Posted inଭଦ୍ରକ

ବାଧୁଛି କଟ୍‌ନୀ ଛଟ୍‌ନୀ

ଭଦ୍ରକ ଅଫିସ,୨।୧- ଭଦ୍ରକ ଜିଲାରେ ଚଳିତବର୍ଷ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକ ଧାନ ଅମଳ ହୋଇଛି। ହେଲେ ଜିଲାର ଅଧିକାଂଶ ଅଞ୍ଚଳରେ ମଣ୍ଡି ଖୋଲାଯାଇ ନ ଥିବା ବେଳେ ଆଉ କେତେକ ସ୍ଥାନରେ କଟ୍‌ନୀ ଛଟ୍‌ନୀର ଶିକାର ହେଉଛନ୍ତି ଚାଷୀ। ଯେଉଁଥିପାଇଁ ଭଦ୍ରକର ଚାଷୀମାନେ ଆନ୍ଧ୍ର ଦଲାଲଙ୍କ କବ୍‌ଜାରେ ରହୁଛନ୍ତି। ଶାଗ ମାଛ ଦରରେ ଆନ୍ଧ୍ର ବେପାରୀଙ୍କୁ ସେମାନଙ୍କ ଧାନ ବିକିବାକୁ ପଡୁଛି। ପ୍ରଶାସନିକ ଅଧିକାରୀ ଓ ମିଲରମାନଙ୍କ ତାଳମେଳରେ ଅଭାବ କାରଣରୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି।
ଧାନ କ୍ରୟ ଆରମ୍ଭ ହୋଇଥିଲେ ହେଁ ଜିଲାରେ ସବୁ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲାଯାଇ ପାରିନାହିଁ। ଡିସେମ୍ବର ୨୦ଠାରୁ ଧାନ ସଂଗ୍ରହ କରିବାକୁ ୯୭ଟି ପ୍ୟାକ୍ସକୁ ଦାୟିତ୍ୱ ଦିଆଯାଇଛି। ଜିଲାର ୬୯ ହଜାର ୬୫୨ଜଣ ଚାଷୀ ଅନ୍‌ଲାଇନ ଜରିଆରେ ନିଜର ନାମ ପଞ୍ଜୀକରଣ କରିଛନ୍ତି। କିନ୍ତୁ ବହୁ ଚାଷୀ ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା କୁହାଯାଇଛି। ଏହାଛଡ଼ା ଅଧାରୁ ଅଧିକ ମଣ୍ଡି ଏଯାଏ ଖୋଲାଯାଇ ନାହିଁ। ଉପଯୁକ୍ତ ସମୟରେ ଆର୍‌ଏମସି ପକ୍ଷରୁ ଚିହ୍ନଟ ଧାନ କ୍ରୟ କେନ୍ଦ୍ର ପାଇଁ ଅନୁମୋଦିତ ସମବାୟ ସମିତିଗୁଡ଼ିକ ଧାନ କିଣୁ ନ ଥିବାରୁ ଆଗୁଆ ଅମଳ କରିଥିବା ଚାଷୀମାନେ ଆନ୍ଧ୍ର ବେପାରୀଙ୍କୁ ବିକ୍ରି କରୁଛନ୍ତି। ପ୍ରକାଶ ଯେ, ଚଳିତବର୍ଷ ଗ୍ରେଡ୍‌ (ଏ) ଏଫ୍‌ଏକ୍‌ୟୁ (ସାଧାରଣ) ଧାନର କୁଇଣ୍ଟାଲ ମୂଲ୍ୟ ପ୍ରତି ୧୮୬୮ ଥିଲାବେଳେ ଗ୍ରେଡ୍‌ (ଏ) ଏଫ୍‌ଏକ୍ୟୁ ଧାନର କୁଇଣ୍ଟାଲ ପ୍ରତି ମୂଲ୍ୟ ୧୮୮୮ ଟଙ୍କା ରହିଛି। କିନ୍ତୁ ଉପଯୁକ୍ତ ମାନ ନ ଥିବା ଦର୍ଶାଇ କେତେକ ମଣ୍ଡିରେ କଟ୍‌ନୀ ଛଟ୍‌ନୀ କରାଯାଉଛି। ଚାଷୀମାନେ ଆନ୍ଧ୍ର ବେପାରୀଙ୍କ ଦଲାଲ ହାବୁଡ଼ରେ ପଡ଼ି ୧୨ଶହରୁ ୧୫ ଶହ ଟଙ୍କାରେ ଧାନ ବିକୁଛନ୍ତି। କିଛି ଅଞ୍ଚଳରେ ବେପାରୀମାନେ କୁଇଣ୍ଟାଲ ପିଛା ୧୧ ଶହରୁ ୧୧୫୦ ଟଙ୍କାରେ କିଣୁଥିବା ଓ ଏହା ମୁଖ୍ୟତଃ ଆଗରପଡ଼ା, ବନ୍ତ, ଆରଡ଼ି, ବରପଦା ଅଞ୍ଚଳରେ ଦେଖିବାକୁ ମିଳୁଛି। ମୁଖ୍ୟରାସ୍ତା କଡ଼ରେ ଆନ୍ଧ୍ର ଟ୍ରକଗୁଡ଼ିକ ଅଟକି ରହି ଗଁା ମଝିରୁ ଶହ ଶହ ବସ୍ତା ଓଜନ କରି ଆଣି ଗାଡ଼ିରେ ଲୋଡ୍‌ କରୁଛନ୍ତି। ଚାଷୀମାନେ ଉପଯୁକ୍ତ ଧାନ ଦର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏ ନେଇ କୃଷକ ନେତା ତଥା କୃଷକ ସଙ୍ଗଠନର ଜିଲା ସଂଯୋଜକ ସତ୍ୟ ନାୟକ ସରକାରୀ ସ୍ତରରେ ଏଥିପ୍ରତି ଦୃଷ୍ଟି ନ ଦେଲେ ଖୁବ୍‌ଶୀଘ୍ର ଜିଲାସ୍ତରୀୟ ଚାଷୀ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ଏ ସମ୍ପର୍କରେ ଆର୍‌ଏମ୍‌ସି ସମ୍ପାଦକ ବିକାଶ ଦାସ କହିଛନ୍ତି ଯେ, ଧାନ କ୍ରୟ ପାଇଁ ସରକାରୀ ସ୍ତରରେ ମାନ ଯାଞ୍ଚ ଲାଗି ସମସ୍ତ ମଣ୍ଡିକୁ ଯନ୍ତ୍ରାଂଶ ଦିଆଯାଇଛି। ଉକ୍ତ ଯନ୍ତ୍ରାଂଶ ଦ୍ୱାରା ଯାଞ୍ଚ ପରେ ଚାଷୀଙ୍କଠାରୁ ଧାନ କିଣାଯିବା ପାଇଁ ନର୍ଦ୍ଦେଶ ରହିଛି। ଏଣୁ ମାନ ଅନୁଯାୟୀ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?