‘ଆଉ କୋଭିଡ୍‌ ପରିସ୍ଥିତି ନ ଆସୁ’

ପୁରୀ ଅଫିସ,୨୬ା୧୨: ‘ନୂତନ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ଖୁସିର ବର୍ଷ ହେଉ। ଆଉ କୋଭିଡ୍‌ ପରିସ୍ଥିତି ନ ଆସୁ। ସାମଗ୍ରିକ ଭାବେ ସମସ୍ତଙ୍କର ଉନ୍ନତି ହେଉ। କରୋନା ଯୋଗୁ ରାଜ୍ୟ ଅର୍ଥନୀତି କିଛି ମାତ୍ରାରେ ପ୍ରଭାବିତ ହୋଇଛି। ମାତ୍ର ରାଜ୍ୟ ସରକାରଙ୍କ ଉଚିତ ପଦକ୍ଷେପ ଏ ଦିଗରେ ଏକ ସକାରାତ୍ମକ ପ୍ରଭାବ ପକାଇବାରେ ସଫଳ ହୋଇଛି। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଭଳି ଅନେକ ଉନ୍ନୟନମୂଳକ ପ୍ରକଳ୍ପ ହାତକୁ ନିଆଯାଇଛି। ଏସବୁ କିଭଳି ଭାବେ ସଫଳ ରୂପାୟନ ହେବ ସେନେଇ ବିଶେଷ ଧ୍ୟାନ ଦିଆଯିବ ବୋଲି ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ବର୍ତ୍ତମାନର ଉନ୍ନୟନ କମିଶନର ସୁରେଶ ମହାପାତ୍ର କହିଛନ୍ତି।
ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ମହାପାତ୍ର ଶୁକ୍ରବାର ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସସ୍ତ୍ରୀକ ସେ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଓ ସେବାୟତମାନେ ତାଙ୍କୁ ଖଣ୍ଡୁଆ ବସ୍ତ୍ର ଦେଇ ସ୍ବାଗତ ଜଣାଇଥିଲେ। ପରେ ସେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇ ଦାରୁଦିଅଁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିଛନ୍ତି। ଏହି ସମୟରେ ତାଙ୍କ ସହିତ ଜିଲାପାଳ ବଲୱନ୍ତ ସିଂ, ଉପଜିଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଶ୍ରୀମନ୍ଦିରରୁ ଫେରିବା ପରେ ସେ ଭକ୍ତଙ୍କ ଲାଗି ହୋଇଥିବା ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ନିଜେ କିଓସ୍କୋ ପାଖରେ ପହଞ୍ଚି ହାତ ସାନିଟାଇଜ କରି ଫଟୋ ଉଠାଇଥିଲେ। ଜିଲାପାଳଙ୍କ ସହ ଆଲୋଚନା କରି ପ୍ରସ୍ତୁତି ନେଇ ସନ୍ତୁଷ୍ଟ ଥିବା କହିଥିଲେ। ଜଗନ୍ନାଥ ଦର୍ଶନ ପାଇଁ ହୋଇଥିବା ବ୍ୟବସ୍ଥା ସୁବ୍ୟବସ୍ଥିତ। ପର୍ଯ୍ୟାୟ କ୍ରମେ ଦର୍ଶନ ଅନୁମତି ଦେଇ ଜିଲା ପ୍ରଶାସନ ଠିକ ନିଷ୍ପତ୍ତି ନେଇଛି ବୋଲି ସେ ପ୍ରକାଶ କରିଥିଲେ। ସେ ଆହୁରି କହିଛନ୍ତି ଯେ, ନୂତନ ପଦବୀ ମୋ’ ପାଇଁ ନୂଆ ଆହ୍ବାନ ନେଇ ଆସିଛି। ମହାପ୍ରଭୁଙ୍କ କୃପାରୁ ଓଡ଼ିଶାବାସୀଙ୍କ ସେବା କରିବାର ଗୁରୁ ଦାୟିତ୍ୱ ମିଳିଛି। ଏହାକୁ ସୁଚାରୁ ରୂପେ ସମ୍ପାଦନ କରି ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟା କରିବି। ସେହିପରି କରୋନା ଷ୍ଟ୍ରେନ୍‌ର ଆଶଙ୍କାକୁ ନେଇ ସେ କହିଛନ୍ତି ଯେ, କୋଭିଡ୍‌ ସମୟରେ ଓଡ଼ିଶା ଯେଉଁଭଳି ଭାବେ ମୁକାବିଲା କରିଛି ତାହା ଖୁବ୍‌ କମ୍‌ ରାଜ୍ୟ କ୍ଷେତ୍ରରେ ଦେଖିବାକୁ ମିଳିଛି। ଓଡ଼ିଶାରେ ମୃତ୍ୟୁ ହାର ମଧ୍ୟ କମ୍‌ ରହିଛି। ଆଗାମୀ ଦିନରେ କରୋନା ବିରୋଧରେ ଲଢ଼େଇ ଜାରି ରହିବ। ସାଧାରଣ ଲୋକେ ସଚେତନ ହେବା ସହ କୋଭିଡ୍‌ ନିୟମ ମାନିବାକୁ ସେ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସୁରେଶ ମହାପାତ୍ର ଶ୍ରୀମନ୍ଦିରର ପ୍ରଥମ ପ୍ରଶାସକ ଥିଲେ। ଏବେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି: ଯୁକ୍ତ୩ ପରୀକ୍ଷାରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାକୁ ପରାମର୍ଶ

ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜର ଯୁକ୍ତ୩ ଶେଷ ତଥା ୬ଷ୍ଠ ସେମିଷ୍ଟର ପରୀକ୍ଷା ଜୁଲାଇ ୨୪...

କୋରାପୁଟ ଏମ୍‌ପି ଛତିଶଗଡ଼ ଇନ୍‌ଚାର୍ଜ

ଭୁବନେଶ୍ୱର,୩।୬: କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କୁ ଛତିଶଗଡ଼  ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏପରିକି ତାଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି।...

ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା: ଦିନକରେ ୧୫ ପଜିଟିଭ୍‌ ଚିହ୍ନଟ, ଗୁଣବନ୍ଧ ଗାଁରୁ ଚାଲିଛି ସ୍ବାବ୍‌ ସଂଗ୍ରହ

ବ୍ରହ୍ମପୁର ଅଫିସ,୧୮ା୫: ଗଞ୍ଜାମ ଜିଲାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଯୋଗୁ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ...

ଅଭିଯୁକ୍ତଙ୍କୁ ପୋଲିସର ଏନ୍‌କାଉଣ୍ଟର

ରାଉରକେଲା ଅଫିସ,୧୫।୧୧:ଜମିବାଡ଼ି ବିବାଦରୁ ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ଝରିଆକୋଚା ବସ୍ତିର ବାଞ୍ଛାନିଧି ତନ୍ତୀ(୪୨)ଙ୍କୁ ଗୁଳି ମାରି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଜିତ ଓରାମ...

୩ ନଂ. ଜୋନ୍‌ରେ ଚର୍ତୁମୁଖୀ ଲଢ଼େଇ

ଏରସମା,୧୪ା୨(ସ୍ବ.ପ୍ର.): ଏରସମା ବ୍ଲକର ୪ଟି ଜିଲା ପରିଷଦ ଜୋନ ମଧ୍ୟରୁ ୩ ନଂ. ଜୋନରେ ପ୍ରଚାର ଜୋର ଧରିଛି। ଏରସମା, ଜିରାଇଲୋ, ଜପା, ନୂଆଡିହି, ଭିତର...

ହୀରାକୁଦ ଡ୍ୟାମ୍‌ର ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୧୩।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଶନିବାର ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୪ଟି ଗେଟ୍‌...

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଜାମିନ ପାଇଁ ଘୋଷଣା ହୋଇଥିଲା ୪ ଲକ୍ଷ ଟଙ୍କା

କୋରାପୁଟ,୨ା୧୨(ସ୍ବ.ପ୍ର.): ବୁଧବାରଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଥିବାବେଳେ ମାଓବାଦୀଙ୍କ ଟପ୍‌ ନେତା ତଥା ଏଓବିଏସଜେଡସିର କେନ୍ଦ୍ରୀୟ କମିଟିର ବରିଷ୍ଠ ନେତା ରାମକ୍ରୀଷ୍ଣାଙ୍କ ଅଙ୍ଗରକ୍ଷୀ ତଥା...

ନଦୀ କଇଁଛଙ୍କ ସୁରକ୍ଷା ଚିନ୍ତା

ଢେଙ୍କାନାଳ ଅଫିସ, ୧୬।୧୨ – ଢେଙ୍କାନାଳ ଜିଲାର ବିସ୍ତୀର୍ଣ୍ଣ ନଦୀ ଅବବାହିକା ବିରଳ ପ୍ରଜାତିର କଇଁଛଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଛି। ଏମାନଙ୍କୁ ସୁରକ୍ଷା ଦେବାକୁ ସ୍ବେଚ୍ଛାସେବୀ...

Advertisement
Archives

Model This Week