ଖର୍ଚ୍ଚ ଉଠାଇ ପାରୁନାହାନ୍ତି କୋବିଚାଷୀ

ରସୁଲପୁର,୨।୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ କୋବିର ଅଭାବୀ ବିକ୍ରି ଦେଖାଦେଇଛି। ଗୋଟିଏ କୋବି ଉତ୍ପାଦନରେ ପାଖାପାଖି ୭ଟଙ୍କା ଖର୍ଚ୍ଚ ହେଉଥିବାବେଳେ ତାହା ବର୍ତ୍ତମାନ ୬ ଟଙ୍କାରେ ବିକ୍ରି ହେଉଛି। କୋଲକାତା, ବେଙ୍ଗାଲୁରୁରୁ ଆସୁଥିବା କୋବି କମ୍‌ ଦରରେ ବିକ୍ରି ହେଉଥିବାରୁ ସ୍ଥାନୀୟ ଚାଷୀ ଏଭଳି କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏପରି କି ସେମାନେ ଖର୍ଚ୍ଚ କରିଥିବା ଅର୍ଥ ଉଠାଇ ପାରୁ ନ ଥିବା କହିଛନ୍ତି।
ଚାଷୀଙ୍କ କହିବା ଅନୁସାରେ, ହାଟ ବାଜର ନିକଟରେ ସରକାରୀ ଶୀତଳ ଭଣ୍ଡାର ନାହିଁ। ଏଥିଯୋଗୁ ପରିବା ଦରଦାମ ଉପରେ ନିୟନ୍ତ୍ରଣ ରହୁନି। ବାରବାଟୀ ପରିବାହାଟରେ କୋଲକାତା, ବେଙ୍ଗାଲୁରୁ ଆଦିସ୍ଥାନରୁ ବେପାରୀମାନେ ଟ୍ରକ୍‌ଟ୍ରକ୍‌ କୋବି ଆଣି ବିକ୍ରି କରୁଛନ୍ତି। ପ୍ରତ୍ୟେକ ପ୍ୟାକେଟରେ ୨୦ଟି ଲେଖାଏ କୋବି ରହୁଛି। ଯାହାର ମୂଲ୍ୟ ୧୫୦ରୁ ୨୦୦ଟଙ୍କାରେ ବିକ୍ରି ହେଉଛି। ସେହି ହିସାବରେ ସ୍ଥାନୀୟ ଅଞ୍ଚଳ ଚାଷୀଙ୍କ କୋବି ଗୋଟାକୁ ବ୍ୟବସାୟୀ ୬/୭ ଟଙ୍କାରେ କ୍ରୟ କରୁଛନ୍ତି। ୧୦୦୦ କୋବି ଚାରାରୋପଣ କଲେ ସେଥିରୁ ୧୦୦ରୁ୨୦୦ କୋବି ଗଛ ନଷ୍ଟ ହୋଇଯାଉଛି। ଏହିଭଳି ହିସାବ କଲେ ୧୦୦୦ ଗଛରେ ୮ରୁ ୧୦ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏହାବାଦ୍‌ କୋବି ଚାଷୀର ନିଜସ୍ବ ମଜୁରି ରହୁଛି। ତେବେ ଗୋଟିଏ କୋବି ଅତିକମ୍‌ରେ ୧୫ଟଙ୍କାରେ ବିକ୍ରି ହେଲେ ଚାଷୀ ଲାଭବାନ ହୋଇପାରନ୍ତେ। ଏଠାରେ ବଜାର ସ୍ଥିତି ଯାହା ଅଛି କୋବି ଗୋଟିକୁ ୧୫ଟଙ୍କାରେ ବିକ୍ରି ହେବାରେ ଅସୁବିଧା ନାହିଁ। ହେଲେ ବାହାର କୋବି ଆମଦାନୀ ଉପରେ ନିୟନ୍ତ୍ରଣ ରହୁନାହିଁ। ଚାଷୀହାଟ ବ୍ୟବସାୟୀଙ୍କ କବ୍‌ଜାରେ ରହୁଛି। ତେଣୁ ଚାଷୀ ଶାଗମୁଗ ଦରରେ ପରିବା ବିକ୍ରି କରିବାକୁ ବାଧ୍ୟ ହେଉଛି। ସେହିପରି ଟମାଟୋର ବଜାର ଦର ଅଚାନକ କମିଯିବାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଲେଣି।
ଗ୍ରାମାଞ୍ଜଳରେ କୃଷି ଶ୍ରମିକର ଅଭାବ ଯୋଗୁ ମଜୁରି ବୃଦ୍ଧି ଚାଷୀର ଉତ୍ପାଦନ ଖର୍ଚ୍ଚ ବଢ଼ାଇ ଦେଉଛି। ସାର ଓ କୀଟନାଶକ ସରକାରୀ ଭାବରେ ପ୍ରଦାନ କରା ନ ଯିବା, ଗୋଟିଏ ଫସଲକୁ ଏକାଧିକ ଚାଷୀଙ୍କ ଦ୍ୱାରା ଚାଷ କରାଯିବା ଫଳରେ ଏଭଳି ଘଟୁଛି ବୋଲି କୋବି ଚାଷୀ ବାଇଧର ନାୟକ, ଜ୍ୟୋତିପ୍ରକାଶ ନାୟକ, ପୂର୍ଣ୍ଣ ସ୍ବାଇଁ, ବିଜୟ ପ୍ରଧାନ, ପ୍ରମୋଦ ପରିଡା, ପ୍ରଭଞ୍ଜନ ବାରିକ, ଅଭୟ ନାୟକ ମଣି ରାଉତ ପ୍ରମୁଖ ମତ ରଖିଛନ୍ତି। ଏହାଛଡା ଅର୍ତ୍ତିଆ ଗ୍ରାମର ଇଞ୍ଜିନିଅର ଧର୍ମେନ୍ଦ୍ର ସ୍ବାଇଁ କରୋନା ଯୋଗୁ କାମ ହରାଇ ଚାଷକୁ ଭରସା କରିଥିଲେ। ଚଳିତ ଋତୁରେ କୋବି ଚାଷକରି ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖିଥିଲେ। ସେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ସହ ରାଜ୍ୟ ବାହାର ବ୍ୟବସାୟୀଙ୍କ କାରବାର ଉପରେ ନିୟନ୍ତ୍ରଣ ଲଗାଇବାକୁ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri