ଆମ ଜିଲା ଖବର

୧୪୪୦ ସ୍ବାବ୍‌ ନମୁନାରୁ ୧୦୨୮ ରିପୋର୍ଟ ଆସିଛି

ଝାରସୁଗୁଡ଼ା ଅଫିସ,୧୨ା୫: ଝାରସୁଗୁଡ଼ା ଜିଲାର ଜଣେ ଯୁବତୀ ଓ ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇଥିଲେ। ସୋମବାର ଉଭୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କୁ ୧୪ଦିନ କ୍ୱାରାଣ୍ଟାଇନରେ ରଖିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ…

ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁ

ରାଉରକେଲା ଅଫିସ,୧୨ା୫-ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ନିମନ୍ତେ ରେଳ ମନ୍ତ୍ରଣାଳୟ ପଦକ୍ଷେପକୁ ସ୍ବାଗତ କରିଛନ୍ତି ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ। ସେ ଏକ ପତ୍ର ଲେଖି ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ପଶ୍ଚିମ ଓଡିଶାବାସୀଙ୍କ ସମସ୍ୟା ଜଣାଇଛନ୍ତି। ଏଥିରେ ଓରାମ ଦର୍ଶାଇଛନ୍ତି,…

ସହରକୁ ପଶି ଆସିଲା କୁଟୁରା

ଦେବଗଡ଼,୧୨ା୫(ଡି.ଏନ.ଏ.): ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମହୁଲଢିପା ସାହିକୁ ମଙ୍ଗଳବାର ପଶି ଆସିଥିବା ଏକ କୁଟୁରାକୁ ବନ ବିଭାଗ ଉଦ୍ଧାର କରିଛି। ଉଦ୍ଧାର ପରେ ଆହତ କୁଟୁରାର ଚିକିତ୍ସା କରି ବନ ବିଭାଗ ପର୍ଯ୍ୟବେକ୍ଷଣରେ ରଖିଛି। ସୁସ୍ଥ ହେଲା ପରେ ଜଙ୍ଗଲରେ ଛାଡି…

ରାସ୍ତାରେ ଯାଉଥିବା ୧୦ ଜଣଙ୍କୁ ଧରିନେଇ ସଙ୍ଗରୋଧ କେନ୍ଦ୍ରକୁ ପଠାଇଦେଲା ପୋଲିସ

ସମ୍ବଲପୁର,୧୨ା୫(ବ୍ୟୁରୋ): ସମ୍ବଲପୁର ଜିଲା ଦେଇ ରାଜ୍ୟ ବାହାରର ଲୋକେ ପ୍ରତିଦିନ ଚାଲି ଚାଲି ନିଜ ରାଜ୍ୟ ତଥା ଘରକୁ ଯାଉଛନ୍ତି। ମଙ୍ଗଳବାର ପଶ୍ଚିମବଙ୍ଗ ଯାଉଥିବା ୧୨ ଜଣ ଶ୍ରମିକଙ୍କୁ ଗେଙ୍ଗୁଟିପାଲିରେ ସ୍ଥାନୀୟ କେତେକ ଲୋକେ ଦେଖି ଧନୁପାଲି ପୋଲିସକୁ ଖବର ଦେଇଥିଲେ।…

ନୂଆପଡ଼ାରେ ୧୫ରୁ ଧାନ କିଣା ହେବ

ନୂଆପଡା ଅଫିସ,୧୨ା୫- ନୂଆପଡ଼ା ଜିଲାରେ ଆସନ୍ତା ୧୫ ତାରିଖଠାରୁ ଧାନକିଣା ଆରମ୍ଭ ହେବ ବୋଲି ଚୂଡାନ୍ତ ହୋଇଛି। ଜିଲାପାଳ ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଏ ନେଇ  ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଜିଲାରେ ଏଥର  ୮ହଜାର ୫୫୦ ହେକ୍ଟର ଜମିରେ…

ଟ୍ରାକ୍ଟରରୁ ପଡ଼ିଗଲେ ଶ୍ରମିକ, ଟ୍ରଲି ଚକ ଚଢିଗଲା

ସମ୍ବଲପୁର,୧୨।୫(ବ୍ୟୁରୋ): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନ ବୁଢ଼ାରଜା ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଟ୍ରଲିର ଚକ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଶାସନ ଥାନା…

ନାବାଳିକା ବଳାତ୍କାର ଅଭିଯୋଗରେ ଜେଲ୍‌ଗଲେ ଯୁବକ

କୁଚିଣ୍ଡା,୧୨।୫(ଡି.ଏନ.ଏ.): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳର ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ସମୀର କାଲୋ (୨୦)। ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ହେଲେ ଜାମିନ ମଞ୍ଜୁର ନ…

ଚାଲି ଚାଲି ବିଶାଖାପାଟଣାରୁ ଉତ୍ତରପ୍ରଦେଶ

ନୂଆପଡା ଅଫିସ,୧୨ା୫: କରୋନା ପାଇଁ ସାରା ଦେଶ ଲକ୍‌ ଡାଉନ୍‌ ରହିଛି। କାମ ଧନ୍ଦା ବନ୍ଦ ହୋଇଯିବାରୁ ଶ୍ରମିକମାନେ ଚିନ୍ତାରେ ପଡ଼ିଛନ୍ତି। ଗାଡ଼ିମୋଟର ବନ୍ଦ ଥିବାରୁ ଲୋକେ ଯିଏ ଯେଉଁଠି ଅଟକି ରହିଛନ୍ତି। ଆଉ କେତେକ ସାଇକେଲ ଅଥବା ଚାଲି ଚାଲି…

୯୬ ବସ୍ତା ପିଡିଏସ୍‌ ଚାଉଳ ଜବତ, ତଦନ୍ତ ଜାରି

ଲହୁଣୀପଡା, ୧୨।୫ (ଡି.ଏନ.ଏ): ଲହୁଣୀପଡା ବ୍ଲକ ଭୁତୁଡା ପଞ୍ଚାୟତ ଅଞ୍ଚଳରେ ଏକ ଗୋଦାମ ଘରୁ ୯୬ ବସ୍ତା ଚାଉଳ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ଅଛନ୍ତି । ପୋଲିସ ଏ ନେଇ ଏକ ମାମଲା ରୁଜୁ…

ମାଛ ମାରୁଥିବାବେଳେ ପୋଖରୀରେ ବୁଡି ଯୁବକ ମୃତ

ଅମରପାଲି, ୧୨।୫ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ବିଶାଲପାଲି ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ବିଶାଳପାଲି ଗ୍ରାମର ସୁରେଶ ବୁଡା (୪୦) । ସୂଚନା ଅନୁସାରେ,…

ମହୁଲ ବୋଝେଇ ମିନିଟ୍ରକ୍‌ ଧରାପଡ଼ିଲା

ପଦ୍ମପୁର,୧୨।୫(ଡି.ଏନ.ଏ): ବରଗଡ଼ ଜିଲା ବୁଡ଼େନ ଥାନା ପୋଲିସ ହାତରେ ମଙ୍ଗଳବାର ମହୁଲ ଚୋରାଚାଲାଣ ଧରାପଡ଼ିଛି। ପୋଲିସ ଏକ ମହୁଲ ବୋଝେଇ ମିନିଟ୍ରକ୍‌ (ନଂ.ଓଡ଼ି୧୭ଏସ୍‌/୩୬୭୧)କୁ ଜବତ କରିଛି । ଜବତ ମହୁଲର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଆକଳନ…

ରାସ୍ତାକାମ ନ କରି ଉଠାଇ ନେଲେ ଟଙ୍କା

ବରଗଡ଼ ଅଫିସ୍‌,୧୨।୫: ବରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ବିଭାଗ ଅଧୀନରେ ଚାଲିଥିବା ପ୍ରକଳ୍ପ କାମରେ କିଭିଳି ସ୍ବଚ୍ଛତା ରହିଛି, ତାର ଏକ ଦୃଷ୍ଟାନ୍ତ ପଦାକୁ ଆସିଛି । ଏହି ବିଭାଗ ଅଧୀନରେ ରହିଥିବା ଭେଡ଼େନ ବ୍ଲକ ଅନ୍ତର୍ଗତ ଦବକା ଏବଂ ବଇପୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri