ଅନ୍‌ଲାଇନରେ ମା’ଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

କେନ୍ଦୁଝର,୨।୧(ସ୍ବ.ପ୍ର.)-ପ୍ରତ୍ୟେକ ବର୍ଷ ଆରମ୍ଭରେ ମା’ ତାରିଣୀ ପୀଠରେ ଭକ୍ତଙ୍କ ଭିଡ଼ ଜମେ। ଦୂରଦୂରାନ୍ତରୁ ଭକ୍ତମାନେ ଆସି ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ନବବର୍ଷ କିପରି ଭଲରେ କଟିବ ଓ ସମସ୍ତଙ୍କର ମଙ୍ଗଳ ହେବ ସେ ଆଶିଷ ନେଇ ଫେରିଥାନ୍ତି। ଚଳିତବର୍ଷ କୋଭିଡ୍‌ କଟକଣା ପାଇଁ ମନ୍ଦିର ବନ୍ଦ ରହିଥିଲା। ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଲାଗି ଅନ୍‌ଲାଇନ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ବହୁ ଆଶାରେ ଆସିଥିବା ଭକ୍ତମାନେ ମୁଖଶାଳା ନିକଟରେ ମା’ଙ୍କୁ ଅନଲାଇନରେ ଏବଂ ସୋସିଆଲ ମିଡିଆରେ ଲାଇଭ ଦର୍ଶନ କରିଛନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ୧୨ ଫୁଟରେ ୮ ଫୁଟର ଏଲ୍‌ଇଡି ଲଗାଇବା ସହ ସୋସିଆଲ ମିଡିଆରେ ଦର୍ଶନ ବ୍ୟବସ୍ଥା କରାଯାଇଥିଲା ବୋଲି ମା’ ତାରିଣୀ ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି।
ମା’ ଙ୍କ ପାଖରେ ପାରମ୍ପାରିକ ପୂଜାନୀତି ଅନୁଷ୍ଠିତ ହୋଇଥିଲା। କେବଳ ପୂଜକମାନଙ୍କୁ ଅନୁମତି ମିଳିଥିଲା। ଭକ୍ତମାନେ ସକାଳ ଆଳତିର ଲାଇଭ୍‌ ଦର୍ଶନ କରିବା ସହ ପୂଜାର୍ଚ୍ଚନା ଏଲ୍‌ଇଡି ସ୍କ୍ରିନରେ ଦେଖିବାର ସୁଯୋଗ ପାଇଥିଲେ। ୯ ମାସ ପରେ ଭକ୍ତମାନେ ମା’ଙ୍କ ଦର୍ଶନ କରିବାକୁ ସୁଯୋଗ ପାଇ ଖୁସି ବ୍ୟକ୍ତ କରିଥିଲେ। ରାଜ୍ୟର ଅନେକ ସ୍ଥାନରେ କୋଭିଡ୍‌ କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ତାରିଣୀ ମନ୍ଦିରରେ ଅନୁମତି ନ ମିଳିବା ନେଇ ଅନେକେ ଦୁଃଖ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ଆଶିଷ ଠାକରେ କହିଛନ୍ତି ଯେ, ଏହି ମନ୍ଦିରର ମରାମତି କାମ ଚାଲିଛି। ଏଣୁ ମନ୍ଦିର ଖୋଲିବା ଓ ମା’ଙ୍କ ଦର୍ଶନ ପାଇଁ କାୈଣସି ନିଷ୍ପତ୍ତି ହୋଇନାହିଁ। କୋଭିଡ୍‌ ଆଇନ ଅନୁସାରେ ସମସ୍ତ ବ୍ୟବସ୍ଥା ମନ୍ଦିର ପ୍ରଶାସନ ପକ୍ଷରୁ କରାଯିବା ପରେ ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସିଆରପିଏଫ୍‌ କ୍ୟାମ୍ପରେ ଏସ୍‌ଆଇଙ୍କୁ ପିଟିପିଟି ମାରିଦେଲେ

ମାଲକାନଗିରି,୨୬ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଭେଙ୍କେଟପୁରମ୍‌ ପୋଲିସ ଷ୍ଟେଶନ ଅନ୍ତର୍ଗତ ସିଆରପିଏଫ୍‌ କ୍ୟାମ୍ପରେ ରବିବାର ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି।...

ତ୍ୟାଗ, ଆଦର୍ଶର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ଗୋପବନ୍ଧୁ

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିଜ ଜୀବନ ଓ ପରିବାରକୁ ବାଜି ଲଗାଇ ଦୁଃଖୀଦରିଦ୍ରଙ୍କ ସେବା କରିବାକୁ ଆଗେଇ ଆସିଥିଲେ। ଓଡ଼ିଶାର ସ୍ବାର୍ଥ,...

୬ ଭରି ଓଜନର ମଙ୍ଗଳସୂତ୍ର ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା,୧୫।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ପ୍ରତିଦିନ କେଉଁଠି ନା କେଉଁ ଚୋରି, ରାହାଜାନି ହେଉଥିବା ଖବର ମିଳୁଥିଲେ ମଧ୍ୟ...

ବାବନ୍ଧରେ ମାଈହାତୀ ମୃତ

ଢେଙ୍କାନାଳ ଅଫିସ, ୬ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ଅଧୀନ ବାବନ୍ଧ ସାନସାହି ଗ୍ରାମ୍ୟ ଜଙ୍ଗଲରେ ବୁଧବାର ଏକ ମାଈହାତୀର ମୃତ୍ୟୁ ଘଟିଛି। ଉକ୍ତ ହାତୀ...

ଦିବ୍ୟାଙ୍ଗଙ୍କୁ ମିଳିଲା ସହାୟତା

ହାଟଡିହୀ, ୩୦।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ୩୭ ନମ୍ବର ଜିଲା ପରିଷଦ ସଦସ୍ୟା ପ୍ରଣତି ଦେଓ ଶତାଧିକ ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ କରିଛନ୍ତ। ନିଜ ଗ୍ରାମ...

ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫% ମତଦାନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରବିବାର ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ୧ଟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୯ ଜିଲା ୬୩...

ଘୋଷଣାରେ ସୀମିତ ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୧୪।୫ ଢେଙ୍କାନାଳ ଜିଲାବାସୀଙ୍କ ପାଇଁ ପ୍ରସ୍ତାବିତ ଜନହିତକର ପ୍ରକଳ୍ପ କେବଳ ଘୋଷଣାରେ ସୀମିତ ରହିଯାଉଛି। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛି ସଚେତନ...

ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ; ମଙ୍କି ପକ୍ସ ଚିକିତ୍ସା ପାଇଁ ଜାରି ହେବ ମାର୍ଗଦର୍ଶିକା

ଭୁବନେଶ୍ୱର, ୩୦।୭(ବ୍ୟୁରୋ)- ବିଶ୍ୱର ୭୮ଟି ଦେଶରେ ଏବେ ମଙ୍କି ପକ୍ସ ଭୂତାଣୁ କାୟା ବିସ୍ତାର କରିସାରିଲାଣି। ଏଥିରେ ୨୧ହଜାର ରୋଗୀ ଆକ୍ରାନ୍ତ ହୋଇସାରିଥିବାବେଳେ ୧୧ଜଣଙ୍କ ମୃତ୍ୟୁ...

Advertisement
Archives

Model This Week