ଦେବଗଡ ଜିଲାର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ

ଦେବଗଡ଼,୨ା୧(ଡି.ଏନ.ଏ)-ସ୍ଥାନୀୟ ଚମ୍ପକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମଗ୍ର ଦେବଗଡ଼ ଜିଲା ବିକାଶ ମଞ୍ଚ ପକ୍ଷରୁ ଶୁକ୍ରବାର ଦେବଗଡ ଜିଲାର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିକାଶ ମଞ୍ଚ ପକ୍ଷରୁ ସକାଳେ ସହରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକ, ରାଜା ବାସୁଦେବ ସୁଢଳଦେବ, ସଚ୍ଚିଦାନନ୍ଦ ତ୍ରିଭୂବନ ଦେବ ଓ ରାଣୀ ଡମ୍ବରୁଧର ପ୍ରିୟା ଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପୂର୍ବାହ୍ନରେ ସ୍ଥାନୀୟ ଚମ୍ପକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିକାଶ ମଞ୍ଚର ଆବାହକ ସୁଧିର କୁମାର ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇଥିଲେ। ବିକାଶ ମଞ୍ଚର ଉପଦେଷ୍ଟା ପ୍ରଫୁଲ୍ଲ ମହାପାତ୍ର, ମିତ୍ରଭାନୁ ମହାପାତ୍ର, ନବୀନ କୁମାର ପାଣି, ଜୟ ଭଗବାନ ଅଗ୍ରୱାଲା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତଃ ବିଜୁ ପଟ୍ଟନାୟକ ଓ ପୂର୍ବତନ ବିଧାୟକ ପ୍ରଦୀପ୍ତ ଗଙ୍ଗଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରିବା ସହ ସେମାନଙ୍କର ବାର୍ତ୍ତା ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଧାୟକ ପାଣିଗ୍ରାହୀ ଜିଲା ପ୍ରଶାସନ, ରାଜନେତା ଓ ଖବରଦାତାମାନେ ମିଳିମିଶି ଉଦ୍ୟମ କଲେ ଜିଲାର ବହୁବିଧ ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିବା ସହ ଜିଲାର ପ୍ରଧାନପାଟ, କୁରଡକୋଟନ ସ୍ଥଳୀକୁ ଗୁରୁତ୍ୱ ପ୍ରଦାନ ପୂର୍ବକ ପର୍ଯ୍ୟଟନ ଶିଳ୍ପର ବିକାଶ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ କରୋନା ନିୟନ୍ତ୍ରଣ ନିମନ୍ତେ ଯୋଦ୍ଧା ଭାବେ କାର୍ଯ୍ୟ କରିଥିବା ଖବରଦାତାମାନଙ୍କୁ କରୋନା ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ କୁମୁଦ ଚନ୍ଦ୍ର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ଅନାଥ ଆଶ୍ରମର ଶିଶୁଙ୍କୁ ଶୁଖାଖାଦ୍ୟ ପ୍ରଦାନ କରାଯିବା ସହ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଭିଡ କଟକଣା ଦୃଷ୍ଟିରୁ ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଏସ୍‌ପି: ଭିତ୍ତିଭୂମି ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ….

ଦାରିଙ୍ଗବାଡ଼ି, ୩୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସୋମବାର କନ୍ଧମାଳ ଏସ୍‌ପି ରମେନ୍ଦ୍ର ପ୍ରସାଦ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଛନ୍ତି। ଏସ୍‌ପିଙ୍କୁ…

୫ ଓ ୬ରେ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ: ପଞ୍ଚାୟତ ନିର୍ବାଚନ ପାଇଁ ହେବ ରୋଡ୍‌ମ୍ୟାପ୍‌

ଭୁବନେଶ୍ବର,୩୧।୮: ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳରେ ହେବା ନେଇ…

‘କେସିଙ୍ଗା ସହରକୁ ବିକାଶ କ୍ଷେତ୍ରରେ ରହିଛି ଟ୍ୟାକ୍ସର ଆବଶ୍ୟକତା’

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର…

ଜିଲାସ୍ତରୀୟ ଜନଶୁଣାଣିରେ ଯୋଗଦେଲେ କନ୍ଧମାଳ ଜିଲାପାଳ-ଏସ୍‌ପି

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଜିଲାସ୍ତରୀୟ ସାମୂହିକ ଜନଶୁଣାଣି କାର୍ଯ୍ୟକ୍ରମ ରହିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ବେଦଭୂଷଣ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଆସନ୍ତା ୨ ଦିନ ଯାଏ ଏହି ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ବର,୩୧ା୮: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ସୋମବାର ଭୋର ୫ଟା ୩୦ ସୁଦ୍ଧା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଆସନ୍ତା…

ନେପାଳ ବନ୍ୟା ବିଭୀଷିକା: ଗଞ୍ଜାମ ଦମ୍ପତିଙ୍କ ସହ ଝିଅ-ପୁଅ ମୃତ, ଜଳଖିଆ ଖାଉଥିବାବେଳେ ମାଡ଼ିଆସିଲା ପାଣି

ଦିଗପହଣ୍ଡି,୩୧ା୮(ଅଶେଷ ନାଥ ମିଶ୍ର): ନେପାଳର ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ବିଭୀଷିକାରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସାରୁ ଗ୍ରାମର ମୂଳବାସିନ୍ଦା ମନ୍ମଥ ପାଢ଼ୀଙ୍କ ଝିଅ ସୁରଭି(୪୪)…

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ଅପହରଣକାରୀ…

କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍‌ବ…

ସ୍ବାୟତ୍ତ ଶାସନ ଦିବସ: ସଶକ୍ତ ନଗର ଶାସନ, ସମୃଦ୍ଧ ଓଡ଼ିଶାର ସଂକଳ୍ପ

ସ୍ବାୟତ୍ତ ଶାସନ ଦିବସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସେହି ମୌଳିକ ଆଦର୍ଶକୁ ପୁନର୍ଜୀବିତ କରିବାର ଏକ ମହାର୍ଘ୍ୟ ଅବସର, ଯେଉଁଠି ଶାସନ କ୍ଷମତାର କେନ୍ଦ୍ରବିନ୍ଦୁ ଲୋକସେବା ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri