Posted inଭଦ୍ରକ

ବାଧୁଛି କଟ୍‌ନୀ ଛଟ୍‌ନୀ

ଭଦ୍ରକ ଅଫିସ,୨।୧- ଭଦ୍ରକ ଜିଲାରେ ଚଳିତବର୍ଷ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକ ଧାନ ଅମଳ ହୋଇଛି। ହେଲେ ଜିଲାର ଅଧିକାଂଶ ଅଞ୍ଚଳରେ ମଣ୍ଡି ଖୋଲାଯାଇ ନ ଥିବା ବେଳେ ଆଉ କେତେକ ସ୍ଥାନରେ କଟ୍‌ନୀ ଛଟ୍‌ନୀର ଶିକାର ହେଉଛନ୍ତି ଚାଷୀ। ଯେଉଁଥିପାଇଁ ଭଦ୍ରକର ଚାଷୀମାନେ ଆନ୍ଧ୍ର ଦଲାଲଙ୍କ କବ୍‌ଜାରେ ରହୁଛନ୍ତି। ଶାଗ ମାଛ ଦରରେ ଆନ୍ଧ୍ର ବେପାରୀଙ୍କୁ ସେମାନଙ୍କ ଧାନ ବିକିବାକୁ ପଡୁଛି। ପ୍ରଶାସନିକ ଅଧିକାରୀ ଓ ମିଲରମାନଙ୍କ ତାଳମେଳରେ ଅଭାବ କାରଣରୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି।
ଧାନ କ୍ରୟ ଆରମ୍ଭ ହୋଇଥିଲେ ହେଁ ଜିଲାରେ ସବୁ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲାଯାଇ ପାରିନାହିଁ। ଡିସେମ୍ବର ୨୦ଠାରୁ ଧାନ ସଂଗ୍ରହ କରିବାକୁ ୯୭ଟି ପ୍ୟାକ୍ସକୁ ଦାୟିତ୍ୱ ଦିଆଯାଇଛି। ଜିଲାର ୬୯ ହଜାର ୬୫୨ଜଣ ଚାଷୀ ଅନ୍‌ଲାଇନ ଜରିଆରେ ନିଜର ନାମ ପଞ୍ଜୀକରଣ କରିଛନ୍ତି। କିନ୍ତୁ ବହୁ ଚାଷୀ ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା କୁହାଯାଇଛି। ଏହାଛଡ଼ା ଅଧାରୁ ଅଧିକ ମଣ୍ଡି ଏଯାଏ ଖୋଲାଯାଇ ନାହିଁ। ଉପଯୁକ୍ତ ସମୟରେ ଆର୍‌ଏମସି ପକ୍ଷରୁ ଚିହ୍ନଟ ଧାନ କ୍ରୟ କେନ୍ଦ୍ର ପାଇଁ ଅନୁମୋଦିତ ସମବାୟ ସମିତିଗୁଡ଼ିକ ଧାନ କିଣୁ ନ ଥିବାରୁ ଆଗୁଆ ଅମଳ କରିଥିବା ଚାଷୀମାନେ ଆନ୍ଧ୍ର ବେପାରୀଙ୍କୁ ବିକ୍ରି କରୁଛନ୍ତି। ପ୍ରକାଶ ଯେ, ଚଳିତବର୍ଷ ଗ୍ରେଡ୍‌ (ଏ) ଏଫ୍‌ଏକ୍‌ୟୁ (ସାଧାରଣ) ଧାନର କୁଇଣ୍ଟାଲ ମୂଲ୍ୟ ପ୍ରତି ୧୮୬୮ ଥିଲାବେଳେ ଗ୍ରେଡ୍‌ (ଏ) ଏଫ୍‌ଏକ୍ୟୁ ଧାନର କୁଇଣ୍ଟାଲ ପ୍ରତି ମୂଲ୍ୟ ୧୮୮୮ ଟଙ୍କା ରହିଛି। କିନ୍ତୁ ଉପଯୁକ୍ତ ମାନ ନ ଥିବା ଦର୍ଶାଇ କେତେକ ମଣ୍ଡିରେ କଟ୍‌ନୀ ଛଟ୍‌ନୀ କରାଯାଉଛି। ଚାଷୀମାନେ ଆନ୍ଧ୍ର ବେପାରୀଙ୍କ ଦଲାଲ ହାବୁଡ଼ରେ ପଡ଼ି ୧୨ଶହରୁ ୧୫ ଶହ ଟଙ୍କାରେ ଧାନ ବିକୁଛନ୍ତି। କିଛି ଅଞ୍ଚଳରେ ବେପାରୀମାନେ କୁଇଣ୍ଟାଲ ପିଛା ୧୧ ଶହରୁ ୧୧୫୦ ଟଙ୍କାରେ କିଣୁଥିବା ଓ ଏହା ମୁଖ୍ୟତଃ ଆଗରପଡ଼ା, ବନ୍ତ, ଆରଡ଼ି, ବରପଦା ଅଞ୍ଚଳରେ ଦେଖିବାକୁ ମିଳୁଛି। ମୁଖ୍ୟରାସ୍ତା କଡ଼ରେ ଆନ୍ଧ୍ର ଟ୍ରକଗୁଡ଼ିକ ଅଟକି ରହି ଗଁା ମଝିରୁ ଶହ ଶହ ବସ୍ତା ଓଜନ କରି ଆଣି ଗାଡ଼ିରେ ଲୋଡ୍‌ କରୁଛନ୍ତି। ଚାଷୀମାନେ ଉପଯୁକ୍ତ ଧାନ ଦର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏ ନେଇ କୃଷକ ନେତା ତଥା କୃଷକ ସଙ୍ଗଠନର ଜିଲା ସଂଯୋଜକ ସତ୍ୟ ନାୟକ ସରକାରୀ ସ୍ତରରେ ଏଥିପ୍ରତି ଦୃଷ୍ଟି ନ ଦେଲେ ଖୁବ୍‌ଶୀଘ୍ର ଜିଲାସ୍ତରୀୟ ଚାଷୀ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ଏ ସମ୍ପର୍କରେ ଆର୍‌ଏମ୍‌ସି ସମ୍ପାଦକ ବିକାଶ ଦାସ କହିଛନ୍ତି ଯେ, ଧାନ କ୍ରୟ ପାଇଁ ସରକାରୀ ସ୍ତରରେ ମାନ ଯାଞ୍ଚ ଲାଗି ସମସ୍ତ ମଣ୍ଡିକୁ ଯନ୍ତ୍ରାଂଶ ଦିଆଯାଇଛି। ଉକ୍ତ ଯନ୍ତ୍ରାଂଶ ଦ୍ୱାରା ଯାଞ୍ଚ ପରେ ଚାଷୀଙ୍କଠାରୁ ଧାନ କିଣାଯିବା ପାଇଁ ନର୍ଦ୍ଦେଶ ରହିଛି। ଏଣୁ ମାନ ଅନୁଯାୟୀ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲେ ରାହୁଲ: କହିଲେ, ୩ ଦାବି ପୂରଣ କର

ନୂଆଦିଲ୍ଲୀ,୨୫।୭: କଂଗ୍ରେସ ଏମ୍‌ପି ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ NEET ପେପର ଲିକ ଏବଂ ପରୀକ୍ଷା…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ମୋଦିଙ୍କ ସହ ମନ୍ତ୍ରୀଙ୍କ ନକଲି AI ଭିଡିଓ ଭାଇରାଲ; ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ଉପରେ ଷଡ଼ଯନ୍ତ୍ରର ଅଭିଯୋଗ

ନୂଆଦିଲ୍ଲୀ,୨୫।୭: ପ୍ରେସ ଇନଫର୍ମେସନ ବ୍ୟୁରୋ (PIB) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନକଲି, AI-ଜେନେରେଟେଡ ଭିଡିଓଗୁଡ଼ିକର ପର୍ଦ୍ଦାଫାସ କରିଛି। PIBର ଫ୍ୟାକ୍ଟ…

କାଇଁଚପୁର ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓ କହିଲେ….

ଗଞ୍ଜାମ,୨୫ା୭(ବିଦ୍ୟାଧର ସାହୁ ): ପନ୍ଦର ପଞ୍ଚାୟତକୁ ନେଇ ଗଠିତ ହୋଇଛି ଗଞ୍ଜାମ ବ୍ଲକ । ପଞ୍ଚାୟତବାସୀ କିଭଳି ସରକାରଙ୍କ ବିଭିନ୍ନ ସେବା ପାଇ ପାରିବେ ସେଥିପାଇଁ ପ୍ରଶାସନ…

CJP Protest : ଅସୁସ୍ଥ ହୋଇ ପଡିଲେ ଅଭିଜିତ ଦୀପକେ

ନୂଆଦିଲ୍ଲୀ,୨୫।୭: NEET ପେପର ଲିକ ନେଇ ‘କକ୍ରୋଚ ଜନତା ପାର୍ଟି’ (CJP) ତାର ଆନ୍ଦୋଳନ ଜାରି ରଖିଛି। CJP ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି।…

ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ; ଏଥିରେ ଥିଲେ୨୮ ଭାରତୀୟ

ତେହରାନ/ନୂଆଦିଲ୍ଲୀ,୨୫।୭: ତେହରାନରେ ଥିବା ଭାରତୀୟ ଦୂତାବାସ ରିପୋର୍ଟ କରିଛି ଯେ ଶୁକ୍ରବାର (ଜୁଲାଇ ୨୪) ଦିନ ଇରାନ ଜଳସୀମାରେ 28 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଲା ଅନାସ୍ଥା ପ୍ରସ୍ତାବ

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri