ଆମ ଜିଲା ଖବର

ନିଟ୍‌ ପରୀକ୍ଷାରେ ବାଜି ମାରିଲେ ଜୁନାଗଡ଼ର ତନିଶ

ଜୁନାଗଡ଼,୧୭ା୧୦(ଡି.ଏନ୍‌.ଏ.): ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ର ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ କଳହାଣ୍ଡି ଜିଲା ଜୁନାଗଡ଼ ସହରର ତନିଶ କୁମାର ସିଙ୍ଘଲ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ୬୭୬ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୮୪୫ ର଼୍ୟାଙ୍କରେ ରହିଛନ୍ତି।…

କରୋନା କଟକଣା : ବିନା ଭକ୍ତରେ ମା’ ତାରାତାରିଣୀଙ୍କ ନବରାତ୍ର ପର୍ବ

ପୁରୁଷୋତ୍ତମପୁର,୧୭ା୧୦(ଡି.ଏନ୍‌.ଏ.): ଶାରଦୀୟ ପୂଜା ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ନବରାତ୍ର ପର୍ବ କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କରୋନା କଟକଣା ଯୋଗୁ ବିନା ଭକ୍ତରେ ପୂଜା ପାଇଛନ୍ତି ମା’।…

ପୁରୀରେ ମୁଖ୍ୟମନ୍ତ୍ରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର କଲେ ତଦାରଖ

ପୁରୀ ଅଫିସ,୧୭ା୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଆସିଛନ୍ତି। ଶ୍ରୀମନ୍ଦିର ଐତିହ୍ୟ ନିରାପତ୍ତା ବଳୟ ମଧ୍ୟରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା।…

ଗହଣା ଦୋକାନରୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଅଳଙ୍କାର ଲୁଟ୍‌ ଘଟଣା: ଚାରିଦିନ ପରେ ବି ଲୁଟେରାଙ୍କ ଟେର ପାଉନି ପୋଲିସ

ପୁରୁଷୋତ୍ତମପୁର,୧୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟସ୍ଥ ପୋଲିସ ଥାନା ଓ ଏସ୍‌ଡିପିଓ ଅଫିସ ପଛପଟ ଚାଙ୍ଗୁଡିଆପଦର ସାହିରେ ଥିବା ଏକ ଦୋକାନରୁ ମଙ୍ଗଳବାର ଲୁଟ୍‌ ହୋଇଥିଲା। ଲୁଟେରା କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଅଳଙ୍କାର ଲୁଟି ନେଇଥିଲେ। ଏହି ଘଟଣାକୁ…

ଅଦିନିଆ ରଥଯାତ୍ରାକୁ ବିରୋଧ

ପୁରୀ ଅଫିସ,୧୭।୧୦: ଅଦିନରେ ପୁଣି ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଗତ ୧୦ ତାରିଖରେ ଆମେରିକାର ମେରିଲ୍ୟାଣ୍ଡ ଅନ୍ତର୍ଗତ ବାଲ୍ଟିମୋରଠାରେ ଏହି ରଥଯାତ୍ରା ହୋଇଥିଲା। ସେଠାକାର ଇସ୍କନ ପକ୍ଷରୁ ଉକ୍ତ ରଥଯାତ୍ରାକୁ ସୋସିଆଲ ମିଡିିଆରେ ପୋଷ୍ଟ କରାଯାଇଛି। ଏ ନେଇ ବିଭିନ୍ନ…

ସୁବାସ ରାମଚନ୍ଦ୍ର ଦୋଷୀ ସାବ୍ୟସ୍ତ

ପୁରୀ ଅଫିସ,୧୭।୧୦: ୫ବର୍ଷରେ ଶୁକ୍ରବାର ବହୁ ଚର୍ଚ୍ଚିତ ପୁରୀ ଟ୍ରେନ୍‌ ପୋଡ଼ି ମାମଲାର ରାୟ ପ୍ରକାଶ ପାଇଛି। ପୁରୀର ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ କମ୍‌ ସିଜେଏମ୍‌ ଇନ୍ଦୁ ଶର୍ମା ଏହି ମାମଲାରେ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ…

ଅପେକ୍ଷାରେ ୫୦ ବର୍ଷ

ଯାଜପୁର ଅଫିସ/ ଚଣ୍ଡିଖୋଲ, ୧୭।୧୦(ଡି.ଏନ.ଏ.): କଟକ ଫରେଷ୍ଟ ଡିଭିଜନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶନର ୫୦ ବର୍ଷ ପରେ ମଧ୍ୟ ଡାଳିଯୋଡ଼ା ରେଞ୍ଜ ଅନ୍ତର୍ଗତ ଯାଜପୁର ଜିଲାର ୧୫ଟି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ (ପିଆର୍‌ଏଫ୍‌)କୁ ଏଯାଏ ସଂରକ୍ଷିତ ଜଙ୍ଗଲ(ଆର୍‌ଏଫ୍‌) ଭାବେ ଘୋଷଣା କରାଯାଇ…

ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରୋନା, ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ,୧୭।୧୦: ରାଜ୍ୟସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ କରୋନା (କୋଭିଡ୍‌-୧୯)ରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌କରି ଏମ୍‌ପି ଆଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନା ଅନୁଯାୟୀ, ଏମ୍‌ପି ଆଚାର୍ଯ୍ୟ ବୁଧବାର ଦିଲ୍ଲୀରୁ ଭୁବନେଶ୍ବର ଫେରିଥିଲେ।…

କେନାଲକୁ ପଶିଗଲା କାର: ପୂର୍ବତନ ମନ୍ତ୍ରୀଙ୍କ ପୁଅ ସମେତ ୩ ମୃତ

କଟକ ସଦର, ୧୭।୧୦: କଟକ ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥର ତେଲେଙ୍ଗାପେଣ୍ଠ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କାର ରାସ୍ତାକଡ଼ କେନାଲକୁ ପଶିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ…

ବରଗଡ଼ରୁ ୮୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ: ୫ ଶିଶୁ ଆକ୍ରାନ୍ତ

ବରଗଡ଼ ଅଫିସ, ୧୭।୧୦: ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ଜିଲାରେ ପୁଣି ୮୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩୦ଜଣ ମହିଳା ଓ ୫୦ ଜଣ ପୁରୁଷ ଅଛନ୍ତି। ସେହିପରି ନୂଆ…

ହୁମା ସାପ୍ତାହିକ ଶୁଖୁଆ ହାଟକୁ କରୋନା ଛାଟ: କେବେ ଖୋଲିବ ଚାହିଁ ରହିଛନ୍ତି ଗ୍ରାହକ

ଗଞ୍ଜାମ,୧୭।୧୦(ଡିଏନଏ ): ଗଞ୍ଜାମ ଜିଲା ହୁମା ଏବଂ ପାଳୁରୁ ଜଙ୍କସନ ମଧ୍ୟଭାଗରେ ଜିଲାର ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ ଅବସ୍ଥିତ l ଏହି ହାଟରେ ଶୁଖୁଆ ସମେତ ଘର କରଣ ସାମଗ୍ରୀ ସହ ବିଭିନ୍ନ ରକମର ପନିପରିବା ଆଦି ମିଳେ…

କର୍ଲାମୁଣ୍ଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷାଙ୍କୁ ମିଳିଲା ଅଧ୍ୟକ୍ଷା ଦାୟିତ୍ୱ

କର୍ଲାମୁଣ୍ଡା, ୧୭।୧୦ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପଞ୍ଚାୟତ ସମିତିର ଅଧ୍ୟକ୍ଷାଙ୍କ ବିପକ୍ଷରେ ଆଗତ ଅନାସ୍ଥାପ୍ରସ୍ଥାବରେ ଭୋଟର ଗଣତି ପରେ ଅଧ୍ୟକ୍ଷାଙ୍କ ପରାଜୟ ହୋଇଥିବାରୁ ଗତ ୧୨ ତାରିଖ ଠାରୁ ଅଧ୍ୟକ୍ଷା ପଦବୀ ଖାଲି ପଡିଥିଲା। ଏ ନେଇ ଓଡିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?