ଖର୍ଚ୍ଚ ଉଠାଇ ପାରୁନାହାନ୍ତି କୋବିଚାଷୀ

ରସୁଲପୁର,୨।୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ କୋବିର ଅଭାବୀ ବିକ୍ରି ଦେଖାଦେଇଛି। ଗୋଟିଏ କୋବି ଉତ୍ପାଦନରେ ପାଖାପାଖି ୭ଟଙ୍କା ଖର୍ଚ୍ଚ ହେଉଥିବାବେଳେ ତାହା ବର୍ତ୍ତମାନ ୬ ଟଙ୍କାରେ ବିକ୍ରି ହେଉଛି। କୋଲକାତା, ବେଙ୍ଗାଲୁରୁରୁ ଆସୁଥିବା କୋବି କମ୍‌ ଦରରେ ବିକ୍ରି ହେଉଥିବାରୁ ସ୍ଥାନୀୟ ଚାଷୀ ଏଭଳି କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏପରି କି ସେମାନେ ଖର୍ଚ୍ଚ କରିଥିବା ଅର୍ଥ ଉଠାଇ ପାରୁ ନ ଥିବା କହିଛନ୍ତି।
ଚାଷୀଙ୍କ କହିବା ଅନୁସାରେ, ହାଟ ବାଜର ନିକଟରେ ସରକାରୀ ଶୀତଳ ଭଣ୍ଡାର ନାହିଁ। ଏଥିଯୋଗୁ ପରିବା ଦରଦାମ ଉପରେ ନିୟନ୍ତ୍ରଣ ରହୁନି। ବାରବାଟୀ ପରିବାହାଟରେ କୋଲକାତା, ବେଙ୍ଗାଲୁରୁ ଆଦିସ୍ଥାନରୁ ବେପାରୀମାନେ ଟ୍ରକ୍‌ଟ୍ରକ୍‌ କୋବି ଆଣି ବିକ୍ରି କରୁଛନ୍ତି। ପ୍ରତ୍ୟେକ ପ୍ୟାକେଟରେ ୨୦ଟି ଲେଖାଏ କୋବି ରହୁଛି। ଯାହାର ମୂଲ୍ୟ ୧୫୦ରୁ ୨୦୦ଟଙ୍କାରେ ବିକ୍ରି ହେଉଛି। ସେହି ହିସାବରେ ସ୍ଥାନୀୟ ଅଞ୍ଚଳ ଚାଷୀଙ୍କ କୋବି ଗୋଟାକୁ ବ୍ୟବସାୟୀ ୬/୭ ଟଙ୍କାରେ କ୍ରୟ କରୁଛନ୍ତି। ୧୦୦୦ କୋବି ଚାରାରୋପଣ କଲେ ସେଥିରୁ ୧୦୦ରୁ୨୦୦ କୋବି ଗଛ ନଷ୍ଟ ହୋଇଯାଉଛି। ଏହିଭଳି ହିସାବ କଲେ ୧୦୦୦ ଗଛରେ ୮ରୁ ୧୦ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏହାବାଦ୍‌ କୋବି ଚାଷୀର ନିଜସ୍ବ ମଜୁରି ରହୁଛି। ତେବେ ଗୋଟିଏ କୋବି ଅତିକମ୍‌ରେ ୧୫ଟଙ୍କାରେ ବିକ୍ରି ହେଲେ ଚାଷୀ ଲାଭବାନ ହୋଇପାରନ୍ତେ। ଏଠାରେ ବଜାର ସ୍ଥିତି ଯାହା ଅଛି କୋବି ଗୋଟିକୁ ୧୫ଟଙ୍କାରେ ବିକ୍ରି ହେବାରେ ଅସୁବିଧା ନାହିଁ। ହେଲେ ବାହାର କୋବି ଆମଦାନୀ ଉପରେ ନିୟନ୍ତ୍ରଣ ରହୁନାହିଁ। ଚାଷୀହାଟ ବ୍ୟବସାୟୀଙ୍କ କବ୍‌ଜାରେ ରହୁଛି। ତେଣୁ ଚାଷୀ ଶାଗମୁଗ ଦରରେ ପରିବା ବିକ୍ରି କରିବାକୁ ବାଧ୍ୟ ହେଉଛି। ସେହିପରି ଟମାଟୋର ବଜାର ଦର ଅଚାନକ କମିଯିବାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଲେଣି।
ଗ୍ରାମାଞ୍ଜଳରେ କୃଷି ଶ୍ରମିକର ଅଭାବ ଯୋଗୁ ମଜୁରି ବୃଦ୍ଧି ଚାଷୀର ଉତ୍ପାଦନ ଖର୍ଚ୍ଚ ବଢ଼ାଇ ଦେଉଛି। ସାର ଓ କୀଟନାଶକ ସରକାରୀ ଭାବରେ ପ୍ରଦାନ କରା ନ ଯିବା, ଗୋଟିଏ ଫସଲକୁ ଏକାଧିକ ଚାଷୀଙ୍କ ଦ୍ୱାରା ଚାଷ କରାଯିବା ଫଳରେ ଏଭଳି ଘଟୁଛି ବୋଲି କୋବି ଚାଷୀ ବାଇଧର ନାୟକ, ଜ୍ୟୋତିପ୍ରକାଶ ନାୟକ, ପୂର୍ଣ୍ଣ ସ୍ବାଇଁ, ବିଜୟ ପ୍ରଧାନ, ପ୍ରମୋଦ ପରିଡା, ପ୍ରଭଞ୍ଜନ ବାରିକ, ଅଭୟ ନାୟକ ମଣି ରାଉତ ପ୍ରମୁଖ ମତ ରଖିଛନ୍ତି। ଏହାଛଡା ଅର୍ତ୍ତିଆ ଗ୍ରାମର ଇଞ୍ଜିନିଅର ଧର୍ମେନ୍ଦ୍ର ସ୍ବାଇଁ କରୋନା ଯୋଗୁ କାମ ହରାଇ ଚାଷକୁ ଭରସା କରିଥିଲେ। ଚଳିତ ଋତୁରେ କୋବି ଚାଷକରି ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖିଥିଲେ। ସେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ସହ ରାଜ୍ୟ ବାହାର ବ୍ୟବସାୟୀଙ୍କ କାରବାର ଉପରେ ନିୟନ୍ତ୍ରଣ ଲଗାଇବାକୁ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri