଶଜନକ ରହିଛି। ୨୦୧୦ରେ ୬ ବନଖଣ୍ଡରେ ୨୪୯ ହାତୀ ଦେଖିବାକୁ ମିଳିଥିଲା। ୨୦୧୨ ସେନ୍‌ସସ୍‌ରେ ଏହି ସଂଖ୍ୟା ୨୨୯କୁ ହ୍ରାସ ପାଇଥିଲା। ସେହିପରି ୨୦୧୫ରେ ୧୩୭, ୨୦୧୭ରେ ୧୮୨ ହାତୀ ଚଳପ୍ରଚଳ କରୁଥିବା ରିପୋର୍ଟ ରହିଥିଲା। ୨୦୧୫-୧୭ ସେନ୍‌ସସ୍‌ରେ ୪୫ ହାତୀ ଅଧିକ ଗଣନା କରାଯାଇଥିଲା। କୋଭିଡ୍‌ କଟକଣା ଯୋଗୁ ୨୦୨୧ରେ ସେନ୍‌ସସ୍‌ କରାଯାଇପାରି ନାହିଁ। ହେଲେ ହାତୀ ସଂଖ୍ୟା ବୃଦ୍ଧି ପାଇଥିବା ଆର୍‌ସିସିଏଫ୍‌ କାର୍ଯ୍ୟାଳୟ ପକ୍ଷରୁ ଦାବି କରାଯାଇଛି।

-ଶୁଭାଶିଷ ପାଢ଼ୀ


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri